• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 6 ମାସ ମଧ୍ୟରେ 3 ବର୍ଷ ଓ ତାଠାରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ମିଳିବ କରୋନା ଟିକା । ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ତଥା ସିଇଓ ଅଦର ପୁନାଓ୍ବାଲା।
  2. ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ନୂଆ ବ୍ୟବସ୍ଥା ସହ ମିଶିଯିବ। ଏହାଦ୍ଵାରା ଥାନ ସଂଖ୍ୟା ୧୪ରେ ପହଞ୍ଚିଛି । କଟକ, ଭୁବବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ଏହି ଥାନା ପ୍ରତିଷ୍ଠା କରାଯିବ ।
  3. ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଏହି ସମୟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ। 
  4. କେନ୍ଦ୍ରମନ୍ତ୍ରୀ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହେଉଛି ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ । ଖେରି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହାର ଖୁଲାସା କରିଛି । ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ତଦନ୍ତକାରୀ ଟିମ୍ ଦାଖଲ କରିଥିବା ଲିଖିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
  5. ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ୧୩ ଦମକଳ ଗାଡ଼ି ନିୟୋଜିତ । ଘଟଣା ଘଟିଛି ପଶ୍ଚିମବଙ୍ଗର ହାୱଡା ସ୍ଥିତ ଚାମରାଇଲର ଲିଲୁଆରେ । ଭୋର ସମୟରେ ହଠାତ୍ କୌଣସି କାରଣରୁ କାରଖାନାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପକ ଭାବେ ମାଡ଼ି ଚାଲିଥିଲା ।
  6. ସ୍ପାଇଓ୍ୱେର ପେଗାସସ୍ ୟୁନିଟକୁ ବନ୍ଦ କରିବ ଏନଏସଓ ଗ୍ରୁପ । ଅନେକ ସ୍କାଣ୍ଡାଲ ଭିତରେ କମ୍ପାନୀ ଛନ୍ଦି ହୋଇଥିବା ସହ ଏହାର ଅତ୍ୟଧିକ ଋଣ ଭାର ଯୋଗୁ ପେଗାସସ ୟୁନିଟକୁ ବନ୍ଦ କରିବାକୁ ଯୋଜନା କରିଛି ଏନଏସଓ ଗ୍ରୁପ । ଏପରିକି ସମୁଦାୟ କମ୍ପାନୀକୁ ବି ବିକ୍ରି କରାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ଦୁଇଟି ଆମେରିକୀୟ ନିବେଶକ କମ୍ପାନୀ ସହ କଥାବାର୍ତ୍ତା ହୋଇଛି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି କାର୍ଯ୍ୟକାରୀ ହେବ । 
  7. ଗତ ୭ ବର୍ଷ ମଧ୍ୟରେ ୮ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ତ୍ୟାଗ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପାଖରେ ଉପଲବ୍ଧ ଥିବା ସୂଚନା ଅନୁଯାୟୀ ଗତ ସାତ ବର୍ଷ ମଧ୍ୟରେ ମୋଟ ୮,୮୧,୨୫୪ ଜଣ ଭାରତୀୟ ନାଗରିକ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ ଏହି ସୂଚନା ଦେଇଛନ୍ତି।
  8. ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ବକ୍ତବ୍ୟ ଅନୁଯାୟୀ, ଟିକାକରଣ ପାଇଁ ଯୋଗ୍ୟ ଜନସଂଖ୍ୟାର ୫୫.୫୨ ପ୍ରତିଶତ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି ଏବଂ ୮୭ ପ୍ରତିଶତ ଲୋକ ଟିକାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି।
  9. ଲଖିମପୁର ଖେରୀ ହିଂସାଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ହତ୍ୟା ଏବଂ ଷଡଯନ୍ତ୍ର ଅଭିଯୋଗର ସମ୍ମୁଖୀନ ହୋଇସାରିଛନ୍ତି। ଉଲ୍ଲେଖଯୋଗ୍ୟ, ଲଖିମପୁର ଖେରୀ ହିଂସାଘଟଣାରେ ଘଟଣାସ୍ଥଳରେ ଯେଉଁ ଗୁଳିଚାଳନା ଘଟଣା ଘଟିଥିଲା, ସେଥିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିଚାଳନା ହୋଇଥିବା ଫୋରେନସିକ୍‌ ଟିମ୍‌ ପୂର୍ବରୁ ନିଜ ରିପୋର୍ଟରେ କହିସାରିଛି।
