• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସରଯୁ କେନାଲ ଜାତୀୟ ପ୍ରକଳ୍ପ ଶନିବାର ଉଦଘାଟିତ ହୋଇଯାଇଛି । ୯୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଘାଘରା, ସରଯୁ, ରାପ୍ତି, ବାଣଗଙ୍ଗା ଏବଂ ରୋହିଣି ଆଦି ପାଞ୍ଚଟି ନଦୀକୁ ସଂଯୁକ୍ତ କରାଯାଇଛି । ଏହା ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ୧୪ ଲକ୍ଷ ହେକ୍ଟର ଜମିକୁ ନିଶ୍ଚିତ ଜଳସେଚନ ସୁବିଧା ଯୋଗାଇଦେବ । 
  2.  ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଚିତାଭସ୍ମ ଶନିବାର ଉତ୍ତରାଖଣ୍ଡର ହରିଦ୍ୱାରା ଠାରେ ବିସର୍ଜନ କରାଯାଇଛି । ସେମାନଙ୍କ ଦୁଇ କନ୍ୟା କ୍ରିତିକା ଏବଂ ତାରିଣୀ ଚିତାଭସ୍ମକୁ ଦିଲ୍ଲୀରୁ ଆଣି ଏଠାରେ ପହଞ୍ଚିବା ପରେ ତାହାକୁ ବିସର୍ଜନ କରିଥିଲେ । 
  3. ଏସସିଏଲ ଇଣ୍ଡିଆ ୨୦୨୧ ସମ୍ମିଳନୀରେ ଉଦବୋଧନ ଦେଇ ଗଡକରୀ କହିଥିଲେ, ସେ କାହା ବିରୁଦ୍ଧରେ କିଛି ଅଭିଯୋଗ କରିବାକୁ ଚାହୁଁନାହାନ୍ତି, କିନ୍ତୁ ଅଧିକାଂଶ ପ୍ରକଳ୍ପ ତଥାକଥିତ ବ୍ୟବସ୍ଥା ପାଇଁ ବିଳମ୍ବିତ ହେଉଛି । ସରକାରୀ ବ୍ୟବସ୍ଥାରେ କୌଣସି ନିଷ୍ପତ୍ତି ନନେବା ଏବଂ ନିଷ୍ପତ୍ତି ନେବାରେ ବିଳମ୍ବ କରିବା ଏକ ବଡ ସମସ୍ୟା ଭାବରେ ରହିଥିଲା । ନିଷ୍ପତ୍ତି ନେବା କ୍ଷେତ୍ରରେ ଅହେତୁକ ବିଳମ୍ବ କରାଯିବା କାରଣରୁ ପ୍ରକଳ୍ପଗୁଡିକର ବ୍ୟୟ ଅଟବଳ ବୃଦ୍ଧିପାଇଛି ।
  4. ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ଆଉ ୪ ମାସ ମିଳିବ ଚାଉଳ । ଡିସେମ୍ବର ମାସରୁ ମାର୍ଚ୍ଚ ୨୦୨୨ ଯାଏ ପ୍ରତିମାସ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ମାଗଣା ଚାଉଳ ହିତାଧିକାରୀଙ୍କୁ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । 
  5. ତିରୁମାଲାଠାରେ ଥିବା ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିରକୁ ଜଣେ ଭକ୍ତ ସୁନାରେ ତିଆରି ହୀରା ଏବଂ ରୁବି ଭଳି ମୂଲ୍ୟବାନ ପଥର ଖଚିତ ଏକ ଯୋଡା ‘ବରାଡ କଟି ହସ୍ତ’ ଦାନ କରିଛନ୍ତି । ଏହି ଅଳଙ୍କାର ଓଜନ ପ୍ରାୟ ୫.୩ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ବୋଲି ଜଣାଯାଇଛି ।
  6. କୃଷକ ନେତାମାନେ ସ୍ୱର୍ଣ୍ଣ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିବା ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏସଜିପିସି ପକ୍ଷରୁ କୁହାଯାଇଛି। ଏସଜିପିସିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅବସରରେ ଏହା ସମେତ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। 
  7. ରାଜ୍ୟରେ ଆସନ୍ତା ୨୩ରୁ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ। ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏନେଇ ଛୁଟି ତାଲିକା ପ୍ରକାଶ କରାଯାଇଛି । 
  8. ଆମେରିକାରେ ଆଜି ପଛକୁ ପଛ ୪ଟି ଟର୍ନାଡୋ ଆତଙ୍କ ଖେଳାଇ ଦେଇଛି। ଏଥିମଧ୍ୟରୁ ଗୋଟିଏର ପ୍ରଭାବ ବହୁତ ଅଧିକ ରହିଥିଲା। ଟର୍ନାଡୋ ୨୨୭ ମାଇଲ (୩୬୫ କିମି)ରୁ ଅଧିକ ଅଞ୍ଚଳକୁ ବହିଛି। ଫଳରେ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
  9.  ଡେରାଡୁନସ୍ଥିତ ଭାରତୀୟ ମିଲିଟାରୀ ଏକାଡେମି (ଆଇଏମ୍‌ଏ)ଠାରେ କ୍ୟାଡେଟ୍‌ମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସ୍ବର୍ଗବାସୀ ହୋଇଥିବା ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ସ୍ମରଣ କରିଥିଲେ।
