• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦେଶବ୍ୟାପୀ କରୋନା ସଂକ୍ରମଣ ଲଗାତାର ବଢ଼ୁଥିବାରୁ ଚିନ୍ତା ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨,୭୭୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪ ଦିନରେ ମାମଲା ଦୁଇ ଗୁଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟ କଡ଼ା ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି
  2. ୨୦୧୫ ଜାନୁଆରୀ ରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ଆଜି ନିୟମିତ କରିଛନ୍ତି । ୬ ବର୍ଷ ୧୧ ମାସ ପରେ ଏମାନଙ୍କୁ ନିୟମିତ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହା ଭିତରେ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ।
  3. ଜମି ବାଡି ବିବାଦକୁ ନେଇ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି ମାଆପୁଅ । ୭ଦିନ ହେଲା ୭୬ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ବନ୍ଦୀ କରିଛନ୍ତି ଦୁର୍ବୃତ୍ତ । ମାଆପୁଅଙ୍କୁ ବାହାରପଟୁ ତାଲା ପକାଇଦିଆଯାଇଛି । ବନ୍ଦୀ ବୃଦ୍ଧା ହେଲେ ୭୬ ବର୍ଷୀୟ ଅନସୂୟା ମହାନ୍ତି ।
  4. ଜାତୀୟ ଇଭେଣ୍ଟରେ ଓଡ଼ିଆ ଝିଅ ,  ମିସ୍ ଟିନ୍ ଡିଭା ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ଟାଇଟଲ ହାସଲ କରିଛନ୍ତି ମିଲନ କୁମାରୀ ପଣ୍ଡା  ।  ଡିସେମ୍ବର ୨୧ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜୟପୁର ଏବଂ ଦିଲ୍ଲୀରେ ଏହି ପ୍ରତିଯୋଗିତା ଚାଲିଥିଲା। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୩୬ ଜଣ ପ୍ରତିଯୋଗୀ ଭାଗନେଇଥିଲେ।
  5. ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ । COWIN ପୋର୍ଟାଲରେ ଲଗ ଇନ କରି ମୋବାଇଲ ନମ୍ବର ଦେଇ OTP ଜରିଆରେ ଟିକାକରଣ ପାଇଁ ନାମ ପଞ୍ଜୀକରଣ କରୁଛନ୍ତି କିଶୋର । ଏହାପରେ ସେମାନେ COWIN ପୋର୍ଟାଲରେ ଆପଏଣ୍ଟମେଣ୍ଟ ନେଇ ୩ ତାରିଖଠାରୁ ଟିକା ନେଇପାରିବେ ।
  6. ରାଜସ୍ଥାନରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନରେ ଚଳିତମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଜନସଂଖ୍ୟାକୁ ୨ ଡୋଜ୍ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଯେଉଁମାନେ ଟିକା ନେବେନି ସେମାନେ ଘରେ ବନ୍ଦ ହୋଇ ରହିବେ । 
  7. ବର୍ଷ ୨୦୨୨-୨୩ ବଜେଟ୍ ପାଇଁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରତିବର୍ଷ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ଆଗମୀ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଇଛି ।ବଜେଟ୍ ପାଇଁ ମତାମତ ଦେବାକୁ ନେଇ budget.odisha.gov.in ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ କରାଯାଇଛି ।
  8. ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ସାଇବର ଲୁଟ୍ ହେଉଥିବା ବେଳେ କେବଳ ଡିସେମ୍ବର ମାସରେ ରାଜଧାନୀରୁ ୬୦ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି । ଯାହା ଏବେ ରାଜଧାନୀ ବାସୀଙ୍କ ମନରେ ଛନକା ସୃଷ୍ଟି କରିଛି ।
  9. ଆସନ୍ତା ୩ ତାରିଖରୁ ରାଜ୍ୟରେ ପୁଣି ବଢିବ ଥଣ୍ଡା । ୩ ଓ ୪ ତାରିଖ ପାଇଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ବରଗଡ, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର ଆଦି ୫ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 
