• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କରୋନା କଟକଣା ମଧ୍ୟରେ ଏଥର  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଥର ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ।
  2. ୫ ରାଜ୍ୟର ୬୯୦ ଆସନରେ ମତଦାନ ହେବ । ମୋଟ ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ମତଦାନ କେନ୍ଦ୍ର ରହିବ। ୫ଟି ରାଜ୍ୟରେ ୨ଲକ୍ଷ ୧୫ ହଜାର ୩୬୮ ମତଦାନ  କେନ୍ଦ୍ରରେ ଭୋଟଗ୍ରହଣ କରାଯିବ। ଆସନ୍ତା ଫେବୃଆରୀ ୧୦ ରୁ ଆରମ୍ଭ ହେବ ନିର୍ବାଚନ ଏବଂ ମାର୍ଚ୍ଚ ୧୦ ଗଣତି ହେବ । 
  3. ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ହେଲେ ବୀରେଶ କୁମାର ଭାୱରା । ଭାୱରା ୧୯୮୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ । ସେ ଭିଜିଲାନ୍ସ ମୁଖ୍ୟ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି।
  4. ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀ କର୍ମଚାରୀ ମାନଙ୍କ ପାଇଁ ଶନିବାର ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ଦିଆଯିବ । ସମସ୍ତଙ୍କୁ ମଧ୍ୟ ପରିଚୟ ପତ୍ର ଯୋଗାଇ ଦିଆଯିବ ।
  5. ଶ୍ରୀଲଙ୍କାର ଓପ୍‌ନିଂ ବ୍ୟାଟ୍‌ସମ୍ୟାନ ଧନୁସ୍କା ଗୁଣତିଳକ ଟେଷ୍ଟ କ୍ରିକେଟରୁ ଶନିବାର ଅବସର ଘୋଷଣା କରିଛନ୍ତି। ୩୦ବର୍ଷ ବୟସରେ ଗୁଣତିଳକ ଟେଷ୍ଟ କ୍ରିକେଟ ଛାଡିଛନ୍ତି। ସୀମିତ ଓଭର ଧଳାବଲ କ୍ରିକେଟ ଉପରେ ଗୁରୁତ୍ବ ଦେବା ଲକ୍ଷ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଗୁଣତିଳକ କହିଛନ୍ତି। 
  6. ନୋବେଲ ପୁରସ୍କର ବିଜୟିନୀ ମଦର ଟେରେସାଙ୍କର ମିଶନାରିଜ ଅଫ ଚାରିଟି ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ତେବେ ଉକ୍ତ ସଂସ୍ଥା ପକ୍ଷରୁ କେତେକ ଆବଶ୍ୟକ କାଗଜପତ୍ର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯିବା ପରେ ସରକାର ଏହାକୁ ବିଦେଶୀ ଅନୁଦାନ ପ୍ରାପ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
  7. ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ତୃଟିକୁ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି କରି ସୋମବାର ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଗଠିତ କମିଟି ଏବଂ ରାଜ୍ୟ ପଞ୍ଜାବ ସରକାରଙ୍କ ଗଠିତ କମିଟି ଏହି ମାମଲାରୁ ଦୁରେଇ ରହିବାକୁ କୁହଯାଇଛି । ଏହା ବ୍ୟତୀତ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ସ୍ଥାନକୁ ଯିବାର ରେକର୍ଡର ସଂରକ୍ଷଣ ପାଇଁ ପଞ୍ଜାବର ରେଜିଷ୍ଟ୍ରାର ଜେନେରାଲ ଏବଂ ହରିୟାଣା ହାଇକୋର୍ଟକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।
  8. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଙ୍ଗନୱାଡି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ମିନି ଅଙ୍ଗନୱାଡି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନୱାଡି ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
