• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଜାନୁଆରୀ ୩ ତାରିଖରୁ ପିଲାଙ୍କୁ ଟିକା  । ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣରେ ସାମିଲ କରାଯିବ  । ଜାନୁଆରୀ ୧୦ ତାରିଖରୁ ଦେଶର ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟୋର ଡୋଜ୍  । ଏହା ସହିତ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମଧ୍ୟ ବୁଷ୍ଟର ଡୋଜରେ ସାମିଲ କରାଯିବ  ।
  2. ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପ୍‌ର ରୋମାଞ୍ଚକର ମୁକାବିଲାରେ ବିଜୟୀ ହୋଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ ରନକରିଥିଲା ଭାରତ । ଜବାବରେ ଶେଷ ବଲରେ ଚୌକା ମାରି ବିଜୟୀ ହୋଇଛି ପାକିସ୍ତାନ ଟିମ । ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୮ରନ ଆବଶ୍ୟକ ଥିବାବେଳେ ହାତରେ ଥିଲା ୩ଟି ଓ୍ବିକେଟ୍ ।
  3. ଓଡିଶାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିକୁଡି ଛକ ମହାନଦୀ ବ୍ରିଜ ନିକଟରେ ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ଦ୍ବାରା ପରିଚାଳିତ ଓଡିଶାର ପ୍ରଥମ ମିଶନ ଶକ୍ତି କାଫେକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉଦଘାଟନ କରିଛନ୍ତି  ।
  4. ରାଜ୍ୟରେ ଆସନ୍ତା ଜାନୁଆରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ହେବ । ଯଦି ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ନହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ । କୋଭିଡ୍‌ ନିୟମ ମାନି କରାଯିବ ପରୀକ୍ଷା । ଯେଉଁ ପର୍ଯ୍ୟନ୍ତ କୋର୍ସ ପଢ଼ାଯାଇଛି, ସେତିକି ଯାଏ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
  5. ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ସତ୍ୟପାଠ ଦେବେ । ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ୍ ତଥ୍ୟ ଦେଲେ ୬ମାସ ଜେଲ୍ ଦଣ୍ଡ ଭୋଗିବା ସହ ଜରିମାନା ଦେବାକୁ ପଡ଼ିବ । ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ଏସବୁ ତଥ୍ୟ ଦେବେ । 
  6. ସୂଚନା ଅନୁସାରେ ୩୨ କୃଷକ ସଂଗଠନରୁ ୨୮ କୃଷକ ସଂଗଠନ ଚାହୁଁଛନ୍ତି କି ସଂଯୁକ୍ତ କିଷାନ ମୋର୍ଚ୍ଚା ପଞ୍ଜାବ ବିଧାନସଭା ନିର୍ବାଚନ ଆମ ଆଦମୀ ପାର୍ଟି ସହ ମେଣ୍ଟ କରି ଲଢ଼ିବାକୁ । ଭାରତୀୟ କୃଷକ ସଂଗଠନ ମୁଖ୍ୟ ବଲବୀର ସିଂ ରାଜଓ୍ୱାଲ ପଞ୍ଜାବ ବିଧାନସଭା ନିର୍ବାଚନରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀ ଚେହେରା ହେବେ
  7. ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଲାଗିଲା ରୋକ୍ । ଅଣନାତୁଣୀ ମିନାକ୍ଷୀ ଦତ୍ତଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ ।
  8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଘୋଷଣା । ୧୫-୧୮ ବର୍ଷ ପିଲାଙ୍କୁ ଜାନୁଆରୀ ୩ରୁ ଦିଆଯିବ ଟିକା, ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଜାନୁଆରୀ ୧୦ରୁ ଦିଆଯିବ ପ୍ରିକସନ୍ ଡୋଜ୍‌ ।
  9. ବିଜେଡି ରାଜ୍ୟ କାର୍ଯ୍ୟକାରୀଣିରେ ଐତିହାସିକ ନିଷ୍ପତ୍ତି : ଏଥର ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ଦିଆଯିବ ୪୦ ପ୍ରତିଶତ ପ୍ରାର୍ଥୀ ।
  10. ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ନେଲେ ଆଉ ଏକ ଐତିହାସିକ ପଦକ୍ଷେପ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ ସ୍ପେସ୍‌ ଟେଲିସ୍କୋପ୍‌ ଜେମ୍ସ ଓ୍ବେବ୍‌କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ୟୁରୋପୀୟ ଆରିଏନ୍‌-୫ ରକେଟ ମାଧ୍ୟମରେ କଲା ପ୍ରେରଣ ।
  11. ଦୀର୍ଘ ୨୨ ବର୍ଷ ପରେ ପୁଣି ଆବିଷ୍କାର ହେଲା ଅଷ୍ଟ୍ରେଲିଆର ତସ୍‌ମାନିଆ ଉପକୂଳରେ ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ମାଛ। ଏହା ହେଉଛି ହାତରେ ଚାଲୁଥିବା ପ୍ରଥମ ଗୋଲାପୀ ରଙ୍ଗର ମାଛ ।୧୯୯୯ ମସିହାରେ ଶେଷ ଥର ପାଇଁ ଏହି ମାଛ ତସ୍‌ମାନିଆରେ ଦେଖାଯାଇଥିଲା ।
  12. ମହାକାଶକୁ ପ୍ରଥମ ଥର ପାଇଁ ଗଲା ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ଐତିହାସିକ ବ୍ୟାଟ୍‌ । ଯେଉଁ ବ୍ୟାଟରେ ଯୁବରାଜ ୨୦୦୩ ରେ ଢାକାରେ ବାଂଲାଦେଶ ବିପକ୍ଷ ଦିନିକିଆରେ ନିଜର ପ୍ରଥମ ଶତକ ହାସଲ କରିଥିଲେ ।
  13. ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଅନ୍ ସୁପରସ୍ପୋର୍ଟ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ଏହି ମ୍ୟାଚ ଷ୍ଟାର୍ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ହେବ।
  14. ଅଣ୍ଡର ୧୯ ଏସିଆ କପ୍‌: ଶେଷ ବଲରେ ଭାରତକୁ ହରାଇଲା ପାକିସ୍ତାନ । ଏହି ବିଜୟ ପରେ ପାକିସ୍ତାନ ଏସିଆ କପ ଗ୍ରୁପ୍‌ ଏ’ର ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଭାରତ ୨ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି।
  15. ସମସ୍ତ ପ୍ରକାର କ୍ରିକେଟରୁ ହରଭଜନ ସିଂ ନେଲେ ଅବସର ।୨୩ ବର୍ଷ ଧରି ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିଥିବା ହରଭଜନ ମୋଟ ୭୧୧ଟି ୱିକେଟ ନେଇଛନ୍ତି।
  16. ଫ୍ରେଞ୍ଚ ଗୁଏନା ସ୍ପେସପୋର୍ଟରୁ ଲଞ୍ଚ ହେଲା ଜେମସ ଓ୍ୱେବ ଟେଲିସ୍କୋପ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପକୁ ଛାଡିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା । ୧୦ ବିଲିୟନ ଡଲାର ବ୍ୟୟରେ ନିର୍ମିତ ଏହି ଟେଲିସ୍କୋପ ହେଉଛି ହବଲ ଟେଲିସ୍କୋପଠାରୁ ଅଧିକ ଶକ୍ତିଶାଳୀ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅପରେଟ କରିବ ଜେମସ ଓ୍ୱେବ ଟେଲିସ୍କୋପ । ବିଶ୍ୱ ବ୍ରହ୍ମାଣ୍ଡ ସମ୍ପର୍କରେ ଅଧିକ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ସହ ପ୍ରଥମ ଗାଲାକ୍ସିର ସୃଷ୍ଟି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । 
  17.  ଅର୍ଜୁନ ଭଲ୍ଲାଙ୍କ ସହିତ ଝିଅ ଶୈନେଲ୍‌ଙ୍କର ନିର୍ବନ୍ଧ ହୋଇଥିବା କଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। 
  18. ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପିଏମ ଯୁବା ମେଣ୍ଟରଶିପ୍‌ ବା ପ୍ରଶିକ୍ଷଣ ଯୋଜନା ଅଧୀନରେ ସାରା ଦେଶରୁ ଚୟନ କରାଯାଇଥିବା ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଏହି ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଲେଖକ ଅଛନ୍ତି। ସେମାନେ ହେଲେ- ଅନିନ୍ଦ୍ୟ ନାରାୟଣ ସିଂ, ଦିଲେଶ୍ବର ରଣା, ଓମ ପ୍ରିୟଦର୍ଶୀ ଛୋଟରାୟ।
  19. ଆମେରିକୀୟ ଇଣ୍ଟରନେଟ୍ କମ୍ପାନି ଗୁଗୁଲକୁ କାଟି ବିଶ୍ବରେ ନଂ୧ ସ୍ଥାନରେ ପହଞ୍ଚିଛି ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକଟକ୍ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ ଟିକଟକକୁ ଦେଖିଛନ୍ତି, ଫଳରେ ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
  20. ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅଧୀନସ୍ଥ ତାଙ୍କ ପୈତୃକ ଗ୍ରାମ ପୁନ୍ନଭରମକୁ ଆଜି ବଳଦ ଗାଡ଼ିରେ ଯାତ୍ରା କରିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ରମଣା ପ୍ରଧାନ ବିଚାରପତି ହେବାପରେ ପ୍ରଥମ ଥର ନିଜ ଗ୍ରାମକୁ ଯାଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.