• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀଙ୍କ ନାମରେ ନାମିତ ହେଲା ରାଜ୍ୟ ଭିଜିଲାନ୍ସ ଏକାଡେମୀ ଅଡିଟୋରିଅମ ।
  2. ଅଗଷ୍ଟ ମାସରେ ହିଞ୍ଜିଳିକାଟୁରେ ଆରମ୍ଭ ହୋଇଥିବା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂକୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି । 
  3. କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପେନସନଭୋଗୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ ମିଆଦକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । 
  4. ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିଲ୍ ପାରିତ ହୋଇଛି । ୨୦୨୦ ସେପ୍ବେମ୍ବର ୨୭ରେ ୩ଟି ବିଲ ରାଷ୍ଟ୍ରପତିଙ୍କୁ ସ୍ବୀକୃତି ପରେ ଆଇନରେ ପରିଣତ ହୋଇଥିଲା ।
  5. ଦେଶରେ ବ୍ୟାପକ ସଚେତନତା ସତ୍ୱେ ଥମୁନି ଦୁର୍ଘଟଣା । ଯେତେ ଦୁର୍ଘଟଣା ଘଟୁଛି, ସେଥିରୁ 40 ପ୍ରତିଶତ ହେଉଛି ପଛପଟୁ ଧକ୍କା ଦେବା ।
  6. କରୋନା ଭୂତାଣୁ ବିପଜ୍ଜନପ ପ୍ରଜାତି ‘ଓମିକ୍ରନ’ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏହା ୧୬ଟି ଦେଶକୁ ବ୍ୟାପିଲାଣି। ସେହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲ, ସ୍କଟଲାଣ୍ଡ୍‌, ସ୍ବିଜରଲାଣ୍ଡ୍‌, ଚେକ୍‌ ଗଣତନ୍ତ୍ର ଏବଂ ବ୍ରିଟେନ୍‌।
  7. କୋଭିଡ ବୁଷ୍ଟର ଏବଂ ଅତିରିକ୍ତ ଡୋଜ୍‌ ସଂକ୍ରାନ୍ତରେ ଆସନ୍ତା ୨ ସପ୍ତାହରେ ନୀତି ଆସିବ ବୋଲି କୋଭିଡ୍‌ ଟାସ୍କ ଫୋର୍ସ ମୁଖ୍ୟ ଡାକ୍ତର ଏନ୍‌କେ ଆରୋରା କହିଛନ୍ତି।
  8. ସାମ୍ପ୍ରତିକ କଲେଜିୟମ୍ ବ୍ୟବସ୍ଥାରେ ବିଚାରପତିମାନେ ବିଚାରପତିଙ୍କୁ ମନୋନୀତ କରିଥାନ୍ତି। କେନ୍ଦ୍ର ସରକାର ଏହାକୁ ବଦଳାଇବା ପାଇଁ ଏକ ଆଇନ ଆଣିଥିଲେ- ଏନ୍‌ଜେଏସି ଆକ୍ଟ, ଯାହାକୁ ସୁପ୍ରିମ୍‌କୋର୍ଟ ଛଅ ବର୍ଷ ତଳେ ଅଗ୍ରାହ୍ୟ କରିଦେଇଥିଲେ। ସମ୍ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଣି ସେହି କଥାକୁ ଦୋହରାଇଛନ୍ତି। 
  9. ଜଣେ ହୃଦଘାତ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଡାକ୍ତରଙ୍କ ବୟସ ୪୦ବର୍ଷ ,ନାମ ଲକ୍ଷ୍ମଣ ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଡାକ୍ତର ମହବୁବାବାଦ ଜିଲ୍ଲାର ମୂଳ ବାସିନ୍ଦା ଥିଲେ ଏବଂ ନିଜାମାବାଦ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରୁଥିଲେ।
