• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ କଟକଣା କଡାକଡି କରୁଥିବା ବେଳେ ଦିଲ୍ଲୀ ସରକାର ମଧ୍ୟ କଟକଣା କଡ଼ାକଡି କରିଛନ୍ତି।
  2. ଦେଶରେ କରୋନା ସଂକ୍ରମଣ ଲଗାତାର ବଢ଼ିଚାଲିଛି। ୩୩,୭୫୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୫ ଦିନରେ ସଂକ୍ରମଣ ମାମଲାରେ ୫ ଗୁଣା ବୃଦ୍ଧି ହୋଇଛି।
  3. ମଙ୍ଗଳ ଗ୍ରହରୁ ଆସିଲା ସେଲଫି। ନିଜ ସହ ମଙ୍ଗଳ ଗ୍ରହର ଫଟୋ ପଠାଇଲା ଚୀନ ପଠାଇଥିବା ମହାକାଶଯାନର ଅର୍ବିଟର । ଚୀନର ଜାତୀୟ ମହାକାଶ ପ୍ରଶାସନ(ସିଏନଏସଏ) ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ଅର୍ବିଟର ଦେଖାଯାଉଥିବା ବେଳେ ପଛରେ ବିଶାଳକାୟ ମଙ୍ଗଳ ଗ୍ରହର ଝଲକ ଦେଖିବାକୁ ମିଳିଛି।
  4. ୨୦୨୧ ଡିସେମ୍ବରରେ ବେକାରି ହାର ୭.୯୧%ରେ ପହଞ୍ଚିଛି ଯାହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ବୋଲି ଏହା ଜଣାଇଛି। ୨୦୨୧ର ନଭେମ୍ବରରେ ବେକାରି ହାର ୭.୭୫% ଓ ଅକ୍ଟୋବରରେ ୭% ଥିଲା। କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବରେ ଅଗଷ୍ଟ ମାସରେ ବେକାରି ହାର ଏହାର ସର୍ବୋଚ୍ଚ ସ୍ତର ୮.୩%ରେ ପହଞ୍ଚିଥିଲା।
  5. ଭାରତୀୟ ରେଳବାଇ ମହାମାରୀ କବଳିତ ୨୦୨୦-୨୧ରେ ତତ୍‌କାଳ ଟିକେଟ୍‌ ଦେୟରୁ ୪୦୩ କୋଟି ଟଙ୍କା, ପ୍ରିମିୟମ୍‌ ତତ୍‌କାଳ ଟିକେଟ୍‌ରୁ ଅତିରିକ୍ତ ୧୧୯ କୋଟି ଟଙ୍କା ଏବଂ ୨୦୨୦-୨୧ ମଧ୍ୟରେ ଗତିଶୀଳ (ଡାଇନାମିକ୍‌) ଭଡାରୁ ୫୧୧ କୋଟି ଟଙ୍କା ଆୟ କରିଛି। 
  6. କେଜରିୱାଲ ଟ୍ୱିଟ୍‍ କରି କହିଛନ୍ତି, ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ସେଥିପାଇଁ ସେ ନିଜ ଘରେ ସଂଗରୋଧରେ ରହିଛନ୍ତି । 
  7. ସୋମବାର ଏସ୍‌ଆଇଟି ଦାଖଲ କରିଥିବା ଅଭିଯୋଗଫର୍ଦରେ ୧୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିବାବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି । ଆଶିଷଙ୍କ ବିରୋଧରେ ଆଇପିସି ଧାରା ୩୦୨ (ହତ୍ୟା), ୩୦୭ (ହତ୍ୟା ଉଦ୍ୟମ), ୧୪୭ (ଦଙ୍ଗା), ୧୪୮ (ଦଙ୍ଗା, ମାରଣାସ୍ତ୍ର ବ୍ୟବହାର), ୧୨୦ (ଖ) (ଫୌଜଦାରୀ ଷଡଯନ୍ତ୍ର)ରେ ଅଭିଯୋଗ ଆରୋପ କରାଯାଇଛି।
  8.  କୋ-ୱିନ ଆପ୍‌ର ତଥ୍ୟ ଅନୁଯାୟୀ Jan 4, 2022 ସନ୍ଧ୍ୟା ୮ଟା ସୁଦ୍ଧା ଏହି ବର୍ଗର ପ୍ରାୟ ୪୦ଲକ୍ଷ ପିଲା ଟିକା ନେଇଛନ୍ତି। କିଶୋରମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯାଇଛି। କର୍ଣ୍ଣାଟକ ୩ଲକ୍ଷ ୮୦ ହଜାର କିଶୋର ଟିକା ନେଇଥିବା ରାଜ୍ୟ ସରକାର କହିଛନ୍ତି
  9. ଦେଶରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀର ୬ଟି ବଡ଼ ଡାକ୍ତରଖାନାର ୧୮୦ରୁ ଅଧିକ ଡାକ୍ତର କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସଂଖ୍ୟା ୨୫୦କୁ ବୃଦ୍ଧି ପାଇବା ସମ୍ଭାବନା ଥିବା ଏକ ସମ୍ବାଦ ସରବରାହ ସଂସ୍ଥା କହିଛି। 
  10. ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦେଶ ଦେଇଛନ୍ତି । 
  11. ଓଡିଶାରେ ଜାନୁଆରି ୭ ତାରିଖରୁ ବର୍ଷା ହେବ ବୋଲି ଭୁବନେଶ୍ୱର ସୋଆରେ ଥିବା ସେଣ୍ଟର ଫର ଏନଭରମେଣ୍ଟ ଆଣ୍ଡ କ୍ଲାଇମେଟ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ନିର୍ଦେଶକ ଶରତ ସାହୁଙ୍କ ଅନୁସାରେ ଜାନୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
