• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ରୋଗୀଙ୍କ ଚିକିତ୍ସା ନିମନ୍ତେ କରାଯାଉଥିବା ସମସ୍ତ ପରୀକ୍ଷା ନିରୀକ୍ଷା ଏଣିକି ମାଗଣାରେ ହେବ। ୫୦୦ ଟଙ୍କାରୁ କମ ମୂଲ୍ୟର ଥିବା ସବୁପ୍ରକାର ଭେଷଜ ପରୀକ୍ଷା ବିନା ଦେୟରେ କରାଯିବ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୁପାରିସ ଦିଆଯାଇ ଥିଲା।
  2. ମଣ୍ଡିଠାରେ ଏଗାର ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
  3. ବୁଷ୍ଟର ଡୋଜ୍ ଏବଂ କିଶୋରମାନଙ୍କ ଟୀକାକରଣ ପାଇଁ ଜାରି ହେଲା ଗାଇଡଲାଇନ । 15-18 ବର୍ଷ ବୟସର ପିଲାମାନଙ୍କର କୋଭିଡ -19 ଟୀକାକରଣ ଜାନୁୟାରୀ 3 ତାରିଖ 2022 ରୁ ଆରମ୍ଭ ହେବ। ଟିକାକରଣ ପାଇଁ ପିଲାମାନେ ଆସନ୍ତା ନୂଆବର୍ଷ (୧ ତାରିଖ)ରୁ କୋୱିନ୍‌ ଆପ୍‌ରେ ପଞ୍ଜୀକରଣ କରିପାରିବେ ।
  4. ଜାନୁଆରୀ ୧୦ ରୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଏବଂ ଏକାଧିକ ରୋଗରେ ପୀଡ଼ିତ ବରିଷ୍ଠ ନାଗରିକଙ୍କୁ କୋଭିଡର ବୁଷ୍ଟର ବା ପ୍ରିକସନ୍ ଡୋଜ୍ ଟିକା ଦିଆଯିବ।
  5. ଏଣିକି ସ୍କୁଲରେ ଶିକ୍ଷାଦାନ ବେଳେ ମୋବାଇଲ ଫୋନରେ ବ୍ୟକ୍ତିଗତ କଥା ହୋଇ ପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ। ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରିଛନ୍ତି। 
  6. ଓଲିଉଡ୍ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର । ଡାକ୍ତର କହିଲେ, ଆଗାମୀ ୯୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ହୋଇ ଡିସଚାର୍ଜ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିପାରେ । 
  7. ବିଶ୍ୱ ବକ୍ସ ଅଫିସରେ ସ୍ପାଇଡର୍-ମ୍ୟାନ୍‌ ଫିଲ୍ମ କଲା ରେକର୍ଡ: ୨୦୧୯ ପରେ ପ୍ରଥମ ଥର ପାଇଁ ୧୦୦ କୋଟି ଡଲାର୍ ଆୟ ଅତିକ୍ରମ କଲା ।
  8. ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଓଡ଼ିଶା: ଆଜି ହାଇଦ୍ରାବାଦକୁ ଭେଟିବ ।
  9. ଠକ ଓ ଠକେଇକୁ ନେଇ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ୨୦୨୧ ମସିହା ନଭେମ୍ବର ୩୦ ସୁଦ୍ଧା ୨୨ଟି ଥାନାରେ ୭୯୧ଟି ଠକେଇ ମାମଲା ରୁଜୁ ହୋଇଛି । ଠକେଇ ମାମଲାରେ ୧୮୧ ଜଣ ଗିରଫ ହୋଇଥିବା ବେଳେ ୧୭୭ ଜଣ ପୁରୁଷ ଓ ୪ ଜଣ ମହିଳା ଗିରଫ ହୋଇଛନ୍ତି । 
  10. ବାଘୁଣୀ ଖଇରୀର ମାଆ ନିହାର ନଳିନୀ ସ୍ୱାଇଁ । କଟକର ସିଦ୍ଧେଶ୍ୱର ସାହିଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ଆଖି ବୁଜିଛନ୍ତି ନିହାରୀ ନଳିନୀ । ମୃତ୍ୟୁ ବେଳେକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ବାଘ ଛୁଆକୁ ଘରେ ଲାଳନପାଳନ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ ସାହସୀ ମହିଳା ନିହାର ନଳିନୀ । ୪୭ ବର୍ଷ ତଳେ ବାଘ ଛୁଆ ଖଇରୀକୁ ସେ ନିଜ ସନ୍ତାନ ଭଳି ଲାଳନପାଳନ କରିଥିଲେ ।
