• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୂରଗାମୀ ଟ୍ରେନରେ ଏହି ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ, ଗରିବ ରଥ, ରାଜଧାନୀ ଏକ୍ସପ୍ରେସର ସ୍ଲିପର କୋଚରେ ୬ଟି ବର୍ଥ ମହିଳାଙ୍କ ଲାଗି ସଂରକ୍ଷିତ ରହିବ ।
  2. ଗତ ୬ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ମୋଟ  ୩୧.୦୮ ଲକ୍ଷ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।
  3. ଗତ ୬ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ମୋଟ  ୩୧.୦୮ ଲକ୍ଷ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।
  4.  ଷ୍ଟାର୍ଟଅପ୍ କ୍ଷେତ୍ରରେ ଆଗଉଛି ଓଡ଼ିଶା । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍କ୍ୟୁବେସନର ଶୁଭାରମ୍ଭ । ଚନ୍ଦ୍ରଶେଖରପୁରରେ ଓ-ହବ୍ ଷ୍ଟାର୍ଟଅପ୍ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  5.  ଷ୍ଟାର୍ଟଅପ୍ ପାଇଁ ରାଜ୍ୟ ସରକାର ଏକ ନୂଆ ଡ୍ରାଫ୍ଟ ପଲିସି ଆଣିବେ । ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରେନରସିପ୍‌କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ ।
  6. ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୂରଗାମୀ ଟ୍ରେନରେ ଏହି ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ, ଗରିବ ରଥ, ରାଜଧାନୀ ଏକ୍ସପ୍ରେସର ସ୍ଲିପର କୋଚରେ ୬ଟି ବର୍ଥ ମହିଳାଙ୍କ ଲାଗି ସଂରକ୍ଷିତ ରହିବ ।
  7. ସଂଯୁକ୍ତ ସଂଘର୍ଷ ପାର୍ଟି ନାମରେ ନୂଆ ଦଳ ଘୋଷଣା କରିଛନ୍ତି ଗୁରନାମ । ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଗୁରନାମ । ରାଜନୀତି ଏବେ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।
  8. ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଆଜି ଓଡିଶାର ଧାମରା ଅବଦୁଲ୍ କାଲାମ ଦ୍ୱୀପରୁ ଭାରତ ଆଣବିକ କ୍ଷମତାସମ୍ପନ୍ନ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିଛି ।
  9. ଶୁକ୍ରବାର ଦ୍ବିତୀୟାର୍ଦ୍ଧରେ ଲଖିମପୁର ଖେରୀ ଘଟଣାରେ ବିରୋଧୀ ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଲାଗି ଜୋରଦାର ଦାବି କରୁଥିବା ବେଳେ ତା’ ଭିତରେ କେନ୍ଦ୍ର ସରକାର ଲୋକସଭାରେ ୩ଟି ବିଲ୍ ପାସ୍ କରାଇ ନେଇଛନ୍ତି।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୫୯୪ କିମି ଦୀର୍ଘ ଛଅ ଲେନ୍ ବିଶିଷ୍ଟ ଗଙ୍ଗା ଏକ୍ସପ୍ରେସ୍‌ୱେ ୩୬,୨୦୦ କୋଟି ଟଙ୍କା ଅଟକଳ ମୂଲ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
  11. ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି । ଦେଶର ପାଞ୍ଚଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମାନବାଧିକାର ସମ୍ପର୍କିତ ଅଭିଯୋଗଗୁଡିକ ସମ୍ପର୍କରେ ଦୁଇ ଦିନିଆ ଜନଶୁଣାଣି କରିବା ଅବସରରେ ଜଷ୍ଟିସ ମିଶ୍ର ଏହା କହିଛନ୍ତି ।
  12. ପ୍ରସିଦ୍ଧ ଟିକା  ନିର୍ମାତା ଫାଇଜର କମ୍ପାନୀ ଚେତାବନୀ ଦେଇଛି ଯେ କରୋନା ମହାମାରୀର ପ୍ରଭାବ ୨୦୨୪ ବର୍ଷ ପର୍ଯ୍ୟନ୍ତ ରହିପାରେ। ବିଶ୍ବର ଅନେକ ଦେଶରେ ନୂତନ ଭାରିଆଣ୍ଟ ଓମିକ୍ରନ୍ ର ସଂକମଣକୁ ଦୃଷ୍ଟିରେ ରଖି ଏହା କୁହାଯାଇଛି ।
  13. ଲଦାଖରେ କିଛି ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ପଛକୁ ହଟିଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବରେ ହୋଇପାରିନାହିଁ ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‍ ମାର୍ଶାଲ ଭି ଆର ଚୌଧରୀ କହିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଓ ଚୀନ ପଟୁ ଭାରତ ପ୍ରତି ସୃଷ୍ଟି ହେଉଥିବା ସମ୍ପର୍କରେ ଦେଶର ବାୟୁସେନା ଭଲ ଭାବରେ ଅବଗତ ଅଛି ।
  14. ପାକିସ୍ତାନର ବନ୍ଦର ସହର କରାଚୀର ଶେରଶାହ ସ୍ତିତ ପାରାଚା ଛକ ଅଞ୍ଚଳରେ ଏକ ଡ୍ରେନ ଦେଇ ଯାଉଥିବା ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
  15. ଆସନ୍ତା ବର୍ଷ ୨୦୨୨ରେ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ. ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଶାସକ ଦଳ ପୁଣି କ୍ଷମତାକୁ ଫେରିବା କଷ୍ଟ କରହୋଇପାରେ ବୋଲି ଅନୁମାନ କରାଯାଉଛି ।
  16. ୨୧ ତାରିଖ ଯାଏଁ ଶୀତ ଲହରୀ ଆଲର୍ଟ। ହାଡଭଙ୍ଗା ଶୀତରେ ଜମାଟ ବାନ୍ଧିଛି ଦେଶର ୫ ରାଜ୍ୟ । ପଞ୍ଚାବ, ହରିୟାଣା ଏବଂ ରାଜସ୍ଥାନ ପାଇଁ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ । ରାଜସ୍ଥାନ ସିକରର ଫତେପୁରରେ ପାରଦ ଛୁଇଁଛି ମାଇନସ୍ ୩.୩ ଡିଗ୍ରୀ ।
  17. ଚୀନର ସବୁଠାରୁ ବୟସ୍କ ବ୍ୟକ୍ତି ଅଲିମିହାନ ସେୟତିଙ୍କର ଶିନଜିୟାଙ୍ଗ ଉଇଗୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦେଶର ପ୍ରଚାର ବିଭାଗ ଅନୁଯାୟୀ କାଶଗର ପ୍ରାନ୍ତରେ ଶୁଲେ କାଉଣ୍ଟିର କୋମକ୍ସରିକ ଟାଉନଶିପ ନିବାସୀ ସେୟତି ୧୮୮୬ ଜୁନ ୨୫ରେ ଜନ୍ମ ହୋଇଥିଲେ। 
  18. ବ୍ଲୁମବର୍ଗ ବିଲେନିୟର ଇନଡେକସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଗୋଟିଏ ସ୍ଥାନ ତଳକୁ ଖସିଥିବା ବେଳେ ଏବେ ତାଙ୍କର ସର୍ବମୋଟ ୭୬.୦୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସେ ଏବେ ଦୁନିଆର ୧୪ତମ ଧନୀ ଶାଳୀ ବ୍ୟକ୍ତି ତାଲିକାରେ ଅଛନ୍ତି।  
  19. ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ସାଂସଦ ବୃଜଭୂଷଣ ଶରଣ ସିଂହ ଜଣେ ଯୁବ ପହିଲମାନଙ୍କୁ ଚାପୁଡା ମାରିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। 
  20. ବରିଷ୍ଠ ପୋଲିସ ଅଧିକାରୀଙ୍କ କନ୍‌ଫରେନ୍ସ-୨୦୨୧ର ଉଦ୍‌ଯାପନୀ ଅବସରରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇ ବର୍ଷ ୨୦୨୧ରେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟ ଫଳରେ ବିଗତ ୫ବର୍ଷ ମଧ୍ୟରେ ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଏବଂ ସମ୍ୱଲପୁର ଜିଲ୍ଲାକୁ ମାଓ ମୁକ୍ତ ହୋଇପାରିଥିବା କହିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.