• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

 

  1. ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ଶେଷ ଭାଗରେ ଏହା ଶିଖର ଛୁଇଁବ ବୋଲି ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି। ପ୍ରଫେସର ଅଗ୍ରୱାଲ କହିଛନ୍ତି ଯେ, ତୃତୀୟ ଲହରର ଶିଖର ସମୟରେ ଦେଶରେ ଦୈନିକ ସଂକ୍ରମଣ ୪ରୁ ୮ଲକ୍ଷ ରହିବ।
  2. ଆସନ୍ତା ୧୦ରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏଥିପାଇଁ କେରୋନା କଟକଣା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା ।
  3.  ଆସନ୍ତା ୧୦ ତାରିଖରୁ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହେବ । 
  4.  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ସଂଧ୍ୟାରେ ଛତିଶାନିଯୋଗ ବୈଠକ ବସିଥିବାବେଳେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  ।
  5. ବିଜୁ ପକ୍କାଘର ଯୋଜନାରେ ୩୧ଲକ୍ଷ ଲୋକଙ୍କୁ ଘର ଯୋଗାଣ କରିଛନ୍ତି ରାଜ୍ୟ ସରକାର  । ଘର ମରାମତି ଓ ସହାୟତା ରାଶିନିଜସ୍ୱ ପାଣ୍ଠିରୁ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ସାଢ଼େ ୮ଲକ୍ଷ ପରିବାରର ଆକାଉଣ୍ଟକୁ ସହାୟତା ରାଶି ପଠାଯାଇଛି  । ପ୍ରତି ପରିବାରକୁ ୩ହଜାର ଲେଖାଏଁ, ୧୪୪୪କୋଟି ଟଙ୍କା ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ  । 
  6.  ନୂଆ ଗାଇଡଲାଇନ ଅନୁସାରେ ଆସନ୍ତା ଜାନୁଆରୀ ୧୦ରୁ ରାଜ୍ୟରେ ଥିବା ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ । କେବଳ ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ ବୋଲି SRC ନୂଆ ଗାଇଡଲାଇନରେ କହିଛନ୍ତି ।
  7. ସେହିପରି ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଆସନ୍ତା ୧୦ରୁ ବନ୍ଦ ରହିବ । ସବୁ କଲେଜ ଓ ୟୁନଭର୍ସିଟି ବନ୍ଦ ରହିଥିବାବେଳେ ଅନଲାଇନରେ କିନ୍ତୁ ଜାରି ରହିବ ପାଠପଢ଼ା ।
  8. ରିତୁପ୍ରିୟା ପ୍ରଡକ୍ସନ୍ସର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ୧୪ତମ ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। 
  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ୍‍କୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି ।
  10. ଆଗାମୀ ୯ ତାରିଖରେ ଚୁଡ଼ାନ୍ତ ପକ୍ଷୀଗଣନାର ସଂଖ୍ୟା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳ ୬ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହୀରାକୁଦର ବିସ୍ତିର୍ଣ୍ଣ ଜଳରାଶିରେ ସମୁଦାୟ ୧୫ଟି ସେକ୍ଟରରେ ଏହି ପକ୍ଷୀଗଣନା କରାଯାଉଛି । ସମୁଦାୟ ୫୩୩ ବର୍ଗ କିଲୋମିଟର ଏବଂ ୫.୭ ବର୍ଗ କିଲୋମିଟରରେ ପକ୍ଷୀଗଣନା କରାଯିବ ।
  11. କଟକ ରେଳଷ୍ଟେସନ ହେବ  ବିଶ୍ୱସ୍ତରୀୟ। କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ଶୁକ୍ରବାର କଟକ ରେଳଷ୍ଟେସନରେ ପୂର୍ବ ପ୍ରବେଶ ଦ୍ୱାର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି। କଟକ ରେଳଷ୍ଟେସନକୁ ସଂଯୋଗ କରୁଥିବା ତଥା ଦ୍ୱିତୀୟ ଫାଟକକୁ ସିଧାସଳଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ।
  12. ୨୦୨୧ ବର୍ଷର ଏନଇଇଟି ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ସୁପ୍ରିମକୋର୍ଟ ଏହି ମାମଲାରେ ଶୁକ୍ରବାର ତାଙ୍କର ରାୟ ଶୁଣାଇଛନ୍ତି । ଏଥିରେ ଏନଇଇଟି ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । 
