• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ ପାଇଁ ବୁଧବାର ନୂଆ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରିଛି ମନ୍ଦିର ପ୍ରଶାସନ। ଦର୍ଶନ ସମୟ ବୃଦ୍ଧି କରାଯାଇଛି। ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ଗୁରୁବାରଠାରୁ କାର୍ଯ୍ୟକାରୀ ହେବ।
  2.  ତାମିଲନାଡୁରେ ‘ଏମ୍‌ଆଇ-୧୭’ ହେଲିକପ୍ଟର୍‌ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂହଙ୍କର ଦେହାନ୍ତ ‌ହୋଇଥିବା କଥା ଭାରତୀୟ ବାୟୁସେନା ଘୋଷଣା କରିଛି । ବେଙ୍ଗାଲୁରୁସ୍ଥିତ କମାଣ୍ଡ୍‌ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ  ପରଲୋକ ଘଟିଛି।
  3. ଅଦାଲତରେ କେସ୍ ଡାଏରୀ ଠାରୁ ନେଇ ଚୂଡ଼ାନ୍ତ ଫର୍ମ ଓ ଅନ୍ୟ ତଦନ୍ତ କାଗଜପତ୍ର ଓଡ଼ିଆ ଭାଷାରେ ଦାଖଲ କରିପାରିବ ପୋଲିସ । ପୂର୍ବରୁ କେବଳ ଇଂରାଜୀ ଭାଷାରେ କେସ୍ ଡାଏରୀ ଦାଖଲ କରୁଥିଲେ ତଦନ୍ତକାରୀ ଅଧିକାରୀ । ଏବେ ଓଡ଼ିଆ ଭାଷାରେ କେସ୍ ଡାଏରୀ ଦାଖଲ ନେଇ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।
  4. ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୭ଟି ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୫୧୧.୧୯ କୋଟି ମୂଲ୍ୟର ୭ଟି ପ୍ରକଳ୍ପରେ ୬ ହଜାର ୪୦୨ ଜଣଙ୍କୁ କର୍ମ ନିଯୁକ୍ତି ମିଳିବ । ଗତ ୨୩ ଦିନ ମଧ୍ୟରେ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୨,୩୮୩.୩୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ୯ ହଜାର ୮୬୩ ଜଣ ନିଯୁକ୍ତି ପାଇବେ ।
  5. ଆସନ୍ତା ଜାନୁଆରୀ ୮ରୁ ୧୬ ତାରିଖ ଯାଏ ଏହି ପ୍ରତିଯୋଗିତା ଭୁବନେଶ୍ୱରେ ଖେଳାଯିବ । ଏହି ଜାତୀୟ ପ୍ରତିଯୋଗିତା ପାଇଁ ଆଜି ଟିମ୍ ଘୋଷଣା କରିଛି ଓଡ଼ିଶା ।
  6. ଗତବର୍ଷ ପରି ୫ଟି ସ୍ଥାନ ସହ ଚଳିତ ବର୍ଷ ଆଉ ୨ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟର ମଜା । ପ୍ରଥମ କରି କୋରାପୁଟ ଓ ଗଞ୍ଜାମରେ ଇକୋ ରିଟ୍ରିଟ୍ ଓଡ଼ିଶା-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇ ପାରିବେ ।
  7. ମୁମ୍ବାଇ ଏନସିବି ଅଫିସରେ ଏଣିକି ପ୍ରତି ଶୁକ୍ରବାର ହାଜର ହେବେ ନାହିଁ ଜୁନିଅର ଖାନ । କ୍ରୁଜ ଜାହାଜ ରେଭପାର୍ଟି ରେଡ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନଙ୍କୁ ନେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ତାଙ୍କ ଆବେଦନର ଶୁଣାଣି କରି ଜାମିନ ସର୍ତ୍ତାବଳୀରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ । ତେବେ ସ୍ବତନ୍ତ୍ର ତଦନ୍ତକାରୀ ଟିମର ଆବଶ୍ୟକତା ଅନୁସାରେ ସେ ଦିଲ୍ଲୀ ଯାଇ ତଦନ୍ତର ସମ୍ମୁଖୀନ ହେବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।
  8. ଗୁଗୁଲ ପକ୍ଷରୁ ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ଯଦି ଟିକା ନେଇନାହଁ ଶୀଘ୍ର ନେଇଯାଆ । ଟିକା ନିୟମ ଉଲ୍ଲଂଘନ କଲେ ହେବ ଦରମା ବନ୍ଦ । କେବଳ ଏତିକି ନୁହେଁ, ପରବର୍ତ୍ତୀ ଅବସ୍ଥାରେ ଚାକିରି ବି ହରାଇବାକୁ ପଡ଼ିପାରେ ।
  9. ୟୁନେସ୍କୋ ଭାରତୀୟ ପର୍ବ ଦୁର୍ଗା ପୂଜାକୁ ‘ମାନବିକତାର ସାଂସ୍କୃତିକ ଐତିହ’ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଏହି ନିଷ୍ପତ୍ତି ପରେ ସମଗ୍ର ଦେଶରେ ବିଶେଷ କରି ପଶ୍ଚିମବଙ୍ଗରେ ଖୁସିର ଲହରୀ ଖେଳିଯାଇଛି |
