• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତି ଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ ।
  2. ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ପରେ ଚାଲିଛି ଚଢ଼ାଉ । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।
  3. ଲଖିମପୁର ଖେରି ଚାଷୀ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପରେ ପ୍ରଶ୍ନଘେରରେ କେନ୍ଦ୍ରମନ୍ତ୍ରୀ । ଏବେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଅନେକ ପ୍ରଶ୍ନ । ପୁଅ ବିରୋଧରେ ପ୍ରମାଣ ମିଳିଲେ ଇସ୍ତଫା ଦେବି ବୋଲି ମିଡିଆ ଆଗରେ ବାହାଦୂରୀ ମାରିଥିଲେ ଅଜୟ ମିଶ୍ରା । ଆଜି SIT ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ବେଳେ ଏଥିରେ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି । 
  4. ଦେନିକ ୨୦ ଲକ୍ଷ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ସହ ୬୦ ହଜାର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା କରାଯାଉଛି । ଦୁଇ ଗବେଷକ ମେହର ପାଣ୍ଡେ ଓ ସୌରଭ ଗୁପ୍ତାଙ୍କ ତଥ୍ୟ ଅନୁସାରେ, ଯଦିଓ ଦେଶରେ ଏବେ ୧୫୦୦ରୁ ଅଧିକ ସଂଖ୍ୟକ ଓମିକ୍ରନ ସଂକ୍ରମିତ ଅଛନ୍ତି, ତଥାପି ସେମାନଙ୍କ ସଂଖ୍ୟା ବାସ୍ତବରେ ୧୮ ହଜାରରୁ ଅଧିକ ହେବା ଆଶଙ୍କା ରହିଛି । ଦେଶରେ ଖୁବ୍ କମ୍ ସଂଖ୍ୟକ ଟେଷ୍ଟିଂ ହେଉଥିବାରୁ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ପଦାକୁ ଆସିପାରୁନାହିଁ ।
  5. ଦେଶର ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ନୂଆ ବର୍ଷ ପରଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ସଂକ୍ରମଣ ବୃଦ୍ଧି ପାଉଥିବାରରୁ ସମସ୍ତ କୋଭିଡ ହସ୍ପିଟାଲକୁ ଚାଲୁ ରଖିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଏଥି ସହ ତୁରନ୍ତ ରାଜ୍ୟରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
  6. ଏକ ତଥ୍ୟ ମୁତାବକ ଆଇଆଇଟି- ଜେଇଇ ଓ ନିଟ ଭଳି ପରୀକ୍ଷାର କୋଚିଂ ନେବାକୁ ସାରା ଦେଶରୁ ପ୍ରାୟ ୧ ଲକ୍ଷ ୭୫ ହଜାର ପିଲା ରାଜସ୍ଥାନର କୋଟାକୁ ଆସିଥାନ୍ତି | କିଭଳି ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିହେବ ସେଥିପାଇଁ ଏଠାରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଢଙ୍ଗରେ ଶିକ୍ଷା ଦିଆଯାଏ |
  7. ପାଠପଢ଼ାର ଚାପରୁ ମୁକ୍ତ ରଖିବା ପାଇଁ ଏବେ ରାଜସ୍ଥାନସରକାର କୋଟାରେ ୧୦୦ କୋଟି ଟଙ୍କାରେ ଏକ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି | ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ଏଠାରେ ମାଡ୍ରିଦର ରେଟରୋ ଓ ନ୍ୟୁୟର୍କର ସିଟି ପାର୍କ ଢାଞ୍ଚାରେ ନିର୍ମାଣ କରିବେ |
  8. ମୁମ୍ବାଇରୁ ଗୋଆ ମଧ୍ୟରେ ଚଳାଚଳ କରୁଥିବା ବିଳାସମୟ କ୍ରୁଜ୍‌ ଜାହାଜ ‘କର୍ଡେଲିଆ’ରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ରୁଜରେ ଥିବା ୨୦୦୦ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏବେ ୬୬ଯାତ୍ରୀଙ୍କ ନମୁନା ପଜିଟିଭ ହୋଇଥିବା ଜଣାପଡ଼ିଛି।
  9. ୧୫-୧୮ ବୟସବର୍ଗର ପିଲାଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ଟିକାକରଣ ‘ତରୁଣ ଭାରତକୁ କୋଭିଡ୍‌’ରୁ ସୁରକ୍ଷା ଦେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ କହିଛନ୍ତି।