  13. ଦେଶରେ କରୋନା ଟିକାକରଣ ଶୁକ୍ରବାର ଦିନ ୧୫୦ କୋଟି ଟପିଯାଇଛି। ଟିକାକରଣ କ୍ଷେତ୍ରରେ ଭାରତ ଏଭଳି ବଡ଼ ସଫଳତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି।
  14. ଭାରତ ଅର୍ଥନୀତି ଆସନ୍ତା ୨୦୩୦ ମସିହାରେ ଜାପାନ ଅର୍ଥନୀତିକୁ ଟପିଯିବ। ଫଳରେ ଭାରତ ଅର୍ଥନୀତି ଏସିଆର ଦ୍ବିତୀୟ ବୃହତ୍ ଏବଂ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ। ଲଣ୍ଡନଭିତ୍ତିକ ଆଇଏଚ୍‌ଏସ୍‌ ମାର୍କିଟ ନାମକ ସଂସ୍ଥା ପକ୍ଷରୁ ଶୁକ୍ରବାର ଏକ ରିପୋର୍ଟରେ ଏହା କୁହାଯାଇଛି।
  15. ଦେଶର ୨୦୦ଟି ରେଳ ଷ୍ଟେସନରେ କମନ ସର୍ଭିସ ସେଣ୍ଟର(ସିଏସ୍‌ସି) କିଓସ୍କ ପ୍ରତିଷ୍ଠା ହେବ। ଏଥି ମଧ୍ୟରୁ ପୂର୍ବତଟ ରେଳପଥରେ ରହିଛି ୧୩ ଷ୍ଟେସନ୍‌। ‘ରେଲ୍‌ଓୟାର୍‌ ସାଥୀ’ ନାମରେ ପ୍ରତିଷ୍ଠା ହେବାକୁ ଥିବା ଏହି କିଓସ୍କଗୁଡ଼ିକରେ ବିମାନ ଟିକଟ ବୁକିଂ, ଆଧାର କାର୍ଡ ଓ ଭୋଟର କାର୍ଡ ପାଇଁ ଆବେଦନ ସହ ମୋବାଇଲ୍‌ ରିଚାର୍ଜ, ବିଜୁଳି ବିଲ୍‌ ଓ ବୀମା ପୈଠ ଆଦି ସେବା ଉପଲବ୍ଧ ହେବ।
  16. ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) କାର୍ଯ୍ୟାଳୟ । ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟ ସମେତ ଦେଶର ଅନ୍ୟ କିଛି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଧମକ ଦେଇଛି ଜୈଶ-ଏ-ମହମ୍ମଦ ସଂଗଠନ । ଏ ନେଇ ଖୁଲାସା କରିଛନ୍ତି ନାଗପୁର ପୋଲିସ କମିଶନର ।
  17. କୃଷି ଏବଂ ମ୍ୟାନୁଫେକଚରିଂ କ୍ଷେତ୍ରର ଉନ୍ନତ ପ୍ରଦର୍ଶନରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଆର୍ଥିକ ବର୍ଷ ୨୦୨୧-୨୨ରେ ୯.୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଏହାର ଗୋଟିଏ ବର୍ଷ ପୂର୍ବେ ଅର୍ଥାତ ୨୦୨୦-୨୧ରେ ବୃଦ୍ଧିହାର ୭.୩ ପ୍ରତିଶତ ହ୍ରାସ ଘଟିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ଶୁକ୍ରବାର ଏହାର ସୂଚନା ଦେଇଛି।
  18. ନୂଆ ଗାଇଡଲାଇନ ଅନୁଯାୟୀ ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୭ ଦିନିଆ ହୋମ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି । ଏହାସହ ଭାରତରେ ପହଞ୍ଚିବା ପରେ ବିମାନ ବନ୍ଦରରେ କୋଭିଡ୍ ଟେଷ୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ ଆସିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିବ । ପଜିଟିଭ ଚିହ୍ନଟ ହୋଇଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରଖାଯିବ।
  19. ତୃତୀୟ ଜାତୀୟ ଜଳ ପୁରସ୍କାର-୨୦୨୦ର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଥିରେ ବେଷ୍ଟ ଷ୍ଟେଟ୍ ବିଭାଗରେ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ରାଜସ୍ଥାନ ଏବଂ ତାମିଲନାଡୁ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
  20. ୨୦୧୮ ମସିହାରେ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଜଳ ସମ୍ପଦ ପରିଚାଳନାରେ ଅନୁକରଣୀୟ କାର୍ଯ୍ୟ ପାଇଁ ୨୦୨୦ ମସିହା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୧୧ଟି ବିଭାଗ ପାଇଁ ୫୭ଟି ପୁରସ୍କାର ବିଭିନ୍ନ ରାଜ୍ୟ, ସଂସ୍ଥାଙ୍କୁ ପ୍ରଦାନ କରାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.