  9. ପଞ୍ଚାୟତ ସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ । ପୋଷାକ ଭତ୍ତା,ସ୍ମାର୍ଟ ଫୋନ୍ ଓ ଗସ୍ତ ଖର୍ଚ୍ଚ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କଟକଣାରେ ହେବ ପଞ୍ଚାୟତ ନିର୍ବାଚନ; ୧୩ ଜାନୁଆରି ବେଳକୁ ତାରିଖ ଘୋଷଣା, ସ୍ଥିତି ବିଗିଡିଲେ ନିଷ୍ପତ୍ତି ବଦଳିପାରେ । ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଲା । ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି ।
  10. ବ୍ରିଟେନରେ ମଣିଷ ଶରୀରରେ ଚିହ୍ନଟ ହେଲା ଅତି ବିରଳ ବାର୍ଡ ଫ୍ଲୁ ମାମଲା, ସତର୍କ କରାଇଲା ସ୍ଵାସ୍ଥ୍ୟ ସୁରକ୍ଷା ସଂସ୍ଥାI
  1. ୨୦୨୧-୨୨ରେ ୯. ୨ ପ୍ରତିଶତ ବୃଦ୍ଧି ପାଇବ ଭାରତର ଅଭିବୃଦ୍ଧି ହାର । ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଲା ରିପୋର୍ଟ ।
  2. ଦେଶରେ ୧୫-୧୮ ବର୍ଷ ମଧ୍ୟରେ ୨ କୋଟିରୁ ଅଧିକ ପିଲା ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ଜାନୁଆରି ୩ରୁ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଏହା ୨ କୋଟି ଟପିଯାଇଛି। 
  3. କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ସୋମବାରଠୁ ଶ୍ରୀମନ୍ଦିରରେ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ସେହିପରି ରବିବାର ସାନିଟାଇଜେସନ ପାଇଁ ସାଧାରଣ ବନ୍ଦ ହେବାକୁ ଥିବାରୁ ଆଜି ଶ୍ରୀମନ୍ଦିରରେ ଲାଗିଥିଲା ପ୍ରବଳ ଗହଳି ଚହଳି । ଦିନ ସାରା ୭ ଲକ୍ଷ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।
  4. ଓମିକ୍ରନ ମୁକାବିଲା ନେଇ ତତ୍ପର ଗଞ୍ଜାମ ଜିଲା ପ୍ରଶାସନ । ବିନା ଟିକାକରଣ ପ୍ରମାଣ ପତ୍ରରେ ମନ୍ଦିର ମଧ୍ୟରେ ପ୍ରବେଶ ମନା । ବସରେ ଯାତ୍ରୀ ଟିକାକରଣ ପ୍ରମାଣପତ୍ର ଦେଖାଇ ଯାତ୍ରା କରିବାକୁ ବସ୍ ଆସୋସିଏସନକୁ ଜଣାଇବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । 
  5. ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ପୁଣି କେନ୍ଦ୍ରର ବୈମାତୃକ ମନୋଭାବ । ପୂର୍ବତଟ ରେଳପଥରୁ ଅଲଗା ହେଲା ରାୟଗଡ଼ା ଡିଭିଜନ ।
  6. ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ୧୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ବର୍ଷିବ । ସେପଟେ ଅଦିନିଆ ବର୍ଷା ସମୟରେ ଫସଲ ପରିଚାଳନା ନେଇ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।
  7. ସମ୍ପ୍ରତି ସାରା ଦେଶରେ ହୁହୁ ହୋଇ ଓମିକ୍ରନ୍-ଜନିତ ସଂକ୍ରମଣ ବଢ଼ିଚାଲିଛି। ମାତ୍ର ସଂକ୍ରମଣ ସଂଖ୍ୟାକୁ ନେଇ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେବା ଉଚିତ ନୁହେଁ ବୋଲି ଆଇଦ୍ରାବାଦ ଆଇଆଇଟି ପ୍ରଫେସର ତଥା ନ୍ୟାସନାଲ କୋଭିଡ୍-୧୯ ସୁପରମଡେଲ କମିଟି ମୁଖ୍ୟ ଡ. ଏମ୍ ବିଦ୍ୟାସାଗର କହିଛନ୍ତି। 
  8. ଦେଶରେ ଗତ ୨୪ ଘଣ୍ଟାରେ ୧,୪୧,୯୮୬ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ମାମଲା ୧୦ ହଜାର ଟପିବାର ସପ୍ତାହକ ପରେ ୧ ଲକ୍ଷ ଟପିଛି।
  9. ଜାତୀୟ ସ୍ତରରେ ସାଇବର ଅପରାଧ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ଆଧାରରେ ଅପରାଧୀମାନଙ୍କୁ ଚିହ୍ନଟ ତଥା ଟ୍ରାକିଂ କରାଯାଇ ପାରିବ। ବର୍ତ୍ତମାନ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ରହିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.