• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ନେଇ ଲୋକସଭାରେ ଅଣତାରକା ପ୍ରଶ୍ନ ପଚାରିଥିଲେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ । ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ସରକାର ଦିଅନ୍ତି ନାହିଁ।
  2. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକଙ୍କୁ ପଦୋନ୍ନତି ପାଇଥିବା ବେଳେ ଲେବୁଲ୍-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ୍-୩ରେ ୬୫୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ପାଇଛନ୍ତି ।
  3. କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ରକ୍ଷକ କାର୍ଯ୍ୟକ୍ରମ । ସଡକ ଦୁର୍ଘଟଣାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ଗତମାସରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଅଭିନବ କାର୍ଯ୍ୟକ୍ରମ ‘ରକ୍ଷକ।
  4. T-Series : ଭାରତର ପ୍ରଥମ ୟୁଟ୍ୟୁବ ଚାନେଲ T-Series ଯିଏ ପାର କଲା ୨୦୦ ମିଲିୟନ ସବ୍ସକ୍ରାଇବର ।
  5. ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ସଂସଦରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଗୁଳିକାଣ୍ଡ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା ।
  6. ବୁଷ୍ଟର ଡୋଜ କଥା ପରେ ଚିନ୍ତା କରାଯିବ, ପ୍ରଥମେ ସମସ୍ତଙ୍କୁ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି: ‘ହୁ’ ।
  7. ମହାରାଷ୍ଟ୍ରରେ ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା, ପୁଣି ୨ ସଂକ୍ରମିତ ଚିହ୍ନଟ ।
  8. ଭାରତ-ରୁଷ୍ ଶିଖର ବୈଠକ : ଭାରତକୁ ମହାଶକ୍ତି ଭାବେ ଦେଖିବାକୁ ଚାହୁଁ : ପୁତିନ ।
  9. ଏଣିକି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ ପ୍ରଥମରୁ ପଞ୍ଚମ ପିଲାଙ୍କ ଦକ୍ଷତା ଯାଞ୍ଚ ଲାଗି ଘରକୁ ଯିବେ ଶିକ୍ଷକ । ତେବେ ଖୁବ୍ଶୀଘ୍ର ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।
  10. ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଆଧାର ଲିଙ୍କ ବାଧ୍ୟତାମୂଳକ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡିକରେ ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଲିଙ୍କ କରାଯାଇ ନାହିଁ ତାହା ଶେଷ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଗଲା ନିର୍ଦ୍ଦେଶ ।
  11. ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡି କର୍ମୀ କଲେ ବିକ୍ଷୋଭ । ଚାକିରିକୁ ସରକାରୀ ମାନ୍ୟତା ଏବଂ ୧୮ ହଜାର ଟଙ୍କା ଦରମା ସହ ସରକାରୀ ଛୁଟି ପାଇଁ କଲେ ଦାବି ।
  12. ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ‘ଏସ-୪୦୦’ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ । ଭାରତ ଗସ୍ତରେ ଥିବା ଋଷ ରାଷ୍ଟ୍ରପତି ଭାଦିମିର ପୁଟିନ୍ଙ୍କ ସହ ଆଲୋଚନା କରି ୩୫ହଜାର କୋଟିର ଚୁକ୍ତି ସ୍ୱାକ୍ଷର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
  13. ବିଦେଶୀ ଚକଲେଟକୁ ପଛରେ ପକାଇ ଭାରତରେ ଖୁବ କମ ଦିନରେ ଲୋକପ୍ରିୟ ହୋଇପାରିଥିବା 'ପଲ୍ସ' ଚକଲଟେ କମ୍ପାନୀ ମାତ୍ର ୮ ମାସରେ ୧୦୦କୋଟିରୁ ଅଧିକ ଟଙ୍କା କଲା ଆୟ ।
  14. ଭୟଙ୍କର ହେଉଛି ଓମିକ୍ରନ୍, ଗତ ୧୦ ଦିନରେ ଭାଇରସ୍ର ନୂଆ ଭାରିଆଣ୍ଟ୍ ୩୮ ଦେଶରେ ସଂକ୍ରମିତ ହେଲାଣି ଚିହ୍ନଟ ।
  15. ପୂର୍ବ ଭାରତ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆ ରହିଲା ଆଗରେ, ମିଳିଲା ଏପିଏସି ଏଜୁକେସନ୍‌ ଲିଡରସିପ୍‌ ଆୱାର୍ଡ ।
  16. ବିଶ୍ବ ଟେଷ୍ଟ ରାଙ୍କିଂ ଶୀର୍ଷରେ ଟିମ ଇଣ୍ଡିଆ, ଗତକାଲି ଓ୍ବାର୍ଲ୍ଡ ଚାମ୍ପିୟନ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଅନ୍ତିମ ଟେଷ୍ଟ ମ୍ୟାଚରେ ଐତିହାସିକ ବିଜୟ ହାସଲକଲା ପରେ କଲେ ଏହି ନୂଆ ରେକର୍ଡ । ସେପଟେ ୩୦୦ ରନରୁ ଅଧିକ ବ୍ୟବଧାନରେ ସର୍ବାଧିକ ଟେଷ୍ଟ ଜିତିବାରେ ଦୁନିଆର ପ୍ରଥମ ଅଧିନାୟକ ହେଲେ ବିରାଟ କୋହଲି ।
  17. ଏସିଆନ ଥାଇ ବକ୍ସିଂ ଚାମ୍ପିୟନସିପରେ ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତ(ବାଳକାଟି) ଅଧୀନ ବସନ୍ତପେଡ଼ି ଗ୍ରାମର ଶ୍ରୀଲିପ୍ତା ଆଚାର୍ଯ୍ୟ ସ୍ବର୍ଣ୍ଣ ପଦକ ଜିତି ସର୍ବ ଭାରତୀୟ ସ୍ତରରେ ଜିତିଲେ ସ୍ବର୍ଣ୍ଣ ପଦକ ।
  18. ମିଆଁମାରର ବହିଷ୍କୃତ ନେତା ଅଙ୍ଗ ସାନ୍ ସୁ କୀଙ୍କ ଦଣ୍ଡାଦେଶ ଚାରି ବର୍ଷରୁ ଦୁଇ ବର୍ଷକୁ ହ୍ରାସ କରାଯାଇଛି ବୋଲି ସରକାରୀ ଟେଲିଭିଜନ ଆଜି ସନ୍ଧ୍ୟାରେ କହିଛି।
  19. କୋଭିଡ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ ସୁପ୍ରିମକୋର୍ଟ ଗତ ଅକ୍ଟୋବରରେ ସ୍ବୀକୃତି ଦେଇଥିଲେ। କିନ୍ତୁ ରାଜ୍ୟମାନଙ୍କ ଦ୍ବାରା ଏଯାବତ୍‌ ତାହା ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ।
  20. କୋଭିଡ୍‌-୧୯ ମହାମାରୀ ସମୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟ୍‌ଲାଇନ୍‌ରେ କାର୍ଯ୍ୟ କରୁଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଓମିକ୍ରନ୍ ସଂକ୍ରମଣରୁ ରକ୍ଷା କରିବା ପାଇଁ କରୋନା ଭାଇରସ୍ ଟିକା ଦିଆଯିବା ଉଚିତ ବୋଲି ଆଇଏମ୍ଏ ସଭାପତି ଡାକ୍ତର ଜେ ଜୟଲାଲ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.