• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ଖୁବଶୀଘ୍ର ଏକ ବିଶ୍ବସ୍ତରୀୟ ମ୍ୟୁଜିୟମ୍ କଂପ୍ଲେକ୍ସ ଖୋଲିବ । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି । ଏହା ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଇତିହାସକୁ ଅଧିକ ରୁଦ୍ଧିମନ୍ତ କରିବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ .
  2. ୨୦୨୧ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଚଳିତ ବର୍ଷ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । “ସରିଯାଇଥିବା ଅପେରା” କବିତା ବହି ପାଇଁ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।
  3. ସେହିପରି ଭାବରେ “ଗୀତ କହେ ମାଟିର କଥା” ପୁସ୍ତକ ପାଇଁ ଦେବରାଜ ବ୍ରହ୍ମାଙ୍କୁ ବାଲ୍ ସାହିତ୍ୟ ପୁରସ୍କାର-୨୦୨୧ ଓ ଓଡିଆରେ “ସ୍ପର୍ଶ ଓ ଅନ୍ୟ ଗଳ୍ପ” ପାଇଁ ଦେବବ୍ରତ ଦାସଙ୍କୁ ଯୁବ ପୁରସ୍କାର-୨୦୨୧ ମିଳିବ ବୋଲି ଘୋଷଣା ହୋଇଛି ।
  4. ନାଗାଲାଣ୍ଡରେ ଆଉ ୬ ମାସ ବଢିଲା ବିବାଦୀୟ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ ବା AFSPA ।
  5. ପ୍ରତି ବର୍ଷ ଚୀନରେ ୧ରୁ ୨ କୋଟି କୁକୁରଙ୍କୁ ମାରି ଦିଆଯାଏ । ଏହିମାନଙ୍କୁ ସୁପ୍ କରି ପିଅନ୍ତି ଚାଇନାର ଲୋକେ । ଗୋଟିଏ କୁକୁରର ସୁପ୍ ପାଇଁ ୧୦୦ ପାଉଣ୍ଡ(ପ୍ରାୟ ୧୦ହଜାର) ନିଅନ୍ତି ।
  6. ଦେଶର ଏକ ଐତିହାସିକ ରେଳ ଷ୍ଟେସନର ନାମ ମଧ୍ୟ ବଦଳିବ । ଝାନସୀ ରେଳଷ୍ଟେସନକୁ ବୀରାଙ୍ଗନା ଲକ୍ଷ୍ମୀବାଇ ରେଳ ଷ୍ଟେସନ ନାମରେ ନାମିତ କରାଯିବ। ଏଥିଲାଗି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଯାଇଛି।
  7. ନିର୍ଦ୍ଧାରିତ ସମୟରେ ବିଧାନସଭା ନିର୍ବାଚନ  କରାଇବାକୁ ଉତ୍ତର ପ୍ରଦେଶର ସବୁ ରାଜନୈତିକ ଦଳ ‘ପୋଲ୍‌ ପାନେଲ୍‌’କୁ ଭେଟି ନିବେଦନ କରିଥିବା କଥା ଆଜି ମୁଖ୍ୟ ନିର୍ବାଚନ କମିସନର୍‌ ସୁଶୀଲ୍‌ ଚନ୍ଦ୍ରା କହିଛନ୍ତି। 
  8. ହାଇଦ୍ରାବାଦରେ ଅପ୍ଟିମସ୍‌ ଫାର୍ମା କୋଭିଡ୍‌-ନିରୋଧୀ ବଟିକା ‘ମୋଲ୍‌ନୁପିରାଭିୟର୍‌’ର ଶୁଭାରମ୍ଭ କରିଛି।
  9. ସୁପ୍ରିମ୍‌ କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ କହିଛନ୍ତି ଯେ ଅପରାଧିକ ମାମଲାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା କେବଳ ଚାର୍ଜସିଟ୍‌ କାରଣରୁ ବନ୍ଦ ହୋଇପାରିବ ନାହିଁ।
  10. ଭାରତୀୟ ରିଜର୍ଭ ବ୍ୟାଙ୍କ କେଓ୍ବାଇସି (ନୋ ୟୋର କଷ୍ଟମର ବା ଗ୍ରାହକଙ୍କ ପରିଚୟ ଓ ଠିକଣା ପ୍ରମାଣକରୁଥିବା କାଗଜପତ୍ର) ଅପଡେଟ କରିବାର ଶେଷ ତାରିଖକୁ ପୁଣି ବଢାଇଦେଇଛନ୍ତି । ଏହା କରିବାର ଶେଷ ତାରିଖ ଡିସେମ୍ବର ୩୧ ଥିବାବେଳେ, ଏବେ ତାହାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
  11. ଜିଏସଟି ପରିଷଦର ସୁପାରିଶକୁ ଆଧାର କରି କେନ୍ଦ୍ରୀୟ ପରୋକ୍ଷ ଟିକସ ବୋର୍ଡ (ସିବିଆଇସି) ପକ୍ଷରୁ ବସ୍ତ୍ର, ପୋଷାକ ଏବଂ ଜୋତା ଉପରେ ଲାଗୁ ଜିଏସଟି ହାର ବୃଦ୍ଧି କରାଯାଇଛି । ଏହି ସମସ୍ତ ଜିନିଷ ଉପରେ ଜିଏସଟି ହାର ଜାନୁଆରୀ ପହିଲାରୁ ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇବ ।
