• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କାଶୀ ବିଶ୍ବନାଥ କରିଡରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ୨ ବର୍ଷ ୯ ମାସ ୯ ଦିନରେ ଏହାର ନିର୍ମାଣ କାମ ସମ୍ପନ୍ନ ହୋଇଛି। ଏଥିପାଇଁ କାଶୀରେ ଏବେ ଉତ୍ସବର ମାହୋଲ। କାଶୀ ବିଶ୍ବନାଥ ମନ୍ଦିରକୁ ଏବେ ପୁରା ଲାଇଟରେ ସଜାଇ ଦିଆଯାଇଛି। 
  2. ଓମିକ୍ରନ ବିରୋଧୀ ଲଢ଼େଇକୁ ବଳ ଯୋଗାଇଛନ୍ତି କୋରିଆନ୍ ବୈଜ୍ଞାନିକ । ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପାଇଁ ନୂଆ କୌଶଳର ଉପଯୋଗ କରୁଛନ୍ତି । ଯାହାଦ୍ୱାରା ମାତ୍ର ୨୦ ମିନିଟରେ ଜଣାପଡ଼ିବ ରେଜଲ୍ଟ ।
  3. ଆସନ୍ତା ଫେବ୍ରୁଆରୀ ମାସରୁ କଳିଙ୍ଗ ଷ୍ଟାଡ଼ିୟମରେ ପୁରୁଷ ଓ ମହିଳା ଏଫଆଇଏଚ୍ ପ୍ରୋ-ହକି ଲିଗ୍ ଖେଳାଯିବ । ଏଥର ଦର୍ଶକଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଆଉ ଏକ  ବିଶ୍ବସ୍ତରୀୟ ପ୍ରତିଯୋଗିତା । ଏଫଆଇଏଚ୍ ଏବଂ କ୍ରୀଡ଼ା ବିଭାଗ ଏଭଳି ସଙ୍କେତ ଦେଇଛନ୍ତି ।
  4. ଫେବ୍ରୁଆରି ୨୬ରୁ ଏଫଆଇଏଚ୍  ପୁରୁଷ  ହକି ଲିଗ୍ ଖେଳାଯିବାକୁ ଥିବାବେଳେ ଫେବ୍ରୁଆରୀ ୧୯ରୁ ମହିଳା ହକି ଲିଗ୍ ଖେଳାଯିବ । ପୁରୁଷ ବର୍ଗରେ  ୨୬ ଓ ୨୭ରେ ସ୍ପେନ୍, ମାର୍ଚ ୧୨ ଓ ୧୩ରେ ଜର୍ମାନି ଏବଂ ୧୯ ଓ ୨୦ ତାରିଖରେ ଆର୍ଜେଣ୍ଟିନା ସହ ଭାରତର ମୁକାବିଲା ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଏପ୍ରିଲ ୨ ଓ ୩ରେ ଖେଳାଯିବ । ଭାରତୀୟ ପୁରୁଷ ଟିମ୍ ମୋଟ ୮ଟି ମ୍ୟାଚ୍ ଖେଳିବା ସହ ମହିଳା ଟିମ୍ ମଧ୍ୟ କିଛି ମ୍ୟାଚ ଖେଳିବ
  5. ଟର୍ଣ୍ଣାଡୋ ପ୍ରଭାବରେ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ପବନ ବହିବା ସହ ଆମେରିକାର ୬ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକ କ୍ଷତିଗ୍ରସ୍ତ ହୋଇଛି କେଣ୍ଟୁକି ରାଜ୍ୟ । କେଣ୍ଟୁକିରେ ଘର ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ବେଘର ହୋଇ ଯାଇଛନ୍ତି ହଜାର ହଜାର ଲୋକ ।
  6. କରୋନା ମହାମାରୀ କାଳରେ ଭୋକ ଉପାସରେ ଦିନ କାଟିଥିବା ଗରିବ ଖଟିଖିଆର ନିଚ୍ଛକ କାହାଣୀକୁ ନେଇ ନିର୍ମାଣ ହୋଇଛି କଳାତ୍ମର ଚଳଚ୍ଚିତ୍ର ‘ଭୋକ’ ।
  7. କାଶୀ ବିଶ୍ବନାଥ ମନ୍ଦିର କରିଡର କାଶୀ ବିଶ୍ବନାଥ ମନ୍ଦିରକୁ ଗଙ୍ଗାନଦୀ କୂଳ ସହ ସଂଯୋଗ କରିଛି । ଏହି ପ୍ରକଳ୍ପ ୫ଲକ୍ଷ ବର୍ଗ ଫୁଟକୁ ବ୍ୟାପିଛି ଯାହା ମଧ୍ୟରେ ୪୦ଟି ପ୍ରାଚୀନ ମନ୍ଦିର ରହିଛି। ଏହା ମଧ୍ୟରେ ଭକ୍ତଙ୍କୁ ବିଭିନ୍ନ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ୨୩ଟି ନୂଆ କୋଠା ତିଆରି କରାଯାଇଛି।
