• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ସମେତ ସମଗ୍ର ବିଶ୍ବ ପାଇଁ କୋଭିଡ-୧୯ ଚିନ୍ତାର କାରଣ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୭.୮୪ କୋଟି ଅତିକ୍ରମ କରିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୯ ଲକ୍ଷ ୪୭ ହଜାର ୨୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୪୨୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  
  2. ରାଜ୍ୟର 22ଟି ଜିଲ୍ଲାର 55ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ । ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍‌ ଡିଜାଇନ ଦ୍ୱାରା ଆରାମଦାୟକ ପ୍ରତୀକ୍ଷାଳୟ, ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ ।
  3. ଆମ ରାଜ୍ୟ ଓଡ଼ିଶାରେ ୨୦୨୦ ମସିହାରେ ମୋଟରେ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।
  4. ଆଉ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଅପ୍ରେଲ ୨୦୨୨ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷକରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । 5-T ରୂପାନ୍ତର କାର୍ଯ୍ୟକ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି । ପୂବର୍ରୁ ଗୋଟିଏ ଦିନରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା ।
  5. ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜିକୃତ କରାଯାଇଛି । ପ୍ରତ୍ୟେକ ପଞ୍ଜିକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ।
  6. କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣି ଥରେ ଲକଡାଉନ୍ ଘୋଷଣା କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ । ଚୀନର ସହର ସିଆନରେ ଲକଡାଉନ୍ କଟକଣା ଜାରି କରାଯାଇଛି । ୧୨୭ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛନ୍ତି ଚୀନ୍ ରାଷ୍ଟ୍ରପତି। ଜାରି ହୋଇଥିବା ଏହି କଟକଣାରେ ୧୩ ମିଲିୟନ୍ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ ।
  7. କର୍ଣ୍ଣାଟକ ବିଧାନସଭା ଗୁରୁବାର ଦିନ ବିବାଦୀୟ ଧର୍ମାନ୍ତରୀକରଣ ବିରୋଧୀ ବିଲ୍‌ ପାରିତ କରିଛି। ଯେଉଁମାନେ ଧର୍ମ ପରିବର୍ତ୍ତନ କରାଇବାରେ ଲିପ୍ତ ଅଛନ୍ତି ସେମାନଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଧର୍ମାନ୍ତରୀକରଣ ବିଲରେ ବ୍ୟବସ୍ଥା ରହିଛି।
  8. ଓଡ଼ିଶାସ୍ଥିତ ‘ଏପିଜେ ଅବ୍ଦୁଲ୍‌ କଲାମ୍‌ ଦ୍ବୀପ’ରୁ ଭାରତ ତା’ର ପାରମ୍ପରିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’କୁ ଦ୍ବିତୀୟ ବାର ପରୀକ୍ଷା କରିଛି।
  9. ଫାଇଜର୍‌ କମ୍ପାନି ନିର୍ମିତ ପ୍ରଥମ କୋଭିଡ୍‌-୧୯ ନିରୋଧୀ ବଟିକା ‘ପ୍ୟାକ୍ସ୍‌ଲୋଭିଡ୍‌’କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‌‘ହେଲ୍‌ଥ୍‌ ରେଗୁଲେଟର୍‌’ ସ୍ବୀକୃତି ଦେଇଛି। ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନେ ଏହି ବଟିକା ଖାଇ ପାରିବେ।
  10. ଭାରତ ସରକାରଙ୍କ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି)ର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲଙ୍କୁ ନିଯୁକ୍ତି ଦିଆଯାଇଛି ।
  11. 'ଇଟ୍ ରାଇଟ୍ ଷ୍ଟେସନ୍' ମାନ୍ୟତା ପାଇଲା ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ଷ୍ଟେସନକୁ ଦେଶର ଷଷ୍ଠ 'ଇଟ୍ ରାଇଟ୍ ଷ୍ଟେସନ୍' ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ।
  12. ନୂତନ ଭାରିଆଣ୍ଟ ଓମିକ୍ରନର ବଢୁଥିବା ମାମଲାକୁ ଦେଖି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଗୁରୁବାର ପ୍ରଧାନମନ୍ତ୍ରୀ ଏବଂ ନିର୍ବାଚନ ଆୟୋଗଙ୍କୁ ୟୁପି ବିଧାନସଭା ନିର୍ବାଚନ କିଛି ସମୟ ପାଇଁ ଘୁଞ୍ଚାଇବାକୁ ଅପିଲ୍ କରିଛନ୍ତି।  
  13. ଆମେରିକା ଏବଂ ବ୍ରିଟେନ୍‌ବାସୀଙ୍କୁ ଅଧିକ ପ୍ରଭାବିତ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ ଲକ୍ଷ ୫୦ ହଜାର ୬୧୮ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜବାବରେ ୫୩ ହଜାର ୯୮୯ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୦୮୮ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ୍‌ରେ ୧ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।
  14. ଜୀବନରେ ସଂସ୍କାରର ଗୁରୁତ୍ୱକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ନୂତନ ବର୍ଷର ପ୍ରଥମ ଦିନରୁ ସାରା ରାଜ୍ୟରେ କଲେଜରେ ‘ଯୁବ ସଂସ୍କାର’ କ୍ଲାସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
  15. ନିଜର ସଂସଦୀୟ କ୍ଷେତ୍ର ବାରାଣାସୀରେ ୨,୦୯୫ କୋଟି ଟଙ୍କା ମୂଲ୍ୟର ୨୭ ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  16. ଜାନୁୟାରୀ ୧ରୁ ରାଜ୍ୟର ବିଭିନ୍ନ ରୁଟରେ ବସ୍ ସେବାକୁ ସ୍ଥଗିତ ରଖିବାକୁ ଓଡିଶା ବସ୍ ମାଲିକ ସଂଘ ଆଜି ଚେତାବନୀ ଦେଇଛି। ଏନ୍‌-୫୫ ର ତୁରନ୍ତ ମରାମତି ଦାବିରେ ଆସୋସିଏସନ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ବସ୍ ସେବାକୁ ସକାଳ ୬ ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
  17. ପୁରୀ ଜିଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।
  18. ବିଶ୍ବର ପ୍ରଥମ ଡୁଆଲ ମୋଡ୍ ବସ୍ ଓ ଟ୍ରେନ ସେବା ବଡ଼ଦିନରୁ ଜାପାନରେ ଆରମ୍ଭ ହେବାକୁ ଯାଉଛି ।
  19. ଲୁଧିଆନା ଜିଲ୍ଲା କୋର୍ଟରେ ଗୁରୁବାର ଏକ ବିସ୍ଫୋରଣ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏକାଧିକ ଲୋକ ଆହତ ହୋଇଛନ୍ତି। ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଅଛି। 
  20. ହରିଦ୍ଵାରରେ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ଚାଲିଥିବା ଧର୍ମ ସଂସଦରେ ସଂଖ୍ୟା ଲଘୁ ସମ୍ପଦାୟ ବିରୋଧରେ ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦିଆଯାଇଥିବା ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.