• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । କରୋନାର ସମସ୍ତ ଗାଇଡ ଲାଇନକୁ ମାନି କ୍ଲାସ ରୁମରେ ପଢ଼ିବେ ପ୍ରଥରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଥିବା ଗାଇଡ ଲାଇନ ଅନୁସାରେ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
  2. ୧୫-୧୮ ବୟସ୍କଙ୍କ ଟିକାକରଣ ପ୍ରସ୍ତୁତି, ପିଲାଙ୍କ ନିମନ୍ତେ ସମର୍ପିତ ଟିକାକରଣ କେନ୍ଦ୍ର ଲାଗି ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦଶ ।
  3. ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ସୂଚନା ନ ମିଳିବା ଯାଏଁ ସ୍କୁଲଗୁଡ଼ିକ ବନ୍ଦ ରହିବ । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି ।
  4. ଆଲ୍‌ଜେରିଆର ଏକ ୨ୟ ଡିଭିଜନ୍ ଫୁଟ୍‌ବଲ ମ୍ୟାଚ୍‌ରେ ଅଘଟଣ ଘଟିଛି। ଶନିବାର ମ୍ୟାଚ୍‌ ଖେଳୁଥିବା ବେଳେ ସୋଫିଆନ୍ ଲୌକାର ନାମକ ଜଣେ ଖେଳାଳି ଗୋଲ୍‌ରକ୍ଷକଙ୍କ ସହ ଧକ୍କା ଖାଇଥିଲେ। ଯନ୍ତ୍ରଣା ହେବାରୁ ପଡ଼ିଆରେ ଲୌକାରଙ୍କ ଚିକିତ୍ସା କରା ଯାଇଥିଲା। ହେଲେ ୧୦ ମିନିଟ ପରେ ଲୌକାରଙ୍କ ହୃଦ୍‌ଘାତ ହୋଇଥିଲା।
  5. ମଧ୍ୟପ୍ରଦେଶରେ ବାତିଲ ହେଲା ପଞ୍ଚାୟତ ନିର୍ବାଚନ । ନିର୍ବାଚନ୍ ବାତିଲ କଲେ ମଧ୍ୟପ୍ରଦେଶ ନିର୍ବାଚନ କମିଶନ ।
  6. ଦୁଇ ବର୍ଷରେ ପାଦ ଦେଲା ‘ମୋ ସରକାର’: ସାଧାରଣ ଜନତାଙ୍କ ମନରେ ଏକ ବିଶ୍ୱାସ ଜନ୍ମ ନେଇଛି ।
  7. ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ହତ୍ୟା ଉଦ୍ୟମ । ଖ୍ରୀଷ୍ଟମାସରେ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଜଣେ ଶିଖ୍ ଯୁବକ ମହାରାଣୀଙ୍କ ପ୍ରସାଦରେ ପଶିଥିଲେ ।
  8. ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ : ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ ୧୩ଟି ପ୍ରକଳ୍ପର ଶୁଭାରମ୍ଭ ।
  9. ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ ।
  10. ୩୫୦୦୦ ଫୁଟ୍‌ ଉପରେ ଉଡୁଥିବା ବ୍ରିଟିସ୍‌ଏୟାର୍‌ୱେଜ୍‌ର ଗୋଟାଏ ବିମାନ ଉପରେ ତା’ଠାରୁ ୧୦୦୦ ଫୁଟ୍‌ ଉପରେ ଉଡୁଥିବା ଆଉ ଏକ ଜେଟ୍‌ ବିମାନରୁ ଖଣ୍ଡେ ବରଫ ଖସି ପଡ଼ିବାରୁ ତା’ର ସାମ୍ନା କାଚ ଚଡ଼କି ଯାଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
  11. ଭାରତର କରୋନା ବିରୋଧୀ ଲଢ଼େଇକୁ ଅଧିକ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ଆଉ ୨ଟି କୋଭିଡ ଟିକା ଏବଂ ଗୋଟିଏ ଆଣ୍ଟିଭାଇରାଲ୍‌ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦେଶବ୍ୟାପୀ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏ ସଂକ୍ରାନ୍ତରେ ଟୁଇଟ୍ କରି ସୂଚନା ଦେଇଛନ୍ତି। 
