- ବାଲେଶ୍ୱର ଜିଲ୍ଲା ଖଇରାର ରବୀନ୍ଦ୍ର କୁମାର ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେହିପରି ପୁରୀ ଗଜପତି ନଗରର ଶିବରାମ ପାଢ଼ୀ ଶ୍ରୀଜିଉଙ୍କ ପାଇଁ ୩ଟି ରୂପା ଥାଳି ଦାନ କରିଛନ୍ତି । ୩ଟି ରୁପା ଥାଳିର ଓଜନ ୪ କେଜି ୬୬୫ ଗ୍ରାମ ରହିଛି ।
- ୧୯୯୧ଠାରୁ ୨୦୧୦, ୧୯ବର୍ଷରେ ଦେଶରେ ଡାହାଣୀ ସନ୍ଦେହରେ ୧୭ ଶହ ମହିଳାଙ୍କୁ ହତ୍ୟା କରାଯାଇଛି । ଓଡ଼ିଶା ସମେତ ୧୨ଟି ରାଜ୍ୟରେ ଘଟିଛି ଏମିତି ଘଟଣା ।
- ଏୟାର ଆମ୍ବୁଲାନ୍ସ ସେବା ଉଦଘାଟନର ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ପାନାମା ପେପର୍ସ ଲିକ୍ ମାମଲାରେ ବିଶ୍ବ ସୁନ୍ଦରୀ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
- କେନ୍ଦୁଝର ଲୋକସଭା ଆସନର ପୂର୍ବତନ ସାଂସଦ ଉପେନ୍ଦ୍ର ନାଥ ନାୟକଙ୍କର ଆଜି ୭୩ବର୍ଷ ବୟସରେ ପରଲୋକ ଘଟିଛି।
- ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତ ବଢିବ। ୨/୩ ଦିନ ପର୍ଯ୍ୟନ୍ତ ସ୍ୱଭାବିକ ଠାରୁ ୪ ରୁ ୬ ଡିଗ୍ରୀ ତାପମାତ୍ରା କମିବ। ଏହାସହ ଶୀତ ଲହରି ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲା ଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ , ଢେଙ୍କାନାଳ, ଦେବଗଡ ଓ ସମ୍ବଲପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
- ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ସୋମବାର ଲୋକାର୍ପିତ ହୋଇଯାଇଛି। ଏହି ସେତୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି ।
- ୨୦୨୧ରେ ରାଜଧାନୀ ଭୁବନେଶ୍ବରରେ ଘଟିଛି ୩୨ଟି ହତ୍ୟାକାଣ୍ଡ। ଏନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଘଟିଥିବା ୩୨ ହତ୍ୟାକାଣ୍ଡ ମଧ୍ୟରୁ ଜଟଣୀ ଥାନା ଅଧିନ ରେ ସର୍ବାଧିକ ୪ ହତ୍ୟାକାଣ୍ଡ ଘଟିଛି।
- ସାରା ବିଶ୍ବରେ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବାବେଳେ ଭାରତରେ ତୃତୀୟ ଲହରକୁ ନେଇ ବଡ଼ ଦାବି କରାଯାଇଛି। ନ୍ୟାସନାଲ କୋଭିଡ-୧୯ ସୁପର ମଡେଲ ପ୍ୟାନେଲ ଅନୁଯାୟୀ ଓମିକ୍ରନ ଯୋଗୁଁ ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିବ। ଏହି ମାସରେ କରୋନା ମାମଲା ଶୀର୍ଷ ଛୁଇଁବ।
- ପୋଲିସ୍ ବିଭାଗର ବଡ଼ ଘୋଷଣା, ରାଜ୍ୟ ପୋଲିସ୍ ମୋଟର ଟ୍ରାନ୍ସପୋର୍ଟରେ ନିଯୁକ୍ତି ପାଇବେ ୧୮୫ ଡ୍ରାଇଭର । ଏନେଇ ମଞ୍ଜୁରୀ ଦେଇଛନ୍ତି ପୋଲିସ୍ ଡିଜି ଅଭୟ ।
- ବୁଷ୍ଟର ଡୋଜ ପାଇଁ ଭାରତ ବାୟୋଟେକ୍ ଅନୁମତି ମାଗିଛି । ଫେଜ୍-୩ ଟ୍ରାଏଲ ପାଇଁ ଭାରତ ବାୟୋଟେକ୍ ଅନୁମତି ମାଗିଛି । ଦେଶରେ ଓମିକ୍ରନକୁ ନେଇ ଚିନ୍ତା ବଢିବାରେ ଲାଗିଛି । ପ୍ରତିଦିନ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦେଢଶହ ଟପିସାରିଲାଣି ।
- ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଏଣିକି ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର । ଜଣେ ବ୍ୟକ୍ତିଙ୍କ ନାଁରେ ଆଉ ଏକାଧିକ ଭୋଟ ପରିଚୟ ପତ୍ର ରହିବ ନାହିଁ । ଏନେଇ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଲୋକସଭାରେ ପାରିତ ହୋଇଛି ।
