• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ । ଭୁଟାନର ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। 
  2. ୩୦ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ ଜଣଙ୍କ ନିଯୁକ୍ତି ପରେ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।
  3. କେନ୍ଦ୍ରାପଡାର ମହାକାଳପଡାରେ ବାର୍ଷିକ ୨୪ ନିୟୁତ ଟନ କ୍ଷମତାସମ୍ପନ୍ନ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର । ଏଥିରେ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ନିବେଶ କରାଯିବ । ଏହି ପ୍ରକଳ୍ପ ଯୋଗୁ ପ୍ରତ୍ୟକ୍ଷ ଭାବେ ୧୬ ହଜାରରୁ ଅଧିକ କର୍ମନିଯୁକ୍ତି ହେବା ସହ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । 
  4. ଯାଜପୁର ଜିଲ୍ଲାର ପ୍ରଥମ କରି ଧର୍ମଶାଳା ମହାବିଦ୍ୟାଳୟର ଶ୍ରେଣୀ ଗୃହକୁ ରୂପାନ୍ତରିତ କରାଯାଇଛି  । କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ କରାଯାଇଛି  । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚକା ଚକ ସ୍ମାର୍ଟ କ୍ଲାସ ରୁମ ହୋଇଛି  । ଛାତ୍ର ଛାତ୍ରୀଙ୍କ ପାଇଁ ଡିଜିଟାଲ ବ୍ଲାକ ବୋର୍ଡ, ଅନଲାଇନ ରେ ପାଠ ପଢିବା ପାଇଁ ଏଲିଡି ବ୍ୟବସ୍ଥା ମଧ୍ୟ କରାଯାଇଛି  ।
  5. ରାଉରକେଲା ସହରର ଉନ୍ନତି ପାଇଁ ୫୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦେବାକୁ ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।
  6. ଏକ ପ୍ରବନ୍ଧରେ ଓକିଲଙ୍କୁ ‘ଥାର୍ଡ-ରେଟ୍‌ ଓକିଲ’ ବୋଲି କହିବା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହାକୁ ଏକ ଅପରାଧ ରୂପେ ବିବେଚନା କରି ଶୁକ୍ରବାର ସୁପ୍ରିମକୋର୍ଟ ଏପରି ଲେଖିଥିବା ଜଣେ ସାମ୍ବାଦିକଙ୍କୁ ଏକ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 
  7. ଜାପାନର ଓସାକା ସହରର ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କର ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ଓସାକା ବଜାରରେ ଥିବା ଏକ ଆଠ ମହଲା କୋଠାର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା |
  8. ପଞ୍ଚଭୂତରେ ଲୀନ ହେଲେ ଗ୍ରୁପ କ୍ୟାପଟେନ ବରୁଣ ସିଂ । ମଧ୍ୟପ୍ରଦେଶର ଭୋପାଳରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
  9. ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବରେ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ମାହୋଲ ସରଗରମ ହୋଇସାରିଛି ।
  10. ଦେଶର ୧୧ଟି ରାଜ୍ୟରୁ ଏପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ୱାଲ । ଦେଶର ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
