• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ ପ୍ରଣୟନ କରାଯାଇଥିବା ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ସୋମବାରଦିନ କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ସଂସଦରେ ବିଲ ଆଗତ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲକୁ ଅନୁମୋଦନ ଦେବା ପରେ କୃଷି ଆଇନ ପ୍ରତ୍ୟାହାର ବିଲଟି ଆଇନରେ ପରିଣତ ହୋଇଛି ।
  2. ବିଧାନସଭରେ ଆଗତ ହେଲା ୨୦୨୧-୨୨ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍  । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଛନ୍ତି ବଜେଟ  । ଚଳିତ ଅତିରିକ୍ତ ବଜେଟରେ  ୧୯ହଜାର ୮୩୩ କୋଟିର ପାଣ୍ଠି ବରାଦ ହୋଇଛି  ।  ଏଥର ୫ଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର  । ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି  । ଏଥିରେ ରାଜ୍ୟ ସରକାର ପ୍ରଶାସନିକ ବ୍ୟୟ ବରାଦ ୪୫୭୭ କୋଟି ରଖିଥିବାବେଳେ  କାର୍ଯ୍ୟକ୍ରମ ବ୍ୟୟ ରଖିଛନ୍ତି ୧୩ ୫୬୮ କୋଟି  ।
  3. ଆସନ୍ତା ୪ ତାରିଖ ସୁଦ୍ଧା ବାତ୍ୟା ଜୱାଦର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ଓ ପବନ ହେବା ନେଇ ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଫାୟାର, ଓଡ୍ରାଫ, ଏନଡ଼ିଆରଏଫକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  । ସେହିପରି ବାତ୍ୟା ପାଇଁ  ପ୍ରସ୍ତୁତ ରହିବେ 108 ଟି ଓଡ୍ରାଫ ଟିମ୍,  200 ଟି ଫାୟାର ଟିମ୍  ।
  4. ୨୦୨୪ରେ ଦିଲ୍ଲୀରୁ ବିଜେପିକୁ ହଟାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ମିଶନ । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି । 
  5. ଡିସେମ୍ବର ୧୫ରୁ ବିଦେଶକୁ ଭାରତରୁ ଉଡ଼ିବ ନାହିଁ ବିମାନ  ।  ଏହି ନିଷ୍ପତି ଲାଗୁ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ  ।
  6. ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ କହିଛି ଯେ ଗତ ନଭେମ୍ବର ମାସରେ ଦେଶରେ ୬୪୫ଟି ପ୍ରବଳ ବର୍ଷା ଏବଂ ୧୬୮ଟି ଅତି ପ୍ରବଳ ବର୍ଷା ଘଟଣା ଘଟିଛି। ଯାହାକି ପାଞ୍ଚ ବର୍ଷ ମଧ୍ୟରେ ନଭେମ୍ବର ମାସରେ ସର୍ବାଧିକ।
  7. ଦେଶରେ ନଭେମ୍ବର ମାସରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି । 
  8. ୨୦୨୧ ନଭେମ୍ବର ମାସରେ ଓଡ଼ିଶାରେ ଜିଏସଟି ରାଜସ୍ୱ ସଂଗ୍ରହ ୬୪ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଅର୍ଥାତ୍ ୨୦୨୦ ନଭେମ୍ବର ମାସରେ ଓଡ଼ିଶାରେ ୨,୫୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଥିବା ବେଳେ ୨୦୨୧ ନଭେମ୍ବର ମାସରେ ୪,୧୩୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି।
  9. ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ୦୩.୧୧.୨୦୨୧ରେ ରାଜ୍ୟ ଓକେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୧୭,୦୦୦ କୋଟି ଟଙ୍କା ଜାରି କରିଛନ୍ତି ।
  10. ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ୨୦୨୧ ନଭେମ୍ବର ମାସରେ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ଦ୍ୱିତୀୟ ସର୍ବାଧିକ । ଏପ୍ରିଲ ୨୦୨୧ରେ ସର୍ବାଧିକ ରାଜସ୍ୱ ସଂଗ୍ରହ କରାଯାଇଥିଲା, ଯାହାକି ବର୍ଷର ଶେଷର ରାଜସ୍ୱ ଆୟ ସହିତ ଜଡିତ ଏବଂ ଗତ ମାସର ସଂଗ୍ରହଠାରୁ ଅଧିକ । 
