• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସମଗ୍ର ବିଶ୍ବରେ ପୁନର୍ବାର କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ଓମିକ୍ରନ୍‌କୁ ସାମାନ୍ୟ ରୋଗ ଭାବେ ବିବେଚନା କରିବା ବିପଜ୍ଜନକ।
  2. ନିର୍ବାଚନ ଲଢିବାକୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରାଯାଇଛି । ଏଣିକି ନିର୍ବାଚନରେ ଆହୁରି ୨୫ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିପାରିବେ ସାଂସଦ ପ୍ରାର୍ଥୀ । ପୂର୍ବରୁ ସାଂସଦମାନେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ଏହାକୁ ୯୫ ଲକ୍ଷକୁ ବୃଦ୍ଧି କରାଯାଇଛି ।
  3. ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ‘ନେକ୍ସଟ ଜେନରେଶନ ଇ-ପାସପୋର୍ଟ’ ଜାରି ହେବାକୁ ଯାଉଛି । ବିଦେଶ ମନ୍ତ୍ରାଳୟର ସଚିବ ସଂଜୟ ଭଟ୍ଟାଚାର୍ଯ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ଘୋଷଣା କରିଛନ୍ତି
  4. ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳର ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ୫୪ ଲକ୍ଷ ଟଙ୍କା ଥିବାବେଳେ ଏବେ ତାହାକୁ ବୃଦ୍ଧି ଘଟାଯାଇ ୭୦ ଲକ୍ଷ କରାଯାଇଛି ।  ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି
  5. ଓପିଟିସିଏଲରେ ରାଜ୍ୟ ସରକାରଙ୍କ ମେଗା ନିଯୁକ୍ତି । ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକନିସିଆନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  6. ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ୨୦୨୧ ମସିହା ପାଇଁ ସର୍ବ ଭାରତୀୟ ସ୍ତରରେ  ପୁରସ୍କୃତ  । ସର୍ବ ଶ୍ରେଷ୍ଠ ଅଗ୍ୱିଶମ ସେବା ସଂସ୍ଥା ଭାବେ ବିବେଚନା କରାଯାଇଛି  । ଦିଲ୍ଲୀର ନୋଇଡ଼ା ଠାରେ ଗତ ଜିସେମ୍ବର ୨ ତାରିଖ ଛାରୁ ୫ ତାରିଖ ପର୍ଯ୍ୟନ୍ତ Institution Of Fire Engineers ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ Fire India -2021  ମେଳା ଅବସରରରେ ଏହବି ପୁରସ୍କାର ଘୋଷଣା କରାଯାଇଥିଲା  ।
  7. ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଏହା ଗତ ବର୍ଷ ଜୁଲାଇ ପ୍ରଥମରେ ଆରମ୍ଭ ହୋଇଥିଲା। 6 ମାସ ଭିତରେ ଓଡ଼ିଶା ସରକାର ଦେଖାଇ ଦେଇଛନ୍ତି ଯେ PFMS ଫ୍ରେମୱାର୍କ ଭଲ ଭାବେ କରିଛନ୍ତି।
  8. ଇଟାଲୀରୁ ଅମୃତସରକୁ ଆସିଥିବା ଏୟାର ଇଣ୍ଡିଆର ଏକ ଉଡାଜାହାଜରେ ୧୯୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ମିଳିଛି । 
  9. ଜାତୀୟ ସ୍ତରରେ ବୀର୍‌ ଗାଥା ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ୨୫ ଛାତ୍ରଛାତୀଙ୍କ ମଧ୍ୟରେ ଓଡ଼ିଶାରୁ ଚାରି ଅଛନ୍ତି। ସେମାନେ ହେଲେ, ଏଲ୍‌ଆର୍‌ ଡିଏଭି ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ଦିବ୍ୟାଂଶୀ ଦାସ, ସେଣ୍ଟ୍‌ ଆର୍ରନଲ୍ଡସ୍‌ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ବିଧି ଦୁବେ, କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳର ନବମ ଶ୍ରେଣୀ ଛାତ୍ରୀ ଅନ୍ୟାଅନ୍ବେଷା ମିଶ୍ର ଓ ରୋଟାରି ପବ୍ଲିକ୍‌ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ର ଇଶାନ କୁମାର ନନ୍ଦ।
