• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଭିଡ୍‌-୧୯ ‘ବି.୧.୧.୫୨୯’ ଷ୍ଟ୍ରେନ୍‌କୁ ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ଓମାଇକ୍ରୋନ୍‌’ ନାଁ ଦେବା ସହ ତାହାକୁ ‘ଚିନ୍ତାଜନକ ଭେରିଏଣ୍ଟ୍‌’ ବର୍ଗିକରଣ କରିଛି। ଉପରୋକ୍ତ ବର୍ଗିକରଣ ‘ଓମାଇକ୍ରୋନ୍‌’କୁ କୋଭିଡ୍‌-୧୯ ଭେରିଏଣ୍ଟ୍‌ର ସବୁଠୁ ଅଧିକ ଅସୁବିଧାସୃଷ୍ଟିକାରୀ ପ୍ରଜାତି ତାଲିକାଭୁକ୍ତ କରିଛି।
  2. ‘ଜାତୀୟ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ’ରେ ଓଡ଼ିଶା ଦେଶର ୯ମ ସ୍ଥାନରେ ରହିଥିବା କଥା ‘ନୀତି ଆୟୋଗ’ ପ୍ରକାଶ କରିଥିବା ‘ବେସ୍‌ଲାଇନ୍‌ ରିପୋର୍ଟ ୨୦୨୧’ରୁ ଜଣାପଡ଼ିଛି। ଓଡ଼ିଶାର ୨୯.୩୫% ଜନତା ବିଭିନ୍ନ କ୍ଷେତ୍ରରେ ଦାରିଦ୍ର୍ୟ ତାଡ଼ନାରେ ସରବ୍ୟ ହେଉଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
  3. ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ କରୋନା ବଢିଲା, ଭାରତୀୟ ସେୟାର ବଜାରରେ ଚଡ଼କ ପଡିଲା । ଦିନକରେ ନିବେଶକ ହରାଇଲେ ପ୍ରାୟ ସାଢେ ୭ ଲକ୍ଷ କୋଟି ।
  4. ଦୁର୍ନୀତିର ସବୁ ରେକର୍ଡକୁ ଟପିଗଲେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ । ସନ୍ତୋଷ କୁମାର ଦାସଙ୍କ ଘରୁ ମିଳିଲା ସର୍ବାଧିକ ୪୧ ଲକ୍ଷ ୭୭ ହଜାର ନଗଦ ଟଙ୍କା ।
  5. ରାଜ୍ୟର ୩୭.୨୬% ଜନତା ସୁଷମ ଆହାର ପାଉନାହାନ୍ତି। ରାଜ୍ୟରେ ଶିଶୁ ଓ କିଶୋର ମୃତ୍ୟୁହାର ମଧ୍ୟ ୨.୨୩% ରହିଛି। ସେହିପରି, ମାନସିକ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ୧୯.୫୦% ଜନତା ବଞ୍ଚିତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
  6. ଆସନ୍ତା ଡିସେମ୍ବର ୧ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି  । ଗତ ୪ଟି ଅଧିବେଶନ ପରି ଏହି ଅଧିବେଶନ ମଧ୍ୟ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ।
  7. କୃଷକ ଆନ୍ଦୋଳନକୁ ପୂରିଛି ୧ ବର୍ଷ । ଏଥିପାଇଁ ଆଜି ଗାଜୀପୁର, ସିଂଘୁ ଏବଂ ଟିକରୀ ସୀମାରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ହରିୟାଣା ବହାଦୁରଗଡ଼ରେ କୃଷକମାନେ ମହାପଞ୍ଚାୟତ କରିଛନ୍ତି ।
  8. ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଦୁଇବର୍ଷର ଅଧ୍ୟୟନ ପରେ ବୁଧବାର ପ୍ରକାଶିତ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା ଅଛନ୍ତି।
  9. ଗୋଷ୍ଠୀ ପାକଶାଳା ଢ଼ାଞ୍ଚା ପ୍ରସ୍ତୁତି ଉପରେ ବ୍ୟାପକ ବିଚାରବିମର୍ଶ ପାଇଁ ୮ ରାଜ୍ୟର ଖାଦ୍ୟ ସଚିବମାନଙ୍କୁ ନେଇ କେନ୍ଦ୍ର ସରକାର ଏକ ପାନେଲ୍‌ ଗଠନ କରିଛନ୍ତି। ଏଥିରେ ଓଡ଼ିଶା ସମେତ କେରଳ, ଉତ୍ତର ପ୍ରଦେଶ, ଗୁଜରାଟ, ଆସାମ, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଖାଦ୍ୟ ସଚିବ ସ୍ଥାନ ପାଇଛନ୍ତି।