  12.  ବିଶ୍ବରେ ରେକର୍ଡ କୋଭିଡ୍‌ ସଂକ୍ରମଣ ଚିହ୍ନଟ ହୋଇଛି । ବିଶ୍ବରେ ଗତକାଲି ଦିନକରେ ୧୦ ଲକ୍ଷ ୪୪ ହଜାର ସଂକ୍ରମଣ ମାମଲା ଚିହ୍ନଟ ‌ହୋଇଛି। ପୂର୍ବ ରେକର୍ଡକୁ ଏହା ଭାଙ୍ଗି ଦେଇଛି
  13. ଓଡ଼ିଆ ଝିଅ ଅନନ୍ତିନୀ (ଝୁମ୍ପା) ମିଶ୍ରଙ୍କୁ ସମ୍ମାନଜନକ ଅନ୍ତର୍ଜାତୀୟ ସାହିତ୍ୟ ସମାରୋହରେ ସର୍ବ କନିଷ୍ଠ ବକ୍ତା (ୟଙ୍ଗେଷ୍ଟ ସ୍ପିକର୍‌) ଭାବେ ଆମନ୍ତ୍ରିତ କରାଯାଇଛି। ଏହି ସମାରୋହ ଆସନ୍ତା ବର୍ଷ ଜାନୁଆରି ୧ ରୁ ୩୦ ପର୍ଯ୍ୟନ୍ତ ‘ଭର୍ଚୁଆଲ୍‌ ମୋଡ୍‌’ରେ ଚାଲିବ।
  14. ଏମ୍ସ ଦିଲ୍ଲୀ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଥିବା ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଅଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି 
  15. ଭାରତୀୟ ସେନାର ଯବାନଙ୍କୁ ଅତ୍ୟଧିକ ଥଣ୍ଡାରୁ ରକ୍ଷା କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱତନ୍ତ୍ର ପ୍ରକାରର ପୋଷାକ ଡିଜାଇନ୍ କରିଛି | ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ଦିନ ଏହି ସୂଚନା ଦେଇଛି।
  16. ଦୂରସଂଚାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଥିବା ୫ଜି ପରୀକ୍ଷଣ ଯୋଜନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି | ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଏହି ପରୀକ୍ଷଣ ଶେଷ ହେବ ବୋଲି ଆଶା କରାଯାଉଛି |
  17. ପଞ୍ଜାବରେ ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁଇ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଦିନେଶ ମୋଙ୍ଗିଆ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
  18. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର‌୍ୟ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।
  19. ଆପଲ୍ ଏପରି ଏକ ଆଇଫୋନ୍ ଆଣିବାକୁ ଯାଉଛି। ଯେଉଁଥିରେ ସିମ୍ କାର୍ଡ ଭର୍ତ୍ତି କରିବା ପାଇଁ କୌଣସି ସ୍ଲଟ ରହିବ ନାହିଁ। ଅର୍ଥାତ୍‍ ଏହି ଫୋନ୍‍ ଇ-ସିମରେ ଚାଲିବ। ଆପଲ୍ ଆଇଫୋନ୍ ୧୫ ସିରିଜରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ଯାଉଛି । ଏହି ଆଇଫୋନ୍‍ ୨୦୨୩ରେ ଆସିବା। ଯାହାକି ପ୍ରଥମ ବିନା ସିମ୍‍ର ଆଇଫୋନ୍‍ ହେବ।
  20. ୨୦୨୨ ଫେବ୍ରୁଆରୀ-ମାର୍ଚ୍ଚରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.