• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୯୭୧ ଯୁଦ୍ଧରେ ବିଜୟ ଏବଂ ବାଂଲାଦେଶର ସ୍ବାଧୀନତା ଦିବସ ଅବସରରେ ବିଜୟ ଦିବସ ପାଳନ କରାଯାଏ। ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିବାର ୫୦ ବର୍ଷ ପୂରୁଥିବାରୁ ୨୦୨୧କୁ ‘ସ୍ବର୍ଣ୍ଣିମ ବିଜୟ ଦିବସ ବର୍ଷ’ ଭାବେ ପାଳନ କରାଯାଉଛି।ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ୫୦ତମ ବିଜୟ ଦିବସ ଅବସରରେ ମୁଁ ମୁକ୍ତିଯୋଦ୍ଧା, ବୀରାଙ୍ଗନା ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଯବାନମାନଙ୍କର ଶୌର୍ଯ୍ୟ ଓ ଆତ୍ମବଳୀ ସ୍ମରଣ କରୁଛି।
  2. ଆଜି କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । କିନ୍ତୁ ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । 
  3. ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
  4. କୋଟି ହୃଦୟର ଆରାଧ୍ୟ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି। ଆଜି ସକାଳ ୯ଟା ୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିଶନ୍ ହସ୍ପିଟାଲରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ମିଶନ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।
  5. ମେଟ୍ରୋ ମ୍ୟାନ ଶ୍ରୀଧରନ୍ କହିଛନ୍ତି କି ମୋର ବୟସ ୯୦ ଛୁଇଁଲାଣି । ଏହି ବୟସରେ ରାଜନୀତି କରିବା ଏବଂ ରାଜନୀତିରେ ଆଗକୁ ଜାରି ରଖିବା ସମ୍ଭବପର ନୁହେଁ । ସେ ଆହୁରି କହିଥିଲେ କି ରାଜନୀତିରେ ରହିବା ମୋ ସ୍ୱପ୍ନ ମଧ୍ୟ ନଥିଲା 
  6. ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ କେଜ୍ରିୱାଲ ସରକାରଙ୍କ ନୂଆ ଉପାୟ: ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ିକୁ କରାଯିବ ଅଣପଂଜୀକୃତ, ୧୫ ବର୍ଷର ଗାଡ଼ିକୁ ମିଳିବନି ଏନଓସି ।
  7. ବାହାରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡାନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ୍‌ ପଜିଟିଭଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ । ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହୋମ ଆଇସୋଲେସନ୍‌ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
  8. ଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ୩୦ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଘାଟିର ଓ୍ଵାଲ ଉପରେ ବସିଟି  ଚଢିଯାଇଥିଲା  ।
  9. ମହାରାଷ୍ଟ୍ରର ରାଇଗଡ଼ରୁ ଟ୍ରେନିଂ ପାଇଁ ଆସିଥିବା ପ୍ରତିନିଧି ଦଳକୁ ରାଜ୍ୟ ମୁକାବିଲା କରିଥିବା ବାତ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ତିନି ଦିନ ପାଇଁ ଆୟୋଜନ ହୋଇଛି ଏହି ଟ୍ରେନିଂ କ୍ୟାମ୍ପ । ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଆନ୍ତର୍ଜତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । 
  10. ଅନୁଗୁଳ ସୁଇମିଂ ପୁଲ୍‌, ବାରିପଦା ସୁଇମିଂ ପୁଲ୍‌, କଳିଙ୍ଗ ଷ୍ଟାଡିୟମର ନୂତନ ଛାତ୍ରାବାସ ଓ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ୮୯ଟି ଇନଡୋର ଷ୍ଟାଡିୟମ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୫୦ଟି କ୍ଷେତ୍ରରେ ଖୁବଶୀଘ୍ର କାମ ଆରମ୍ଭ ହେବ ।
