• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବର ପ୍ରଥମ ଦେଶ ଭାବେ ଦୁବାଇ ଶତପ୍ରତିଶତ କାଗଜବିହୀନ (ପେପରଲେସ୍) ହୋଇପାରିଛି ବୋଲି ଏମିରେଟ୍‌ (ଅମିର-ଶାସିତ ଦେଶ)ର ରାଜକୁମାର ଶେଖ୍ ହମଦାନ ବିନ ମହମ୍ମଦ ବିନ ରଶିଦ ଅଲ୍ ମକତୁମ ଘୋଷଣା କରିଛନ୍ତି। ଏହାଦ୍ବାରା ବାର୍ଷିକ ୧୩୦ କୋଟି ଦିରହାମ୍ (୩୫ କୋଟି ଡଲାର) ଏବଂ ୧୪୦ ଲକ୍ଷ ମାନବ-ଘଣ୍ଟା ବଞ୍ଚିପାରୁଛି ବୋଲି ସେ କହିଛନ୍ତି। 
  2. ଇଜ୍ରାଏଲ୍‌ର ଏଇଲାଟ୍‌ରେ ଅନୁଷ୍ଠିତ ‘୭୦ତମ ମିସ୍‌ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍‌ନାଜ୍ କୌର୍‌ ସନ୍ଧୁ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌ ଜିଣିଛନ୍ତି।
  3. ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ୟୁନାଇଟେଡ ନେସନ୍ସ କ୍ୟାପିଟାଲ୍ ଡେଭଲପମେଣ୍ଟ ଫଣ୍ଡ (ୟୁଏନ୍‌ସିଡିଏଫ୍) ଜାତିସଂଘ ପୁଞ୍ଜିବିକାଶ ପାଣ୍ଠି ମଧ୍ୟରେ ଆଜି ଅପରାହ୍ଣରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ସହ ‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଏବଂ ଲିଙ୍ଗଗତ ସମାନତାକୁ ଦୃଢ଼ୀଭୂତ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାର ଏବଂ ୟୁଏନ୍‌ସିଡିଏଫ୍‌ର ଏହା ଏକ ସମ୍ମିଳିତ ପ୍ରୟାସ । ସୂଚନା ଯୋଗ୍ୟ ଯେ, ରାଜ୍ୟର ସହର ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଅଧୀନ ୬.୦୨ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛନ୍ତି।
  4.  ପୁରସ୍କାର ଚୟନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ପୁରସ୍କାର ଚୟନ ଉପରେ ଅସନ୍ତୋଷ ପ୍ରକାଶ କରି ଛବିରାଣୀ ଫିଲ୍ମର ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଆସନ୍ତା ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କଟକର ୧୮ ଲକ୍ଷ  ଲୋକ ଏହି ସୁବିଧା ପାଇବେ । ସେହିଭଳି ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ । ଏଥିସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
  6. ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଚଳିତ ମାସ ଶେଷ ସପ୍ତାହରେ ଘୋଷଣା ହେବ ତାରିଖ । ଆଉ ୩ ଦିନ ପରେ ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ପାଖାପାଖି ୬ ହଜାର ୭୯୪ ସରପଞ୍ଚ ଓ ସମିତି ସଭ୍ୟ, ୯୨ ହଜାର ୱାର୍ଡ ମେମ୍ବର, ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ହେବ ନିର୍ବାଚନ ।
  7. ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ । ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
  8. ନିକଟରେ ଜଷ୍ଟିସ୍‌ ଗୋଗୋଇ ତାଙ୍କ ସ୍ମୃତି ଗ୍ରନ୍ଥ ‘ବିଚାରପତିଙ୍କ ପାଇଁ ନ୍ୟାୟ’ର ଉନ୍ମୋଚନ ଅବସରରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ମୋର ଯେତେବେଳେ ଇଚ୍ଛା ହୁଏ, ସେତେବେଳେ ମୁଁ ରାଜ୍ୟସଭାକୁ ଯାଏ! ବ୍ୟକ୍ତିଗତ ଭାବରେ ମୁଁ ସେଠାକୁ ଯିବାକୁ ଆରାମଦାୟକ ଅନୁଭବ କରେ ନାହିଁ।
  9. ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଶୂନ୍ୟ ବଜେଟ୍‌ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ସମେତ ଅନ୍ୟାନ୍ୟ କୃଷି ପ୍ରସଙ୍ଗ ଉପରେ ଏକ କମିଟି ନିକଟ ଭବିଷ୍ୟତରେ ଖୁବ୍‌ ଶୀଘ୍ର ଗଠନ କରାଯିବ ବୋଲି କୃଷି ସଚିବ ସଞ୍ଜୟ ଅଗ୍ରୱାଲ ସୋମବାର କହିଛନ୍ତି।