  10. ଯମୁନୋତ୍ରୀ-ଗଙ୍ଗୋତ୍ରୀ-କେଦାରନାଥ-ବଦ୍ରୀନାଥକୁ ‌ସଂଯୋଗ କରୁଥିବା ଚାରଧାମ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏ ସଂକ୍ରାନ୍ତରେ ସେପ୍ଟେମ୍ବର୮, ୨୦୨୦ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶର ସଂଶୋଧନ ନେଇ ଆବେଦନ କରିଥିଲା କେନ୍ଦ୍ର।
  11. ୨୦୨୨ ପହିଲା ମାସରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ । ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ ଅନ୍ୟ ୩ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପଦକ୍ଷେପ ନେଇଛି ନିର୍ବାଚନ ଆୟୋଗ।
  12. ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ବଜାଇ ପାରିବେନି । ଏହାସହିତ ବାଣ ମଧ୍ୟ ଫୁଟାଇ ପାରିବେନି । ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ କଟକଣା କଡାକଡି କରାଯାଇଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । 
  13. ଲୋକସଭା ସଦସ୍ୟା ସଂଗୀତା ସିଂଦେଓଙ୍କ ଉଦ୍ୟମରେ ପାଟଣାଗଡରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଲୋକସଭାରେ ଆଗତ କରିଥିଲେ । ଫଳରେ କଉଡିଆଠାରେ ଥିବା ୧୦ ଏକର ସରକାରୀ ଜାଗା ବୁଲି ଦେଖିଛନ୍ତି ପାଟଣାଗଡରେ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟର ଅତିରିକ୍ତ କମିଶନର ଏ ଜ୍ୟୋତିକୁମାରଙ୍କ ନେତୃତ୍ବରେ ୩ ଜଣିଆ ପ୍ରତିନିଧି ବିଦ୍ୟାଳୟ ପାଇଁ ଆବଶ୍ୟକ ପଡୁଥିବା ସ୍ଥାନ ବୁଲି ଦେଖିଛନ୍ତି ।
  14. ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ସୁବିଧା ପାଇବେ । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। 
  15. ରାଜଧାନୀ ଦିଲ୍ଲୀରୁ  ଆଉ ୪ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା୬ କୁ ବୃଦ୍ଧି ପାଇଛି। ସମସ୍ତ ୬ ଜଣ ରୋଗୀଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ମଧ୍ୟ ହୋଇଥିବା ସୂଚନା ମିଳିଛି।  ସେହିପରି ରାଜସ୍ଥାନରୁ ଆଉ ୮ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 
  16. ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।  ନିଜ ଦୀର୍ଘ ଦିନର ବାନ୍ଧବୀ ରିଚେଲଙ୍କୁ ନୂଆ ଦିଲ୍ଲୀରେ ବିବାହ କରି ପାଟନା ଫେରିଛନ୍ତି ତେଜସ୍ୱୀ ଯାଦବ । ଏହି ଆୟୋଜନକୁ ବହୁତ ଛୋଟ ରଖାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାର ସଦସ୍ୟ ସାମିଲ ହୋଇଥିଲେ । 
  17. ଦେଶର ତିନି ସେନାରେ ୯,୩୬୨ ଅଫିସର ଏବଂ ୧୧୩ ଲକ୍ଷ ସୈନିକ ପଦ ଖାଲି ରହିଛି। ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ସେନାରେ ୭୪୭୬ ଅଫିସର ଏବଂ ଜୁନିୟର କମିଶନଡ ଅଫିସର ସହିତ ୯୭୧୭୭ ସୈନିକ ପଦ ଖାଲି ପଡିଛି ।
  18. ଓଡ଼ିଶା ହାଇକୋର୍ଟରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାର ଶୁଣାଣି ହୋଇଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
  19. ଓଲା ଭାରତରେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିଛି । ଅନେକ ଏହାର ବୁକ୍‌ କରିଥିବା ବେଳେ ଡିସେମ୍ବର ମାସ ୧୫ ତାରିଖରୁ ଏହା ଗ୍ରାହକମାନଙ୍କୁ ପର୍ଯ୍ୟାୟ କ୍ରମେ ମିଳିବ ବୋଲି ଓଲା ଇଲେକ୍ଟ୍ରିକ୍‌ର ସିଇଓ ଭବିଶ ଅଗ୍ରଓ୍ୱାଲ କହିଛନ୍ତି ।
  20. ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ୍‌ ରାମଫୋସା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ କରୋନାର ସାମନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.