  11.  ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଏକ ରାସାୟନିକ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।
  12. ତାମିଲନାଡୁର କୁନ୍ନୁରରେ ନୀଳଗିରିର ଘଞ୍ଚ ଜଙ୍ଗଲରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ହେଲିକପ୍ଟର ଡିସେମ୍ବର ୮ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେନା କହିଛି, ଗାଁର ଅନେକ ଲୋକ ପୀଡିତଙ୍କୁ ସାହାଯ୍ୟ କରିଛନ୍ତି। ଗାଁ ଲୋକଙ୍କ ବିନା ସହାୟତାରେ ୧୪ ଜଣଙ୍କୁ ଠିକ୍ ସମୟରେ ହସ୍ପିଟାଲ ନିଆଯାଇ ପାରିନଥାନ୍ତା। ଏଥିପାଇଁ ବାୟୁସେନାର ଦକ୍ଷିଣ ଭାରତୀୟ ମୁଖ୍ୟାଳୟ ଉକ୍ତ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛି।
  13. ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ର ମହିଳା ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ଭାରତର ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ପୋନ୍‌ପାୱେ ଚୋଚୁୱେଙ୍ଗଙ୍କୁ ୨୧-୧୪ ଓ ୨୧-୧୮ରେ ପରାସ୍ତକରି କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
  14. ଭାରତରେ ଅତିକମ୍‌ରେ ଗୋଟିଏ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୮.୭ ପ୍ରତିଶତ ହେଉଛନ୍ତି ମହିଳା। ଡିସେମ୍ବର ୮ ତାରିଖ ସୁଦ୍ଧା ଏହି ସ୍ଥିତି ରହିଛି ବୋଲି ସଂସଦରେ ଗତ ମଙ୍ଗଳବାର ସରକାର ସୂଚନା ଦେଇଛନ୍ତି। 
  15. ଫିଲିପାଇନ୍ସ: ଗୁରୁବାର ଏକ ଶକ୍ତିଶାଳୀ ଟାଇଫୁନ୍ (ସାମୁଦ୍ରିକ ଝଡ଼) ‘ରାଇ’ ଆସୁଥିବାରୁ ଫିଲିପାଇନ୍ସ ଉପକୂଳବର୍ତ୍ତୀ ଅଞ୍ଚଳରୁ ଏବଂ ସମୁଦ୍ରକୂଳିଆ ରିସର୍ଟଗୁଡ଼ିକରୁ ହଜାର ହଜାର ଲୋକ ଦୂର ନିରାପଦ ସ୍ଥାନକୁ ପଳାୟନ କରୁଥିବା ଦେଖିବାକୁ ମିଳିଛି
  16. ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବଂଶଧାରା ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କଲେଣି ୩୫୫୫.୬୯ ଲକ୍ଷ ଟଙ୍କା। ଡିସେମ୍ବର ୨୦୨୦ ସୁଦ୍ଧା ଗତ ୯ ବର୍ଷରେ ଏହି ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
  17. କେତେକ ବିବାଦୀୟ ରାୟ ଶୁଣାଇଥିବା ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଭି. ଗନେଡିଓ୍ବାଲାଙ୍କୁ ଏକ ଶକ୍ତ ଧକ୍କା ଲାଗିଛି । ତାଙ୍କୁ ହାଇକୋର୍ଟର ଜଣେ ସ୍ଥାୟୀ ଜଜ୍ ନ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି ।
  18. ୨୦୨୦ରେ ଆର୍କଟିକ୍‌ ଏବଂ ଆଣ୍ଟାର୍କଟିକା ଅଞ୍ଚଳରେ ଜାତିସଂଘର ଅନ୍ୟତମ ସଂସ୍ଥାନ ‘ୱାର୍ଲଡ୍‌ ମେଟେରୋଲୋଜିକାଲ୍‌ ଅର୍ଗାନାଇଜେସନ୍‌’ (ଡବ୍ଲୁଏମ୍‌ଓ) ଯଥାକ୍ରମେ ୩୮ ଏବଂ ୧୮.୩ ଡିଗ୍ରି  ତାପମାତ୍ରା ରେକର୍ଡ କରିଛି।
  19. କରୋନା ଭାଇରସ ମହାମାରୀ କାରଣରୁ ୫୩.୫୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୩୧ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୬ ଲକ୍ଷ ୯୦ ହଜାର ୭୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୩୪୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
  20.  ଆଉ କିଛି ଦିନ ଥରାଇବ ଶୀତ ବରଂ ଆଉ ଦୁଇ ଦିନ ପରେ ଏହା ଅଧିକ ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ଆସନ୍ତା ୨୧ ତାରିଖବେଳକୁ ପ୍ରଚଣ୍ଡ ଜାଡ଼ରେ ଥରୁଥିବ ସାରା ଓଡ଼ିଶା । ରାଜ୍ୟର ୧୫ଟି ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଯାଇଥିଲା ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.