• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଶ୍ରୀକ୍ଷେତ୍ର ଆକାଶରେ ବାତ୍ୟା ପରର ଦୃଶ୍ୟ ଅଗଣିତ କାଳିଆ ଭକ୍ତଙ୍କୁ ଆକର୍ଷିତ କରିଛି  । ସତେ ଯେମିତି ପୁରୀ ଆକାଶରେ କିଏ ରଙ୍ଗର ଛିଟା ଲେପି ଦେଇଛି  ।
  2. କର୍ଣ୍ଣାଟକ, ଗୁଜରାଟ, ମୁମ୍ବାଇ ପରେ ଦିଲ୍ଲୀ ଓ ଜୟପୁରରୁ ଡେଇଁଛି କରୋନାର ନୂଆ ଭାଇରସ ଓମିକ୍ରନ । ରାଜସ୍ଥାନର ଜୟପୁରରୁ ୯ ଜଣ ଓ ମହାରାଷ୍ଟ୍ରରୁ ୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।
  3. ଜର୍ମାନୀକୁ ହରେଇ ବିଶ୍ୱକପ୍ ଟ୍ରଫି ହାତେଇଛି ଆର୍ଜେଣ୍ଟିନା। ର ଫାଇନାଲରେ ଜର୍ମାନୀକୁ 4-2 ଗୋଲରେ ପରାସ୍ତ କରି ବିଶ୍ୱକପ ଟ୍ରଫି ଆର୍ଜେଣ୍ଟିନା ନେଇଛି ।
  4. ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରାସ୍ତାରେ ପେନ୍ ବିକୁ ଥିବା ମେଘା ନାମକ ଜଣେ ଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ଫୋନ୍ କିଣି ଗିଫ୍ଟ ଭାବେ ଦେଇ ତେଜପ୍ରତାପ ଏହି ଚର୍ଚ୍ଚାକୁ ଆସିଛନ୍ତି ।
  5. ଆମେରିକା ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ଆସନ୍ତା ଜାନୁଆରୀ ମାସରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷ। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଆଲୋଚନା କରିବାକୁ ଯାଉଛନ୍ତି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଭର୍ଚ୍ୟୁଆଲରେ ମିଟିଂରେ ଆଲୋଚନା କରିବେ ।
  6. ରାଜ୍ୟରେ ରବିବାର ୪୧୦ଟି କେନ୍ଦ୍ରରେ ୩୧ ହଜାର ୬୪୯ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ମିଶାଇ ମୋଟ ଟିକାଦାନ ୪ କୋଟି ୪୫ ଲକ୍ଷ ୧ ହଜାର ୨୩୩ରେ ପହଞ୍ଚିଛି।
  7. ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ୨୦୨୨ ଜାନୁଆରୀରେ ଦେଶରେ କରୋନାର ତୃତୀୟ ଲହର ଶିଖର ଛୁଇଁବ। ଦେଶରେ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ଏହାର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।
  8. ବାତ୍ୟା ‘ଜୱାଦ’ ପ୍ରଭାବରେ ଗତକାଲି ଉପକୂଳବର୍ତ୍ତୀ ଜିଲାଗୁଡିକରେ ଅତି ପ୍ରବଳ ବର୍ଷା ହୋଇଛି। ପାରାଦ୍ବୀପରେ ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ପାରାଦ୍ବୀପରେ ସର୍ବାଧିକ ବର୍ଷା ୨୦୧ ମିମି ରେକର୍ଡ କରାଯାଇଛି। ଜଗତସିଂହପୁର ଜିଲାର କୁଜଙ୍ଗରେ ୧୧୪ ମିମି, ଏରସମାରେ ୧୮୮ ମିମି, ବାଲିକୁଦାରେ ୧୩୦ ମିମି ଏବଂ ନୂଆଗାଁରେ ୧୨୩ ମିମି ବର୍ଷା ରେକର୍ଡ କରାଯାଇଛି।
  9. ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି କରାଯାଇଥିା ଆଣ୍ଟି ଡ୍ରୋନ୍ ଖୁବ୍‌ ଶୀଘ୍ର ସୁରକ୍ଷାବଳମାନଙ୍କୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।
  10. ବିଶ୍ୱର ୫୮ ଟି ଦେଶରେ 5G କାର୍ଯ୍ୟକ୍ଷମ ହୋଇ ସାରିଲାଣି । ଭାରତରେ ଅନେକ ସ୍ମାର୍ଟଫୋନ୍‌ ନିର୍ମାତା ନିଜର 5G ଫୋନ୍‌ ଲଞ୍ଚ୍‌ କରିସାରିଲେଣି ।
  11. ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁଙ୍କ ନିକଟକୁ ପତ୍ରଲେଖି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ଗଭୀର ଦୁଃଖର ସହିତ ସେ ସଂସଦ ଟିଭିରେ ପ୍ରସାରିତ ହେଉଥିବା ସୋ’ ମେରି କାହାନିର ଉପସ୍ଥାପିକା ପଦବୀରୁ ଇସ୍ତଫା ଦେଉଛନ୍ତି ।