  11. ୩୦ ତାରିଖ ଠାରୁ ଜାନୁଆରୀ ୩ ତାରିଖ ଯାଏ ନନ୍ଦନକାନନ ସହ ରାଜ୍ୟ ବଟାନିକାଲ ଗାର୍ଡେନ ସାମୟିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
  12. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧରୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତିବଦ୍ଧ ।
  13. ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି କି ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ୨୫ ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ମିଳିବ ।
  14. ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ଭାରତୀୟ ବୋଲର ଦମଦାର ବୋଲିଂ କରିଥିଲେ । ଯାହା ଫଳରେ ମାତ୍ର ୧୯୭ ରନରେ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା । 
  15.  ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଓ କୁଲଗାଓଁ ଜିଲାରେ ବୁଧବାର ହୋଇଥିବା ଦୁଇଟି ଗୁଳିବିନିମୟ ଘଟଣାରେ ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଗୁିବିନିମୟରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
  16. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଓମିକ୍ରନ୍‍ ସଂକ୍ରମଣ ଯୋଗୁଁ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଲେ ମଧ୍ୟ ଏଥିପ୍ରତି ଅବହେଳା କରାଯିବା ଉଚିତ ନୁହେଁ। ବିଭିନ୍ନ ଦେଶରେ ଓମିକ୍ରନ ବ୍ୟାପକ ଭାବେ ସଂକ୍ରମଣ କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଶାନ୍‍ ସମ୍ମାନନିଧି ଯୋଜନାରେ କୃଷକମାନଙ୍କୁ ଦିଆଯାଉଥିବା ଦଶମ କିସ୍ତିର ଅର୍ଥରାଶି ପ୍ରଦାନ କରିବେ। ଏଥିରେ ୧୦ କୋଟି ହିତାଧିକାରୀଙ୍କୁ ୨୦ ହଜାର କୋଟି ଟଙ୍କା ଦିଆଯିବ। 
  18. ରାଜ୍ୟ ପ୍ରଶାସନିକ ସେବାରେ ୧୫୩ ଜଣ ଅଧିକାରୀ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ ପ୍ରଶାସନିକ ସେବା କେବଳ ବୃତ୍ତି ନୁହେଁ, ମାତୃଭୂମି ଓ ସାଧାରଣ ମଣିଷ ପ୍ରତି ସେବା ଅଟେ।
  19. କୋଟିପତି ପର୍‌ଫ୍ୟୁମ୍‌ ବ୍ୟବସାୟୀ ପୀୟୂଷ ଜୈନଙ୍କ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯିବ। ପୀୟୂଷଙ୍କ ୩ଟି ଘର, ଫ୍ୟାକ୍ଟ୍ରି ଇତ୍ୟାଦିରୁ ୧୯୪ କୋଟି ୪୫ ଲକ୍ଷ ନଗଦ ଟଙ୍କା, ୨୩ କିଲୋ ସୁନା ଓ ୬ କ୍ୱିଣ୍ଟାଲ୍‌ ଚନ୍ଦନ କାଠ ଜବତ ହୋଇଛି।
  20. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ନୂଆ କାର୍‌। ନୂଆ ଗାଡ଼ିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଥିବା ଜଣାପଡ଼ିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.