• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୟୁରୋପ, ଆମେରିକା ଓ ଆଫ୍ରିକାରେ ବଢିଚାଲିଛି କରୋନା ସଂକ୍ରମଣ: କେନ୍ଦ୍ର କରାଇଲା ସତର୍କ, ଟିକା ନେଉଥିବା ବ୍ୟକ୍ତି ବି ହେଉଛନ୍ତି ସଂକ୍ରମିତ ।
  2. ଶ୍ରୀମନ୍ଦିର ପ୍ରଶାସନକୁ ୧୦ ଲକ୍ଷ ଟଙ୍କା ଦାନ କଲେ ଜଗନ୍ନାଥ ପ୍ରେମୀ  । ଡ. ସୌମେନ୍ଦ୍ର ମହାନ୍ତି ଏସ ଏମ କନସଲଟାଣ୍ଟ ପ୍ରଶାସନକୁ ଏହି ଦାନ ରାଶି ପ୍ରଦାନ କରିଛନ୍ତି  ।
  3. ଭୁବନେଶ୍ବର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଆନସିପ୍ ।
  4. ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ଆଠମଲ୍ଲିକ, ଏମ-ରାମପୁର, ଚିତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ ।
  5. ନିୟମିତ ହେବେ ୩ ହଜାର ୩୨୮ ବହୁଭାଷୀ ଶିକ୍ଷା ସହାୟକ । ୬ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ । 
  6. SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ ।
  7. ସହରାଞ୍ଚଳର କାଉନସିଲର ଓ ମହାନଗର ନିଗମର କର୍ପୋରେଟର ପଦବୀ ଥିବା ସଂରକ୍ଷଣ ବ୍ୟବସ୍ଥାରେ ହେବ ସଂଶୋଧନ । ଏହାସହ ଏଥର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଯାଉଥିବା ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯିବ ।
  8.  ପଞ୍ଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଲା ସାନି ଚିଠା ବିଜ୍ଞପ୍ତି   । ବଦଳିଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା  । ପୂର୍ବରୁ ଥିବା ସଂରକ୍ଷଣ ତାଲିକାରେ ପରିବର୍ତ୍ତନ  । ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ଅନୁସୂଚିତ ଜାତି ପାଇଁ ୫ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି  । ସେହିପରି ୧୦ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଛି  ।
  9. ଭାରତୀୟ ବାୟୁ ସେନାର ଆଉ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତ-ପାକିସ୍ତାନ ସୀମା ଜୈସଲମର ନିକଟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
  10. କ୍ରିକେଟକୁ ବାଏ ବାଏ କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ହରଭଜନ । 
  11. ସେବାରୁ ବିଦାୟ ନେଲା ଆଇଏନଏସ ଖୁକ୍ରି । ଦୀର୍ଘ ୩୨ ବର୍ଷର ଅତୁଳନୀୟ ତ୍ୟାଗ ପରେ ଶେଷରେ ନୌସେନାରୁ ଅବସର ନେଇଛି ଖୁକ୍ରି ।
  12. ପଞ୍ଜାବ ଚାଷୀଙ୍କ ୨ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବା ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । 
  13.  ତାଲିବାନ ଶାସନ ପ୍ରତିଷ୍ଠା ହେବା ପରଠାରୁ ବିପନ୍ନ ହୋଇଛି ଗଣମାଧ୍ୟମ । ୨୩୧ରୁ ଅଧିକ ସଂସ୍ଥା ବନ୍ଦ ହୋଇଯିବା ସହ ଚାକିରି ହରାଇଛନ୍ତି ୬ ହଜାର ୪୦୦ରୁ ଅଧିକ ସାମ୍ବାଦିକ । ରିପୋଟର୍ସ ଓ୍ବି ଦ ଆଉଟ ବର୍ଡର୍ସ ବା ଆରଏସଏଫ ଏବଂ ଆଫଗାନ ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ବା ଏଆଇଜେଏ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ଦିଆଯାଇଛି ।
  14. ଉତ୍ତରପ୍ର‌ଦେଶରେ ଜଣେ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ହୋଇଛି। ପର୍ଫ୍ୟୁମ୍‌ ବ୍ୟବସାୟରେ ସମ୍ପୃକ୍ତ ଜଣେ କାନପୁର ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉରେ ୧୬୦ କୋଟି ନଗଦ ଟଙ୍କା ଜବତ ହୋଇଛି।
  15. ସମସ୍ତ ସ୍ପା ଏବଂ ମାଲିସ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ ।
  16. ସରକାର କହିଲେ ଫାଇଦା ନେଉଛନ୍ତି ମିଛ ଚାଷୀ । ୨୬ ହଜାର ନକଲି ଚାଷୀ ଚିହ୍ନଟ ହୋଇଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ ।
  17. ବିଗତ ୨୦ ବର୍ଷ ମଧ୍ୟରେ ୯୦୯ ମହିଳାଙ୍କ ସମେତ ୪୭୩୯ ନକ୍ସଲଙ୍କ ମୃତ୍ୟୁ ।
  18. ୩ ହଜାର ଲୋକଙ୍କ ଉପରେ ହେବ ବୁଷ୍ଟର ଡୋଜ ପରୀକ୍ଷଣ , ୬ ମାସ ପୂର୍ବରୁ ଟିକା ନେଇଥିବା ଲୋକେ ହେବେ ସାମିଲ ।
  19. ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପୁରୀ ବେଳାଭୂମିରେ ନିର୍ମିତ ବିଶାଳ ସାଣ୍ଟାକ୍ଲଜ ମୂର୍ତ୍ତି ।
  20. ମୋବାଇଲ୍‌ କଲ୍‌ ରେକର୍ଡକୁ ଟେଲିକମ୍ କଂପାନିଗୁନିକ ଦୁଇ ବର୍ଷ ପୂର୍ବରୁ ଡିଲିଟ୍ କରିପାରିବେ ନାହିଁ। ପୂର୍ବରୁ ସେମାନେ ଏକ ବର୍ଷ ପାଇଁ ଏହି ତଥ୍ୟ ନିଜ ପାଖରେ ରଖୁଥିଲେ। କେନ୍ଦ୍ର ସରକାର ଲାଇସେନ୍ସ ନିୟମରେ ସଂଶୋଧନ କରି ସେହି ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.