• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାତ୍ୟା ସମୟରେ ଜନସାଧାରଣ ବାହାରେ ବୁଲାବୁଲି କରନ୍ତୁ ନାହିଁ। ସମୁଦ୍ରକୂଳବର୍ତ୍ତୀ ସ୍ଥାନକୁ ଯାଆନ୍ତୁ ନାହିଁ। ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି।
  2. ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଗ ବିିଜ୍ଞପ୍ତି ଅନୁୁସାରେ ଗଂଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଂଜ ଜିଲ୍ଳାରେ ଡିସେମ୍ବର ୪ ତାରିଖରେ ବିିଦ୍ୟାଳୟ ବନ୍ଦ ରହିବ।
  3. ସେମିଫାଇନଲରେ ଜର୍ମାନୀ ଠାରୁ 4-2 ଗୋଲରେ ହାରି ଟ୍ରଫିଠୁ ଦୂରେଇଲା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ।
  4. ଫ୍ରାନ୍ସକୁ ହରେଇ ଫାଇନାଲରେ ଆର୍ଜେଣ୍ଟିନା। ମ୍ୟାଚ ଶେଷ ସୁଦ୍ଧା କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ। ଫଳରେ ମ୍ୟାଚ ସୁଟ ଆଉଟକୁ ଯାଇଥିଲା। 
  5. ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଆସନ୍ତାକାଲି ଶନିବାର ଲାଗିବ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ।
  6. ଭାରତୀୟ-ଆମେରିକୀୟ ଗୀତା ଗୋପିନାଥ ହେବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବା ଆଇଏମଏଫର ପ୍ରଥମ ଉପପରିଚାଳନା ନିର୍ଦ୍ଦେଶିକା । 
  7. ବିଶ୍ବର ୨୩ଟି ରାଷ୍ଟ୍ରକୁ ଏହି ଭୂତାଣୁ ବ୍ୟାପୀ ଥିବାବେଳେ କେବଳ ଦକ୍ଷିଣ ଆଫ୍ରିକାରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୬୦୦କୁ ବୃଦ୍ଧି ପାଇଛି । ସଂକ୍ରମଣ ହାର ଡେଲଟା ଭାରିଆଣ୍ଟ ସଂକ୍ରମଣ ତୁଳନାରେ ଅଧିକ ହେଉଥିବାରୁ ଆଗକୁ ପୁଣି ବଡ଼ ବିପତ୍ତି ଆସିବା ଆଶଙ୍କା ଦେଖାଯାଉଛି । ଆମେରିକା କାଲିଫର୍ଣ୍ଣିଆରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କତା ଜାରି କରାଯାଇଛି । 
  8. ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି ଯେ, କରୋନାର ବଦଳୁଥିବା ରୂପ ଏବେ ଲୋକମାନଙ୍କୁ ଅଧିକ ବିପଦକୁ ଟାଣି ନେଇପାରେ । ତେଣୁ ଦେଶରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବାକୁ ସରକାର ବିଚାର କରିବାର ସମୟ ଆସିଛି ।
  9. ବାତ୍ୟା ପ୍ରଭାବରେ ପବନର ବେଗ ପ୍ରାୟ ୮୦ରୁ ୯୦ କିଲୋମିଟର ରହିବ । ଏଥି ସହ ଆଜି ରାତିରୁ ଗଞ୍ଜାମ, ଗଜପତି, ପୁରୀରେ ବର୍ଷା ହେବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି । ୨୨ହଜାର ୭୦୦ଡଙ୍ଗା କୂଳକୁ ଫେରିଆସିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା  ।
  10. ଶୁକ୍ରବାର ଦିନ ପଂଜାବର କିରଟପୁର ସାହିବରେ କିଛି ଲୋକ ଘେରି ଯାଇଥିଲେ। କଙ୍ଗନା କିରଟପୁର ସାହିବ ଅତିକ୍ରମ କରୁଥିବାବେଳେ କିଛି ଆନ୍ଦୋଳନରତ ଚାଷୀ ତାଙ୍କ ଗାଡ଼ି ଅଟକାଇଥିଲେ। କୃଷକଙ୍କ ବିରୋଧରେ ସେ ଦେଇଥିବା ଟିପ୍ପଣୀ ପାଇଁ ସେମାନେ କ୍ଷମା ଦାବି କରିଥିଲେ।