  11. ଲଣ୍ଡନ ଏବଂ ଆମଷ୍ଟରଡାମ୍ ରୁ  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିବା ୪ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଖବର ମିଳିଛି। 
  12. ଭାଟ୍‌ ହ୍ରାସ ହେବା ପରେ ଜାତୀୟ ରାଜଧାନୀରେ ପେଟ୍ରୋଲ୍‌ ଲିଟର୍‌ ପିଛା ଦର ୮ ଟଙ୍କା ହ୍ରାସ ପାଇବ। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୩ ଟଙ୍କାରୁ ଖସି ୯୫ ଟଙ୍କା ହେବ।  ଆଜି ମଧ୍ୟରାତ୍ରରୁ ଏହି ନୂତନ ମୂଲ୍ୟ ଲାଗୁ କରାଯିବ।
  13. ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି।
  14. ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ସଂପ୍ରତି ମହାକାଶରେ ଅବସ୍ଥାପିତ ଆନ୍ତର୍ଜାତିକ ମହାକାଶ ଷ୍ଟେସନ (ଆଇଏସଏସ)ର ତାଜା ଫଟୋଚିତ୍ର ଜାରି କରିଛି । ସ୍ପେଶଏକ୍ସ ମହାକାଶଯାନର ମହାକାଶଯାତ୍ରୀ ଥୋମାନ ପ୍ରେସକ୍ୱେଟ ତାଙ୍କର ନିକନ ଡି୫ ଡିଏସଏଲଆର କ୍ୟାମେରା ବ୍ୟବହାର କରି ଏହି ଫଟୋଚିତ୍ର ଉତ୍ତୋଳନ କରିଛନ୍ତି ।
  15. ପୁଟିନ୍ ଡିସେମ୍ବର ୬ରେ ଭାରତ ଗସ୍ତରେ ଆସୁଛନ୍ତି। ପୁଟିନ୍ ଏବଂ ମୋଦୀଙ୍କ ମଧ୍ୟରେ ବୈଠକରେ ଭାରତକୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ପ୍ରସ୍ତୁତି ଦେଖିବାର ସମ୍ଭାବନା ରହିଛି। ଏସ୍-୪୦୦ର ଉପକରଣ ଏବଂ ଯନ୍ତ୍ରାଂଶ ଭାରତରେ ପହଞ୍ଚିବା ଆରମ୍ଭ ହୋଇ ଯାଇଛି।
  16. ଜୁନିୟର ବିଶ୍ୱକପ୍‌ ହକିରେ ସେମିରେ ପ୍ରବେଶ କରିଛି ଭାରତ । ବେଲ୍‌ଜିୟମ୍‌କୁ ୧-୦ ଗୋଲ୍‌ରେ ହରାଇ ସେମିରେ ଭାରତୀୟ ଦଳ ପହଞ୍ଚିଛି । ସେମିଫାଇନାଲ୍‌ରେ ଜର୍ମାନୀକୁ ଭେଟିବ ଭାରତ । ପ୍ରଥମ କ୍ୱାର୍ଟରରେ ଗୋଲ୍‌ ହୋଇ ନଥିବା ବେଳେ ସେକେଣ୍ଡ୍‌ କ୍ୱାର୍ଟରେେ ଗୋଲ୍ ହୋଇଥିଲା ।
  17. ଗତ କିଛି ବର୍ଷ ହେଲା ଗହଣାର ଶୁଦ୍ଧତା ପାଇଁ ହଲମାର୍କ ବ୍ୟବହାର କରାଯାଉଛି। ଏବେ ସରକାର ଏହାକୁ ଅନିବାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେପରି ସାଧାରଣ ଜନତାଙ୍କୁ ଏହାର ଫାଇଦା ମିଳିବ। ଡିସେମ୍ବର ୧ ତାରିଖରୁ ସୁନା ଗହଣା ସମ୍ବନ୍ଧୀୟ ଏକ ନୂଆ ନିୟମ ଲାଗୁ ହେବ। ଗହଣା ବ୍ୟବସାୟୀ ଏହି ନିୟମ ପାଳନ ନ କଲେ ଜେଲ ହୋଇପାରେ।
  18. ଦିୟା ମିର୍ଜା ସବୁବେଳେ ପରିବେଶ ସୁରକ୍ଷା ସହ ଜଡିତ ଅଭିଯାନରେ ସାମିଲ ହୁଅନ୍ତି। ଦିୟା ମିର୍ଜା ସଂଯୁକ୍ତ ରାଷ୍ଟ୍ର ପର୍ଯାବରଣ କାର୍ଯ୍ୟକ୍ରମ (UNEP) ର ଗୁଡ଼ୱିଲ ଆମ୍ବାସେଡର ଅଛନ୍ତି। ସେ ଏକ ଫଣ୍ଡରେଜିଙ୍ଗ ପ୍ଲାଟଫର୍ମ ‘ମିଲାପ’ ଜରିଆରେ କହିଛନ୍ତି ଯେ ନିଜର ୪୦ତମ ଜନ୍ମଦିନରେ ୪୦ ଲକ୍ଷ ଟଙ୍କା ଦାନ କରିବେ।
  19. ଅପାରଗତା ଏବଂ କର୍ତ୍ତବ୍ୟର ଅବହେଳା କାରଣରୁ ଓଡିଶା କାଉନସିଲ୍ ଅଫ୍ ସ୍ପୋର୍ଟସର ଚାରିଜଣ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେବାରୁ ବରଖାସ୍ତ ହୋଇଥିବା ଚାରିଜଣ କୋଚଙ୍କୁ ପ୍ରଭାକର ତ୍ରିପାଠୀ ଏବଂ ଜଲିଚନ୍ଦ୍ର ପ୍ରସାଦ ବଢେଇ, ଭଲିବଲର ଉଭୟ କୋଚ୍, ବକ୍ସିଂର କୋଚ୍ ଶଙ୍କର ପ୍ରସାଦ ଅଦିକାରୀ ଏବଂ ହ୍ୟାଣ୍ଡବଲ୍ କୋଚ୍ ମନୋଜ କୁମାର ଦାସ ବୋଲି ଜଣାପଡିଛି।
  20. ମଧ୍ୟପ୍ରଦେଶରେ ୧୫ଟି ଶିଳ୍ପ ପ୍ରତିଷ୍ଠାନ ସିଲ୍ ହୋଇଛି । ଏହି ପ୍ରତିଷ୍ଠାନ ସବୁ ସିଲ୍ ହେବାର କାରଣ ହେଉଛି ଏଠାକାର କର୍ମଚାରୀମାନେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । କରୋନାର ନୂଆ ଭ୍ୟାରିଆଣ୍ଟ ନେଇ ସରକାର କଟକଣା କଡାକଡି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରତିଷ୍ଠାନକୁ ସିଲ୍ କରାଯାଇଛି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.