• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ୨୦୨୨ ପାଇଁ ଚୂଡ଼ାନ୍ତ ମତଦାତା (ଭୋଟର) ତାଲିକା ପ୍ରକାଶିତ ହୋଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ରାଜ୍ୟରେ ଆଉ ୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଥିବା ୩,୪୪,୯୪୪ ଜଣଙ୍କ ନାମ ନୂଆ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। 
  2. ଆଜି କଟକ ସହରର ବହୁ ପ୍ରତୀକ୍ଷିତ ଡ୍ରିଙ୍କ୍ ଫ୍ରମ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ଉପସ୍ଥିତ ରହି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 
  3. ଗେଲ୍ ଏବଂ ଇପିକଲ୍ ମଧ୍ୟରେ ରାଜ୍ୟରେ ଗ୍ରୀନ୍ ଏନର୍ଜିର ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ବାରା ଗ୍ରୀନ୍ ହ୍ରାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଓଡିଶାରେ ଇକୋ-ଫ୍ରେଣ୍ଡଲି ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏମଓୟୁରେ ଗୁରୁତ୍ବାରୋପ କରାଯାଇଛି। 
  4. ଗୁଜରାଟର ସୁରଟ ସଚିନରେ ପ୍ରାଣ ହରାଇଛନ୍ତି ୪ ଜଣ । ବିଷାକ୍ତ ଗ୍ୟାସ୍ ଲିକ ପରେ ବଡ଼ ଅଘଟଣ ଘଟିଛି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସଚିନର ବିଶ୍ୱ ଫ୍ରେମ୍ ଟାଇଙ୍ଗ ଏଣ୍ଡ ପ୍ରିଣ୍ଟିଂ ମିଲ୍ ନିକଟରେ ଟ୍ୟାଙ୍କରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି ।
  5. ଆସନ୍ତା ୯ ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ବିଭିନ୍ନ ମଡେଲରେ ଆକଳନ କରିଛନ୍ତି । ବିଶେଷ କରି ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୩ ଏବଂ ୧୪ ତାରିଖରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ।
  6. ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୫,୫୨,୨୦୨ ଜଣ ଭୋଟର ଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକା ରେ ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଅଛନ୍ତି ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଥବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭ % ରେ ପହଞ୍ଚିଛି ।
  7. ଆସନ୍ତା ୭ ତାରିଖରୁ ଜାରି ହେବ ଗାଇଡଲାଇନ  ।  ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ  । ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ ରାତ୍ରି କାଳୀନ କର୍ଫ୍ୟୁ  । କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ  । 
  8. ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ  । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫଲାଇନ କ୍ଲାସ ବନ୍ଦ ରହିବ  । ଏହି ସମୟରେ କେବଳ ଡାଉଟ କ୍ଲିଅର କ୍ଲାସ ମଧ୍ୟ ଜାରି ରହିବ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଡାଉଟକ୍ଲିଅର କ୍ଲାସ କାର୍ଯ୍ୟକ୍ରମ କରାଯିବ  । 
  9. ବିବାହ ଉତ୍ସବରେ ମାତ୍ର ୧୦୦ ଜଣଙ୍କୁ ଅନୁମତି ରହିଛି । ୩୦ ଜଣ ବରଯାତ୍ରୀଙ୍କୁ ମଧ୍ୟ ମିଳିଛି ଅନୁମତି । ଅନ୍ତେଷ୍ଟି କାର୍ଯ୍ୟରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ ।
  10. ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ମଜଭୁତ୍ ସ୍ଥିତିରେ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୧୮ ରନ୍ କରିନେଇଛି।
  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ବୁଧବାର ପଞ୍ଜାବ ଫିରୋଜପୁର ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ହୁସୈନୱାଲା ସ୍ଥିତ ଫ୍ଲାଏ-ଓଭରରେ ଅଟକାଇଲେ କିଛି ପ୍ରଦର୍ଶନକାରୀ । ପ୍ରାୟ ୨୦ ମିନିଟ୍ ଧରି ତାଙ୍କ ଗାଡି ଅଟକିବା ପରେ ଭଟିଣ୍ଡା ଏୟାରପୋର୍ଟକୁ ଫେରି ଆସିଥିଲା ପ୍ରଧାନମନ୍ତ୍ରୀଙ୍କ କନଭଏ ।
  12. ମହାରାଷ୍ଟ୍ରର ନାଗରପୁରରେ ଏକ ନିଆରା ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି।  ଦୁଇଜଣ ମହିଳା ଡାକ୍ତର ସାରାଜୀବନ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
  13. ଡିସେମ୍ବରରେ ଯାନବାହନ ବିକ୍ରି ୧୬% ହ୍ରାସ; ତିନିଚକିଆ ଓ ବାଣିଜ୍ୟିକ ଗାଡି ବିକ୍ରି ବଢିଛି ।
  14. ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ର ସଂଶୋଧନ ପାଇଁ କ୍ୟାବିନେଟରେ ମଂଜୁରୀ ।
  15. ହୋମ ଆଇସୋଲେସନ୍ ପାଇଁ ବଦଳିଲା ସମୟ ଅବଧି । ଏଣିକି ୭ ଦିନ ଏକାନ୍ତ ବାସରେ ରହିବେ କରୋନା ଆକ୍ରାନ୍ତ ।
  16. କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବ‌ନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ଅଶୋକ ନଗରସ୍ଥିତ ବିଏସ୍‌ଏନ୍‌ଏଲ୍‌ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମାଞ୍ଚଳରେ ୩୯୩୩ଟି ମୋବାଇଲ୍‌ ଟାୱାର ଓ ୨୦୭ଟି ‌ନୂତନ ପୋଷ୍ଟ ଅଫିସର ଉଦ୍‌ଘାଟନ କରିବେ।
  17. କଟକର ବାରବାଟୀ ଷ୍ଟାଡିୟମ୍‌ରେ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ସଫଳ କରିବା ପାଇଁ ଆୟୋଜକ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। 
  18. ଦିନକରେ ଦେଶରୁ ୫୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ବୁଧବାର ୧୨୧୬ ରହିଛି। ଏଥିସହ ୨୪ ଜଣ ଓମିକ୍ରନ ସଂକ୍ରମିତ ମଧ୍ୟ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି।
  19. ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗ । ରିପୋର୍ଟରେ କୁହାଯାଇଛି କି, ଚପରଟି କମ୍ ଉଚ୍ଚତାରେ ଉଡୁଥିଲା । ହେଲିକପ୍ଟରଟି ହଠାତ୍ ଏକ ଘନ ମେଘରେ ପ୍ରବେଶ କରିଥିଲା । ଏହା ସାମ୍ନାକୁ ଆସୁଛି ଯେ ଏହାର କର୍ମଚାରୀମାନେ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ଏଭଳି ପରିସ୍ଥିତିରେ ବିମାନଟି ଏକ ପଥର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ଟିମ୍‍ କହିଛି ।
  20. କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ମତରେ ଡିସେମ୍ବର ଶେଷ ସପ୍ତାହରୁ ନୂଆ ସଂକ୍ରମଣରେ ବୃଦ୍ଧି ଘଟିବା ଆରମ୍ଭ ହୋଇଛି। ଆଇଆଇଟି-କାନପୁରର ଏକ ଅନୁଧ୍ୟାନ ଅନୁସାରେ କୋଭିଡ୍-୧୯ର ୩ୟ ଲହର ଫେବ୍ରୁଆରି ୩ ସୁଦ୍ଧା ଚରମକୁ ଛୁଇଁପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.