• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନର । ପୁର୍ବରୁ ଏହି ବିଧାନସଭା ଭୋଟ କାର୍ଯ୍ୟ ଫେବୃଆରୀ ୧୪ରେ ହେବା ପାଇଁ ଘୋଷଣା ହେଉଥିବା ବେଳେ ବର୍ତ୍ତମାନ ଏହି ତାରିଖକୁ ଫେବୃଆରୀ ୨୦କୁ ଘୁଞ୍ଚାଯାଇଛି ।
  2. ବିଶେଷଜ୍ଞମାନେ କହୁଛନ୍ତି ଯେ, ଚଳିତ ମାସ ୨୩ ତାରିଖ ଦେଶରେ କରୋନା ଶୀର୍ଷ ସ୍ତରକୁ ଛୁଇଁପାରେ। ଏହି ସମୟରେ ୭ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପଜିଟିଭ୍‌ ଚିହ୍ନଟ ହୋଇପାରନ୍ତି।  ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ କୋଟି ୫୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୩୮୫ ଜଣଙ୍କର ମୃତ୍ୟୁ ହୋଇଛି। କିଛି ରାଜ୍ୟକୁ ବାଦ୍‌ଦେଲେ ବାକି ସ୍ଥାନରେ କରୋନା ଗ୍ରାଫ୍‌ ଉପରକୁ ଯାଉଛି।
  3. ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୧୯ ଲକ୍ଷ ୨୧ ହଜାର ୩୦୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨ ଲକ୍ଷ ୬୫ ହଜାର ୨୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୪୮୭୮ ଜଣ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। 
  4.  ଅଭିନେତା ଧନୁଷ ସୋସିଆଲ ମିଡିଆରେ ନିଜର ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହିତ ଛାଡ଼ପତ୍ର ନେଇ ଘୋଷଣା କରିଛନ୍ତି। ଧନୁଷ ଲେଖିଛନ୍ତି ଯେ, ୧୮ ବର୍ଷର ଦାମ୍ପତ୍ୟ ଜୀବନ, ବନ୍ଧୁତା, ଅଭିଭାବକତ୍ବ ଓ ଜଣେ ଅନ୍ୟର ଶୁଭଚିନ୍ତକ ଭାବେ ଦିନ ବିତାଇଥିଲେ। କିନ୍ତୁ ଏହି ସଂପର୍କ ଆଜି ଠାରୁ ଶେଷ ହେବାକୁ ଯାଉଛି। ଐଶ୍ବର୍ଯ୍ୟା ଓ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଜଣେ ଅନ୍ୟଠାରୁ ଅଲଗା ହୋଇ ନିଜକୁ ଖୋଜିବୁ। ଦୟାକରି ଆମର ନିଷ୍ପତ୍ତିକୁ ସମ୍ମାନ ଜଣାନ୍ତୁ ଏବଂ ଆମର ଗୋପନୀୟତାକୁ ନଜରରେ ରଖି ଆମକୁ ଏହା କରିବାକୁ ଦିଅନ୍ତୁ।
  5.  ଭୁବନେଶ୍ୱର ଏମ୍‌ସର ତିନି ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ଏମ୍‌ସର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 
  6. ଆସନ୍ତା ମାର୍ଚ୍ଚ ମାସରୁ ଦେଶର ୧୨ରୁ ୧୪ବର୍ଷର ପିଲାଙ୍କୁ କରୋନା ଟିକାକରଣ ଆରମ୍ଭ ହେବ ବୋଲି କୋଭିଡ-୧୯ ସମ୍ପର୍କିତଏନଟିଏଜିଆଇର ଅଧ୍ୟକ୍ଷ ଡାକ୍ତର ଏନକେ ଆରୋରା ସୋମବାର କହିଛନ୍ତି।
