• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜିଠାରୁ ଦେଶବ୍ୟାପୀ ପ୍ରୀକ୍‌ଶନ ଡୋଜ୍‌ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଦେଶବ୍ୟାପୀ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷ ଅଥବା ଏଥିରୁ ଉର୍ଦ୍ଧ୍ବ ବୟସ୍କ ମାନଙ୍କୁ ଆଜି ପୂର୍ବାହ୍ନ ୯ଟାରୁ ପ୍ରୀକ୍‌ଶନ ଡୋଜ୍‌ ଦିଆଯିବ। କିନ୍ତୁ ଯେଉଁମାନେ କରୋନା ଟୀକାର ୨ୟ ଡୋଜ୍‌ ୯ ମାସ ପୂର୍ବରୁ ନେଇଥିଲେ, ସେହିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। 
  2. ବିଶ୍ବରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୪୮ ହଜାର ୪୧୨ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୋଟି ୭୭ ଲକ୍ଷ ୮୫ ହଜାର ୧୫୫ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୨୯୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ବଶ୍ବବ୍ୟାପୀ କରୋନାରେ ମୃତକଙ୍କ ସଂଖ୍ୟା ୫୫ ଲକ୍ଷ ୫ ହଜାର ୭୨୮ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ୫୪ ଲକ୍ଷ ୩ ହଜାର ୩୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।       
  3. ଜାନୁୟାରୀ ୧୨ରୁ ନିଟ୍‍ -ପିଜି  କାଉନସେଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି । ସୁପ୍ରିମକୋର୍ଟଙ୍କ  କହିବାର ୨ ଦିନପରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ବିବୃତି ରଖିଛନ୍ତି । ଆଡମିଶନ ପାଇଁ କାଉନସେଲିଂର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ ।
  4. ରାଜସ୍ଥାନର କୋଟା ସହରରେ ନିର୍ମାଣ ହେଉଛି ଅମ୍ଳଜାନ ଉଦ୍ୟାନ ‘ଅକ୍ସିଜୋନ୍‌’। ପ୍ରାୟ ୭୧ ଏକର ଜମିରେ ନିର୍ମାଣାଧୀନ ଏହି ଉଦ୍ୟାନ (ପାର୍କ) ବାବଦରେ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପାର୍କର ସୁଫଳ ପାଇବେ ମାନସିକ ଚାପଗ୍ରସ୍ତ ଛାତ୍ରଛାତ୍ରୀ। 
  5. ବ୍ରାଜିଲରେ ମିଶନ ଗେରିସ ପ୍ରଦେଶର କ୍ୟାପିଟାଲିଓ କ୍ୟାନିୟୋନ୍ସ ଏକ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀରେ ଅଘଟଣ ଘଟିଛି । ପାହାଡ଼ରୁ ପଥର ଧରି ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । 
  6.  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କର୍ମୀମାନଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରି ଘର ଘର ବୁଲି ପ୍ରଚାର କରିବାକୁ ଉତ୍ସାହିତ କରିଥିଲେ। କେଜ୍ରିୱାଲ କହିଛନ୍ତି ଯେ କୌଣସି ଦଳ ବିରୋଧରେ କିଛି ନକାରାତ୍ମକ କଥା କୁହନ୍ତୁ ନାହିଁ। ଆମକୁ କେବଳ ଏକ ସକରାତ୍ମକ ଅଭିଯାନ ଚଳାଇବାକୁ ପଡିବ |
  7. କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିଲେ ବି ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିବା ପାଇଁ ଯୋଜନା କରି ନ ଥିବା କଥା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।
  8.  ପ୍ରତିବର୍ଷ ଡିସେମ୍ବର ୨୬ରେ ‘ବୀର ବାଲ୍ ଦିବସ’ ରୂପେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ଆଜି ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପର୍ବ ଶୁଭ ଅବସରରେ ମୁଁ ଗର୍ବିତ ଯେ ଏହି ବର୍ଷ ଡିସେମ୍ବର ୨୬କୁ ’ବୀର ବାଲ୍ ଦିବସ’ ଭାବରେ ପାଳନ କରାଯିବ।