  10. ଦେଶରେ କରୋନା ସଂକ୍ରମଣ ମାମଲା ଗତ ୨୪ ଘଣ୍ଟା‌ରେ ୯୦,୯୨୮ ରହିଛି। ଦିନକରେ ସଂକ୍ରମଣ ମାମଲାରେ ୫୬ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ଦେଶରେ ଦୈନିକ ସଂକ୍ରମଣ ମାମଲା ୫୮,୦୯୭ ଥିବା ବେଳେ ଆଜି ୯୦ ହଜାର ଟପିଯାଇଛି।
  11. ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଶୁକ୍ରବାରଠାରୁ ବନ୍ଦ ରହିବ।
  12. ଆସନ୍ତା ଜୁଲାଇ ପହିଲାରେ ଓଡିଶାର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେ‌‌ଷ ହେଉଛି। ଓଡିଶାରୁ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଓ ଡ. ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେ‌ଷ ହେଉଛି।
  13. ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ର ଉପାନ୍ତ ଅଂଚଳରେ ଥିବା ୨ଟି ଗ୍ରାମକୁ ରାଜସ୍ବ ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବ୍ଲକ୍‌ର ଗମ୍ଭାରୀଗୁଡ଼ା ଗାଁର ୭୪ ଆଦିବାସୀ ପରିବାର ୫୩ ବର୍ଷ ହେଲା ଜଙ୍ଗଲ ଜମିରେ ବସବାସ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ।
  14. ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
  15. ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ.) ଦାମୋଦର ଆଚାର୍ଯ୍ୟଙ୍କୁ ନିକଟରେ ତାଙ୍କ ନିଜର ପୂର୍ବତନ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି, ଖଡଗପୁର ପକ୍ଷରୁ ସମ୍ମାନଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି ।
  16. ରାଜ୍ୟର ସମସ୍ତ ଜିଲ୍ଲାରେ ଓମିକ୍ରନ୍ ଉପସ୍ଥିତି ଦେଖାଦେଲାଣି । ସଂକ୍ରମଣ ଆଗକୁ ଆହୁରି ବଢିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ସେହିପରି ଆମ ରାଜ୍ୟରେ ବି ବଢିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ । ଯଦି ବି ବଢିବ ସେଥିପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି ।
  17. କେନ୍ଦ୍ର ରେଳବାଇ , ଇଲେ‌େ‌କ୍ଟ୍ରାନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାର ୧୦ଟି ଅାକାଙ୍‌କ୍ଷୀ ଜିଲାରେ ୩୯୩୩ଗ୍ରାମ ରେ ୪ଜି ସଂଯୋଗୀକରଣ ପାଇଁ ନୂତନ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି।
  18. କରୋନାର ନୂତନ ରୂପ ଓମିକ୍ରନରେ ପୀଡ଼ିତ ହୋଇ ବୁର୍ଲା ସ୍ଥିତ ଭିମସାର୍‍ରେ ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଡୁଙ୍ଗରିପାଲି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତ ୨୨ ତାରିଖରେ ଆର୍‍ଟିପିସିଆର୍‍ ପାଇଁ ନମୂନା ସଂଗ୍ରହ କରାଯାଇଥିଲା। 
  19. ୨୦୨୨ ପାଇଁ ଚୂଡ଼ାନ୍ତ ମତଦାତା (ଭୋଟର) ତାଲିକା ପ୍ରକାଶିତ ହୋଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ରାଜ୍ୟରେ ଆଉ ୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଥିବା ୩,୪୪,୯୪୪ ଜଣଙ୍କ ନାମ ନୂଆ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି।
  20.  କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇପାରିଛନ୍ତି। ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.