• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୧୯ ଡିସେମ୍ବର ୨୦ ତାରିଖରେ ଦେଶର ପ୍ରଥମ ସିଡିଏସ୍ ଭାବେ ନିଯୁକ୍ତି ପାଇଥିଲେ ଜେନେରାଲ ବିପିନ୍ ରାୱତ।ତାମିଲନାଡ଼ୁର କନ୍ନୁର ନିକଟରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚିଫ୍ ଅଫ୍ ଡିଫେନ୍ସ ବିପିନ୍ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । 
  2. ତାମିଲନାଡୁ କୁନ୍ନୁରଠାରେ ଦୁର୍ଘଟଣାର ଶିକାର ହୋଇଥିବା ବାୟୁସେନାର ହେଲିକପ୍ଟରକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି | ସୂତ୍ରରୁ ମିଳିଥିବା ତାଜା ସୂଚନା ମୁତାବକ ହେଲିକପ୍ଟରରେ ଯାଉଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି |
  3. ରାଜ୍ୟରେ ମୋଟ ୪୯ ସରକାରୀ ମହାବିଦ୍ୟାଳୟ ଓ ୮ ଟି ମଡେଲ ଡିଗ୍ରୀ ମହାବିଦ୍ୟାଳୟ ରହିଥିବାବେଳେ ଏସବୁ ମହାବିଦ୍ୟାଳରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଏହି ଶିକ୍ଷାନୁଷ୍ଠାନରେ ଭାରପ୍ରାପ୍ତ ଅଧ୍ୟକ୍ଷ କାମ ଚଳାଉଛନ୍ତି। ସେହିପରି ସରକାରୀ ଅନୁଦାନପ୍ରାପ୍ତ(୪୮୮) ବର୍ଗର ମୋଟ ୪୮୮ଟି ମହାବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି । ଏହି ଶିକ୍ଷାନୁଷ୍ଠାନରେ ବରିଷ୍ଠ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ କାର୍ଯ୍ୟଭାର ପ୍ରଦାନ କରାଯାଇଛି।
  4. ଭାରତକୁ ୨ଜିରୁ ୪ଜି ଓ ୫ଜିକୁ ରୂପାନ୍ତରିତ ହେବାକୁ ପଡ଼ିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି।
  5. ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ୍‍ ୪%ରେ ଅପରିବର୍ତ୍ତିତ ରଖିଛି । ସେହିଭଳି ରିଭର୍ସ ରେପୋ ରେଟ୍‍ ମଧ୍ୟ ପୂର୍ବଭଳି ୩.୩୫% ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରେପୋ ଏବଂ ରିଭର୍ସ ରେପୋ ରେଟ୍‍ ଅପରିବର୍ତ୍ତିତ ରଖିବାକୁ ଆରବିଆଇର ଆର୍ଥିକ ପରିଚାଳନା କମିଟି ନିଷ୍ପତ୍ତି ନେଇଛି । 
  6. କୋଭିଡ୍‌-୧୯ ଭୂତାଣୁଙ୍କ ଓମିକ୍ରନ୍ ଭାରିଆଣ୍ଟର ଏକ ନୂଆ ପିଢ଼ି ଅଷ୍ଟ୍ରେଲିଆରେ ଆବିଷ୍କୃତ ହୋଇଛି ବୋଲି କୁହାଯାଉଛି। ଏହାକୁ ନେଇ ଅନେକେ ଭୟଭୀତ ହୋଇପଡ଼ିଛନ୍ତି। କିନ୍ତୁ ଏଥିରେ ଭୟ କରିବାର କୌଣସି କାରଣ ନାହିଁ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ବରିଷ୍ଠ ବୈଜ୍ଞାନିକ ବିନୋଦ ସ୍କାରିଆ କହିଛନ୍ତି।
  7. ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଶୁଣାଣି ଆସନ୍ତା ବର୍ଷ ଜାନୁଆରି ୨୫କୁ ଘୁଞ୍ଚିଛି।
  8. ସରକାର କୃଷକଙ୍କ ସମସ୍ତ ଦାବି ନେଇ ରାଜି ହୋଇଛନ୍ତି। କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ସହ ଏମ୍‌ଏସପି ସଂକ୍ରାନ୍ତରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।
  9. ‘ଫୋର୍ବସ୍‌’ର ସବୁଠୁ ଅଧିକ କ୍ଷମତାଶାଳିନୀ ବିଶ୍ବର ୧୦୦ ମହିଳାଙ୍କ ତାଲିକାରେ କ୍ରମାଗତ ୩ୟ ଥର ପାଇଁ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି।
