• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୨ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ବଲାଙ୍ଗୀର ୯ ଡିଗ୍ରୀ, କୋରାପୁଟ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୧୦ ଡିଗ୍ରୀ, ଟିଟିଲାଗଡ ଏବଂ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗୁଡାରେ ୧୧.୨, ଭବାନୀପାଟଣାରେ ୧୧.୬ ଏବଂ ନୟାଗଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
  2. ମହାନଦୀ ଉପରେ ନିର୍ମିତ ଏହି ସେତୁର ଲମ୍ବ ୩ ହଜାର ୧୩୯ ମିଟର ରହିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୧ କୋଟି ଟଙ୍କା । କଟକ ବଡ଼ମ୍ବା ନରସିଂହପୁରରୁ ବାଙ୍କି ବୈଦେଶ୍ବରକୁ ସଂଯୋଗ କରୁଛି ଏହି ସେତୁ । ଆଜି ରାଜ୍ୟ ପାଇବ ଦୀର୍ଘତମ ସେତୁ । ଏହା ଦେଖିବାକୁ ଇଂରାଜୀ ଅକ୍ଷର ଟି ପରି ହୋଇଥିବାରୁ ଏହାର ନା ରଖାଯାଇଛି ‘ଟି-ସେତୁ।
  3.  ଭବାନୀପାଟଣା ଆକାଶବାଣୀ କେନ୍ଦ୍ର  ଅଧୀନରେ ଜୟପୁର ଆକାଶବାଣୀ କେନ୍ଦ୍ରକୁ ରଖାଯିବ ନେଇ ନିଷ୍ପତ୍ତି ନେଇଛି ପ୍ରସାର ଭାରତୀ ।ସ୍ଥାନୀୟ ଲୋକେ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ଆଞ୍ଚଳିକ ଭାଷା ଓ କାଳସଂସ୍କୃତିର ସୁରକ୍ଷା ପାଇଁ ନିଷ୍ପତିର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ଲୋକେ ।
  4. ଧାର୍ମିକ ଅବମାନନାକୁ ନେଇ ପଞ୍ଜାବରେ ଦୁଇ ଦିନରେ ହୋଇଛି ଦୁଇଟି ହତ୍ୟା । ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ଭିତରେ ଗୁରୁ ଗ୍ରନ୍ଥ ସାହିବଙ୍କୁ ଅସମ୍ମାନ ଅଭିଯୋଗରେ ଶନିବାର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବାର ମାତ୍ର କେଇ ଘଣ୍ଟା ପରେ କପୁରତାଲାରେ ଆଉ ଜଣେ ଯୁବକଙ୍କୁ ସମାନ ଅଭିଯୋଗରେ ହତ୍ୟା କରାଯାଇଛି ।
  5. ବଡ଼ ବଜେଟର ଫିଲ୍ମ RRR ରିଲିଜ ହେବା ପୂର୍ବରୁ ଏକ ସାଉଥ ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି । ଏହି ଫିଲ୍ମର ନାମ ହେଉଛି ପୁଷ୍ପା: ଦ ରାଇଜ୍ । ଯାହାର ଅଭିନେତା ହେଉଛନ୍ତି ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ଫିଲ୍ମ ବକ୍ସ ଅଫିସରେ ଦୁଇ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି
  6.  ରାଉରକେଲା ବନଖଣ୍ଡରେ ଗଣନା ହେବ ବାଘ ସଂଖ୍ୟା  । ଆସନ୍ତା ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାଘ ଗଣନା ଅନୁଷ୍ଠିତ ହେବ।
  7. ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା । ପ୍ରତିଦିନ ଆସୁଛି ୬.୬୪ ଲକ୍ଷ ମିଛ କଲ, ଟାର୍ଗେଟରେ ରହୁଛି ବ୍ୟାଙ୍କ ଠକେଇ।
  8. ବନ୍ୟଜନ୍ତୁଙ୍କ ସହ ମୁହାଁମୁହିଁରେ ୪ ବର୍ଷରେ ଗଲାଣି ୫ଶହ ଜୀବନ, ବିକଳାଙ୍ଗ ହେଲେଣି ହଜାରେରୁ ଅଧିକ ।
  9. ଶିବସେନାକୁ ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । କହିଲେ, ସାହସ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ ।
  10. ନିର୍ବାଚନ ଉପରେ ଓମିକ୍ରନର କଳାବାଦଲ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ଅଯଥା ଗହଳି ଓ ସମାଗମ ବନ୍ଦ କରାଯାଉ, ହେଲେ ନିର୍ବାଚନ ରାଲିରେ ସବୁକିଛିର ହେଉଛି ଉଲ୍ଲଂଘନ ।