  7. ଢେଙ୍କାନାଳ ଜିଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରାସୋଳ ଶାଖାରୁ ଲୁଟ୍‌ ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ବ୍ୟାଙ୍କରୁ ଲୁଟ୍‌ ୫ କିଲୋ ୩୫୮ ଗ୍ରାମ ସୁନା ଅଳଙ୍କାରକୁ ପୁଲିସ ଉଦ୍ଧାର କରିଛି। 
  8. ପାରା-ଆଥଲେଟ୍‌ କମଲକାନ୍ତ ନାୟକଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବା ସହିତ ଉଚ୍ଛସ୍ବିତ ସମ୍ବର୍ଦ୍ଧିତ ଦିଆଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା ଆଜି କଳିଙ୍ଗ ହକି ଷ୍ଟାଡିୟମ୍‌ ପରିସରରେ କମଲ କାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
  9. ବ୍ୟାଙ୍କ ଆକାଉଣ୍ଟ ସହିତ ପାନ୍‍ ଓ ଆଧାର ଲିଂକ ବାଧ୍ୟତାମୂଳକ କଲା ଏସବିଆଇ । ଆକାଉଣ୍ଟ ସହ ପାନ୍‍ ଓ ଆଧାର ଲିଂକ ନକଲେ କଟିଯାଇପାରେ ଆକାଉଣ୍ଟ । ଏପରି ଏକ ସୂଚନା ଗ୍ରାହକଙ୍କୁ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ।
  10. ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଆଲୋକିତ କରିବା ପାଇଁ ପଶ୍ଚିମବଙ୍ଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
  11. ଦେଶରେ ଥିବା ୯୮ ଜଣ ଧନୀ ବ୍ୟକ୍ତିଙ୍କ ପାଖରେ ‌ଯେତିକି ଧନ ରହିଛି ତାହା ସମାଜର ନିମ୍ନ ଆୟ ବର୍ଗରେ ବାସ କରୁଥିବା ୫୫.୨ କୋଟି ଲୋକଙ୍କ ପାଖରେ ଥିବା ସମ୍ପତ୍ତି ସହ ସମାନ।
  12. ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କଙ୍କୁ ଭାରତର ରାଜ୍ୟଗୁଡ଼ିକ ଦେଉଥିବା ପ୍ରସ୍ତାବରୁ ଏହା ପ୍ରମାଣିତ ହୋଇଛି । କେନ୍ଦ୍ର ସରକାରଙ୍କ ସହ ଟିକସକୁ ନେଇ ସମସ୍ୟା ଥିବା ବିଷୟରେ ମସ୍କ ଜଣାଇବା ପରେ ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ପକ୍ଷରୁ କମ୍ପାନିକକୁ ଆମନ୍ତ୍ରଣ କରାଯାଇଥିଲା। ଏହା ପରେ ପରେ ଆଉ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ପଞ୍ଜାବ ଏହି ଦୌଡ଼ରେ ସାମିଲ ହୋଇଥିଲେ।‌
  13. ଗତବର୍ଷ ଭାରତର କୋଟିପତି ତାଲିକାରେ ଆଉ ୪୦ଜଣ ସାମିଲ ହୋଇଥିବା ବେଳେ ଗରିବଙ୍କ ସଂଖ୍ୟା କିନ୍ତୁ, ୨ଗୁଣ ହୋଇଯାଇଥିବା କଥା ଆଜି ପ୍ରକାଶିତ ‘ଗ୍ଲୋବାଲ୍‌ ଅକ୍ସଫାମ୍‌ ଡାଭୋସ୍‌ ରିପୋର୍ଟ ୨୦୨୨‘ରେ ଉଲ୍ଲେଖ କରାଯାଇଛି।
  14. ଅବୁଧାବିର ନୂଆ ଅନ୍ତାର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଡ୍ରୋନ ଷ୍ଟ୍ରାଇକରେ ୩ ଜଣଙ୍କର ମୃତ୍ଯୁ ଘଟିଥିବା ଜଣାପଡ଼ିଛି।  ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ହମଲା କରାଯାଇଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଛନ୍ତି।
