• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୀତି ଆୟୋଗର ଚତୁର୍ଥ ସୂଚକାଙ୍କ ଅନୁସାରେ ସମସ୍ତ ମାନକ ଆଧାରରେ ବଡ଼ରାଜ୍ୟମାନଙ୍କ ଭିତରେ କେରଳ ପ୍ରଥମ ହୋଇଥିବା ବେଳେ ଉତ୍ତରପ୍ରଦେଶ ସବୁଠୁ ନିମ୍ନରେ ରହିଛି କିନ୍ତୁ ସୁଧୁରିଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ନମ୍ବର ୧ ରହିଛି। 
  2. ଚତୁର୍ଥ ସଂସ୍କରଣ ସ୍ୱାସ୍ଥ୍ୟ ସୂଚକାଙ୍କରେ ୨୦୧୯-୨୦ ବର୍ଷକୁ ଧ୍ୟାନ ଦିଆଯାଇଛି। ନୀତି ଆୟୋଗର ରିପୋର୍ଟରେ କୁହାଯାଇଛି ତେଲେଙ୍ଗାନା ଓ ତାମିଲନାଡ଼ୁ କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
  3. ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସରୀଙ୍କୁ ଆଜି ରାଷ୍ଟ୍ରୀୟ ସୁରକ୍ଷା ସଚିବାଳୟରେ ରାଷ୍ଟ୍ରୀୟ ଉପ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ୧୯୮୯ ମସିହାର ଏହି ଆଇଏଫଏସ ଅଧିକାରୀ ଏବେ ପଙ୍କଜ ସରନଙ୍କ ସ୍ଥାନ ନେବେ।  
  4. ଉତ୍ତରପ୍ରଦେଶରେ ମଧ୍ୟ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଇଛି । ଏହାକୁ ନେଇ ସରକାର ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ନେଇଛନ୍ତି । ସ୍କୁଲକୁ ୧୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ୩୧ ଡିସେମ୍ୱର ଠାରୁ ୧୪ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଶୀତ କାଳୀନ ଅବକାଶ ରହିବ । 
  5. ବର୍ତ୍ତମାନ ୧୫ରୁ ୧୮ ବର୍ଷୀୟଙ୍କୁ କୋରନା ଭ୍ୟାକ୍‌ସିନ୍‌ ଦିଆଯିବା ପ୍ରସ୍ତୁତି ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ପଞ୍ଜୀକରଣ ଏବଂ ଟୀକାକରଣକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ।
  6. ଉଠା ଦୋକାନୀଙ୍କୁ ସହାୟତା କରିବାକୁ କେନ୍ଦ୍ରର ମୋଦି ସରକାର ଘୋଷଣା କରିଛନ୍ତି । ଅର୍ଥାଭାବରୁ ଷ୍ଟଲ ଲଗାଇପାରୁନଥିବା କ୍ଷୁଦ୍ର ବ୍ୟବସାୟୀ ମାନେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ମାଧ୍ୟମରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ବ୍ୟାଙ୍କୁ ଯାଇ ଏହି ଯୋଜନା ଆଧାରରେ ୧୦ ହଜାର ଟଙ୍କା ଋଣ ଆକାରରେ ନେଇ ବ୍ୟବସାୟ ଆରମ୍ଭ କରିପାରିବେ । 
  7. ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଆପ୍‌ର ବିଜୟ , ରାଜ୍ୟ ନିର୍ବାଚନ ଆୟୋଗ ଅନୁସାରେ, ୧୪ଟି ୱାର୍ଡରେ ଆମ୍‌ ଆଦ୍‌ମି ପାର୍ଟି ଜିତି ଥିବା ବେଳେ, ୧୨ଟି ୱାର୍ଡକୁ ବିଜେପି କବ୍‌ଜା କରିଛି । ଏହାଛଡ଼ା ୮ଟି ୱାର୍ଡରେ କଂଗ୍ରେସ ଏବଂ ଗୋଟିଏ ୱାର୍ଡରେ ଶିରୋମଣି ଅକାଳି ଦଳ ବଜୟ ଲାଭ କରିଛି ।
  8. ଅଭିନୟ ଏବଂ ଗୀତ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ମଣିକ୍କା ବିନୟାଗମଙ୍କର ଦେହାନ୍ତ ହୋଇଛି। ବିନୟାଗମ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ଏବଂ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ହୃଦଘାତ ହେତୁ ତାଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି।
  9.  ଜନତା ଦଳ ୟୁନାଇଟେଡ ରାଜ୍ୟସଭା ସାଂସଦ ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।
  10. ଆହ୍ଲାବାଦ ହାଇକୋର୍ଟ ୫ ରାଜ୍ୟରେ ନିର୍ବାଚନ ସ୍ଥଗିତ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ବାଚନ କମିସନ୍‌ ୫ ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବାପରେ ନିର୍ବାଚନ ସ୍ଥଗିତ ନହେବା ଭଳି ମନେ ହେଉଛି। ନିର୍ବାଚନ କମିସନଙ୍କ ସମୀକ୍ଷା ପରେ କେନ୍ଦ୍ର ସରକାର ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟକୁ କରୋନା ପାଇଁ ନମୁନା ପରୀକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