  8. ଡିସେମ୍ବର ୯ ତାରିଖ ସୁଦ୍ଧା ‘ଓମିକ୍ରନ୍‌’ ୬୩ଟି ଦେଶକୁ ବ୍ୟାପିଛି। ‘ଡେଲ୍‌ଟା’ ସଂକ୍ରମଣ କମ୍‌ ଥିବା ଦକ୍ଷିଣ ଆଫ୍ରିକା ଏବଂ ‘ଡେଲ୍‌ଟା’ ସଂକ୍ରମଣ ଅଧିକ ଥିବା ବ୍ରିଟେନ୍‌ରେ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ କ୍ଷିପ୍ର ବେଗରେ ସଂକ୍ରମିତ ହେଉଥିବା ଜଣାପଡ଼ିଥିବା କଥା ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।
  9. ସିଆନ ପାୱାର ଇଣ୍ଡେକ୍ସ ୨୦୨୧ରେ ସିଡ୍‌ନୀ-ସ୍ଥିତ ଲୋୱି ଇନ୍‌ଷ୍ଟିଚ୍ୟୁଟ୍ ସବୁଠୁ କ୍ଷମତାଶାଳୀଙ୍କ ଅଧଃକ୍ରମରେ ୨୬ଟି ଦେଶର ତାଲିକା କରିଛି। ଆମେରିକା ଉତ୍ତମ କୂଟନୀତି ବଳରେ ନିଜର କୂଟନୀତି ଓ ପ୍ରଭାବ ବଳରେ ଏସିଆରେ ସବୁଠୁ ପ୍ରଭାବଶାଳୀ ଦେଶର ସ୍ଥାନ ବଜାୟ ରଖିପାରିଛି। ପୂର୍ବରୁ ଚୀନ୍ ଏକ ନମ୍ବରରେ ଥିବାବେଳେ ସେ ଦୁଇ ନମ୍ବରକୁ ଖସିଯାଇଛି ଓ ତା’ର ସ୍ଥାନ ନେଇଛି ଆମେରିକା। ସବୁଠାରୁ କ୍ଷମତାଶାଳୀ ଦେଶ ହିସାବରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଉପରକୁ ଜାପାନ ଅଛି ତୃତୀୟରେ ଏବଂ ତଳକୁ ରୁଷିଆ ଅଛି ପଞ୍ଚମରେ।
  10. ତାମିଲନାଡ଼ୁ ତାଞ୍ଜାବୁର ଜିଲ୍ଲାର ୨ ବର୍ଷୀୟା ଶିଶୁ ଭାରତୀ ଗତ ଅଗଷ୍ଟରେ ଏକ ବିରଳ ଜିନୀୟ ବିକୃତିର ଶିକାର ହୋଇଥିବା ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜର ଡାକ୍ତରମାନେ ଚିହ୍ନଟ କରିଥିଲେ। ଡିସେମ୍ବର ୧୧ରେ ଗଣ-ଅର୍ଥାୟନ (କ୍ରାଉଡ୍‌ଫଣ୍ଡିଂ) ଦ୍ବାରା ସଂଗୃହୀତ ୧୬ କୋଟି ଟଙ୍କାରେ ତାଙ୍କ ପାଇଁ ବିଦେଶରୁ ଔଷଧ ମଗାଯାଇଥିଲା। 
  11. କେନ୍ଦ୍ର ସରକାର ଆମଦାନି ଶୁଳ୍କ ହ୍ରାସ କରିବା ପରେ ଗତ ମାସରେ ଖାଇବା ତେଲର କେଜି ପିଛା ଦାମ୍‌ରେ ୮-୧୦ ଟଙ୍କାର ହ୍ରାସ ଘଟିଛି। ଦେଶ ଭିତରେ ବିଭିନ୍ନ ତୈଳବୀଜ ଉତ୍ପାଦନ ବଢ଼ିଥବାରୁ ଆସନ୍ତା ମାସରେ ଦାମ୍‌ ଆଉ ୩-୪ ଟଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି
  12. ସ୍ବର୍ଣ୍ଣିମ ବିଜୟ ପର୍ବ’ରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ; ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ମୂଳୋତ୍ପାଟନ ହେବ ।
  13. ଦେଶର ସର୍ବବୃହତ ସିରିଞ୍ଜ୍ ନିର୍ମାତା ‘ହିନ୍ଦୁସ୍ତାନ ସିରିଞ୍ଜେସ୍‌ ଆଣ୍ଡ୍‌ ମେଡିକାଲ୍ ଡିଭାଇସେସ୍‌ (ଏଚ୍‌ଏମ୍‌ଡି)କୁ ସମସ୍ତ ଚାରି କାରଖାନା ବନ୍ଦ କରିବାକୁ ହରିଆଣା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦେଶ ଦେଇଛନ୍ତି। ଦେଶର ଦୁଇ ତୃତୀୟାଂଶ ସିରିଞ୍ଜ୍‌ ଆବଶ୍ୟକତାକୁ ଏହି କଂପାନି ପୂରଣ କରୁଥିଲା।
