• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମିରଟର ସାରାଧନା ସହରସ୍ଥ ସାୱାଲା ଓ କାଇଲା ଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀ ୭୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଉକ୍ତ କ୍ରୀଡ଼ା ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 
  2. ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ମନସ୍ୱିନୀ ନାହାକ । ମହାଭାରତ ଯୁଦ୍ଧର ବଡ଼ ବଡ଼ ପେନ୍ସିଲ ଆର୍ଟ କରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମନସ୍ୱିନୀ ନାହାକ ଏହି ରେକର୍ଡ ବୁକ୍‌ରେ ସ୍ଥାନ ପାଇପାରିଛନ୍ତି ।ସେ ମେହେନ୍ଦୀ ଡିଜାଇନ୍ ସହ ମହାଭାରତ ଯୁଦ୍ଧର ସମସ୍ତ ଯୁଦ୍ଧ କ୍ଷେତ୍ରକୁ ବଡ଼ ବଡ଼ ପେନ୍ସିଲ ଆର୍ଟ କରି ନିଜର Youtube ଆକାଉଣ୍ଟରେ ପକାଇଥିଲେ । ଭଲ ରେଜଲ୍ଟ ଆସିବା ପରେ ମନ ବଳିଲା ଇଣ୍ଡିଆ ବୁକ ଅଫ ରେକର୍ଡ ପାଇ ଆବେଦନ କରିବାକୁ ।
  3. Mrs ମହାରାଷ୍ଟ୍ର ୨୦୨୧ରେ ଚମକିଲେ ଓଡ଼ିଆ ଝିଅ ତପସ୍ୱିନୀ ବରାଡ଼ । ଗତ ଡିସେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ମୁମ୍ବାଇରେ କାଳ୍ପନିକ ନାଚ (ଷ୍ଟୋରୀ )ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତେରୀ ଗାଁର ବୋହୂ ହିଞ୍ଜିଳି ବ୍ଲକ ସିକିରି ଗାଁର ଝିଅ ମିସ ଟାଲେଣ୍ଟେଡ ଆୱାର୍ଡ ପାଇଛନ୍ତି । ସେ ଡିଗ୍ରୀ ପରେ ବାହା ହୋଇଯାଇଥିବା ବେଳେ ସ୍ୱାମୀଙ୍କ ସହ ସୁଦୂର ବାଙ୍ଗାଲୋର ଠାରେ ଉଭୟ ଚାକିରି କରୁଛନ୍ତି ।
  4. ବଦଳିଲେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତ ହେଲେ ବିଷ୍ଣୁପଦ ସେଠୀ । ଏବେ ରାଜସ୍ୱ ବିଭାଗ ଦାୟିତ୍ୱରେ ଅଛନ୍ତି ଶ୍ରୀ ସେଠୀ । ପରିବହନ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ହେଲେ ମଧୁସୂଦନ ପାଢ଼ୀ ।
  5. ସାରା ଓଡ଼ିଶାରେ ବିଦେଶାଗତ ପକ୍ଷୀଙ୍କୁ ବନ ବିଭାଗ ତରଫରୁ ଗଣନା କରାଯାଉଥିବା ବେଳେ ବାଙ୍କୀ ସ୍ଥିତ ଅରାଚଣ୍ଡୀକୁ କିନ୍ତୁ ବନ ବିଭାଗ ଧ୍ୟାନ ଦିଏ ନାହିଁ । ପ୍ରତିବର୍ଷ ୧୦ ହଜାରରୁ ଅଧିକ ପକ୍ଷୀଙ୍କର ସମାଗମ ହେଉଥିବା ବେଳେ ଘରୋଇ ଉଦ୍ୟମରେ ସେଣ୍ଟର ଫର ରୁରାଲ ଟୁରିଜିମ୍ ଡେଭଲପମେଣ୍ଟ (ସି. ଆର. ଟି. ଡି) ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ୨୦୧୭ରୁ ଅରାଚଣ୍ଡୀ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହାତକୁ ନେଇଛି । ସିଆରଟିଡିର ସମ୍ପାଦକ ଲଳିତ ମୋହନ ପଣ୍ଡା ଙ୍କ ନେତୃତ୍ୱରେ ଆଜି ୨୦୨୨ ମସିହା ପାଇଁ ଅରାଚଣ୍ଡୀରେ ୱେଟ୍ ଲ୍ୟାଣ୍ଡ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
  6. ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାଁଙ୍କ ନାବାଳକ ପୁଅକୁ ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲା। କିନ୍ତୁ ପୁଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଛାଡ଼ି ଦେଇଥିଲେ।
  7.  ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍‌ ଶିକ୍ଷା ପୂର୍ବ ଭଳି ଜାରି ରହିବ। ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍‌-୧ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କରାଯିବ। ସ୍ଥଗିତ ରହିଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ।