  11. ଶୁକ୍ରବାର ଦିନ ରାଜ୍ୟସଭାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଲେ, ଓଡ଼ିଶାକୁ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍‌ରେ ହାରାହାରି ୮୩୮ କୋଟି ଟଙ୍କାର ଆବଣ୍ଟନ କରାଯାଉଥିଲା।
  12. ପୌର ନିର୍ବାଚନ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଆଇନ ଉପରେ ଆଲୋଚନା ପାଇଁ ରୁଲ୍‌ ୨୬୭ ଅଧୀନରେ ବିରୋଧୀମାନେ ଦେଇଥିବା ନୋଟିସ୍‌କୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡ଼ୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
  13. ଆଇସିଏଚ୍‌ଆର୍‌ ଦେଇଥିବା ମତାମତ ଆଧାରରେ ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ।
  14.  କେନ୍ଦ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରି କହିଛନ୍ତି, ଐତିହାସିକ ଦୃଷ୍ଟିକୋଣରୁ ୧୮୧୭ ମସିହାରୁ ୧୮୨୫ ପର୍ଯ୍ୟନ୍ତ ଚାଲିଥିବା ପାଇକ ବିଦ୍ରୋହ ଦେଶର ଆଭିଜାତ୍ୟ ବର୍ଗ ଓ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା ଓ ଭବିଷ୍ୟତ ଆନ୍ଦୋଳନ ପାଇଁ ମାର୍ଗ ଦେଖାଇଥିଲା। ତେଣୁ ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟ ପୁସ୍ତକରେ ଏହାକୁ ‘କେସ୍‌ ଷ୍ଟଡି’ ଭାବେ ସ୍ଥାନ ଦେବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଉତ୍ତରରେ କହିଥିଲେ।
  15. ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ନଜରରେ ରଖି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଆୟୋଜିତ ୫ ଦିନିଆ କୋଣାର୍କ ମହୋତ୍ସବକୁ ଆଜିଠାରୁ ବାତିଲ୍‌ କରି ଦିଆଯାଇଛି।
  16. ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ(ଅତ୍ୟାଧୁନିକ ଶ୍ରେଣୀଗୃହ), ଇ-ପାଠାଗାର, ଅତ୍ୟାଧୁନିକ ଗବେଷଣାଗାର, କମ୍ପ୍ୟୁଟର ଲାବ୍ ଭଳି ସୁବିଧା ଛାତ୍ରଛାତ୍ରୀଙ୍କ ପାଇଁ କରାଯିବ।
  17. ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  18.  ଗତବର୍ଷ ମୋବାଇଲ ଯୋଗେ ଅର୍ଥ ପୈଠ ପରିମାଣ ଏଟିଏମରୁ ଟଙ୍କା କାଢିବା ପରିମାଣକୁ ଟପିଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
  19. ତେଲ ଆଭିଭ ବିଶ୍ୱର ସବୁଠାରୁ ମହଙ୍ଗା ସହର
  20. ରାମା ମେଡିକାଲ୍‌ କଲେଜର ଫରେନ୍ସିକ୍‌ ଡିପାର୍ଟମେଣ୍ଟ ମୁଖ୍ୟ ପ୍ରୋଫେସର ସୁଶିଲ ସିଂହ ନିଜର ସ୍ତ୍ରୀ, ପୁଅ ଏବଂ ଝିଅଙ୍କୁ ହତ୍ୟା କରିଛନ୍ତି। ତାଙ୍କ ସ୍ତ୍ରୀ ଚନ୍ଦ୍ରପ୍ରଭା  (୪୮) ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ୧୮ ବର୍ଷୀୟ ପୁଅ ଶିଖର ସିଂହ କ୍ଲାଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲା । ତାଙ୍କର ୧୬ ବର୍ଷୀୟା ଝିଅ ଖୁସୀ ଦଶମ ଶ୍ରେଣୀର ଛାତ୍ରୀ ଥିଲେ।   ଡିପ୍ରେସନ୍‌ରେ ଆସି ଚନ୍ଦ୍ରପ୍ରଭା, ଶିଖର ଏବଂ ଖୁସୀକୁ ହତ୍ୟା କରିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.