• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଉତ୍କଳ ବିଶ୍ୱବିଦ୍ୟାଳୟର ପୂବର୍ତନ କୁଳପତି ତଥା ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ପରଲୋକ ହୋଇଯାଇଛି । ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବେ ସେ ଆନ୍ତର୍ଜାତିକ ସ୍ତରରେ ପରିଚିତ ଥିଲେ ।
  2. ୨୦୨୨ର ପ୍ରଥମ ସପ୍ତାହରେ ଅର୍ଥାତ ଫେବୃଆରୀ ମାସରେ ଏହା ଭାରତରେ ଉଗ୍ର ରୂପ ନେବାକୁ ଯାଉଛି  । ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରନ ଭାରିଆଣ୍ଟକୁ ନେଇ ଏପରି ବିସ୍ମୟକର ବୟାନ ଦେଇଛନ୍ତି  । ପ୍ରଫେସର ମଣୀନ୍ଦ୍ର ଆନାଲିସିସ କରିବା ସହ ଏ ଓମିକ୍ରନର ଭୟଙ୍କର ରୂପକୁ ନେଇ ତଥ୍ୟ ହସ୍ତଗତ କରିଛନ୍ତି  ।
  3. ସୁପର ସଣ୍ଡେରେ ସୁପର ଫାଇଟ । ରବିବାର ଜୁନିଅର ହକି ବିଶ୍ୱକପରେ ହେବାକୁ ଯାଉଛି ମହାମୁକାବିଲା ।
  4. ପରଲୋକରେ କିମ୍ବଦନ୍ତୀ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ । ୬୭ ବର୍ଷରେ ଆଖିବୁଜିଛନ୍ତି ଦେଶର ପରିଚିତ ଓ ପ୍ରତିଷ୍ଠିତ ସାମ୍ବାଦିକ ବିନୋଦ ଦୁଆ ।
  5. ଲୋକସେବା ଭବନରେ ଆୟୋଜିତ ସୁଶାସନ ଅନୁକରଣ ସଂପର୍କିତ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଦିବସରେ କେନ୍ଦ୍ର ପ୍ରଶାସନିକ ସଂସ୍କାର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ‘ମୋ ସରକାର’ କୁ ପ୍ରଶଂସା କରିଛନ୍ତି ।
  6. ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଆନ୍ଧ୍ର ପ୍ରଦେଶକୁ ୨୪୩ କୋଟି ଟଙ୍କାର ଜରିମାନା କରିଛନ୍ତି। ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣରେ ପରିବେଶ ନିୟମ ଉଲ୍ଲଂଘନ କରାଯାଇଥିବାରୁ ଏହି ଜରିମାନା କରାଯାଇଛି। ତିନି ମାସ ମଧ୍ୟରେ ଜରିମାନା ରାଶି ଆନ୍ଧ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି।
  7. ତାମିଲନାଡ଼ୁର ପୂର୍ବତନ ରାଜ୍ୟପାଳ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ରୋସେୟାଙ୍କ ଆଜି ପରଲୋକ ଘଟିଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଜି ହାଇଦ୍ରାବାଦରେ ତାଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି।
  8. ହାଇଦ୍ରାବାଦରେ ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଭାରତର ପ୍ରଧାନ ବିଚାରପତି କହିଛନ୍ତି ଯେ କୋର୍ଟକୁ ଯିବା ପୂର୍ବରୁ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯିବା ଉଚିତ୍। ସେ କହିଛନ୍ତି ଯେ ମଧ୍ୟସ୍ଥତା ମାଧ୍ୟମରେ କମ୍ ସମୟ ମଧ୍ୟରେ ସମାଧାନ ମିଳିପାରିବ |
  9. ମହାମାରୀ ବ୍ୟାପିବା ଦିନ ଠାରୁ ପ୍ରାୟ ଦୁଇ ବର୍ଷ ପରେ ଶନିବାର ଦିନ ପ୍ରଥମ କରି ‘କୁକ୍‌ସ୍‌ ଦ୍ବୀପପୁଞ୍ଜ’ରେ ପ୍ରଥମ କୋଭିଡ୍‌ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି।