  10. ଦେଶବ୍ୟାପୀ ଓମିକ୍ରନ୍‌ ମାମଲା ବଢ଼ୁଛି। ଅନ୍ୟ ପ୍ରଜାତି ତୁଳନାରେ କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ଅଧିକ ସଂକ୍ରାମକ। ଯଦି ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଠିକ୍‌ ପଦକ୍ଷେପ ଗ୍ରହଣ ନହୁଏ ତେବେ ତୃତୀୟ ଲହର ଆସିଯିବ ବୋଲି ଆଇଏମ୍‌ଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌) କହିଛି।
  11. ଜର୍ମାନ ସଂସଦରେ ବହୁମତରେ ଓଲାଫ ସଲତଜଙ୍କୁ ଦେଶର ଶାସନ ମୁଖ୍ୟ ଭାବେ ନିର୍ବାଚିତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ଦୀର୍ଘ ୧୬ ବର୍ଷର ଶାସନ ପରେ ଓଲାଫ ସତଲଜ୍‌ଙ୍କ ଯୁଗର ଆରମ୍ଭ ହୋଇଛି ।
  12. ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡଃ. ସୁରେଶ ଯାଦବଙ୍କର ୭୨ ବର୍ଷ ବୁଧବାର, ଡିସେମ୍ବର ୮ ସାୟଦ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  କୋଭିଡ ଟୀକାର ତିଆରି ଗବେଷଣା ଓ ବିକାଶ କରିବା କ୍ଷେତ୍ରରେ ଡଃ ଯାଦଙ୍କ ଭୂମିକା ଅତୁଳନୀୟ ଥିଲା।
  13. ରାଜ୍ୟର ଅଧା ପିଲା ପାଠ ଛାଡୁଛନ୍ତି। ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ସ୍କୁଲ ଡ୍ରପ୍ ଆଉଟ୍ ହୋଇଛନ୍ତି।
  14. ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ୬୮ ହଜାର ୩୬୫ ଟଙ୍କା । ୨୦୧୯-୨୦ରେ ଏକ କୋଟି ୩୧ ଲକ୍ଷ ୯୪ ହଜାର ୬୧୫ ଟଙ୍କାର ଜରିମନା ଆଦାୟ ହୋଇଛି । 
  15. ଦିଲ୍ଲୀ ଦଙ୍ଗା: ଶାହରୁଖ ପାଠନ ବିରୋଧରେ ‘ଚାର୍ଜ ଫ୍ରେମ’କଲେ କୋର୍ଟ, ରୁଜୁ ହେଲା ଆଟେମ୍ପଟ୍ ଟୁ ମର୍ଡର କେସ୍।
  16. ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଟେଷ୍ଟରେ ରାହାଣେଙ୍କ ସ୍ଥାନ ନେଲେ ରୋହିତ ଶର୍ମା ।
  17. ଚୀନ୍‌ ୱିଣ୍ଟର ଅଲିମ୍ପିକ୍‌କୁ ଆମେରିକା ଭଳି ଅଷ୍ଟ୍ରେଲିଆ ମଧ୍ୟ କୁଟନୈତିକ ବହିଷ୍କାର କରିବ। ୪ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ କ୍ରିଡାର ମହାକୁମ୍ଭକୁ ଅଷ୍ଟ୍ରେଲିଆ ନିଜର ଅଧିକାରୀଙ୍କୁ ପଠାଇବାରେ ଆମେରିକାର ନୀତିକୁ ଅନୁସରଣ କରିବ।
  18. ଗ୍ରାହକଙ୍କୁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ପ୍ରିପେଡ୍‌ ମାଧ୍ୟମ, ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ ବା ୟୁପିଆଇ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡି଼ଥାଏ । ଡିଜିଟାଲ୍‌ ପେମେଣ୍ଟ୍ କରିବା ପାଇଁ ଆଦାୟ କରାଯାଉଥିବା ଶୁଳ୍କ ଉଚିତ୍‌ କି ନାହିଁ ସେ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଛନ୍ତି ।
  19. ୟୁଟ୍ୟୁବ ଚାନେଲରେ ଟି-ସିରିଜ ଦୁନିଆର ସବୁଠାରୁ ଅଧିକ ସବ୍ସକ୍ରାଇବର ଚାନେଲ ହୋଇଛି। ଟି-ସିରିଜର ୨୦୦ ମିଲିୟନ (୨୦ କୋଟି) ରୁ ଅଧିକ ସବ୍ସକ୍ରାଇବର୍ସ ହୋଇଯାଇଛନ୍ତି।
  20. ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଜାତୀୟ କ୍ରିକେଟ୍ ଚୟନକର୍ତ୍ତା ୧୮ ଜଣିଆ ଟେଷ୍ଟ ଦଳ ଘୋଷଣା କରିଛି। ଭାରତୀୟ ଦଳ ଏହି ଗସ୍ତରେ ୩ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.