• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୂରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଏଥର ନୂଆବର୍ଷ ସେଲିବ୍ରେସନ ଫିକା ପଡିଛି । ପିଲାଠୁ ବୟସ୍କ ସମସ୍ତେ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି । ହେଲେ କେଉଁଠି ସେଲିବ୍ରେସନ ହୋଇନି ।
  2. ଦେଶରେ ଓମିକ୍ରନ୍‌ ପ୍ରଜାତି ଦ୍ବାରା ଦ୍ରୁତ ସଂକ୍ରମଣ ଜାରି ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଶହ ଟପିଯାଇଛି । କେରଳରେ ୪୪ ଓ କର୍ଣ୍ଣାଟ‌କରେ ୨୩ଟି ନୂଆ ମାମଲା ଠାବ ହୋଇଛି।
  3. କରୋନା ଭାଇରସ୍‌ ମହାମାରୀରେ ବିଶ୍ବବ୍ୟାପୀ ଆତଙ୍କିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଲକ୍ଷ ୧୯ ହଜାର ୧୨୨ ଜଣ ସଂକ୍ରମିତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୫୫୫୨ ହୋଇଛି। ଆମେରିକା, ଭାରତ, ବ୍ରାଜିଲ, ବ୍ରିଟେନ୍‌, ଋଷିଆ, ସ୍ପେନ ଓ ଫ୍ରାନ୍ସରେ କରୋନା ଭାଇରସ ସଂକ୍ରମଣ ଅଧିକ ବ୍ୟାପିଛି। 
  4. ଓଡିଶା ପୋଲିସ ମୁଖିଆ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଥିବା ଅଭୟଙ୍କୁ ରାଜ୍ୟ ସରକାର  ଏସଟିଏଫ(ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି  । ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଅବସର ପରେ ଅଭୟଙ୍କୁ ମିଳିବ ମୁଖ୍ୟ ଶାସନ ସଚିବ ପାହ୍ୟା  । 
  5. ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୦୧.୦୭.୨୦୨୧ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି।
  6.  ଚଳିତ ଅଣ୍ଡର-୧୯ ଏସିଆ କପ ଜିତିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ୯ ଓ୍ୱିକେଟରେ ପରାସ୍ତ କରି ଏସିଆ କପ୍ ଟ୍ରଫି ଉଠାଇଛି ଟିମ୍ ଇଣ୍ଡିଆ ।
  7. ନୂଆ ନିୟମ ଅନୁସାରେ ନୂଆ ବର୍ଷ ପୂର୍ବରୁ ମୁମ୍ବାଇରେ ଜାରି କରାଯାଇଥିବା ୧୪୪ ଧାରାକୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସନ୍ଧ୍ୟା ୫ଟାରୁ ନେଇ ସକାଳ ୫ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଡ଼ା କଟକଣା ଲାଗୁ କରାଯାଇଛି । ସମୁଦ୍ର କୂଳ, ଖୋଲା ପଡିଆ, ଗାର୍ଡେନ, ପାର୍କ ଓ ଅନ୍ୟ ସାର୍ବଜାନୀନ ସ୍ଥାନରେ ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି ।
  8. ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ଗତ ସୋମବାର ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । 
  9.  ‘ଜଳ ଜୀବନ ମିସନ୍‌’ର କ୍ରିୟାନ୍ବୟନ ପାଇଁ ଆଜି ଓଡ଼ିଶାକୁ କେନ୍ଦ୍ର ସରକାର ୮୩୦.୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ‘ହର୍‌ ଘର୍‌ ଜଲ୍‌’ ଯୋଜନାରେ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ମିସନ୍‌ ଲକ୍ଷ୍ୟ ରଖିଛି।
  10. ରାଜ୍ୟ ପରିବହନ ବିଭାଗରେ ଏଣିକି ନୋ ଅଫଲାଇନ୍‌, କେବଳ ଅନଲାଇନ । ଅର୍ଥାତ୍ ଡ଼ିଏଲ ଠୁ ଆରମ୍ଭ କରି ଗାଡି ପରିମିଟ୍ – ସବୁ କିଛି ଏଣିକି ଅନଲାଇନରେ ହେବ ।