  11.  ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏହି ଟିକାକୁ ତିଆରି କରିଛି । ଆମେରିକାର କମ୍ପାନୀ ନୋଭାଭାକ୍ସର ଲାଇେସନ୍ସ ଅଧୀନରେ ଏସଆଇଆଇ ଏହି ଟିକା ତିଆରି କରିଛି । କୋଭୋଭାକ୍ସକୁ ହୁ’ରୁ ମାନ୍ୟତା ପରେ ଏହାକୁ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରକୁ ବଣ୍ଟନ କରାଯିବ ଲାଗି ଉଦ୍ୟମ କରାଯିବ। 
  12. ଲୋକସଭାରେ ନ୍ୟାସନାଲ୍‍ ଆଣ୍ଟି ଡୋପିଙ୍ଗ୍‍ ବିଲ୍‍ ୨୦୨୧, ବନ୍ୟ ଜନ୍ତୁ ସଂରକ୍ଷଣ ସଂଶୋଧନ ବିଲ୍‍ ୨୦୨୧ ଓ ଆପ୍ରୋପିଏସନ୍‍ ବିଲ୍‍ ୨୦୨୧ ଉପସ୍ଥାପନ ହୋଇଥିଲା। ଏହାଛଡ଼ା ସରୋଗେସି ବିଲ୍‍ ୨୦୧୯ରେ ସଂଶୋଧନ ସଭାର ଅନୁମୋଦନ ଲାଭ କରିଛି।
  13. ଉତ୍ତର କୋରିଆରେ ହସିବା ଉପରେ କଟକଣା । ୧୦ ଦିନ ପାଇଁ ଦେଶରେ ହସିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ । ପୂର୍ବତନ ଶାସକ କିମ ଜଙ୍ଗ ଇଲଙ୍କ ଦଶମ ମୃତ୍ୟୁବାର୍ଷିକୀ ପାଳନ ଲାଗି ଦେଶରେ ଏହି କଟକଣା ଜାରି କରାଯାଇଛି । କେବଳ ହସିବା ଉପରେ ନୁହେଁ ବରଂ ମଦ୍ୟପାନ କରିବା, ଗ୍ରୋସରୀ ସାମଗ୍ରୀ କ୍ରୟ, ଅବସରକାଳୀନ କାର୍ଯ୍ୟକଳାପ ଆଦି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
  14. ଆମେରିକା ବିଦେଶ ମନ୍ତ୍ରଣାଳୟ ଆତଙ୍କବାଦୀଙ୍କ ଉପରେ ଜାରି କରିଥିବା ନୂଆ ରିପୋର୍ଟରେ ଏହା ଦାବି କରିଛି କି ଭାରତର ୬୬ ଜଣ ଯୁବକ ISISରେ ସାମିଲ ଅଛନ୍ତି ।
  15.  ଓମିକ୍ରନ ଟାର୍ଗେଟରେ ଜାନୁଆରୀ । ଏହି ମାସରେ ସାରା ବିଶ୍ବରେ ଗଭୀର ସଙ୍କଟର କାରଣ ହୋଇପାରେ ଓମିକ୍ରନ।
  16. ଭାରତ ସମେତ ସମଗ୍ର ବିଶ୍ବକୁ କରୋନା ଭାଇରସ ମହାମାରୀ ଡରାଉଛି। ଏହି ସଂକ୍ରମଣ ଯୋଗୁଁ ୫୩.୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୩୯ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୭ ଲକ୍ଷ ୧୮ ହଜାର ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୮୦୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।   
  17. ରେଳବାଇ ଯଥାଶୀଘ୍ର ଫେରସ୍ତ ଲାଗି ନୂଆ ସେବା ଦେଉଛି। IRCTC  ନିଜର ପେମେଣ୍ଟ ଗେଟୱେର IRCTC-iPay ନାମରେ ଏକ ପ୍ଲାଟଫର୍ମ ଶୁଭାରମ୍ଭ କରିଥିଲା। 
  18. ହାଇଦ୍ରାବାଦ୍‌ର ଏକ ବଡ଼ ଡାକ୍ତରଖାନାରେ ଗୁରୁବାର ଏକ ବିରଳ ଚିକିତ୍ସା କରାଯାଇଛି। ଏଠାକାର ଡାକ୍ତରୀ ଟିମ୍‌ ଜଣେ ମହିଳା କିଡ଼୍‌ନୀରୁ ୧୫୬ ଖଣ୍ଡ ପଥର ଖଣ୍ଡ ବାହାର କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଦେଶରେ ପ୍ରଥମ ଥର ଜଣେ ରୋଗୀଙ୍କ କିଡ୍‌ନୀରୁ ଏତେ ପରିମାଣରେ ଷ୍ଟୋନ୍‌ ବାହାରିଛି। 
  19. ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
  20. ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ବି. ଲୋକୁରଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.