• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୨ ମାର୍ଚ୍ଚ ୮ ସୁଦ୍ଧା ଶେଷ ହେବ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟ ଆସନ୍ତା ୨୭ ତାରିଖ ସୁଦ୍ଧା ସଂରକ୍ଷଣ ନେଇ ସାନି ଚିଠା ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସାତ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ପରେ ଜାନୁଆରୀ ୮ରେ ସଂରକ୍ଷଣ ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ତେବେ ପୂରା ନିର୍ବାଚନ ପ୍ରକ୍ରିୟା ମାର୍ଚ୍ଚ ୮ ତାରିଖ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
  2. ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମାଆ ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମାଆ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଅଛି ।
  3. ମିଶନ ଶକ୍ତିର ମାଆ ମାନେ ଏ ବର୍ଷ ଏପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ନେଲେଣି । ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଯାଇଛି । ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।
  4. ବିଶ୍ବର ଜଣାଶୁଣା କୋଟିପତି ତଥା ଦାନୀ ବିଲ ଗେଟସ କରୋନା ମହାମାରୀକୁ ନେଇ ବିଶ୍ବକୁ ଚେତାବନୀ ଦେଇଛନ୍ତି । ବିଲ୍ ଗେଟସ୍ ଚେତାବନୀ ଦେଇ କହିଛନ୍ତି ଯେ, କରୋନାର ନୂଆ ଭୂତାଣୁ ଓମିକ୍ରନ୍ ଦ୍ବାରା ସବୁ ପରିବାର ପ୍ରଭାବିତ ହେବେ । ତେଣୁ ଦୁନିଆକୁ ସେ ସତର୍କ ରହିବାକୁ କହିଛନ୍ତି । 
  5. ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ,ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ସଫଳ ପରୀକ୍ଷଣ କରାଯାଇଛି । ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ରହିଛି ୫୦୦ କିଲୋମିଟର ।
  6. ରାସନକାର୍ଡ ଧାରୀ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ହଜାରେ ଟଙ୍କାର କୋଭିଡ ସହାୟତା । ବୁଧବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା ପାଇବେ ।
  7. ଗୃହ କାର୍ଯ୍ୟ ଆରମ୍ଭ ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସାଇନ୍ ଡାଏ ଘୋଷଣା କରାଯାଇଛି । ନିଲମ୍ବିତ ୧୨ ସାଂସଦଙ୍କୁ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । ହଙ୍ଗାମା ଜାରି ରହିଥିବାରୁ ଉଭୟ ଗୃହକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ଚଳିତ ଅଧିବେଶନରେ ପାସ୍‌ ହୋଇଛି ମାତ୍ର ୧୦ଟି ବିଲ୍‌ ।
  8.  ଆମାଜନ୍, ଫ୍ଳିପ୍‌କାର୍ଟ, ମିନ୍ତ୍ର୍ରା ଏବଂ ବିଗ୍ ବାସ୍କେଟ୍ ଆପଣଙ୍କ ପସନ୍ଦର ଓ୍ୱେବସାଇଟ୍‌ରୁ ସପିଂ କରିବ ହେବ ଅଧିକ ସହଜ ଓ ସୁରକ୍ଷିତ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାନୁଆରୀ ପହିଲାରୁ ଲାଗି ହେବାକୁ ଥିବା ଟୋକେନାଇଜେସନ୍ ବ୍ୟବସ୍ଥା ପରେ ଏହି ସବୁ ସବିଧା ପଇ ପାରିବେ ଗ୍ରାହକ ।
  9. ୨୦୨୨ ଫେବ୍ରୁଆରିରେ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ଲହର ଶୀର୍ଷ ଛୁଇଁ ପାରେ ‘ସୂତ୍ର ମଡେଲ୍‌’ର ଦୁଇଜଣ ବୈଜ୍ଞନିକ ଆକଳନ କରିଛନ୍ତି।
  10. ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ‘ଇ-ମାର୍କେଟ ପୋର୍ଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
  11. ନିକଟରେ ରାଜସ୍ଥାନରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଫଳାଫଳ ବାହାରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁସାରେ କଂଗ୍ରେସକୁ ୨୭୮, ବିଜେପିକୁ ୧୬୫, ସ୍ଵାଧୀନ ପ୍ରାର୍ଥୀଙ୍କୁ ୯୭, ବିଏସପିକୁ ୧୪ ଏବଂ ସିପିଆଇ(ଏମ୍)କୁ ୧୩ଟି ଆସନ ମିଳିଛି ।
