• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ, ନଗର ଉନ୍ନୟନ ପୂର୍ତ୍ତ ଓ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍। 
  2. ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ବିଶ୍ୱସ୍ତରୀୟ ମେଡିକାଲ ନିର୍ମାଣ ଟେଣ୍ଡର L ଆଣ୍ଡ Tକୁ ମିଳିଛି ।
  3. ରାଜ୍ୟ କ୍ୟାବିନେଟ ବୈଠକରେ  ବିଭିନ୍ନ ପଞ୍ଚାୟତର ପୋଖରୀ ସ୍ୱୟଂଶାସିତ ଗ୍ରୁପକୁ ପ୍ରଦାନକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ । 
  4. କୋଭିଡ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ନନ୍ଦ କିଶୋର(ନନ୍ଦ ସାର) ଙ୍କ ୨୦୨୦ ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ୧୦୪ ବର୍ଷ ବୟସରେ ନନ୍ଦ ସାରଙ୍କ ପରଲୋକ ହୋଇଛି । 
  5.  ପବନରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏଭଳି ତଥ୍ୟ ଆସିବା ପରେ ଏବେ ଚିନ୍ତା ବଢିବାରେ ଲାଗିଛି । ହଂକଂ ୟୁନିଭରସିଟିର ଏକ ଅଧ୍ୟୟନରୁ ଏଭଳି ଖୁଲାସା ହୋଇଛି 
  6. କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଆନ୍ଦୋଳନ ଖୁବ୍‌ ଶୀଘ୍ର ଶେ‌ଷ ହେବ। ଏସ‌କେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା) ଆସନ୍ତାକାଲି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଆଜି ସିଂଘୁ ଏବଂ ଦିଲ୍ଲୀ ସୀମାରେ ଏସକେମ୍‌ର ଚାଷୀ ‌ନେତାମାନଙ୍କର ଏକ ବୈଠକ ହୋଇଥିଲା।
  7. ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ତୁହାକୁ ତୁହା ଉତ୍ତରପ୍ରଦେଶ ଗସ୍ତ । ଗୋରଖପୁରରେ ପହଁଚି ଏକାଧିକ ପ୍ରକଳ୍ପର କଲେ ଉଦଘାଟନ ।
  8. କୃଷକ ଆନ୍ଦୋଳନ ସମାପ୍ତ କରିବାକୁ ଅଧିକ ସମୟ ଲାଗିବ ନାହିଁ, ଘରକୁ ଫେରିବାକୁ ସଙ୍କେତ ଦେଲେ ଟିକାୟତ !
  9. ଟିକା ଉତ୍ପାଦନକୁ ନେଇ ବଡ ତଥ୍ୟ ଦେଲେ ଆଦର ପୁନାବାଲା: କହିଲେ, ଆସନ୍ତା ସପ୍ତାହରୁ ୫୦ପ୍ରତିଶତ କମ୍ ହେବ କୋଭିସିଲ୍ଡ ଉତ୍ପାଦନ ।
  10. ଲଖୀମପୁର ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଆଶ୍ବସ୍ତି, ହତ୍ୟା ମାମଲା ରୁଜୁ ଆବେଦନକୁ ଖାରଜ କଲେ କୋର୍ଟ ।
  11. ଓମିକ୍ରନକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ସଂକ୍ରମିତ ହେଉଥିଲେ ବି ଘାତକ ହେଉନି ଭୂତାଣୁର ନୂଆ ଭାରିଆଣ୍ଟ।
  12. IPL ୨୦୨୨ରେ ହୋଇପାରେ ଏଜାଜ୍‌ ପଟେଲଙ୍କ ଏଣ୍ଟ୍ରି : କହିଲେ, ସୁଯୋଗ ମିଳିଲେ ହାତଛଡା କରିବିନି ।
  13. ଦିଲ୍ଲୀ ପୋଲିସକୁ ପୁଣି ଫେରିଲେ ଛାୟା ଶର୍ମା, ୨୦୧୨ ନିର୍ଭୟାକାଣ୍ଡର ରହସ୍ୟ ଉପରୁ ହଟାଇଥିଲେ ପରଦା ।
  14. ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ଉଠିଲା ଆଫସ୍ପା ପ୍ରତ୍ୟାହାର ଦାବି, ଉଭୟ କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାରକୁ ଜବାବ ମାଗିଲା ଏନଏଚଆରସି ।
  15. ଯୋଗ୍ୟତା ନଥାଇ ଏମ୍ସ ଭୁବନେଶ୍ବରରେ ୭ ଜଣ ସହଯୋଗୀ ପ୍ରଫେସର ଏବଂ ଜଣେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି।
  16. ୧୦ ଦିନରେ ଭାରତ ପହଞ୍ଚିବ S-400 ! ଭାରତ-ଋଷ ସମ୍ପର୍କ ମଝିରେ କେହି ପଶିପାରିବେନି, ସ୍ପଷ୍ଟ କଲା ନୂଆଦିଲ୍ଲୀ ।
  17. ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନ୍‌ଟିପିସିର ୩ ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ କଣିହା ପ୍ଲାଣ୍ଟ୍‌ ସେବାରେ ରହିଛି। ଏହାକୁ ବନ୍ଦ କରିବାର କୌଣସି ଯୋଜନା ନାହିଁ।
  18. ଆମେରିକାର ମହାକାଶ ସଂସ୍ଥା ନାସା ଏହାର ମୁନ୍‌ ଆଣ୍ଡ୍‌ ମାର୍ସ ମିସନ ପାଇଁ ୧୦ ମହାକାଶ ଯାତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ମଧ୍ୟ ଅଛନ୍ତି। ତାଙ୍କ ନାମ ହେଉଛି ଅନିଲ ମେନନ୍‌।
  19. ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ତିନି ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ‘ପ୍ରହାର’ର ତୃତୀୟ ସଫଳ ପରୀକ୍ଷଣ କରାଯାଇଛି।
  20. ଦେଶରେ କୋଭିଡ ଟିକା ନେବା ପରେ ପ୍ରାୟ ୯୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୧୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦେଶରେ ଦିଆଯାଉଥିବା ୩ ପ୍ରକାର କୋଭିଡ-୧୯ ଟୀକା ନେବା ପରେ ସେମାନଙ୍କ କ୍ଷେତ୍ରରେ ପ୍ରତିକୂଳ ଶାରୀରିକ ଅସୁସ୍ଥତା ଦେଖା ଦେଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.