  10.  ଦିଲ୍ଲୀ ପୁଲିସ ଓ ନ୍ୟାସନାଲ ଲ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି | ଆଉ ଏହି ବୁଝାମଣାପତ୍ର ମୁତାବକ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଆଇନ ଆଧାରିତ ପାଠ୍ୟକ୍ରମ ବାବଦରେ ନ୍ୟାସନାଲ ଲ ୟୁନିଭର୍ସିଟିର ପ୍ରଫେସରମାନେ ପାଠ ପଢ଼ାଇବେ |
  11.   ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା ।
  12. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର ।
  13. ସରକାରଙ୍କ ଚିନ୍ତା ବଢାଇଲେ ଡାକ୍ତର, ୧୭ରୁ ଧର୍ମଘଟ ପାଇଁ ଚେତାବନୀ । ଏନଇଇଟି-ପିଜି ୨୦୨୧ କାଉନସେଲିଂ ଓ ନାମଲେଖା ପ୍ରକ୍ରିୟାକୁ ତ୍ବରାନ୍ବିତ  ନକଲେ ଆସନ୍ତା ୧୭ ତାରିଖରୁ ରେସିଡେଣ୍ଟ ଡାକ୍ତରମାନେ କାମ ବନ୍ଦ କରିବେ । 
  14. ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’ ।
  15. ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  16. ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ 4 ଲେନ ବିଶିଷ୍ଟ କେସିଙ୍ଗା ଆରଓବି 4 ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26)ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି ।  ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
  17. ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ । ୨୬ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସେଂଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୩ରୁ ୭ ଜାନୁୟାରୀ (ଜୋହାନ୍ସବର୍ଗ), ଓ ତୃତୀୟ ଟେଷ୍ଟ ୧୧ରୁ ୧୫ ଜାନୁୟାରୀ (କେପଟାଉନ)ରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ୧୯ ଜାନୁୟାରୀ (ପାର୍ଲ), ଦ୍ୱିତୀୟ ଦିନିକିଆ ୨୧ ଜାନୁୟାରୀ (ପାର୍ଲ) ଓ ତୃତୀୟ ଦିନିକିଆ ୨୩ ଜାନୁୟାରୀରେ କେପଟାଉନରେ ଖେଳାଯିବ ।
  18.  ମହାରାଷ୍ଟ୍ର ଓ କେରଳରୁ ବୁଧବାର ଆଉ ୪ ଜଣ ଲେଖାଏ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ତାମିଲନାଡ଼ୁରୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଏଥିସହ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୩୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
  19. ଗଣମାଧ୍ୟମରେ ଆଉ ଅନୁସନ୍ଧାନମୂଳକ ସାମ୍ବାଦିକତା ଦେଖିବାକୁ ମିଳୁନାହିଁ। ଭାରତୀୟ ଗଣମାଧ୍ୟମରୁ ଏହା ଗାଏବ ହୋଇଯାଇଛି ବୋଲି ପ୍ରଧାନ ବିଚାରପତି ଏନ୍‌ ଭି ରମଣା କହିଛନ୍ତି। ବୁଧବାର ଦିନ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏଭଳି ମତ ରଖିଛନ୍ତି। 
  20. ଓଡ଼ିଶାର ୨୪ ହଜାର ହେକ୍ଟର ଜମିରେ ପ୍ରାକୃତିକ କୃଷି କରାଯିବ। ଏଥି ପାଇଁ କୃଷି ମନ୍ତ୍ରାଳୟ ମଂଜୁରି ପ୍ରଦାନ କରିଛି। ଓଡ଼ିଶା ସମେତ ଦେଶର ୮ ଟି ରାଜ୍ୟରେ ମୋଟ ଚାରି ଲକ୍ଷ ହେକ୍ଟର ଜମିରେ ଏହି କୃଷି ହେବ। ଅଳ୍ପ ନିବେଶରେ ଅଧିକ ଲାଭ ଓ ରାସାୟନିକ ଦ୍ରବ୍ୟ ମୁକ୍ତ କୃଷିର ଉନ୍ନତି ପାଇଁ ଏହାକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.