• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । ନିଜ ନିଜର ରଣନୀତିରେ ଗୃହରେ ମୁହାଁମୁହିଁ ହେବେ ଶାସକ ବିରୋଧୀ । ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ ।
  2.  ରାଜ୍ୟ ବିଧାନସଭାର ଶୀତ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ପ୍ରଶ୍ନକାଳ ଓ ରାଜ୍ୟପାଳ ଭାଷଣ ବେଳେ ବିଧାୟକମାନେ ହଟଗୋଳ ଓ ହୋହାଲ୍ଲା ନକରିବା ପାଇଁ ବାଚସ୍ପତି ସବୁ ଦଳକୁ ପ୍ରସ୍ତାବ ଦେଇଛନ୍ତି ।
  3. ପୁଞ୍ଜି ନିବେଶର ହବ୍‌ ପାଲଟିଛି ଓଡ଼ିଶା । ୯୯୯ କୋଟି ୯୯ ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୨.୨୭କୋଟି ଟଙ୍କା ନିବେଶରେ ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୮୪୭.୭୨ କୋଟି ଟଙ୍କା ବିନିଯୋଗରେ ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
  4. କାରରୁ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ ଧରିଛି ଭିଜିଲାନ୍ସ । ବିନୋଦଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରିଛି । ଜବତ ଟଙ୍କା ବେଆଇନ୍ ଉପାୟରେ ଆୟ କରାଯାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ ।
  5. ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ ନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର ରହିବ ।
  6. ନୂଆ ମାସ ଆରମ୍ଭରୁ ଅର୍ଥାତ ଆସନ୍ତା ଡିସେମ୍ବର ୧ରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରେଡିଟ୍ କାର୍ଡରେ ସପିଂ କରିବା ମହଙ୍ଗା ହେବ । ଏସବିଆଇ ଅନୁସାରେ ସବୁ ଇଏମଆଇ କ୍ରୟ ଉପରେ କ୍ରେଡିଟ କାର୍ଡ ଉପଭୋକ୍ତାଙ୍କଠାରୁ ପ୍ରେସେସିଂ ଫି ସହ ଟ୍ୟାକ୍ସ ମଧ୍ୟ ଆଦାୟ କରାଯିବ ।
  7.  ବିଶ୍ବର ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଜଣେ ଭାରତୀୟ । ସେ ହେଉଛନ୍ତି ମୁମ୍ବାଇର ପରାଗ ଅଗ୍ରଓ୍ବାଲ । ଟ୍ବିଟର ସହ ପ୍ରତିଷ୍ଠାତା ଜ୍ୟାକ ଡୋରସେ ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗ ଅଗ୍ରଓ୍ବାଲଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ବ ।
  8. ପୁରୁଷ ହକି ଜୁନିଅର ବିଶ୍ୱକପ୍ ଇତିହାସରେ ଆମେରିକା ବିପକ୍ଷରେ ସର୍ବାଧିକ ଗୋଲ୍ ଦେଇଛି ପାକିସ୍ତାନ । 
  9. ଦକ୍ଷିଣ ଆଫ୍ରିକାରୁ ମିଳିଥିବା ନୂଆ କରୋନା ଭୂତାଣୁ ଓମିକ୍ରମକୁ ନେଇ ସବୁଠି ଭୟର ବାତାବରଣ । କାରଣ ଡେଲଟା ଭାରିଆଣ୍ଟଠାରୁ ଆହୁରି ବିପତ୍ତିଜନକ ଓମିକ୍ରନ
  10. ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସହାରଞ୍ଚଳ ପୋଲିସ କର୍ମଚାରୀଙ୍କ ପାଇଁ ଚଳିତ ବର୍ଷ ୫୦୪ ଗୃହ ତିଆରି ହେବ ।