  10. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମୁତାବକ, ମହାମାରୀ କରୋନା ୫୦ କୋଟିରୁ ଅଧିକ ଲୋକଙ୍କୁ ଅତି ଦାରିଦ୍ର୍ୟ ସୀମା ରେଖା ତଳକୁ ଠେଲି ଦେଇଛି। କାରଣ ସେମାନେ ନିଜ ସଞ୍ଚୟ ଅର୍ଥରୁ ଚିକିତ୍ସା ପାଇଁ ବ୍ୟୟ କରି ସର୍ବସ୍ୱାନ୍ତ ହୋଇଛନ୍ତି। ମୌଳିକ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ କରୋନା ଗୁରୁତର ପ୍ରଭାବ ପକାଇଥିବା ହୁ’ କହିଛି।
  11. ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ସୋମବାର ବାଲେଶ୍ଵର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପିଡୋ(SMART)ର ସଫଳ ପରୀକ୍ଷଣ କରିଛି।
  12. ଆନ୍ଧ୍ରରେ ଓମିକ୍ରନ ଚିହ୍ନଟ ପରେ ସତର୍କ ହେଲେ ଓଡିଶା ସରକାର: ସ୍ୱାସ୍ଥ୍ୟ ବିଭାଗ କହିଲା, ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡିକୁ ସଜାଗ କରାଯାଇଛି ।
  13. ସୋଭିଏତ୍‌ ଦେଶର ପତନ ପରେ ଗୁଜୁରାଣ ମେଣ୍ଟାଇବାକୁ ସେ ‘କ୍ୟାବ୍‌’ ବା ‘ଟ୍ୟାକ୍ସି’ ଚଳାଉଥିଲେ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି।
  14. ଶ୍ରୀଲଙ୍କାର ରତ୍ନପୁରା ଅଞ୍ଚଳରେ । ଶ୍ରମିକମାନେ ଜଣେ ବ୍ୟକ୍ତିଙ୍କ ଜମିରେ କୂଳ ଖୋଳାଯାଉଥିବାବେଳେ ଏହି ବୃହତ ରତ୍ନର ସନ୍ଧାନ ପାଇଥିଲେ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀଲଙ୍କା ସରକାର ଉକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିଛନ୍ତି ।
  15. ଚଳିତବର୍ଷ ୧୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟରେ ୭ ହଜାର ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ୧୬ ତାରିଖରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ଏହା ବାଦ୍‌ ସପ୍ତାହକ ମଧ୍ୟରେ ଆଉ ୪ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ୫-ଟି ଉପକ୍ରମରେ ସ୍କୁଲ ଭିତ୍ତିଭୂମି ରୁପାନ୍ତର ସହ ଶିକ୍ଷକ ନିଯୁକ୍ତି ଉପରେ ବି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି 
  16. ପାଇକଙ୍କୁ ଭୁଲିଲା କେନ୍ଦ୍ର, ଲଢିବ ଓଡ଼ିଶା । ନବୀନଙ୍କ ଯୁଦ୍ଧଂଦେହୀ ଡାକରା । ଓଡ଼ିଶାର ଅଧିକାର ପାଇଁ ତୀବ୍ର ହେବ ଆନ୍ଦୋଳନ । ଖୋର୍ଦ୍ଧାରେ ବିଏସ୍‌କେଓ୍ୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଆରମ୍ଭରୁ ପାଇକ ଆନ୍ଦୋଳନର ମହାସଂଗ୍ରାମକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  17. ଭୁଲକୁ ସ୍ୱୀକାର କଲା CBSE, ବିବାଦୀୟ ପ୍ରଶ୍ନ ପାଇଁ ଦଶମ ପରୀକ୍ଷାର୍ଥୀ ପୂର୍ଣ୍ଣ ମାର୍କ ପାଇବେ ।
  18. ନୂଆ ରୋଗ ‘ସ୍କ୍ରବ୍ ଟାଇଫସ୍‌’କୁ ନେଇ ଚିନ୍ତା, ୧୩ ଜିଲ୍ଲାରେ ଚିହ୍ନଟ ହେଲେଣି ୪ଶହରୁ ଅଧିକ ଆକ୍ରାନ୍ତ।
  19. ପୃଥିବୀର ଅନ୍ୟତମ ଦ୍ରୁତ ପ୍ରଗତିଶୀଳ ନଗରୀ ଟେକ୍ସାସର ରାଜଧାନୀ ଅଷ୍ଟିନରେ ଚଳିତବର୍ଷ ନରହତ୍ୟା ଓ ବନ୍ଧୁକ ଦ୍ବାରା ହିଂସା ଘଟଣା ବୃଦ୍ଧି ପାଇଛି। ବନ୍ଧୁକର ସୁଲଭତା ଯୋଗୁ ଚଳିତବର୍ଷ ଏ ପର୍ଯ୍ୟନ୍ତ ଅଷ୍ଟିନ ସହରରେ ୮୮ଟି ନରହତ୍ୟା ଘଟଣା ରେକର୍ଡ କରାଯାଇଛି। ୧୯୮୪ର ସର୍ବୋଚ୍ଚ ରେକର୍ଡ (୫୯)ଠାରୁ ଏହା ଢେର୍ ଅଧିକ।
  20. ଜାତୀୟ ବିହନ ନିଗମରେ ଗତବର୍ଷ ସୂର୍ଯ୍ୟମୁଖୀ ବିହନର ଦର ଥିଲା କ୍ବିଣ୍ଟାଲ ପିଛା ୨୭ ହଜାର ଟଙ୍କା। ଚଳିତ ବର୍ଷ ଏହା ୫୨ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଜାତୀୟ ବିହନ ନିଗମ ବର୍ଷକରେ ପାଖାପାଖି ଦର ଦୁଇ ଗୁଣା ବୃଦ୍ଧି କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.