  12. ଜଣେ ଆମେରୀୟ ନାଗରିକ ତାଙ୍କ ପତ୍ନୀଙ୍କ ସହ ଆମେରିକା ଫେରୁଥିବା ବେଳେ ବିମାନ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏୟାର ଇଣ୍ଡିଆର ଫ୍ଲାଇଟ୍‌ ଏଆଇ-୧୦୫ରେ ଏହି ଘଟଣା ଘଟିଛି ।
  13. ତାମିଲନାଡୁ ସରକାର ରାଜ୍ୟର ସରକାରୀ ସେବା ଓ ସରକାରୀ ଉଦ୍ୟୋଗରେ ଚାକିରି ପାଇଁ ତାମିଲ ଭାଷାରେ ପରୀକ୍ଷା ଦେବା ବାଧ୍ୟତାମୂଳକ କରିଛନ୍ତି। ଏହି ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ପାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି।
  14. ଚିତ୍ତୋର, ମଝି ରାସ୍ତାରେ କାରରେ ଲାଗିଲା ନିଆଁ | ଲିଭିଗଲା ୬ଜଣଙ୍କ ଜୀବନ ଦୀପ | ଗୋଟେ ପରିବାରର ୮ଜଣ ଘରକୁ ଫେରୁଥିବା ବେଳେ ହଠାତ କାରରେ ନିଆଁ ଲାଗିବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି | 
  15. ଗତ ମାସରେ ଓଲା ଏସ ୧ ଓ ଏସ ୧ ପ୍ରୋ ପାଇଁ ଟେଷ୍ଟ ରାଇଡ୍ ଆରମ୍ଭ କରିଥିଲା। ଓଲା ଇଲେକ୍ଟ୍ରିକ  ନିଜର ଏସ ୧ ଓ ଏସ ୧ ପ୍ରୋ ଇଲେକ୍ଟ୍ରିକ ସ୍କୁଟର ପାଇଁ ୨୦ ହଜାର ଟେଷ୍ଟ ରାଇଡ୍ସ ପୂରା କରି ସାରିଛି। ଚଳିତ ମାସରୁ ୧୦୦୦ ସହରରେ ଗୋଟିଏ ଦିନରେ ୧୦ ହଜାର ଟେଷ୍ଟ ରାଇଡ୍ କରିବାର ଲକ୍ଷ୍ୟ ରଖାଯାଇଥିବା କମ୍ପାନୀ କହିଛି।
  16. ଡାକ ବିଭାଗ ୧୦ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି  ଆଣିଛନ୍ତି ପୋଷ୍ଟ ଅଫିସ ମନ୍ଥଲୀ ଇନକମ ସ୍କିମ (ଏମଆଇଏସ୍) ଏହା ଏପରି ଏକ ଲାଭଜନକ ସଞ୍ଚୟ ଯୋଜନା ଯେଉଁଥିରେ ଥରଟିଏ ମୋଟା ଅଙ୍କର ଜମା ରଖି ମାସକୁ ମାସ ସୁଧ ନେଇପାରିବେ।
  17. ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ ବିଶ୍ବ ଅର୍ଥନୀତିରେ ଆଇଏମ୍ଏଫ୍ର ଦୃଷ୍ଟିକୋଣକୁ ହ୍ରାସ କରିପାରେ। ଓମିକ୍ରନ୍‌ ଅତି ଶୀଘ୍ର ବିସ୍ତାର ଲାଭ କରିପାରେ।
  18. ପ୍ରାୟ ୫୦୦ ଯାତ୍ରୀ ଅନ୍ୟ ବିମାନବନ୍ଦର ଦେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ସଂଖ୍ୟା ଅଧିକ ବି ହୋଇପାରେ ତେବେ ଚିନ୍ତାର ବିଷୟ ଏହି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କୁ ଏବେ ଟ୍ରାକ୍‍ କରିବା ସମ୍ଭବ ହେଉ ନାହିଁ।
  19. ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତ ଯାଇଥିବା ବହୁ ଚର୍ଚ୍ଚିତ ବାରିପଦା ଆଇଟିଡିଏର କୋଟିପତି ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ରାଜ୍ୟ ସରକାର ପିଛିଲା ଭାବେ ତା୨୭.୧୧.୨୧ ରିଖ ଠାରୁ ଚାକିରିରୁ ନିଲମ୍ବିତ କରିଛନ୍ତି ।
  20. କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‍’ ଭୟ ଦେଶକୁ ଘାରିଥିବାବେଳେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ସୁନ୍ଦରଗଡ଼଼, ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଆଦି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଭାଗର ବଢ଼଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.