• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରୟାଗରାଜରେ ପହଞ୍ଚିଛନ୍ତି। ଏହି ଅବସରରେ, ସେ ୨୦୨୦“ଟେକ୍ ହୋମ୍ ରେସନ ପ୍ଲାଣ୍ଟର” ଶିଳାନ୍ୟାସ କରିଛନ୍ତି । ଏହା ସହିତ ସେ ଲକ୍ଷେରୁ ବେଶି ସ୍ୱୟଂ ସହାୟକ ସମୁହ ଖାତାରେ ୧୦୦୦ କୋଟି ପଠାଇଛନ୍ତି ।ଯାହାଫଳରେ ଏହା ୧୬ ଲକ୍ଷ ମହିଳାଙ୍କୁ ସାହାଯ୍ୟ କରିବ ।
  2. ବାଣୀଶ୍ରୀ ଯୋଜନାରେ ଆସନ୍ତା ଶିକ୍ଷାବର୍ଷ ଠାରୁ ୨୩ ହଜାର ୬ ଶହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବର୍ଦ୍ଧିତ ଛାତ୍ରବୃତ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରାଥମିକ ସ୍କୁଲରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ବୃତ୍ତି ୨ ଶହରୁ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଷଷ୍ଠରୁ ଦଶମ ଶ୍ରେଣୀର ପିଲାଙ୍କ ବୃତ୍ତି ୨୫୦ରୁ ପାଖାପାଖି ୫ଶହ ଟଙ୍କାକୁ ବୃଦ୍ଧି ହୋଇଛି । +୨ ଓ +୩ର ଛାତ୍ରଙ୍କ ବୃତ୍ତି ୩ ଶହରୁରୁ ୬ ଶହକୁ ବୃଦ୍ଧି କରାଯାଇଛି ।
  3. ବ୍ରିଟେନରେ ଖୁବ୍ ଶୀଘ୍ର ଜାରି ହୋଇପାରେ ଲକଡାଉନ । ତୁରନ୍ତ ଲକଡାଉନ କରିବା ଲାଗି ସୁପାରିସ କରିଛି ବୈଜ୍ଞାନିକଙ୍କୁ ନେଇ ଗଠିତ ପ୍ୟାନେଲ । 
  4. କୋଲକାତା ମ୍ୟୁନିସିପାଲିଟି ନିର୍ବାଚନରେ କ୍ଲିନ ସୁଇପ୍ କରିଛି ଟିଏମସି । କୋଲକାତା ମ୍ୟୁନିସିପାଲିଟିରେ ନିର୍ବାଚନ ହୋଇଥିବା ୧୪୪ ସିଟ ମଧ୍ୟରୁ ୧୩୪ ସିଟରେ ଲିଡ୍ କରୁଛି ଦିଦିଙ୍କ ତୃଣମୂଳ କଂଗ୍ରେସ । 
  5. ଭାରତରେ ଦିନକୁ ଦିନ ମାଡି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ୨୦୦ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ।
  6. ପଶ୍ଚିମବଙ୍ଗର ହଳଦିଆସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନର କ୍ୟାମ୍ପସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ପ୍ରାୟ ୩୫ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।
  7. ଭାରତ ବିରୋଧରେ ପ୍ରଚାର କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ଲକ କରିଦେଇଛି । ଏଥି ସହ ଭାରତ ବିରୋଧରେ ପ୍ରଚାର ପାଇଁ ଦୁଇ ଓ୍ୱେବସାଇଟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।
  8. ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍। 
  9. ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବାକୁ ରାଜ୍ୟ କ୍ୟାବିନେଟ ଆଜି ନିଷ୍ପତ୍ତି ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
  10. ଲୋକସଭାରେ ଗତକାଲି ନିର୍ବାଚନ ଆଇନ (ସଂଶୋଧନ) ବିଲ୍, ୨୦୨୧ ଗୃହୀତ ହେବା ପରେ ଆଜି ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ଗୃହୀତ ହୋଇଛି। ଫଳରେ ଦେଶର ଭୋଟର ତାଲିକା ସହ ଆଧାର ସଂଯୋଗୀକରଣ ହେବା ପ୍ରସ୍ତାବ ଏକ ପ୍ରକାର ନିଶ୍ଚିତ ହୋଇଛି। 
  11. ଓଡିଶାରେ ରାସନକାର୍ଡଧାରୀଙ୍କୁ ମିଳିବ କୋଭିଡ୍ ସହାୟତା । ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ ହଜାର ଟଙ୍କା ଯିବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ୍ ସହାୟତା ମିଳିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । 