  11. ଅଣ୍ଡର-୧୯ ବିଶ୍ଵ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ୟଶ ଧୁଲ ହେଲେ ଅଧିନାୟକ ।
  12. ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ ।
  13. ଭାରତୀୟ କ୍ରିକେଟ୍‌ ଟିମ୍‌ର ୱିକେଟ୍‌କିପର ଓ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ ଭଲ ପ୍ରଦର୍ଶନ କରିବା ସହିତ ୩ଟି ଯାକ ଫର୍ମାଟରେ ନିଜର ସ୍ଥାନକୁ ସୁରକ୍ଷିତ ରଖିଛନ୍ତି। ଏବେ ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ନିଜ ରାଜ୍ୟ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।
  14. ୫୩ ବର୍ଷୀୟ କାର୍ଲୋସ ଅନେକ ଦିନରୁ କୋମାରେ ଥିଲେ। ସଂଗୀତ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସ୍ପେନିଶ ଷ୍ଟାର କାର୍ଲୋସ ମେରିନଙ୍କ ପରଲୋକ ହୋଇଯାଇଛି। କୋଭିଡ-୧୯ କାରଣରୁ କାର୍ଲୋସଙ୍କ ରବିବାର ରାତିରେ ମଞ୍ଚେଷ୍ଟର ହସ୍‌ପିଟାଲରେ ମୃତ୍ୟୁ ହୋଇଛି। କାର୍ଲୋ
  15.  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାତ୍ୟାରେ ଏପର୍ଯ୍ୟନ୍ତ ୨୦୮ ଜଶଙ୍କା ମୃତ୍ୟୁ ହୋଇସାରିଛି। ବିଧ୍ବସ୍ତ ଦ୍ବୀପ ‘ଫିଲିପ୍ପିନ୍‌ସ୍‌’ରେ ଏବେ ପାଣି ଓ ଖାଦ୍ୟର ଅଭାବ ଦେଖାଯାଇଛି। ଲକ୍ଷାଧିକ ଲୋକ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। 
  16. ଓଡିଶା ସରକାର ଡିସେମ୍ବର ୨୦ ରୁ ଚାରିଟି ଜିଲ୍ଲାକୁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୁଆପଡା ଏବଂ କାଲାହାଣ୍ଡି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ନବା କିଶୋର ଦାସ କହିଛନ୍ତି ଯେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ମୁଖ୍ୟମନ୍ତ୍ରୀ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବେ।
  17. ରାଜ୍ୟରେ ୧୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୫୮ ଜଣ ସୁସ୍ଥ ହୋଇଛନ୍ତି। ୧୮ ବର୍ଷରୁ କମ୍‍ ବୟସର ୩୯ ଜଣ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୦୯ ଏବଂ ସ୍ଥାନୀୟ ସଂକ୍ରମିତ ୭୭ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।
  18. ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଛି। ଇତିମଧ୍ୟରେ ୧୧ଟି ରାଜ୍ୟରେ ଓମିକ୍ରନ ଭୂତାଣୁ ପାଦ ଥାପିଛି। ରବିବାର ମହାରାଷ୍ଟ୍ରରେ ଆଉ ୬ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
  19. ଭାରତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ‘୪ସି’ ଆଧାରିତ ବାଣିଜ୍ୟ, ଦକ୍ଷତା ବୃଦ୍ଧି, ସଂଯୋଗୀକରଣ ଏବଂ ଯୋଗାଯୋଗ ବୃଦ୍ଧି ଭଳି ପାଞ୍ଚଟି ରଣନୀତିକ ବିଷୟକୁ ଗ୍ରହଣ କରି ମଧ୍ୟ ଏସୀୟ ଦେଶ ସହ ପରବର୍ତ୍ତୀ ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।
  20. ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନ, ଓଡ଼ିଶା ସରକାର ଓ ଓଡ଼ିଶା ରଗ୍‌ବୀ ଆସୋସିଏସନ ଆନୁକୂଲ୍ୟରେ କିଟ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ଅଷ୍ଟମ ଜାତୀୟ ବରିଷ୍ଠ ରଗ୍‌ବୀ ସେଭେନ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.