• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦୁର୍ବ୍ୟବହାର ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୧୨ ଜଣ ସଦସ୍ୟଙ୍କୁ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଛନ୍ତି ଯେ ଯଦି ସେମାନେ ସେମାନଙ୍କ ଅନୁଚିତ ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବେ, ଏବେ ନିଲମ୍ବନ ଆଦେଶ ସମ୍ପର୍କରେ ବିଚାର କରାଯିବ।
  2. ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ୧୨ ଘଣ୍ଟାରେ ଅବପାତ ରୂପ ନେବା ସହ ସର୍ବାଧିକ ପବନର ବେଗ ୧୦୦ କିମି ରହିବ। ଏନେଇ ନେଇ ଆଇଏମଡି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଆଜି ଦେଇଛନ୍ତି। ଏବେ ୱେଲମାର୍କ ଲୋପ୍ରେସର ରହିଛି। ୧୨ ଘଣ୍ଟା ପରେ ଅବପାତ ରୂପ ନେବ।
  3. ଜୱାଦ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଲବାଇ ପକ୍ଷରୁ ପ୍ରାୟ ୯୫ ଟ୍ରେନ ବାତିଲ କରାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩ ଓ ୪ ତାରିଖରେ ଯିବାକୁ ଥିବା ମେଲ, ଏକ୍ସପ୍ରେସ ଓ ଲୋକାଲ ଟ୍ରେନ ଗୁଡିକୁ ଗନ୍ତବ୍ୟସ୍ଥଳରୁ ହିଁ ବାତିଲ କରାଯିବ। 
  4. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ଏବଂ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ପୀଠ ଦିଲ୍ଲୀ, ପଞ୍ଜାବ, ହରିଆଣା ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ବାୟୁ ପ୍ରଦୂଷଣ ସ୍ତର ନିୟନ୍ତ୍ରଣ କରିବା ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ଆଦେଶ ଦେଇଥିଲେ ।
  5. ପୁରୀ ପୁଲିସ ଏସଟିଏଫ ଓ ଟାଉନ ଥାନା ଦ୍ୱାରା ୧୪୦ ଗ୍ରାମ ଧଳାଜହର ଜବତ ; ଆନୁମାନିକ ମୂଲ୍ୟ ୧୪ ଲକ୍ଷ,୨ ଆନ୍ତଃଜିଲା ଚାଲାଣକାରୀ ଗିରଫ
  6. ଚଳିତ ବର୍ଷ ନଭେମ୍ବର ମାସରେ ଭାରତର ରପ୍ତାନି ପୂର୍ବବର୍ଷ ନଭେମ୍ବର ତୁଳନାରେ ୨୬.୪୯% ବୃଦ୍ଧିପାଇଛି । ଗତବର୍ଷ ନଭେମ୍ବରରେ ଦେଶରୁ ୨୩.୬୨ ବିଲିଅନ ଡଲାର ମୂଲ୍ୟର ରପ୍ତାନି କରାଯାଇଥିବାବେଳେ ଚଳିତ ବର୍ଷ ନଭେମ୍ବରରେ ରପ୍ତାନି ପରିମାଣ ୨୯.୮୮ ବିଲିଅନ ଡଲାରକୁ ବୃଦ୍ଧିପାଇଛି ।
  7. ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ହୋମଗାର୍ଡ ଡିଜି ଏବଂ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌  ପରମବୀର ସିଂହଙ୍କୁ ପଦରୁ ନିଲମ୍ବନ କରିଛନ୍ତି ମହାରାଷ୍ଟ୍ର ସରକାର।
  8. ସଂସଦର ଶୀତକାଳୀନ ଅଧିବେଶନରେ ଆଜି ରାଜ୍ୟସଭାରେ ଡ୍ୟାମ ସୁରକ୍ଷା ବିଲ୍, ୨୦୧୯ ପାରିତ ହୋଇଛି। ଏକ ନିୟାମକ ସଂସ୍ଥା ମାଧ୍ୟମରେ ଦେଶର  ନିର୍ଦ୍ଦିଷ୍ଟ ଡ୍ୟାମର ତଦାରଖ, ଯାଞ୍ଚ, କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ପାଇଁ ଡ୍ୟାମ୍ ସୁରକ୍ଷା ବିଲରେ ବ୍ୟବସ୍ଥା ରହିଛି |
  9.  ଚଳିତ ମାସରେ ଭାରତରେ ଉପଲବ୍ଧ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଉ ଏକ କରୋନା ଟିକା-ଡାଇକୋଭ-ଡି । ପ୍ରଥମେ ଦେଶର ୭ଟି ରାଜ୍ୟରେ ଏହି ଟିକା ଦିଆଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