  10. ଯେଉଁମାନେ ସନ୍ଦେହ କରୁଛନ୍ତି ଯେ ସେମାନଙ୍କ  ମୋବାଇଲ ଫୋନକୁ ପେଗାସସ୍ ସ୍ପାଇୱେର ଦ୍ବାରା ଟାର୍ଗେଟ କରାଯାଇଛି, ସେମାନେ ସୁପ୍ରିମ୍‌କୋର୍ଟ ବୈଷୟିକ କମିଟି ସହ ଯୋଗାଯୋଗ କରି ତାହାର ସବିଶେଷ ବିବରଣୀ ପ୍ରଦାନ କରିବାକୁ କମିଟି ନିବେଦନ କରିଛି।
  11. ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ୱାର୍ଡ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛି
  12. ହାଇକୋର୍ଟରେ ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍‌ ଭାବେ ଆଇନଜୀବୀମାନେ ସମ୍ବୋଧନ କରିବେ ନାହିଁ। ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ସାର୍‌ ବୋଲି ସମ୍ବୋଧନ କରି ପାରି‌ବେ।
  13. କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣ ବଢୁଥିବାରୁ ବାୟୋମେଟ୍ରିକ ଉପସ୍ଥାନ ବାତିଲ କରାଯାଇଛି। ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବାତିଲ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସୂଚନା ଦେଇଛନ୍ତି।
  14. ଇମ୍ଫା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦପ୍ତ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୨୧ ପାଇଁ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା ପଣ୍ଡାଙ୍କୁ ପ୍ରଦାନ କରାଯାଇଛି।
  15. ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ମୁମ୍ବଇ ମହାନଗରରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ପ୍ରଶାସନ ଘୋଷଣା କରିଛି।
  16. ବାର୍ଷିକ ୮ଲକ୍ଷ ଟଙ୍କା ରୋଜଗାର କରୁଥିବା ପରିବାର ଆର୍ଥିକ ପଛୁଆ ବର୍ଗ (ଇଡବ୍ଲ୍ୟୁଏସ୍‌) ବିବେଚିତ ହେବେ। ଏପରି ପରିବାରର ପିଲାମାନେ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ସୁବିଧା ପାଇପାରିବେ। ସେହିପରି ଯେଉଁ ପରିବାରର ୫ଏକରରୁ କମ୍ ଚାଷ ଜମି ଥିବ ସେମାନେ ମଧ୍ୟ ଇଡବ୍ଲ୍ୟୁଏସ୍‌ ସୁବିଧା ପାଇପାରିବେ। ସ୍ନାତକତ୍ତୋର ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖାରେ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିବାଦ ଦେଖାଯାଇଥିବାବେଳେ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଏହି ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। 
  17. ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭା ମଞ୍ଚରେ ଟଳି ପଡିଲେ ସାହିତ୍ୟିକ ତଥା ନାଟ୍ୟକାର ପଦ୍ମଲୋଚନ ମହାକୁଡ । ବାଲେଶ୍ବର ଜିଲ୍ଲା ସୋର ପାଖ ଛକ ନିକଟରେ ବ୍ୟବସାୟୀ ସଙ୍ଘ ତରଫରୁ ଲକ୍ଷ୍ମୀନାରାୟଣ ମନ୍ଦିର ଭୁମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।
  18. ଗଞ୍ଜାମ ଜିଲ୍ଲା ହେଲା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା । ଏନେଇ ଘୋଷଣା କରିଛନ୍ତି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ I
  19. ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୧୮ ଓଭରରେ ୧ ଓ୍ବିକେଟ ହରାଇ ସଂଗ୍ରହ କରିଛି ୩୫ ରନ । 
  20. ଭାରତୀୟ ନୌସେନାର ପୂର୍ବତନ ବରିଷ୍ଠ ଅଧିକାରୀ ଭାଇସ ଆଡମିରାଲ ଏସ. ଏଚ. ଶର୍ମାଙ୍କ ପରଲୋକ । ସୋମବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଛି । ଗତ ଡିସେମ୍ବରରେ ସେ ଶହେ ତମ ଜନ୍ମ ଦିନ ପାଳନ କରିଥିଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.