  10. ଭାରତୀୟ ନୌସେନାରେ ସ୍କର୍ପିନ୍ ଶ୍ରେଣୀର ଚତୁର୍ଥ ଲଢ଼ୁଆ ବୁଡ଼ାଜାହାଜ ଆଇନ୍‌ଏସ୍‌ ଭେଲା ଗୁରୁବାର ସାମିଲ ହୋଇଛି।
  11. ବିଶ୍ୱର ପ୍ରସିଦ୍ଧ କମ୍ପାନି ରୋଲ୍ସ ରୟସ ଦୁନିଆର ସବୁଠୁ ଦ୍ରୁତ ଉଡୁଥିବା ଇଲେକଟ୍ରିକ ଉଡାଜାହାଜ ନିର୍ମାଣ କରିଛି । ଏହି ଇଲେକଟ୍ରିକ ବିମାନଟି ଘଣ୍ଟାପ୍ରତି ୬୨୩ କିଲୋମିଟର ବେଗରେ ଉଡିପାରିବ ।
  12. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଡିସେମ୍ବର ମାସରେ ଏକ ଭର୍ଚୁଆଲ୍‌ ବୈଠକରେ ଗଣତନ୍ତ୍ର ଉପରେ ଆଲୋଚନା ପାଇଁ ଭାରତ ଓ ପାକିସ୍ତାନ ସମେତ ୧୧୦ଟି ରାଷ୍ଟ୍ରକୁ ଆମନ୍ତ୍ରଣ କରିଛନ୍ତି।
  13. ଭାରତ ବାୟୋଟେକ ଏବଂ ଆଇସିଏମ୍‌ଆର୍‌ ଦ୍ବାରା ପ୍ରସ୍ତୁତ ଭାରତର ସ୍ବଦେଶୀ କୋଭିଡ୍‌ ଟିକା କୋଭାକ୍ସିନ କେବଳ ୫୦ ପ୍ରତିଶତ ପ୍ରଭାବୀ ବୋଲି ଦିଲ୍ଲୀର ଦୁଇଟି ହସ୍ପିଟାଲରେ ହୋଇଥିବା ବାସ୍ତବ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି।
  14. ଇ-ଶ୍ରମ ପୋର୍ଟାଲ୍‌ରେ ଓଡ଼ିଶାରୁ ଶ୍ରମିକଙ୍କ ପଞ୍ଜୀକରଣ ଅଗଷ୍ଟ ୨୩ରୁ ନଭେମ୍ବର ୨୫ ସୁଦ୍ଧା ପୋର୍ଟାଲ୍‌ରେ ରାଜ୍ୟର ମୋଟ ୧ କୋଟି ୨୦ ଲକ୍ଷ ୩୦ ହଜାର ୪୭୬ ଜଣ boli  ଜଣାପଡ଼ିଛି।
  15. ପାକିସ୍ତାନର ଋଣବୋଝ ବଢ଼ି ବଢ଼ି ଚାଲିଛି , ମୋଟ ଋଣ ଓ ଅନ୍ୟାନ୍ୟ ଦେୟ ଏବେ ୫୦.୫ ଲକ୍ଷ କୋଟି ଟଙ୍କା ଟପିଯାଇଛି।
  16. ୟୁନିଟ୍‌-୫ ସ୍ଥିତ କେଶରୀ ନଗରରେ ନବନିର୍ମିତ ଅଡିଟ୍ ଭବନକୁ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଉଦ୍‌ଘାଟନ କରିଛନ୍ତି।
  17. ଭାରତ ସରକାରଙ୍କ ଟେଲିକମ କମ୍ପାନୀ ବିଏସଏନଏଲ ନିକଟରେ ୪ଜି ପରୀକ୍ଷା କରିଛି। ଭାରତରେ ବର୍ତ୍ତମାନ ୫ଜି ମଧ୍ୟ ନାହିଁ ଏବଂ କେବେ ଏହା ଲଞ୍ଚ ହେବା ଏହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ। ମାତ୍ର ସରକାର ଏବେ ୬ଜି ଆଣିବାକୁ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି।
  18. କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା ଜାନୁଆରୀ ମାସରୁ ଏହାକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। 
  19. ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ମହାମାରୀ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁନ୍ଦରଗଡ଼ର ଆଦିବାସୀ ମହିଳା ମାତିଲଦା କୁଲୁ ସମ୍ମାନଜନକ ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି।
  20. ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏବେ ପ୍ରବେଶ କରିପାରିବେ ନାହିଁ ଟାଟା- ବିର୍ଲା ଭଳି ଗ୍ରୁପ, ଇଣ୍ଟରନାଲ ୱାକିଂ ଗ୍ରୁପର ପରାମର୍ଶକୁ ରିଜର୍ଭ ବ୍ୟାଙ୍କର ନାମଞ୍ଜୁର ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.