  14. ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ଆରମ୍ଭ ହୋଇଥିବା ଭିନ୍ନ ପ୍ରୟାସ ଇକୋ ରିଟ୍ରିଟ୍ ଏହି ପିକନିକ୍ ସିଜିନ୍ ରେ ପର୍ଯ୍ୟଟକ ମାନଙ୍କୁ ନିଆରା ଅନୂଭୁତି ଦେଇ ଆସୁଛି । ଶୀତ ଦିନରେ ସମୁଦ୍ର କୂଳ ଓ ଘଞ୍ଚ ଜଙ୍ଗଲରେ ବିଳାସପୂର୍ଣ୍ଣ କ୍ୟାମ୍ପର ମଜା ସାଥିରେ ଶୀତୁଆ ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏଭଳି କିଛି ଭିନ୍ନତାକୁ ନେଇ ପୁଣି ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍ ୨୦୨୧ । 
  15. ଗଞ୍ଜାମରେ ବିଏସକେୱାଇ ସ୍ମାର୍ଟକାଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଏହାସହିତ ୨୨୮୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ୨୭ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । 
  16. ମହାରାଷ୍ଟ୍ରର ପରିବାର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରୀ ରାଜେଶ ଟୋପେ ଶନିବାର କହିଛନ୍ତି ଯେ, ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନ ସମୟରେ ଜୀବନ ହରାଇଥିବା ୪୨ ଜଣ ସଂପର୍କୀୟଙ୍କୁ ସରକାରୀ ଚାକିରି ଦିଆଯିବ।
  17.  ବ୍ରିଟେନ୍‌ରେ କ‌ୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଦ୍ବାରା ୧୨୦୦ରୁ ଊର୍ଦ୍ଧ୍ବ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁକେ ସରକାରଙ୍କ ଅନୁମାନ ଯେ, ଚଳିତ ମାସ ସୁଦ୍ଧା ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବ।
  18. ବୁନ୍ଦି ରାଜପୁତ ସମାଜର ‘ରାଜା’ ହେଲେ ବ୍ରିଗେଡିୟର ଭୂପେଶ ସିଂହ ହାଡା, ରାଜ୍ୟାଭିଷେକ ପରେ ସମ୍ଭାଳିଲେ ରାଜ୍ୟ ।
  19. ୱିଣ୍ଟର ଅଲିମ୍ପିକ୍-୨୦୨୨କୁ ନେଇ ଚୀନ୍‌ ଏବେ ଚିନ୍ତିତ। ଅନ୍ତର୍ଜାତୀୟ କ୍ରିଡା ଆୟୋଜନ ଦାୟିତ୍ୱ ଚୀନ୍‌ ଉପରେ ପଡିଛି। ଏଥିଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ବି ଚାଲିଛି। ହେଲେ ଏଥିପାଇଁ ଜିନପିଙ୍ଗ ସରକାର ଦେଇଥିବା ଶୁନ୍ୟ ସଂକ୍ରମଣ ପ୍ରତିଶ୍ରୁତି ପୂରଣ କରିପାରିବେ କି ନା ସେ ନେଇ ଏବେଠୁ ସନ୍ଦେହ ହେଲାଣି। 
  20. ଦିଲ୍ଲୀରେ ଆୟୋଜିତ ‘ଡିପୋଜିଟର୍ସ ଫାଷ୍ଟ’ କାର୍ଯ୍ୟକ୍ରମରେ ଗଭର୍ଣ୍ଣର ଦାସ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ପ୍ରତିବଦ୍ଧ ଯେ, ବ୍ୟାଙ୍କିଙ୍ଗ ପ୍ରକ୍ରିୟା ମଜବୁତ ଏବଂ ସରଳ ରହିବା ଉଚିତ୍। ମାତ୍ର ଏହା ଉଭୟ ବ୍ୟାଙ୍କ ଏବଂ ଗ୍ରାହକଙ୍କ ଦାୟିତ୍ଵ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.