  8. ଜାନୁଆରି ୮ ତାରିଖ ପରେ ଦଶମ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ ।
  9. ସିନେ ପ୍ରେମୀଙ୍କୁ ଦେଲା ଶକ୍ତ ଧକ୍କା। ବହୁପ୍ରତିକ୍ଷିତ ଫିଲ୍ମ ଆର୍‌ଆର୍‌ଆର୍‌ରେ ଲାଗିଲା କରୋନା ଗ୍ରହଣ। ଘୁଞ୍ଚିଲା ରିଲିଜ ଡେଟ୍‌। ଫିଲ୍ମ ଆର୍‌ଆର୍‌ଆର୍‌ ରିଲିଜ ଉପରେ ଏବେ ଅନିଶ୍ଚିତକାଳ ପାଇଁ ରୋକ ଲାଗଇ ଦିଆଯାଇଛି।
  10. ନୂଆବର୍ଷରୁ ମହଙ୍ଗା ମାଡ, ପୋଷାକ, ଜୋତା ଉପରେ ୫%ରୁ ୧୨% ବଢିଲା ଜିଏସଟି ।
  11. ଶୀତ ଲହରିକୁ ନେଇ ସତର୍କ କଲା ପାଣିପାଗ କେନ୍ଦ୍ର, ୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ।
  12. ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସୁପ୍ରିମ୍‌ କୋର୍ଟ କଲେଜିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୂରତା ବଢ଼ୁଛି।
  13. ତେଲେଙ୍ଗାନା ସରକାର ୟୁପିର ଆଳୁ ଉପରେ ରୋକ ଲଗାଇବା ରାଜ୍ୟରେ ଚାଷୀଙ୍କୁ ଅଭାବି ବିକ୍ରି ଲାଗି ଏବେ ବାଧ୍ୟ କରିବା ନିଶ୍ଚିତ ହୋଇ ଯାଇଛି।
  14. ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି ।
  15. ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି । ଏହା ସହିତ ସ୍ପା, ସାଲୁନ, ବିୟୁଟି ପାର୍ଲର, ଚିଡିଆଖାନା, ଉଦ୍ୟାନ ଆଦିକୁ ମଧ୍ୟ ବନ୍ଦ କରାଯାଇଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକୁ ୫୦% କର୍ମଚାରୀଙ୍କୁ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଅବଶିଷ୍ଟ ୫୦% କର୍ମଚାରୀଙ୍କୁ ଘରେ ରହି କାମ କରିବା (ୱାର୍କ ଫ୍ରମ୍ ହୋମ)କୁ ପରାମର୍ଶ ଦିଆଯାଇଛି ।
  16. ନନ୍ଦନବନ ପ୍ରକଳ୍ପ ପାଇଁ ୩୦ କୋଟି ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ମଞ୍ଜୁର କରିଥିବାବେଳେ ୪ କୋଟି ଟଙ୍କା କାର୍ଯ୍ୟ ଆରମ୍ଭ ପାଇଁ ଯୋଗାଇଦେଇଛନ୍ତି। ସମୟ ସାପେକ୍ଷ ହୋଇଥିଲେ ମଧ୍ୟ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ବୌଦ୍ଧଜିଲା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିବ।
  17. ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍‌ ଟିକା ଦାନ ନେଇ ପ୍ରସ୍ତୁତି ବୈଠକ, ୩୧-୧୨-୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ
  18. ବରଗଡ଼଼ ରୋଡ଼-ନୂଆପଡ଼ା ରୋଡ଼ ୧୪୨ କିଲୋମିଟର ଲମ୍ବ ନୂତନ ରେଳପଥ ନିର୍ମାଣ ପାଇଁ ପ୍ରିଇନଭେଷ୍ଟମେଣ୍ଟ ଆକ୍ଟିଭିଟି ପ୍ରସ୍ତାବ ରେଳମନ୍ତ୍ରାଳୟର ଅନୁମୋଦନ ଲାଭ କରିଛି। ପ୍ରସ୍ତାବିତ ନୂତନ ରେଳପଥ ପଶ୍ଚିମ ଓଡ଼ିଶାର ବରଗଡ଼ ଓ ନୂଆପଡ଼ା ଜିଲା ମଧ୍ୟ ଦେଇ ଗତି କରିବ।
  19. ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ପଦ୍ମ ଭୂଷଣ ଡ,ରମାକାନ୍ତ ରଥଙ୍କୁ ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉପଢୌକନ ସହ ଏକ ଲକ୍ଷ ଟଙ୍କା ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
  20. ହାଇକୋର୍ଟରେ ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍‌ ଭାବେ ଆଇନଜୀବୀମାନେ ସମ୍ବୋଧନ କରିବେ ନାହିଁ। ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ସାର୍‌ ବୋଲି ସମ୍ବୋଧନ କରି ପାରି‌ବେ। ୨୦୨୨ରେ ଏଭଳି ନୂଆ କଥା ଓଡ଼ିଶା ହାଇକୋର୍ଟରେ ଦେଖିବାକୁ ମିଳିବ।
  21.  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.