  11. ଦେଶର ପ୍ରତି ଜିଲ୍ଲାରେ ସ୍ଥାପନ ହେବ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର। ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
  12. ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଆସନ୍ତା ବର୍ଷ ଜାନୁଆରି ପହିଲାରୁ ଜନ୍ମ ବାର୍ଷିକୀ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମାର୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସୂତ୍ରରୁ ସୂଚନା ମିଳିଛି।
  13. ଖ୍ରୀଷ୍ଟମାସରେ କେରଳରେ ରେକର୍ଡ ୨୧୫ କୋଟି ଟଙ୍କାକ ବିକ୍ରି ହୋଇଛି । ଏଥିରେ ଖ୍ରୀଷ୍ଟମାସ ସମୟରେ ଚାରି ଦିନ ମଧ୍ୟରେ କେରଳ ଷ୍ଟେଟ ବେଭେରେଜ୍ କର୍ପୋରେସନ୍ ଲିମିଟେଡ୍ (ବିଇଭିସିଓ) ଦୋକାନ ଏବଂ ଉପଭୋକ୍ତା ପୋଷିତ ଦୋକାନ ମାଧ୍ୟମରେ ବିକ୍ରୟ ଅନ୍ତର୍ଭୁକ୍ତ।
  14. ଛତିଶଗଡ଼ର ରାଜଧାନୀ ରାୟପୁରରେ ନିକଟରେ ଅନୁଷ୍ଠିତ ଧର୍ମ ସଂସଦରେ ଧର୍ମଗୁରୁ କାଳୀଚରଣ ମହାରାଜ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅପଶବ୍ଦ କହିଥିଲେ। ଏଥି ସହିତ ସେ ଗାନ୍ଧିଜୀଙ୍କ ହତ୍ୟା ପାଇଁ ନାଥୁରାମ ଗୋଡସେଙ୍କ ପ୍ରଶଂସା କରିଥିଲେ। ଏହି ମାମଲାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।
  15. ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୮ କୋଟି ୧୬ ଲକ୍ଷ ୨୯ ହଜାର ୧୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୨୨ ହଜାର ୫୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୮ ଲକ୍ଷ ୫୩ ହଜାର ୩୫୯ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୫୩ଲକ୍ଷ ୫୩ ହଜାର ୭୫୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୮ ହଜାର ୭୬୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 
  16. ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୱାଦ ପାଇଁ ମୋଟ୍ ୫୦୭କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
  17. ପୁରୀରେ ଖୁବ୍ ଶୀଘ୍ର ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ସଂକଳ୍ପବୋଧ । ଏନେଇ ପୁରୀ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।
  18.  କମିଶନରେଟ୍ ପୋଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୂଯାଇ ଚଳିତ ବର୍ଷ ନଭେମ୍ବର ୩୦ ସୁଦ୍ଧା କେବଳ ଭୁବନେଶ୍ୱରରେ ୨୭୭ ଜଣ ଆତ୍ମହତ୍ୟା କରିଛନ୍ତି ।
  19. ୨୦୧୫ ମସିହାର ଏହି ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଚୌଦ୍ୱାରା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଥିଲା ସେହି ଅଞ୍ଚଳର ସୁରେନ୍ଦ୍ର ପିଙ୍ଗୁଆ ଓରଫ୍ ଚଣା ।ଆସିଲା ରାୟ, ଦୋଷୀ ଚଣାକୁ ୧୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ । 
  20. ୨୦ ବର୍ଷ ତଳେ ରାଜ୍ୟରେ ଦାରିଦ୍ର୍ୟ ହାର ଥିଲା ୬୨ ପ୍ରତିଶତ । ଏବେ ଏହା ଖସି ୨୯ ପ୍ରତିଶତରେ ପହଞ୍ଚିଛି । ଏ ହେଉଛି ବିକାଶ, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଛି । ଏହି ରିପୋର୍ଟ ନୀତି ଆୟୋଗ । କରୋନା ସମୟରେ ରାଜ୍ୟରେ ୪ ଲକ୍ଷ କୋଟି ପୁଞ୍ଜିନିବେଶ ବଡ଼ ଉପଲବ୍ଧି ବୋଲି କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.