- ଭାରତୀୟ କ୍ରିକେଟ୍ ଟିମ୍ର ୱିକେଟ୍କିପର ଓ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଭଲ ପ୍ରଦର୍ଶନ କରିବା ସହିତ ୩ଟି ଯାକ ଫର୍ମାଟରେ ନିଜର ସ୍ଥାନକୁ ସୁରକ୍ଷିତ ରଖିଛନ୍ତି। ଏବେ ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ନିଜ ରାଜ୍ୟ ପାଇଁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।
- ପ୍ରସିଦ୍ଧ ରାପର୍ ଡ୍ରାକେଓ ଦି ରୁଲେରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଆମେରିକାର ଲସ୍ ଆଞ୍ଜେଲସରେ ଓ୍ବାନସ୍ ଅପନ୍ ଏ ଟାଇମ୍ ଫେଷ୍ଟିଭାଲ୍ କନ୍ସର୍ଟ ଚାଲୁଥିବା ବେଳେ ପଛ ଷ୍ଟେଜ୍ରେ ହିଁ କିଛିଲୋକ ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ।
- ଆସନ୍ତା ଆର୍ଥିକ ବର୍ଷ ୨୦୨୨ରୁ ବେତନ ସହ ଜଡ଼ିତ ଶ୍ରମ ଆଇନ,ସାମାଜିକ ସୁରକ୍ଷା,ଔଦ୍ୟୋଗିକ ସମ୍ବନ୍ଧ ଓ ବ୍ୟବସାୟିକ ସୁରକ୍ଷା ଆଇନ ଇତ୍ୟାଦି ଆଇନଗୁଡ଼ିକ ଲାଗୁ ହୋଇପାରେ । ଏହି ଆଇନ ଲାଗୁ ହେବା ପରେ କାର୍ଯ୍ୟକ୍ଷେତ୍ରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ଶ୍ରମ ଆଇନର ପ୍ରଭାବ ବିଷୟରେ।
- ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ସଂକ୍ରମଣକୁ ନେଇ ଆଶ୍ବସ୍ତୀକର ଖବର ଆସିଛି । ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇ ଏବେ ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ଓମିକ୍ରନ୍ କ୍ରମାଗତ ଭାବେ ଦୁର୍ବଳ ହେବା ନେଇ ଆଶଙ୍କା କରାଯାଉଛି ।
- ଅଣହିନ୍ଦୁମାନେ ଆନ୍ଧ୍ରପ୍ରଦେଶର ଶ୍ରୀଶେଲମ ମନ୍ଦିର ପରିସରରେ କାରବାର କରିପାରିବେ । ଅଣହିନ୍ଦୁଙ୍କୁ ମନ୍ଦିର ପରିସରରେ କିମ୍ବା ନିକଟରେ ବ୍ୟବସାୟ କରିବାକୁ ରୋକା ଯାଇ ପାରିବ ନାହିଁ । ଏହା ତାଙ୍କର ଅଧିକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
- ଦେଶରେ ପ୍ରଥମଥର ପାଇଁ ଜଣେ ଭିନ୍ନକ୍ଷମ କ୍ୟାଡେଟ୍ଙ୍କୁ ବାୟୁସେନାରେ ସାମିଲ କରାଯାଇଛି । ପ୍ରାପ୍ତ ସୂଚନାନୁସାରେ ଫ୍ଲାଇଙ୍ଗ୍ ଅଫିସର ଭାବେ ବାୟୁସେନାରେ ଯୋଗଦେଇଥିବା ଯୋଗେଶ ଯାଦବ ଟ୍ରେନିଂ ସମୟରେ ଗୁରୁତର ଆହତ ହୋଇ ପକ୍ଷାଘାତର ଶିକାର ହୋଇଥିଲେ । ତାଙ୍କ ପିଠି ତଳ ଭାଗରେ ପକ୍ଷାଘାତ ହୋଇଯାଇଥିଲା । ତେବେ ଟ୍ରେନିଂ ସମୟରେ ଏପରି ହୋଇଥିବାରୁ ଏହାକୁ ଏକ ସ୍ୱତନ୍ତ୍ର ଘଟଣା ବିବେଚନା କରି ବାୟୁସେନା ଯୋଗେଶ ଯାଦବଙ୍କୁ ଅଧିକାରୀ ଭାବେ ନିଯୁକ୍ତି ଦେଇଛି
- ମସ୍ତ ପ୍ରକାର ପ୍ରୋସôାହନ ଓ ପ୍ରଚେଷ୍ଟା ସତ୍ତ୍ୱେ୍ୱ ରାଜ୍ୟରେ ବିଦୁ୍ୟତ୍ ପରିବହନ ଓ ବଣ୍ଟନ ଜନିତ କ୍ଷତି ବଢି ବଢି ଚାଲିଛି । ଟାଟା ପାୱାର ସଂସ୍ଥା ଟିପିସିଓଡିଏଲ୍ ଇଲାକାରେବିଦୁ୍ୟତ୍ ପରିବହନ ଓ ବଣ୍ଟନ କ୍ଷତି ସର୍ବାଧିକ ରହିଛି, ଟିପିସିଓଡିଏଲ୍ ଇଲାକାରେ ପରିବହନ ଓ ବଣ୍ଟନ ଜନିତ କ୍ଷତି ୨୦୨୦-୨୧ ବର୍ଷରେ ୨୫.୯୦ ପ୍ରତିଶତ ରହିଛି ।
- ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଡିସେମ୍ବର ୨୬ରୁ ଆରମ୍ଭ ହେଉଛି । ତେବେ ଏହି ଶୃଙ୍ଖଳାର ସମସ୍ତ ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ୍ ମଧ୍ୟକୁ ଛଡ଼ାଯିବ ନାହିଁ ବୋଲି କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍ଏ) ଘୋଷଣା କରିଛି ।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution