• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୨ ଅକ୍ଟୋବରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଅଣ୍ଡର- ୧୭ ଫିଫା ମହିଳା ବିଶ୍ୱକପ୍ । ଯାହାକୁ ନେଇ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।
  2. ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବ ଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା।
  3. ବ୍ରିଟିସ୍‌ କନ୍‌ସଲଟେନ୍‌ସି ‘ସେବର୍‌’ ପ୍ରସ୍ତୁତ କରିଥିବା ଉକ୍ତ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ୨୦୩୦ ବେଳକୁ ଡଲାର୍‌ ହିସାବରେ ଚୀନ୍‌ ବିଶ୍ବର ପ୍ରଥମ ଅର୍ଥନୀତି ହେବ। 
  4. ଆସନ୍ତା ବର୍ଷ ବିଶ୍ବ ଅର୍ଥନୈତିକ ଉତ୍ପାଦନ ୧୦୦ ନିୟୁତ ଟ୍ରିଲିୟନ୍‌ ଡଲାର୍‌ ଟପିବ ବୋଲି ଆଜି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
  5. ମୋବାଇଲ୍‌ କଲ୍‌ ରେକର୍ଡକୁ ଟେଲିକମ୍ କଂପାନିଗୁନିକ ଦୁଇ ବର୍ଷ ପୂର୍ବରୁ ଡିଲିଟ୍ କରିପାରିବେ ନାହିଁ। ପୂର୍ବରୁ ସେମାନେ ଏକ ବର୍ଷ ପାଇଁ ଏହି ତଥ୍ୟ ନିଜ ପାଖରେ ରଖୁଥିଲେ। କେନ୍ଦ୍ର ସରକାର ଲାଇସେନ୍ସ ନିୟମରେ ସଂଶୋଧନ କରି ସେହି ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
  6. ଅନ୍‌ଲାଇନ୍ ଆର୍ଥିକ ଠକେଇ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଅନ୍‌ଲାଇନ୍ କାର୍ଡ କାରବାରରେ ଟୋକନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ୨୦୨୨ ଜାନୁଆରି ୧ରୁ ଲାଗୁ ହେବାର ଥିଲା। କିନ୍ତୁ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିୟମ ଲାଗୁ କରିବାର ସମୟ ସୀମାକୁ ଆଉ ୬ ମାସ ବଢ଼ାଇ ଦିଆଯାଇଛି। ୨୦୨୨ ଜୁଲାଇ ୧ରୁ ନୂଅା ନିୟମ ଲାଗୁ ହେବ।
  7. ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଟେରି କଂପାନି ଟେସ୍‌ଲା ପାୱାର ୟୁଏସ୍‌ଏ ପକ୍ଷରୁ ୨୦୨୫ ସୁଦ୍ଧା ଭାରତରେ ୫୦୦୦ ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ‘ଟେସ୍‌ଲା ପାୱାର ସପ୍’ ସ୍ଥାପନ କରାଯିବ।
  8. ମୁଜାଫରପୁରର ଏକ ନୁଡୁଲ୍ସ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ । ବିସ୍ଫୋରଣରେ ଫ୍ୟାକ୍ଟ୍ରୀର ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ହୋଇଛି ।
  9. ଆତଙ୍କବାଦକୁ ପ୍ରୋତ୍ସାହିତ ଅଭିଯୋଗରେ ଗୁଗୁଲ ଓ ଇନଷ୍ଟାଗ୍ରାମକୁ ଜୋରିମାନା କରିଛନ୍ତି ଋଷ କୋର୍ଟ । ଶକ୍ରବାର ଦିନ ଋଷ କୋର୍ଟ ଗୁଗୁଲ ଉପରେ ୯୮ ମିଲିୟନ ଡଲାର ଅର୍ଥାତ ପ୍ରାୟ ୭୩୯ କୋଟି ଟଙ୍କା ଜୋରିମାନା କରିଛନ୍ତି ।
  10. 2021ରେ ୨୦ଟି ସିନେମା ବଡ଼ ପରଦାରେ ରିଲିଜ୍ ହୋଇଥିବା ବେଳେ ୩୦ଟି ଓଟିଟି ଫ୍ଲାଟଫର୍ମରେ ରିଲିଜ୍ ହୋଇଛି ।ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ସିଲଭର ସ୍କ୍ରିନ ସମ୍ପୂର୍ଣ୍ଣ ରୂପ ବନ୍ଦ ହୋଇଯିବା ନେଇ ଆଶଂକା ପ୍ରକଟ କରିଛନ୍ତି ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ।
  11. ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଆଜୀବନ ସଂଘର୍ଷ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ନେତା ଡେସମଣ୍ଡ ଟୁଟୁଙ୍କର ଆଜି ୯୦ ବର୍ଷ ବୟସରେ ପରଲୋକ ହୋଇଛି। 
  12. ଶନିବାର ମ୍ୟାଚ୍‌ ଖେଳୁଥିବା ବେଳେ ସୋଫିଆନ୍ ଲୌକାର ନାମକ ଜଣେ ଖେଳାଳି ଗୋଲ୍‌ରକ୍ଷକଙ୍କ ସହ ଧକ୍କା ଖାଇଥିଲେ। ଯନ୍ତ୍ରଣା ହେବାରୁ ପଡ଼ିଆରେ ଲୌକାରଙ୍କ ଚିକିତ୍ସା କରା ଯାଇଥିଲା। ହେଲେ ୧୦ ମିନିଟ ପରେ ଲୌକାରଙ୍କ ହୃଦ୍‌ଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଥିବା ଲୌକାରଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
  13. ଦୈନିକ ସଂକ୍ରମଣ ଫ୍ରାନ୍ସରେ ରେକର୍ଡ ଭାଙ୍ଗିଛି । ଓମିକ୍ରନ୍ ଯୋଗୁ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଛି । ଗୋଟିଏ ଦିନରେ ଫ୍ରାନ୍ସରେ ଏକ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଫ୍ରାନ୍ସରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪ହଜାର ୬୧୧ ନୂଆ ଆକ୍ରାନ୍ତ ।
  14. ଓଡ଼ିଶା ଖଣି ନିଗମକୁ ପୁଣି ଏକ ସମ୍ମାନ ମିଳିଛି। କରୋନା ମହାମାରୀ ସମୟରେ ଶିଳ୍ପାନୁଷ୍ଠାନଗୁଡିକର ସାମାଜିକ ଦାୟିତ୍ବବୋଧ (ସିଏସଆର)କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ ଲାଗି ଏସିଆ ମହାଦେଶର ଅଗ୍ରଣୀ ଅନୁଷ୍ଠାନ ‘ପିପୁଲ ଫାଷ୍ଟ’ ପକ୍ଷରୁ ‘ମାନବସମ୍ବଳ ଏକ୍ସଲେନ୍ସ ଆୱାର୍ଡ -୨୦୨୧’ ହାସଲ କରିଛି। 
  15. ଜାନୁଆରୀ ୫ରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସଂକ୍ଷିପ୍ତ ମୂଲ୍ୟାଙ୍କନ (ସମେଟିଭ୍ ଆସେସ୍‌ମେଣ୍ଟ) ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 
  16. ଅମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ ମହାକାଶ ଗବେଷଣା କ୍ଷେତ୍ରରେ ଶନିବାର ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ନାସା ପକ୍ଷରୁ ସର୍ବବୃହତ୍‌ ଦୂରବିକ୍ଷଣ ଯନ୍ତ୍ର (ଟେଲିସ୍କୋପ) ‘ଜେମସ୍‌ ୱେବ୍‌’କୁ ଶନିବାର ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଛି। ଫ୍ରେଞ୍ଚ ଗୁଏନାସ୍ଥିତ କୋରଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଏହାର ଉତ୍‌କ୍ଷେପଣ ହୋଇଛି।
  17. ଶିଖ ସମ୍ପ୍ରଦାୟର ଲୋକେ ଧାରଣ କରୁଥିବା କୃପାଣ (ଛୋଟ ଖଣ୍ଡା) ପାଇଁ ଲାଇସେନ୍ସ ଜରୁରୀ ବୋଲି ପାକିସ୍ତାନର ପେଶୱାର ଉଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି।
  18. ଦେଶର ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତ କରୁଥିବା ନେଇ ହେଉଥିବା ଅଭିଯୋଗକୁ ମିଥ୍ୟା ଦର୍ଶାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନଭି ରମଣା। କଲେଜିୟମ୍ ବ୍ୟବସ୍ଥା ମାଧ୍ୟମରେ ବିଚାରପତି ନିଯୁକ୍ତିକୁ ସେ ଯଥାର୍ଥ ବୋଲି ଦର୍ଶାଇଛନ୍ତି। 
  19. ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ପ୍ରାୟ ୫୭ ହଜାର ୬୦୨ ଆସନ ଖାଲି ରହିଛି। ୧୦୨୫ ମହାବିଦ୍ୟାଳୟରେ କଳା,ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ପାଠ୍ୟକ୍ରମରେ ମୋଟ ୨ ଲକ୍ଷ ୫୦ ହଜାର ୧୩୯ ଆସନ ରହିଛି।
  20. ନାଗାଲାଣ୍ଡରେ ସେନା ଗୁଳିକାଣ୍ଡ ଯୋଗୁ ୧୪ ଜଣ ନାଗରିକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ପ୍ରଦେଶରେ ଲାଗୁ ଥିବା ଆର୍ମଡ ଫୋର୍ସେସ୍‌ ପ୍ରିଭିଲେଜ ଆକ୍ଟ (ଏଏଫଏସପିଏ) ହଟାଇ ଦେବାକୁ ବିଚାର କରୁଛନ୍ତି। ଏଥିଲାଗି ଖୁବ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.