  15. ନିଶା କାରବାର ରୋକିବାକୁ ପୂର୍ବତନ ଡିଜିପି ଅଭୟଙ୍କ ନେତୃତ୍ୱରେ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ । 
  16. କୋଭିଡ୍ ମହାମାରୀର ଟିକାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ତେବେ କୋଭିଡ୍ ଟିକାକୁ ବାଧ୍ୟତାମୂଳକ କରାଯାଇ ନାହିଁ। କିନ୍ତୁ ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ କୋଭିଡ୍ ଟିକା ନେବା ଜରୁରୀ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । 
  17. ସୁପରହିଟ୍‌ ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ଓଡ଼ିଆ ପୁଅ ରାମକ୍ରିଷ୍ଣା। ସର୍ବଭାରତୀୟ ସ୍ତରରେ ରେକର୍ଡ ଆୟ ସହ  ବକ୍ସ ଅଫିସରେ ବେଶ ଚର୍ଚ୍ଚାରେ ରହିଥିବା ଏହି ବ୍ଲକବ୍ଲଷ୍ଟର ଫିଲ୍ମରେ ଓଡ଼ିଶାର ବରଗଡ଼ ମାଟିର ପୁଅ ଏମ ରାମକ୍ରିଷ୍ଣା ଓରଫ ଶତ୍ରୁଙ୍କ ଅଭିନୟ ଦେଖିବାକୁ ମିଳିଛି। ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ଫିଲ୍ମ ‘ପୁଷ୍ପା’ରେ ପୁଲିସ୍‌ ଇନ୍ସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି ବରଗଡ଼ ମାଟିର ପୁଅ ଏମ୍‌.ରାମକ୍ରିଷ୍ଣା ।
  18. ଆସନ୍ତା ଦୁଇ ଦିନ ପାଇଁ ସିଲ ହେଲା ଭୁବନେଶ୍ୱର କୋର୍ଟ । ବିଏମସି ପକ୍ଷରୁ ଭୁବନେଶ୍ୱର କୋର୍ଟକୁ ସିଲ କରାଯାଇଛି । ମଙ୍ଗଳବାର ଓ ବୁଧବାର କୋର୍ଟ କାର୍ଯ୍ୟ ବନ୍ଦ ରହିବ । ଆଜି ଶତାଧିକ ଆଇନଜୀବୀ ଓ କୋର୍ଟ କର୍ମଚାରୀ ପଜିଟିଭ ବାହାରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । 
  19. ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚେତାବନୀ ଦେଇଛନ୍ତି ବିଜେପି ନେତା ସଞ୍ଜୟ ଜୈଶଓ୍ୱାଲ । ନୀତିଶ କୁମାର ନିଜ ସୀମାରେ ରୁହନ୍ତୁ, ନହେଲେ ବିହାରର ୭୬ ଲକ୍ଷ ବିଜେପି କର୍ମୀ ନୀତିଶଙ୍କୁ ଠିକ୍‌ ଜବାବ ଦେବେ ବୋଲି କହିଛନ୍ତି ସଞ୍ଜୟ। 
  20. ବିଏସଏଫ ବାବୁଙ୍କ ସମ୍ପତ୍ତି ଦେଖି ପୋଲିସ ଟେରା ।  ନଗଦ ୧୪ କୋଟି ଟଙ୍କା, କୋଟିଏ ଟଙ୍କାର ସୁନାଗହଣା, ସାତଟି ବିଳାଶପୂର୍ଣ୍ଣ କାର୍ ଜବତ । ଗିରଫ ବାବୁଜଣକ ହେଲେ ହରିଆଣା ମାନେସରରେ ଅବସ୍ଥାପିତ ସୀମା ସୁରକ୍ଷା ବଳର ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଯାଦବ । ସେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.