  10. ହାର୍ଲି ଡେଭିଡସନ୍ ଭାରତରେ ଏହାର ନୂଆ ସ୍ପୋର୍ଟଷ୍ଟର ଏସ୍‌ ବାଇକ୍ ଉନ୍ମୋଚନ କରିଛି। ଏହାର ଏକ୍ସ ସୋରୁମ ମୂଲ୍ୟ ୧୫ ଲକ୍ଷ ୫୧ ହଜାର ଟଙ୍କା ରହିଛି
  11. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି ।
  12. କେନ୍ଦ୍ର ସରକାର ୩.୭୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି। ସେଥିପାଇଁ ସଂସଦର ଅନୁମତି ଲୋଡ଼ିଛନ୍ତି।
  13. ଆସନ୍ତା ଜାନୁଆରି ପହିଲାରୁ ଦେଶରେ ଏଟିଏମ୍‌ କାରବାର ମହଙ୍ଗା ହେବ। ମାସିକ ମାଗଣା କାରବାର ଶେଷ ହେବା ପରେ ଗ୍ରାହକଙ୍କୁ କାରବାର ପିଛା ୨୧ ଟଙ୍କା ଗଣିବାକୁ ‌ପଡ଼ିବ। 
  14. ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଭାରତୀୟ ବଂଶୋଦ୍ଭବ ଗୀତା ଗୋପୀନାଥଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ଉପ ପରିଚାଳନା ନିର୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି
  15.  ଆଜି ରାଜ୍ୟର ବାତ୍ୟା ‘ଜୱାଦ’ର ପ୍ରଭାବ ଯୋଗୁଁ ବାଲେଶ୍ବର, ବରଗଡ଼, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ, ରାୟଗଡା, ସୁନ୍ଦରଗଡ଼ ଓ ଭୁବନେଶ୍ବରରେ କେବଳ ଟିକାକରଣ ହେବ। ଅବଶିଷ୍ଟ ଜିଲାରେ ଟିକାକରଣ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
  16. ହୀରାକୁଦ ବନ୍ଧ ମଧ୍ୟରେ ୪୦ ମେଗାୱାଟ କ୍ଷମତା ସମ୍ପନ୍ନ ଏକ ଭାସମାନ ସୌର ଶକ୍ତି ପ୍ରକଳ୍ପ ପ୍ରତିଷ୍ଟା କରାଯିବ । ଭାରତ ସରକାରଙ୍କ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯିବ ।
  17. ହୀରାକୁଦ ବନ୍ଧ ମଧ୍ୟରେ ୪୦ ମେଗାୱାଟ କ୍ଷମତା ସମ୍ପନ୍ନ ଏକ ଭାସମାନ ସୌର ଶକ୍ତି ପ୍ରକଳ୍ପ ପ୍ରତିଷ୍ଟା କରାଯିବ । ଭାରତ ସରକାରଙ୍କ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯିବ ।
  18. ୨୦୨୨ ଡିସେମ୍ବର ସୁଦ୍ଧା ଷ୍ଟାରଲିଙ୍କ ଭାରତରେ ପ୍ରାୟ ୨ ଲକ୍ଷ ଇଂଟରନେଟ ସେବା ଯୋଗାଣକାରୀ ଉପକରଣ ସ୍ଥାପନ କରିବା ଲକ୍ଷ୍ୟ ରଖିଛି ।
  19. ଫେସ୍‌ବୁକ୍‌ ନିଜର ବିଭିନ୍ନ ଫିଚରରେ ପରିବର୍ତ୍ତନ କରିବା ସହ ନୂଆ ଫିଚର୍‌ ଯୋଡିଥିଲା । ମେସେଞ୍ଜର ସହ ଅନେକ ନୂଆ ଫିଚରକୁ ଏଥିରେ ସଂଯୋଗ କରାଯାଇଥିଲା । ପରେ ବିଜ୍ଞାପନ ପାଇଁ ବ୍ୟବସାୟିକ ସଂସ୍ଥାନମାନେ ଏହାକୁ ବ୍ୟବହାର କରିଥିଲେ । ଫେସ୍‌ବୁକ୍‌ କମ୍ପାନୀର ନାମ ପରିବର୍ତ୍ତନ କରାଯାଇ ମେଟା କରାଯାଇଛି ।
  20. ବିହାରର ଜମୁଇ ଅଞ୍ଚଳରୁ ବଡ ସୁନା ଭଣ୍ଡାର ସନ୍ଦାନ ମିଳିଛି । ଏହି ଖଣିରେ ଏତେ ପରିମାଣର ସୁନା ଅଛି ଯେ ସମଗ୍ର ଦେଶରେ ସେତିକି ପରିମାଣର ସୁନା ନାହିଁ । ସଂସଦରେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.