  11. ATM ବ୍ୟବହାର କରିବା ଲାଗି ଆପଣଙ୍କୁ ଦେବାକୁ ପଡିବ ୫ପ୍ରତିଶତ ଅଧିକ ଚାର୍ଜ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗାଇଡଲାଇନ୍ ଅନୁଯାୟୀ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ଥର ATMରୁ ଟଙ୍କା ଉଠାଣ ପାଇଁ ଆପଣ ଏବେ ୨୦ଟଙ୍କା ଦେଉଥିବା ବେଳେ ଏଣିକି ୨୧ ଟଙ୍କା ସହିତ GST ମଧ୍ୟ ଦେବାକୁ ପଡିବ ।
  12. ବ୍ୟାଙ୍କ ଲକରରୁ ଆପଣଙ୍କ ସାମଗ୍ରୀ ଚୋରି ହୋଇଗଲେ କିମ୍ବା ବ୍ୟାଙ୍କ କର୍ମଚାରୀ ହଡପ କରିଦେଲେ ବ୍ୟାଙ୍କମାନେ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ପାରିବେନି । RBI ଗାଇଡଲାଇନ୍ ଅନୁୟାୟୀ ବ୍ୟାଙ୍କମାନେ ବାର୍ଷିକ ଲକର୍ ଚାର୍ଜର ସର୍ବାଧିକ ଶହେ ଗୁଣା ଦେବାକୁ ବାଧ୍ୟ ହେବେ ।
  13. ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରୁ ଟଙ୍କା ଉଠାଣ ଲାଗି ୧ ଜାନୁଆରୀ ୨୦୨୨ରୁ ନିୟମ ବଦଳିଯିବ । ମାସକରେ ୪ଥରରୁ ଅଧିକ ଟଙ୍କା ଉଠାଇଲେ, ଉଠାଣ ରାଶିର ୦.୫ପ୍ରତିଶତ ଚାର୍ଜ ଲାଗିବ । ଏହା ଉପରେ ଅଧିକ ଅତିରିକ୍ତ GST ଦେବାକୁ ପଡିବ ।
  14. ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ପେମେଣ୍ଟକୁ ଅଧିକ ନିରାପଦ କରିବା ଲାଗି ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅନଲାଇନ୍ ପେମେଣ୍ଟ  କରିବା ଲାଗି ପ୍ରତିଥର ଆପଣଙ୍କୁ ୧୬ଟିକିଆ ଡେବିଟ୍ ବା କ୍ରେଡିଟ୍ କାର୍ଡ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ ପଡିବ । କିମ୍ବା ଏଥିପାଇଁ ଟୋକନ୍ ସିଷ୍ଟମ୍ ଆପଣାଇବାକୁ ପଡିବ । ଆପଣଙ୍କ କାର୍ଡର ତଥ୍ୟ କୌଣସି ଇକମର୍ସ ସାଇଟ୍ କିମ୍ବା ୱେବସାଇଟ୍ ସେଭ୍ କରି ରଖିପାରିବେ ନାହିଁ ।
  15.  ଜମ୍ମୁସ୍ଥିତ ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା ହୋଇଥିବା ଜାତୀୟ ଗଣମାଧ୍ୟମର ଖବରରୁ ଜଣାପଡ଼ିଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। 
  16. ଦାୟିତ୍ୱ ନେଲେ ନବନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ ସନୀଲ କୁମାର ବଂଶଲ। କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଅଭୟଙ୍କ ଠାରୁ ସେ ଦାଇତ୍ୱ ଗ୍ରହଣ କରିଛନ୍ତି।
  17. ଦେଶରେ ସାମଗ୍ରିକ କରୋନା ଟିକାକରଣ ଶୁକ୍ରବାର ୧୪୫ କୋଟି ଅତିକ୍ରମ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୪୫ କୋଟି ୧୫ ଲକ୍ଷ ୮୦ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।
  18. ଜାନୁୟାରୀ ପହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ । ଦଶ କୋଟି ଚାଷୀ ପରିବାରଙ୍କୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ।
  19. କରୋନା ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟରେ ମୋଟ ଟିକାଦାନ ୫ କୋଟି ଅତିକ୍ରମ କରିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମୋଟ ୫ କୋଟି ୫୬ ହଜାର ୩୧୧ପାନ ଟିକାଦାନ କରାଯାଇଛି।
  20. ଆସନ୍ତା ୩ ରୁ ହିଁ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ନୋଡାଲ ଅଧିକାରୀ ମାନେ ଜିଲ୍ଲା ବୁଲୁଛନ୍ତି। ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.