  12. ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଓଡିଶାକୁ ନଭେମ୍ବରରୁ ଏଯାଏଁ ୮୮୦୦ ବିଦେଶ ଫେରନ୍ତା ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଭୂତାଣୁ ଅଧିକ ସଂକ୍ରମିତ ଥିବା ଦେଶରୁ ୧୬୦୦ ଲୋକ ଆସିଛନ୍ତି।
  13. ନୂଆ ବର୍ଷରୁ ଦିଲ୍ଲୀରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି । ଆସନ୍ତା ଜାନୁଆରୀ ୧ ସୁଦ୍ଧା ଯେଉଁ ଗାଡ଼ିଗୁଡ଼ିକ ପଞ୍ଜୀକରଣ ଶେଷ ହୋଇଛି । ସେମାନଙ୍କ ପଞ୍ଜୀକରଣ ବାତିଲ କରାଯାଇଛି ।
  14. ୟୁନିୟନ ବ୍ୟାଙ୍କ ଖଣ୍ଡଗିରି ଶାଖାର ଆସିଷ୍ଟାଣ୍ଡ ବ୍ରାଞ୍ଚ ମ୍ୟାନେଜନ ମୀନା ନାୟକ ଗିରଫ ହୋଇଥିବା ଜଣାପଡିଛି ।  ଖଣ୍ଡଗିରି ଶାଖାର ଆସିଷ୍ଟାଣ୍ଡ ବ୍ରାଞ୍ଚ ମ୍ୟାନେଜନ ମୀନା ନାୟକଙ୍କୁ ଭରତପୁର ଥାନା ପୋଲିସ ଗିରଫ କରିଛି । ବ୍ୟାଙ୍କରେ ଖାତା ଥିବା ଗ୍ରାହକଙ୍କ ନାଁରେ ପାଖାପାଖି କୋଟିଏ ଟଙ୍କାର ଠକେଇ କରିଥିବା ନେଇ ମୀନା ନାୟକଙ୍କ ନାଁରେ ଅଭିଯୋଗ ହୋଇଥିଲା । 
  15. ବିଭିନ୍ନ ଆରଟିଓରେ ଠିକାରେ କାମ କରୁଥିବା ପ୍ରାୟ ୩୫୦ ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଉଟ ସୋର୍ସିଂରେ କାମ କରୁଥିବା ଅପରେଟରଙ୍କୁ ନିୟମିତ କରିବାକୁ ରାୟ ଶୁଣାଇଛନ୍ତି ହାଇକୋର୍ଟ ।
  16. ଡିସେମ୍ବର ୨୫, ୨୬, ୩୧ ଓ ଜାନୁଆରୀ ୧ ଓ ୨ତାରିଖରେ ଘଟଗାଁ ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦ ନେଇ ନିଷ୍ପତ୍ତି ହୋଇଛି ।
  17. ଦୁବାଇ ସୁଲତାନ ଶେଖ ମହମ୍ମଦଙ୍କୁ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ଏବେ ମହଙ୍ଗା ପଡିଛି। ତାଙ୍କୁ ନିଜ ପିଲାଙ୍କ ତତ୍ୱାବଧାନ ଲାଗି ପୂର୍ବତନ ପତ୍ନୀଙ୍କୁ  ୭୭.୩୦ କୋଟି ଡଲାର ଅର୍ଥାତ ୫ ହଜାର ୫୦୦ କୋଟି ଟଙ୍କା ପୈଠ କରିବାକୁ ପଡିବ। ବ୍ରିଟେନର ଏକ ହାଇକୋର୍ଟ ତାଙ୍କ ରାୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି।
  18. କେନ୍ଦ୍ର ସରକାର ୨୦୨୨ରେ ୪ ଶ୍ରମ ଆଇନ (ୱେଜ୍ କୋଡ) ଲାଗୁ କରିବାକୁ ଯାଉଛନ୍ତି। ହୁଏତ ଦେଶରେ ଆଗାମୀ ଆର୍ଥିକ ବର୍ଷ ସୁଦ୍ଧା ଏହା ଲାଗୁ ହୋଇଯାଇପାରେ।ନୂଆ ୱେଜ କୋଡରେ କର୍ମଚାରୀ ଓ ଶ୍ରମିକଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡିବ। ଶ୍ରମ ଓ ରୋଜଗାର ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଶ୍ରମିକ ଓ କର୍ମଚାରୀଙ୍କୁ ସପ୍ତାହକୁ ୪୮ ଘଣ୍ଟା କାମ କରିବାର ବ୍ୟବସ୍ଥା ଏବେ ଦେଶରେ ପ୍ରଚଳନ ହେବ।
  19. ସଂସଦ ଉଚ୍ଚ ସଦନରେ ମଙ୍ଗଳବାର ନିର୍ବାଚନ ଆଇନ ବିଲ ୨୦୨୧ ଉପରେ ଆଲୋଚନା କାଳରେ ଓ’ବ୍ରାୟନ ସଂସଦ ନିୟମ ପୁସ୍ତିକା (ରୁଲ ବୁକ୍) ଉପ ବାଚସ୍ପତିଙ୍କ ଆସନ ଉପରକୁ ଫିଙ୍ଗିଥିଲେ। ତାଙ୍କର ଏପରି କାଣ୍ଡ କିଛିକ୍ଷଣ ଲାଗି ରାଜ୍ୟସଭାକୁ ନିରବ କରିଦେଇଥିଲା। ପରେ ତାଙ୍କୁ ସଂସଦର ବାକି ଅଧିବେଶନରୁ ନିଲମ୍ବନ କରାଯାଇଛି।
  20. କୋଭିଡ-୧୯ର ନୂଆ ପ୍ରକରଣ ଓମିକ୍ରନ ଟିକା ନେଇସାରିଥିବା ସଂକ୍ରମିତ ଲୋକଙ୍କ ଠାରେ ସେଭଳି ଗୁରୁତର ଲକ୍ଷଣ ପ୍ରକାଶ କରୁନାହିଁ । କିନ୍ତୁ ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ଅବସ୍ଥା ଗୁରୁତର ହେବା ସହିତ ସେମାନେ ଡାକ୍ତରଖାନାରେ ଭର୍ତ୍ତିହେବା ସମ୍ଭାବନା ଅଧିକ ରହୁଛି ବୋଲି ଓମିକ୍ରନ ପ୍ରକରଣକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର ଆଞ୍ଜେଲିକ କୋଏଜ କହିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.