  10. ପୋଖରାନ ରେଞ୍ଜଠାରେ ଭାରତ ଆଜି ଏକ୍ସଟେଣ୍ଡେଡ୍ ରେଞ୍ଜ ପିନାକ (ପିନାକ-ଇଆର୍) ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର ସିଷ୍ଟମ୍‌ର ପରୀକ୍ଷା ସଫଳତାର ସହ ସମ୍ପନ୍ନ କରିଛି ବୋଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପ୍ରକାଶ କରିଛି।
  11. ଗୁଗୁଲ୍ ଏହାର ବିବାଦୀୟ ପ୍ଲେ ଷ୍ଟୋର୍‌ ନୀତିକୁ ଏବେ ଭାରତରେ ଲାଗୁ କରିବ ନାହିଁ। ୨୦୨୨ ଅକ୍ଟୋବରରୁ ଏହି ନୀତି ଲାଗୁ କରାଯିବ ବୋଲି କଂପାନି କହିଛି। ଚଳିତ ବର୍ଷ ଦ୍ବିତୀୟ ଥର ଲାଗି କଂପାନି ଏହି ନୀତି କାର୍ଯ୍ୟକାରୀ କରିବା ସମୟ ସୀମା ବୃଦ୍ଧି କରିଛି।
  12. ତାମିଲନାଡ଼ୁ କୁନୁରରେ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଜୁନିଅର ଓ୍ୱାରେଣ୍ଟ ଅଫିସର (ଜେଡବ୍ଲୁଓ) ରାଣାପ୍ରତାପ ଦାସଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।
  13. ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଏପର୍ଯ୍ୟନ୍ତ ୧୪ ଲକ୍ଷ ୯୭ ହଜାର ୫୦୧ ଜଣଙ୍କୁ ଆଇଟି କ୍ଷେତ୍ରରେ ନିଯୁକ୍ତି ଦିଆଯାଇଛି। ଆଇଟି କ୍ଷେତ୍ରରେ, ଟାଟା କନସଲଟାନ୍ସି ସର୍ଭିସେସ୍ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଚାକିରି ଦେଇଛି |
  14. ପ୍ରିମିୟମ୍ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିମାନ ଭଳି ସୁବିଧା ପ୍ରଦାନ କରିବା ଉପରେ ରେଳବାଇ ବିଚାର କରୁଛି। ଏୟାର ‌ହୋଷ୍ଟେସ୍‌ଙ୍କ ଭଳି ଟ୍ରେନ୍‌ରେ ଆଟେଣ୍ଡାଣ୍ଟ୍ ବ୍ୟବସ୍ଥା ପ୍ରଚଳନ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।
  15. ଚଳିତ ସପ୍ତାହର ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ରହୁଥିବାବେଳେ ଏହି ଦୁଇଦିନରେ ପୂରା ୫ ଘଣ୍ଟା ଏସବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସେବା, ୟୁନୋ ଲାଇଟ ସେବା, ୟୁପିଆଇ ଓ ମୋବାଇଲ ବ୍ୟାକିଂ ଆପଣମାନେ ବ୍ୟବହାର କରିପାରିବେ ନାହିଁ । ଏସବିଆଇର ସୂଚନା ମୁତାବକ ପୂରା ୩୦୦ ମିନିଟ ଅର୍ଥାତ ୫ ଘଂଟା ପର୍ଯ୍ୟନ୍ତ ଗ୍ରାହକମାନେ ଏସବିଆଇ ସହିତ ଜହିତ ଅଫଲାଇନ କିମ୍ବା ଅନଲାଇନ ସେବାରୁ ବଞ୍ଚିତ ହେବେ ।
  16. ୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ବିଜୟ ହୋଇଥିବାରୁ ଆକାଶରୁ ହେଲା ଫୁଲବର୍ଷା ।
  17. ଗୁରୁତର ଅସୁସ୍ଥ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ଏୟାର ଲିଫ୍ଟ। ଭୁବନେଶ୍ବରରୁ ହାଇଦ୍ରାବାଦକୁ କରାଗଲା ଏୟାରଲିଫ୍ଟ। ବାପା ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ କରଯାଇଥିବା ନେଇ ପୁଅ ଦେବପ୍ରିୟ ପାତ୍ରଙ୍କ ସୂଚନା।
  18. ଦ୍ବିତୀୟ ଥର ପାଇଁ ଏମ୍ସ ନିର୍ଦେଶକଙ୍କୁ ଝଟ୍‌କା ଦେଇଛି କ୍ୟାଟ୍‌। ଫାକଲ୍‌ଟିଙ୍କ ବାର୍ଷିକ ଗୁପ୍ତ ରିପୋର୍ଟ ଦାଖଲ ନେଇ ସ୍ଥଗିତାଦେଶ ଜାରି କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୩ ତାରିଖରେ ହେବ।
  19. ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅନ୍ତର୍ଗତ କଉଡ଼ିଆ ଛକରେ ଥିବା ଶୁଭ୍ରମନ୍ୟୁ ସୁବୁଦ୍ଧିଙ୍କ ଧାନ ମିଲରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।
  20. ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୪ ଲକ୍ଷ ୮୮ ହଜାର ୪୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୩୯୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.