  9. ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଛି। ଉତ୍ତରପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିବା ବେଳେ ତାମିଲାନାଡୁରେ ଲକଡାଉନ ଆରମ୍ଭ ହୋଇଯାଇଛି।
  10.  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ଟେଷ୍ଟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ଆଜିଠାରୁ ଆରମ୍ଭ ହେବ। କେପ୍‌ଟାଉନ୍‌ର ନିଉଲାଣ୍ଡସ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମୁକାବିଲାରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ବଡ଼ ସୁଯୋଗ ଆସିଛି। 
  11. ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା କାର୍ଯ୍ୟକ୍ରମ, ନିୟୋଜିତ ହେଲେ ୧୮ଟି ଟିମ ।
  12. ୮ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ସ୍ଥାନୀୟ ଆଇଏନ୍‌ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଶ୍ରମିକନେତାମାନେ ଆହ୍ୱାନ ଦେଇଛନ୍ତି ।
  13. ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମହାରାଷ୍ଟ୍ରର ପୁନେସ୍ଥିତ MIT ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ ଉପାଧି ଓ ଶ୍ରୀ ସରସ୍ଵତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ମିଳିଛି ।
  14. ଦେଶରେ ଅଣାୟତ୍ତ କରୋନା ସ୍ଥିତି, ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ।
  15. କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ, ଗର୍ଭବତୀ ମହିଳା କର୍ମଚାରୀ ଏବଂ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଆଶ୍ୱସ୍ତି: କାର୍ଯ୍ୟାଳୟ ଆସିବା ଉପରେ ଛାଡ଼ ।
  16. ସାଧାରଣ ଉପଭୋକ୍ତାଙ୍କୁ ଝଟକା! ମହଙ୍ଗା ହେଲା ଏସି, ଫ୍ରିଜ୍: ୧୦ % ବଢ଼ିବ ୱାସିଙ୍ଗ ମେସିନ ଦାମ୍ ।
  17. ସୁନ୍ଦରଗଡ଼ ଜିଲ୍ଲାର ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ । ମୋଟ ୪୯୩ କୋଟି ଟଙ୍କାରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ସୁନ୍ଦରଗଡ଼ ସଦର ବ୍ଲକର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ୨ଟି ବ୍ୟାରେଜ୍ ପାଇଁ ଅଜି ଶିଳାନ୍ୟସ କରିବେ ମୁଖ୍ୟମନ୍ତ୍ରୀ ।
  18. କରୋନା ଭାରଇରସ୍‌ର ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସାଇପ୍ରସ୍‌ର ଜଣେ ବୈଜ୍ଞାନିକ କରୋନାର ନୂଆ ଷ୍ଟ୍ରେନ୍‌ ଗବେଷଣାରେ ଖୋଜିଛନ୍ତି। ଏହା କରୋନାର ଡେଲ୍ଟା ଏବଂ ଓମିକ୍ରନ୍‌ର ମିଶ୍ରିତ ଭାରିଆଣ୍ଟ ବୋଲି କୁହାଯାଉଛି, ଯାହାର ନାମ ‘ଡେଲ୍ଟାକ୍ରନ୍‌’ ଦିଆଯାଇଛି। 
  19. ସୋମବାର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୨ ଓ୧୩ ତାରିଖରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।
  20. ଗତ ବର୍ଷ ଆଇପିଏଲ୍‌ ଭାରତରେ ଆୟୋଜନ କରାଯିବାର ଥିଲା। କିନ୍ତୁ କରୋନାର ୨ୟ ଲହର ଆସିବା ପରେ ଏହାକୁ ବିଦେଶରେ ଆୟୋଜନ କରିବାକୁ ପଡ଼ିଥିଲା। ଏବେ ଆଇପିଏଲ୍‌-୨୦୨୨ ମଧ୍ୟ ପୁଣି ଥରେ ବିଦେଶରେ ଆୟୋଜନ କରାଯାଇପାରେ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.