  11. ଦେଶରେ ତୃତୀୟ ଲହରର ଭୟାବହତା ବୃଦ୍ଧି ପାଇଥିବାରୁ ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନିତ୍ୱ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର୍ ଘର୍ ଦସ୍ତକ୍ ଅଭିଯାନ ଆରମ୍ଭ କରାଯାଇଛି ।ଏହି ଅଭିଯାନ ଆସନ୍ତା ଡିସେମ୍ବ ୩୧ ପର୍ଯ୍ୟନ୍ତ ଚାଲିବ ଏବଂ ଏହା ପୂର୍ବରୁ ଏବେ ପୁରା ଦେଶରେ ଶତ ପ୍ରତିଶତ ଟିକାକରଣ ଶେଷ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।
  12. ଆଡମିରାଲ ଆର ହରି କୁମାର ମଙ୍ଗଳବାର ଦିନ ନୌସେନାର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟ ପୂର୍ବରୁ ତାଙ୍କୁ ଗାର୍ଡ ଅଫ୍ ଅନର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗାର୍ଡ ଅଫ୍ ଅନର ପାଇବା ପରେ ହରି କୁମାର ଅତ୍ୟନ୍ତ ଭାବପ୍ରବଣ ହୋଇଯାଥିଲେ ।
  13. ମୌସୁମୀ ଅଧିବେଶନରେ ହଙ୍ଗାମା କରିଥିବା କାରଣରୁ ୧୨ ଜଣ ସଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ସାଂସଦ ମାନେ ଏବେ ଗୃହର କାର୍ଯ୍ୟବାହୀ ସମୟରେ ସାମିଲ ହୋଇପାରିବେ ନାହିଁ। 
  14. ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକରମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। 
  15. ଆସନ୍ତା ୪ତାରିଖରେ ‘ଜଓ୍ୱାଦ’ଲ୍ୟାଣ୍ଡଫଲ କରିବ ବାତ୍ୟା । ଗତକାଲି ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ବାତ୍ୟା ‘ଜଓ୍ୱାଦ’ । ୩ ତାରିଖରେ ବାତ୍ୟା ରୂପ ନେଇ ୪ତାରିଖରେ ସ୍ଥଳଭାଗ ଛୁଇଁବ । ଉତ୍ତର ଆନ୍ଧ୍ର କିମ୍ବା ଓଡିଶା ଉପକୂଳରେ ‘ଜୱାଦ’ ସ୍ଥଳଭାଗ ଛୁଇଁପାରେ ।
  16. ଏମ୍‌ସ ଭୁବ‌ନେଶ୍ବରର ଟ୍ରମା ଏବଂ ଜରୁରୀ ବିଭାଗ ପକ୍ଷରୁ ଏମ୍‌ସ ଭୁବନେଶ୍ବରର ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ‌
  17. ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୫୬ ତମ ପ୍ରତିଷ୍ଠା ଦିବସରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ରେ ପଦ୍ମଶ୍ରୀ ରମାକାନ୍ତ ରଥ ସମ୍ମାନିତ ହେବେ।
  18. ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୯ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
  19. ପୁଞ୍ଜି ନିବେଶର ହବ୍‌ ପାଲଟିଛି ଓଡ଼ିଶା । ୯୯୯ କୋଟି ୯୯ ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  20. ଆମେରିକାର ବୈଜ୍ଞାନିକମାନେ ବିଶ୍ବର ପ୍ରଥମ ଜୀବନ୍ତ ରୋ‌ବଟ ତିଆରି କରିଛନ୍ତି ଯାହାର ନିଜ ପରି ନୂଆ ରୋବଟ ତିଆରି କରିବାର କ୍ଷମତା ଅଛି। ତେବେ ଏ କ୍ଷମତା ପ୍ରାଣୀ ଓ ଉଦ୍ଭିଦଙ୍କ ପ୍ରଜନନ କ୍ଷମତା ପରି ନୁହେଁ। ବୈଜ୍ଞାନିକମାନେ ଏହି ରୋବଟର ନାଁ ଦେଇଛନ୍ତି ‘ଜେନୋବୋଟ’।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.