  12. ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ଫିରୋଜପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେବେ। ୪୨ ହଜାର ୭୫୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। 
  13. ପଞ୍ଚାୟତ ନିର୍ବାଚନ ପୁର୍ବରୁ ଜାନୁଆରୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଓଡିଶାରେ ମାର୍ଚ୍ଚ ୨୦୨୨ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି।
  14. କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ କେନ୍ଦ୍ର ସରକାର ସତର୍କ କରାଇଦେଇଛନ୍ତି । ଏଣିକି ଅଧା କର୍ମଚାରୀରେ ଚାଲିବ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ଅଧା କର୍ମଚାରୀରେ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । 
  15. ଚୀନରେ ଏକ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ପ୍ରେମିକ ଜଣକ ନିଜର ପ୍ରେମିକାର ସର୍ତ୍ତରେ ନିଜର ପ୍ରଥମ ପତ୍ନୀଙ୍କ ୨ ସନ୍ତାନକୁ ୧୫ ମହଲାରୁ ତଳକୁ ଫିଙ୍ଗି ଦେଇ ହତ୍ୟା କରିଥିଲା। ଚୀନର ଏହି ପୁରୁଷ ଏଭଳି କାଣ୍ଡ କରିବାର କାରଣ ହେଲା, ତା’ର ପ୍ରେମିକା ଅନ୍ୟ ମହିଳାର ଶିଶୁଙ୍କୁ ପାଳନ କରିବାକୁ ଚାହୁଁ ନଥିଲା।
  16. ଚର୍ଚ୍ଚିତ ସୁମିତ୍ ଓ ଡିମ୍ପଲ ବୈବାହିକ ଜୀବନରେ ବିବାଦ ମାମଲାରେ ରାୟ ଶୁଣାଇଛନ୍ତି ଛତ୍ରପୁର ଜିଲ୍ଲା କୋର୍ଟ । ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ରହିବେ ତପସ୍ୱିନୀ । ମାସିକ ଡିମ୍ପଲଙ୍କୁ ୧୭ ହଜାର ଟଙ୍କା ଦେବେ ସ୍ୱାମୀ ସୁମିତ୍ । ଏନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।
  17. ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ୟନ୍ତ  ଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ୩ ଦିନ ଥିଓରୀ ପରୀକ୍ଷା ୨ଟି ସିଟିଂରେ ହେବ । ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ୩ ହଜାର ୯୩ଟି କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି।
  18. ଜଟଣୀ ସ୍ଥିତ ନାଇଜର ଇନଷ୍ଟିଚ୍ୟୁଟରେ ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ବ୍ଲକରୁ ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ କରାଯାଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।
  19. ଚଳିତ ଖରିଫରେ କେନ୍ଦ୍ର ସରକାର ଓ FCI ଉଷୁନା ଚାଉଳ ଉଠାଇବାକୁ ମନା କରିବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଷୁନା ଚାଉଳ ନିଜ ମିଲରଙ୍କ ଦ୍ୱାରା ଉଠାଇବାକୁ ରାଜ୍ୟ ସରକାର ନୀତିରେ ପରିବର୍ତ୍ତନ ଆଣିଛନ୍ତି । ନିଆଣ୍ଟିଆ ମିଲର ଥିବା ଜିଲ୍ଲାକୁ ପାଖ ଜିଲ୍ଲାର ମିଲର ଉଷୁନା ଚାଉଳ ଉଠାଇବାକୁ ପଠାଯିବ ।
  20. ଚଳିତ ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ୨୧ ଜଣିଆ ଟିମ୍ ଘୋଷଣା କରିଛି । ଏହି ଟିମରେ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଓ ବେଙ୍ଗଲ ଟିମର ପୂର୍ବତନ ଅଧିନାୟକ ମନୋଜ ତିଓ୍ୱାରୀଙ୍କୁ ସ୍ଥାନ ମିଳିଛି । ୩୬ ବର୍ଷିୟ ମନୋଜ ତିଓ୍ୱାରୀ ଗତ ବର୍ଷ ରାଜନୀତିରେ ଯୋଗ ଦେଇଥିଲେ । ତୃଣମୂଳ କଂଗ୍ରେସ ଟିକେଟରୁ ସେ ପଶ୍ଚିମବଙ୍ଗର ଶିବପୁର ଆସନରୁ ପ୍ରାର୍ଥି ହୋଇଥିଲେ ଏବଂ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.