  12. ସଂସଦର ଶୀତ ଅଧିବେଶନର ୧୮ତମ ଶେଷ ଦିନରେ ସଂସଦରେ ଅନେକ ଆଲୋଚନା ଏବଂ ପ୍ରଶ୍ନର ଉତ୍ତର ଦିଆଯିବାର ଥିଲା। ବାଚସ୍ପତି ଓମ ବିର୍ଲା ଲୋକସଭାରେ ଶୀତ ଅଧିବେଶନ ବିଷୟରେ ବିସ୍ତୃତ ସୂଚନା ଦେବା ସହ ଉତ୍ତେଜନା ହେତୁ ସଂସଦର୧୮ଘଣ୍ଟା ୪୮ମିନିଟ୍ ନଷ୍ଟ ହୋଇଥିବା କହିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଭେଙ୍କୟା ନାଇଡୁ ଗୃହକାର୍ଯ୍ୟ ବନ୍ଦ କରିଥିଲେ। ବନ୍ଦେ ମାତାରାମଙ୍କ ପରେ ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।
  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହାରେ ଦେଶର ପ୍ରତି ବ୍ୟକ୍ତିଙ୍କ ପାଖରେ ବୀମା ଲାଭ ପହଞ୍ଚାଇବାକୁ ‘ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ଯୋଜନା’ (ପିଏମଏସବିୱାଇ) ର ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସରକାର ଅତି କମ ପ୍ରିମିୟମରେ ଲୋକଙ୍କୁ ଜୀବନ ବୀମା ପଲିସି ଯୋଗାଇ ଦେବାକୁ ପ୍ରୟାସ କରିଛନ୍ତି ।ସରକାରଙ୍କ ଉଦ୍ଦେଶ୍ୟ ହେଉଛି କି ଏହି ଯୋଜନା ମାଧ୍ୟମରେ ନିମ୍ନ ଆୟ ବର୍ଗର ଲୋକଙ୍କୁ ଜୀବନ ବୀମା ସୁବିଧା ଯୋଗାଇ ଦେବା । ଏନେଇ ସରକାର ଏହାର ବାର୍ଷିକ ପ୍ରିମିୟମ ମାତ୍ର ୧୨ ଟଙ୍କା ରଖିଛନ୍ତି ।
  14. ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଏବଂ ସୋନୀ ପିକ୍ଚରସ୍‌ ନେଟଓ୍ୱର୍କ ଇଣ୍ଡିଆର ମିଶ୍ରଣ ପାଇଁ ଏମାନଙ୍କର ବୋର୍ଡ ମଞ୍ଜୁରୀ ଦେଇଛି । ଏହି ବିଲୟ ପରେ ସୋନୀର ୫୦.୮୬ ପ୍ରତିଶତ ଅଂଶଧନ ରହିବ । ଏହି ଦୁଇ କମ୍ପାନୀର ମିଶ୍ରଣ ପରେ ଏହା ଭାରତର ସବୁଠାରୁ ବଡ଼ ମନୋରଞ୍ଜନ କମ୍ପାନୀରେ ପରିଣତ ହେବ ।
  15. ରାତିର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ମଙ୍ଗଳବାର ରାତିରେ ଫୁଲବାଣୀର ତାପମାତ୍ରା ୩.୬ ଡିଗ୍ରୀକୁ ଖସିଆସିବା ସହିତ ଏହା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ହୋଇଛି। ସେହିଭଳି ରାଜ୍ୟର ୧୭ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍‍ ରେକର୍ଡ କରାଯାଇଛି।
  16. ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟର ଲୋକଙ୍କ ପାଇଁ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । 
  17. ଆପଣ କରୋନା ଭ୍ୟାକ୍ସିନର ଉଭୟ ଡୋଜ ନେଇଛନ୍ତି, ତେବେ ବର୍ତ୍ତମାନ ଆପଣ ୨୦% ରିହାତି ସହିତ ଯାତ୍ରା କରିପାରିବେ। ଏୟାରଲାଇନ୍ସ କମ୍ପାନୀ ଗୋ ଏୟାର ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି,
  18. ରାଜଧାନୀ ଦିଲ୍ଲୀରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । ଏହି ପରିପ୍ରେକ୍ଷୀରେ ଡିଡିଏମଏ ଏକ ନିର୍ଦ୍ଦେଶ ଜାରି କରିଛି।
  19. ବିଗତ ୪ ବର୍ଷ ମଧ୍ୟରେ ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୧ ମସିହାରେ, ପାକିସ୍ତାନ, ବାଂଲାଦେଶ, ଏବଂ ଆଫଗାନିସ୍ତାନରୁ ୩୧୧୭ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି।
  20. ଏଣିକି ଟ୍ରେନ୍‌ରେ ମିଳିବ ଡିସପୋଜେବଲ୍ ବେଡରୋଲ କିଟ୍ । କରୋନା ପାଇଁ ପୂର୍ବରୁ ବନ୍ଦ ରହିଛି ତକିଆ ଓ ବେଡସିଟ୍ ସପ୍ଲାଇ । ତେବେ ବର୍ତ୍ତମାନ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଡିସପୋଜେବଲ ବେଡସିଟ୍‌, ତକିଆ ଓ ଚାଦର ଆଦି ଯୋଗାଇ ଦେବା ପାଇଁ ନିଷ୍ପତି ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.