  10. ମିର୍ଜାପୁର-୨ ଓ୍ବେବ୍‌ ସିରିଜର ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ । ବ୍ରହ୍ମାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ବନ୍ଧୁ ଦିବ୍ୟେନ୍ଦୁ ଶର୍ମା । ହିଟ୍‌ ଓ୍ବେବ୍‌ ସିରିଜ୍‌ ମିର୍ଜାପୁର-୨ରେ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣିଥିଲେ ଲଳିତ୍‌ ଭୂମିକାରେ ଅଭିନୟ କରିଥିବା ଦିବ୍ୟେନ୍ଦୁ ଶର୍ମା ।
  11. ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫ୍ ୩୩ଟି ଟିମ୍ ନିୟୋଜିତ କରିଛି । ଆଉ ୩୩ଟି ଟିମ୍ ପ୍ରସ୍ତୁତ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଟିମ୍ ନିୟୋଜିତ ହୋଇଛନ୍ତି ।
  12. ମିଳିତ ଜାତିସଂଘରେ ଆଫଗାନିସ୍ତାନ ଏବଂ ମିଆଁମାରକୁ କିଏ ପ୍ରତିନିଧିତ୍ୱ କରିବ ସେନେଇ ଏକ ଜାତିସଂଘ କମିଟି ବୁଧବାର ଏକ ନିଷ୍ପତ୍ତି ସ୍ଥଗିତ ରଖିଛି
  13. “ଅପରେସନ ନୀଳ ଜହର” । କନ୍ଧମାଳ ଜିଲ୍ଲାରେ ପୁଣି ଥରେ ୧୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପ୍ରଶାସନ । କେ,ନୂଆଗାଁ ଥାନା ସାଇନପଡ଼ା ପଞ୍ଚାୟତ ଜାରଙ୍ଗା ବାଲିପଦର ଗୋଚ୍ଛାପଡ଼ା ଅଞ୍ଚଳରୁ ପ୍ରାୟ ୧୩୦ ଏକର ସରକାରୀ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ।
  14.  ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ଅନୁଷ୍ଠାନର ସଭାପତି ଡ.ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ହୀରାଖଣ୍ଡ ଅଞ୍ଚଳକୁ ସ୍ଥାନାନ୍ତରିତ ହେଉ ବୋଲି ଦାବି କରାଯାଇଛି। 
  15. ଭାରତ ବହୁଧ୍ରୁବୀୟ ବିଶ୍ୱରେ ଅନ୍ୟତମ ପ୍ରାମାଣିକ କେନ୍ଦ୍ର ହୋଇଛି, ଯାହା ଆମ ନିଜ ସହିତ ମେଳ ଖାଉଛି ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ।
  16. ପଞ୍ଜାବ କ୍ୟାବିନେଟ ବୁଧବାର ଦିନ 2014-15 ରୁ 2017-18 ପର୍ଯ୍ୟନ୍ତ ପ୍ରାୟ 1.50 ଲକ୍ଷ ମାମଲା ଟିକସ ମୂଲ୍ୟାଙ୍କନରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି, ଯାହା ରାଜ୍ୟ ରାଜକୋଷରୁ  200 କୋଟି ଟଙ୍କା ଖର୍ଚ୍ଚ କରିବ।
  17. ଟାଟା ପାୱାର ଘୋଷଣା କରିଛି ଯେ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (SECI) ଦ୍ୱାରା 100 ମେଗାୱାଟ ଇପିସି ଷୋୖର  ପ୍ରୋଜେକ୍ଟ ନିର୍ମାଣ ସହିତ 120 ମେଗାୱାଟ ୟୁଟିଲିଟି ସ୍କେଲ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସହିତ ଏକ ପ୍ରକଳ୍ପ ପ୍ରଦାନ କରାଯାଇଛି। ପ୍ରକଳ୍ପର ମୋଟ ଚୁକ୍ତିନାମା ମୂଲ୍ୟ ପ୍ରାୟ 945 କୋଟି ଅଟେ ଏବଂ ଏହା 18 ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ |
  18. ସେନା ଆସନ୍ତା ବର୍ଷରୁ ଅଧିକାରୀ ଏବଂ ପୁରୁଷଙ୍କ ପାଇଁ ଏକ ନୂତନ ଡିଜିଟାଲ୍ ପ୍ୟାଟର୍ ଯୁଦ୍ଧ ୟୁନିଫର୍ମ ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି |
  19. ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି ୨୦୨୧-୨୨ ଖରିଫ୍‍ ଋତୁରେ ନଭେମ୍ବର ୨୨ ତାରିଖ ସୁଦ୍ଧା ୨୯୦ ଲକ୍ଷ ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇଛି।
  20. ୨୦୦୭ କନ୍ଧମାଳ ଦଙ୍ଗାରେ ଦାରିଙ୍ଗବାଡ଼ି ଥାନା ଲଦପଙ୍କା ଚର୍ଚ୍ଚ ଓ ୱାର୍ଲଡ ଭିଜନ ଏନଜିଓ କାର୍ଯ୍ୟାଳୟକୁ ପୋଡ଼ି ଦିଆଯାଇଥିଲା। ଘଟଣାର ବିଚାର କରି ଓ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଏଥିରେ ଜଡ଼ିତ ଥିବା ୫୬ ଜଣ ଅଭିଯୁକ୍ତଙ୍କୁ ବିଚାରପତି ଗଗନ ସାହୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.