  10. ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦.୦୯ କୋଟି ଚାଷିଙ୍କ ଆକାଉଣ୍ଟକୁ ପିଏମ୍‌- କିଶାନ୍‌ର ୧୦ କିସ୍ତିରେ ୨୦,୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ହିତାଧୀକାରିମାନଙ୍କୁ ଏହି ଟଙ୍କା ପ୍ରଦାନ କରିଥିଲେ। 
  11. ୨୦୨୧ ଡିସେମ୍ବରରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧.୨୯ ଲକ୍ଷ କୋଟିରୁ ଅଧିକ ରହିଛି ଯାହା ଗତ ବର୍ଷ ସମାନ ମାସ ତୁଳନାରେ ୧୩ ପ୍ରତିଶତ ଅଧିକ ବୋଲି ଶନିବାର ଦିନ ଅର୍ଥ ମନ୍ତ୍ରଣାଳୟ କହିଛି।
  12. ସମ୍ବଲପୁର ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ ସମ୍ମାନ-କବିତା ପାଇବା ପାଇଁ ଗୁଜୁରାତି ଭାଷାର ଭାଷାର ପ୍ରଖ୍ୟାତ କବି ତଥା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କମଳ ଭୋରା ମନୋନୀତ ହୋଇଛନ୍ତି।
  13. ନୂଆବର୍ଷରେ ଉପଭୋକ୍ତାଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । 
  14. ବୈଦେଶିକ କ୍ଷେତ୍ରରେ ଭାରତ ପାଇଁ କିଛି ସମ୍ଭାବନା ଆଣିପାରେ ୨୦୨୨ । କାରଣ ବୈଦେଶିକ କ୍ଷେତ୍ରରେ ମଧ୍ୟ ଏହି ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ଜି -୨୦ର ଭାରତ ପ୍ରତିନିଧିତ୍ୱ କରିବ ।
  15. ୨୦୨୨ ମଧ୍ୟଭାଗରେ ଭାରତରେ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବ। ପ୍ରାରମ୍ଭରେ ୧୩ଟି ସହରରେ ଏହି ସେବା ଯୋଗାଇ ଦିଆଯିବ । ଏଥିମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲଖନୌ, ମୁମ୍ବାଇ ଏବଂ ପୁଣେ ରହିଛି ।
  16. ୨୦୨୨ରେ ମାନବ ବିହୀନ ମିଶନ ଯୋଜନା କରିଛି ଇସ୍ରେ। । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା (ଇସ୍ରେ।) ୨୦୨୨ରେ ଦୁଇଟି ମାନବ ବିହୀନ ମିଶନ ସଂପୂର୍ଣ୍ଣ କରିବାକୁ ଯୋଜନା କରିଛି । ଭାରତ ୨୦୨୨ର ଆରମ୍ଭରେ ଏକ ମାନବ ବିହୀନ ମିଶନ ଆରମ୍ଭ କରିବ ।
  17. ୨୦୨୧ରେ ମହିଳାଙ୍କ ବିରୋଧରେ ପ୍ରାୟ ୩୧,୦୦୦ ଅପରାଧ ଘଟିଥିବା ନେଇ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲୁ) ଅଭିଯୋଗ ପାଇଥିଲା, ଯାହା ୨୦୧୪ରୁ ସର୍ବାଧିକ ଏବଂ ଏହି ଅପରାଧଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ଘଟିଛି ଉତ୍ତରପ୍ରଦେଶରେ।
  18. ବିଦେଶୀ ଅନୁଦାନ ନିୟନ୍ତ୍ରଣ ଅଧିନିୟମ (ଏଫ୍‌ସିଆର୍‌ଏ) ଅଧୀନରେ ୧୨,୫୮୦ଟି ଏନ୍‌ଜିଓର ପଂଜୀକରଣ ଆଜି ଶେଷ କରିଦିଆଯାଇଛି। ଏହି ଏନ୍‌ଜିଓମାନେ ଏଣିକି ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ।
  19. ଇଟାଲି ପୋଲିସ ଶୁକ୍ରବାର ଦକ୍ଷିଣ ଆମେରିକାର ଏକ କଣ୍ଟେନରରୁ ୩ଟନରୁ ଅଧିକ ଶୁଦ୍ଧ କୋକେନ ପାଇଛି। ପୋଲିସ ଓ ସୀମାଶୁଳ୍କ ଅଧିକାରୀ ଦକ୍ଷିଣ ଇଟାଲିର କାଲାବ୍ରିଆ ସ୍ଥିତ ଜିଓଆ ଟାଉରୋରେ ଥିବା ବନ୍ଦରରେ ରେଡ କରି କଦଳୀ, ଚିନାବାଦାମ ଓ ଗୋଲମରିଚ ପେଟି ଭିତରେ ଥିବା ପାଖାପାଖି ୨.୩ ଟନ ଡ୍ରଗ୍ସକୁ ଜବତ କରିଛି।
  20.  ବିଶ୍ୱର ସବୁଠୁ କମ ଉଚ୍ଚତାର ମହିଳା ଭାବେ ଜଣାଶୁଣା ଏଲିଫ କୋକାମନଙ୍କ ପରଲୋକ ହୋଇଛି। ତୁର୍କି ଉସ୍ମାନିଆ ପ୍ରଦେଶର କାଦିରଲୀ ସହରରେ ରହୁଥିବା ଏଲିଫଙ୍କ ବୟସ ମୃତ୍ୟୁବେଳକୁ ମାତ୍ର ୩୩ ଥିଲା।  ଗିନିଜ ୱାର୍ଲଡ ରେକର୍ଡରେ ବିଶ୍ୱର ସବୁଠୁ କମ ଉଚ୍ଚତାର ମହିଳା ଭାବେ ତାଙ୍କ ନାମ ରହିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.