  12. ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଦେଶରେ ୩୬,୩୪୨ କୋଟି ଟଙ୍କା ମୂଲ୍ୟର ୪,୦୭୧ଟି ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଥିଲା। 
  13. ଇ-ଶ୍ରମ ପୋର୍ଟାଲରେ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ୨ ଲକ୍ଷ ଟଙ୍କା ଯାଏଁ ବୀମା ଲାଭ ମିଳିଥାଏ। ଏଥି ପାଇଁ ବୀମା ପାଇଁ ପ୍ରୀମିୟମ ଦେବାକୁ ପଡ଼ିନଥଶଏ। ଦୁର୍ଘଟଣାରେ ଯଦି ଶ୍ରମିକଙ୍କ ମୃତ୍ୟୁ ହୋଇଯାଏ ୨ ଲକ୍ଷ ଟଙ୍କା ମିଳିବ। ଦୁର୍ଘଟଣାରେ ଦିବ୍ୟାଙ୍ଗ ହେଲେ ୧ ଲକ୍ଷ ଟଙ୍କା ମିଳିବ। 
  14. ୨୦୨୧ ନିବେଶକମାନଙ୍କ ପାଇଁ ବହୁତ ଭଲ ଥିଲା। ଗତ ଏକ ବର୍ଷରେ ଦେଶର ଆରବପତିଙ୍କ ସଂଖ୍ୟା ୧୨୬ କୁ ବୃଦ୍ଧି ପାଇଛି। ଏହି ତାଲିକାରେ ମୁକେଶ ଅମ୍ବାନୀ ଶୀର୍ଷରେ ଅଛନ୍ତି। ୨୦୨୦ ରେ ଦେଶରେ ୮୫ ଜଣ ଆରବପତି ଥିବା ବେଳେ ଚଳିତ ୨୦୨୧ରେ ଏଥିରେ ଆଉ ୪୧ ଜଣ ଯୋଡି ହୋଇଛନ୍ତି। 
  15. ବ୍ରଜରାଜନଗର ବିଧାୟକଙ୍କ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ଘଟିଥିବା ସୂଚନା  ।  ୬୩ ବର୍ଷ ବୟରେ ହୃଦଘାତରେ ଦେହାନ୍ତ ଘଟିଛି  ।
  16. ସୋସିଆଲ ମିଡିଆ ପ୍ଲାଟଫର୍ମର ବାଦଶାହା ‘ଫେସବୁକ’ । ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ମଧ୍ୟରେ ଅନ୍ୟତମ ଫେସବୁକ । ବିଶ୍ୱରେ ମୋଟ ୨.୮୯ ବିଲିୟନ ୟୁଜର୍ସ ଫେସବୁକ ବ୍ୟବହାର କରୁଛନ୍ତି । କେବଳ ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୧ କୋଟି । ୪ ଜାନୁଆରୀ ୨୦୦୪ରେ ମାର୍କ ଜୁକରବର୍ଗଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଏବେ ବିଶ୍ୱରେ ପ୍ରମୁଖ ସାମାଜିକ ଗଣମାଧ୍ୟମ ହୋଇପାରିଛି ।
  17. ଫେସବୁକଠାରୁ ଆରମ୍ଭ କରି ଟ୍ୱିଟର ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଥିଲା କିଛି ନା କିଛି ପରିବର୍ତ୍ତନ । ଏପରି ପରିବର୍ତ୍ତନକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ଫେସବୁକ୍ । ୧୭ ବର୍ଷର ବିଜୟ ଯାତ୍ରା ପରେ ନାମ ପରିବର୍ତ୍ତନ କରିଥିଲା ଏହି ବହୁଳ ବ୍ୟବହୃତ ସୋସିଆଲ ମିଡ଼ିଆ ଫେସବୁକ । ଆସିଥିଲା ନୂଆ ନାଁ ‘ମେଟା’।
  18. ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (ଆଇପିପିବି)ରେ ୨୦୨୨ ଜାନୁଆରୀ ୧ ତାରିଖ ଠାରୁ ଟଙ୍କା ଜମା କରିବା ଏବଂ ଉଠାଇବା ଲାଗି ଦେୟ ଦେବାକୁ ପଡିବ । ଜଣେ ଗ୍ରାହକଙ୍କ ନିମନ୍ତେ ମୌଳିକ ସଞ୍ଚୟ ଜମା ଖାତା କ୍ଷେତ୍ରରେ ମାସକୁ ଚାରିଥର ଟଙ୍କା ଉଠାଣ ମାଗଣାରେ କରିପାରିବେ ଏବଂ ତାହା ପରେ ଉଠାଉଥିବା ଟଙ୍କା ମୂଲ୍ୟର ୦.୫୦% ଏବଂ ଅନ୍ୟୂନ ୨୫ ଟଙ୍କା ତାଙ୍କୁ ପ୍ରତିଥର ଟଙ୍କା ଉଠାଇବା ପାଇଁ ଦେବାକୁ ହେବ ।
  19. ୧୯୯୭ ବ୍ୟାଚ୍ର ୪ଜଣ ଆପିଏସ ଅଫିସରଙ୍କ ପଦନ୍ନୋତି ଦେଲେ ରାଜ୍ୟ ସରକାର । ଡିଏସ କୁଟ୍ଟେ, ଦିପ୍ତେଶ ପଟ୍ଟନାୟକ, ଅସିତ ପାଣିଗ୍ରାହୀ, ରେଖା ଲୋହାନୀଙ୍କୁ ଏଡିଜି ପାହ୍ୟାକୁ ପଦନ୍ନୋତି ମିଳିଛି । ଡିଏସ କୁଟ୍ଟେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପଦୋନ୍ନତି ପରେ ବି ସେ ସିଏମଓରେ କାର୍ଯ୍ୟ କରିବେ ।
  20. ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆ । ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.