  10. ୩ଟି ଆଇନ ଉଚ୍ଛେଦ ପାଇଁ ଗୋଟିଏ ବିଲ୍ ଆଗତ ହୋଇଥିଲା। ଏହି ବିଲ୍ ଗୃହୀତ ହେବା ଫଳରେ ଗତବର୍ଷ ସରକାର ପ୍ରଣୟନ କରିଥିବା ୩ ବିବାଦୀୟ ଆଇନ ଯଥା କୃଷି ସାମଗ୍ରୀ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ଆଇନ ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ସଂକ୍ରାନ୍ତ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଆଇନ-୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ-୨୦୨୦ ପ୍ରତ୍ୟାହୃତ ହୋଇଛି। ପ୍ରଥମେ ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ: ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା ।
  11. ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ଏବେବି ସ୍ପଷ୍ଟ ଚିତ୍ର ଆସି ନ ଥିଲେ ମଧ୍ୟ ଏହାର ପ୍ରଭାବରେ ଡିସେମ୍ବର ୨ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି।
  12. କରୋନାର ନୂତନ ଭୂତାଣୁ ଚିହ୍ନଟ ଯୋଗୁଁ ତୃତୀୟ ଲହର ହେବାର ଆଶଙ୍କା ଦେଖାଦେଇଛି। ବିଶ୍ବ ସଙ୍ଗଠନର ସତର୍କ ପରେ ଏଣିକି ବିଦ୍ୟାଳୟରେ କରୋନା କଟକଣା କଡ଼ାକଡ଼ି କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
  13. ଓମିକ୍ରନ୍ ଭୂତାଣୁ, ରାଜ୍ୟରେ ଗାଇଡ୍‌ଲାଇନ୍‌ ଜାରି, ଭୁବନେଶ୍ଵରକୁ ମନା ଅନ୍ତର୍ଜାତୀୟ ବିମାନ ।
  14. ମୌସୁମି ଅଧିବେଶନରେ ହଟ୍ଟଗୋଳ: ଶୀତକାଳିନ ଅଧିବେଶନରୁ ନିଲମ୍ବିତ ହେଲେ ୧୨ ରାଜ୍ୟସଭା ସାଂସଦ  ।
  15. ରାଜସ୍ଥାନ ରାଜନୀତି: ବସୁନ୍ଧରା ରାଜେ ଗଢୁଛନ୍ତି ଅଲଗା ସଂଗଠନ, ଧାର୍ମିକ ଯାତ୍ରା କରି କଲେ ଶକ୍ତି ପ୍ରଦର୍ଶନ, ଚିନ୍ତାରେ ବିଜେପି ।
  16. ଟ୍ୱିଟର ସିଇଓ ପଦରୁ ଜ୍ୟାକ ଡୋରସେଙ୍କ ଇସ୍ତଫା: ଭାରତୀୟ ବଂଶୋଭବ ପରାଗ ଅଗ୍ରୱାଲ ହେବେ ପରବର୍ତ୍ତୀ ମୁଖ୍ୟ।
  17. କେନ୍ଦ୍ର ସୂଚନା ଓ ପ୍ରସାରଣ ଓ ଗୃହ ମନ୍ତ୍ରଣାଳୟ ସହାୟତାରେ ରାଜଭବନଠାରେ ସୋମବାର ଅନୁଷ୍ଠିତ ଚିନ୍ତା ଓ ଚେତନାର ୪୩ତମ ରାଷ୍ଟ୍ରୀୟ ବର୍ଷା ମହୋତ୍ସବ ୨୦୨୧କୁ ରାଜ୍ୟପାଳ ଉଦ୍‌ଘାଟନ କରିଥି​‌େ​‌ଲ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ‘ସମାଜ’ ଖବରକାଗଜକୁ ନୀଳଚକ୍ର ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିଥିଲେ।
  18. ଚୀନ ସେନା ସଂପ୍ରତି ପୂର୍ବ ଲଦାଖ ସେକ୍ଟର ଆରପଟେ ଅକ୍ସାଇ ଚୀନ ଅଞ୍ଚଳରେ ନୂଆ ରାଜପଥ ଓ ସଡ଼କ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏହାଦ୍ୱାରା ପ୍ରକୃତ ନିୟନ୍ତ୍ରଣ ରେଖାରେ ସେମାନେ ପୂର୍ବାପେକ୍ଷା ଖୁବଶୀଘ୍ର ପହଞ୍ଚି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଯୋଜନା ରଖିଛନ୍ତି।
  19. ଡିସେମ୍ବର ୩ ରୁ ୫ ଯାଏଁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିପାରେ । ପାଣିପାଗ ବିଭାଗର ଏଭଳି ଆକଳନ ପରେ ବଢ଼ିଛି ଚିନ୍ତା । ୩୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସଂପର୍କରେ ଚିତ୍ର ଅଧିକ ସ୍ପଷ୍ଟ ହେବ
  20. ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.