• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚାକିରି ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛି ରାଜ୍ୟ କ୍ୟାବିନେଟ । ଏସସି-ଏସଟି ଓ ପଛୁଆ ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା ୫ ବର୍ଷ କୋହଳ । ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ୫ବର୍ଷ କୋହଳ । ୪୩ ବର୍ଷକୁ ବଢିଲା ସଂରକ୍ଷିତ ବର୍ଗଙ୍କ ଚାକିରି ବୟସ ସୀମା ।
  2. ତେବେ ଏସସି-ଏସଟି ଓ ପଛୁଆ ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା 5 ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏମାନଙ୍କ କ୍ଷେତ୍ରରେ ଚାକିରି ଆବେଦନର ବୟସସୀମା ସର୍ବାଧିକ 43ବର୍ଷକୁ ବଢାଯାଇଛି । ସେହିପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ବୟସସୀମା ୫ବର୍ଷ କୋହଳ କରାଯାଇଛି । ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ସୀମା ୧୦ ବର୍ଷ କୋହଳ କରାଯାଇଛି ।
  3. ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍‌ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବ । 
  4. ୨୩ ଶହ ୫୯ ଦଶମିକ ୨୯ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦୯ କୋଟି ଟଙ୍କାର ୨ ପ୍ରକଳ୍ପର ଉଦଘାଟନ ସହ ୧୯ ଶହ ୫୦ଦଶମିକ ୨୬କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିବେଶ କ୍ଷେତ୍ରରେ ୧୪ତମ ପର୍ଯ୍ୟାୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । 
  5. ପ୍ରଶ୍ନପତ୍ର ଲିକ୍ ମାମଲାରେ ଇସ୍ତଫା ଦେଇଛନ୍ତି ବିହାର ବିଜେପି ବିଧାୟିକା ରଶ୍ମୀ ବର୍ମା । ଘଟଣାରେ ଭାଇ ଗିରଫ ହେବା ପରେ ଇସ୍ତଫା ଦେଇଛନ୍ତି ରଶ୍ମୀ । ନର୍କତିଆଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ରଶ୍ମୀ ନିଜର ଇସ୍ତଫା ପତ୍ର ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ପ୍ରଦାନ କରିଛନ୍ତି ।
  6. ଉଷ୍ମଜଳୀୟବାଷ୍ପର ପ୍ରଭାବରେ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ବୃଷ୍ଟିପାତର ସମ୍ଭାବନା ରହିଛି । ପଶ୍ଚିମା-ଝଡ ଘୁର୍ଣ୍ଣିବଳୟ ରୂପରେ ଉତ୍ତର-ପାକିସ୍ଥାନ ଏବଂ ପାର୍ଶ୍ଵବର୍ତ୍ତୀ ଜାମ୍ମୁ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୩.୧ କିମି ରୁ ୭.୬ କିମି ମଧ୍ୟରେ ବାୟୁମଣ୍ଡଳରେ ସକ୍ରିୟ ରହିଛି।
  7. ତେବେ ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକେ ପ୍ରିକସ ଟୀକା ନେବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଯେଉଁମାନଙ୍କର ସେକେଣ୍ଡ ଡୋଜରୁ ୯ ମାସ ବା ୩୯ ସପ୍ତାହ ହୋଇଥିବା ସେହିମାନେ ପ୍ରିକସ ଡୋଜ ନେବା ପାଇଁ ଯୋଗ୍ୟ ହେବେ ବୋଲି ସେ କହିଛନ୍ତି । 
  8. ଆଉ ମାତ୍ର ୧୫ ଦିନ ମଧ୍ୟରେ ଓଡ଼ିଶାରେ ତୃତୀୟ ଲହରର ପିକ୍ ଆସିବ ବୋଲି ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ଏବେ କରୋନା ସ୍ଥିତି ସଙ୍ଗୀନ ରହିଛି । ୪-୫ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି ଯାହାକୁ ଦୃଷ୍ଟିରେ ରଖି ଏହା ଆକଳନ କରାଯାଉଛି ଯେ ରାଜ୍ୟରେ ଆଉ ୧୫ ଦିନ ମଧ୍ୟରେ ପିକ୍ ସମୟ ଆସିପାରେ ।
  9. ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ନାଇଟ୍‌ କର୍ଫ୍ୟୁ କରିଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଗତ ୫ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ଅଚାନକ ବଢ଼ିଯିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ହରିୟାଣାରେ ମଧ୍ୟ ସଂକ୍ରମଣ ବଢ଼ିବାରୁ ସରକାର ଜାନୁଆରି ୨୬ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ୍‌ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅନ୍‌ଲାଇନ୍ କ୍ଲାସ୍‌ ଜାରି ରହିବ।
  10. ଓଡିଶା –ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦିର୍ଘଦିନ ଧରି ଲାଗିରହିଥିବା ଏକାଧିକ ବିବାଦୀୟ ପ୍ରସଙ୍ଗଗୁଡିକର ସମାଧାନ ପାଇଁ ଆଜି ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭର୍ଚ୍ଚୁଆଲ ମୋଡରେ ବୈଠକ କରିଛନ୍ତି।
  11. ପଞ୍ଜାବ ଲୋକ କଂଗ୍ରେସ ଦଳକୁ ନିର୍ବାଚନ କମିସନ ହକି ଷ୍ଟିକ୍ ଓ ବଲ୍ ଚିହ୍ନ ପ୍ରଦାନ କରିଛନ୍ତି। ଦଳପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି।
  12. କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ଯାଞ୍ଚ ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଅନୁଯାୟୀ, ବର୍ତ୍ତମାନ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କର କରୋନା ପରୀକ୍ଷା କରିବା ଆବଶ୍ୟକ ନାହିଁ।
  13. ଓଡିଶା ସରକାରଙ୍କ ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ‌ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ତାଙ୍କ ସରକାରୀ ବାସଭବନରେ ଶୋଇଥିବା ସମୟରେ ଅକସ୍ମାତ୍ ବିୟୋଗ ହୋଇଯାଇଛି।
  14. ୨୦୧୮ରେ ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ଜମିଜମା ସଂପର୍କିତ ରିପୋର୍ଟ ମାଗିଥିଲେ, ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନାମରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଦର୍ଶାଇଥିଲା। କିନ୍ତୁ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିରୁ ମାତ୍ର ୩୪,୨୦୦.୯୭୬ ଏକର ଜମିର ସ୍ବତ୍ତ୍ବଲିପି(ରେକର୍ଡ ଅଫ୍‌ ରାଇଟ୍‌ସ) ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କୁ ଦର୍ଶାଇଥିଲା। ଏହି ସୂଚନା ପରେ ସୁପ୍ରିମ‌କୋର୍ଟ ବାକି ଜମିର ସ୍ବତ୍ତ୍ବଲିପିର ପ୍ରମାଣପତ୍ର ୬ ମାସ ଭିତରେ ଜମା ଦେବାକୁ କହିଥିଲେ।
  15. ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଆମ ଗାଁ ଆମ ସାହିତ୍ୟ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ କଳାହାଣ୍ଡିର ଏକ କାର୍ଯ୍ୟକ୍ରମ ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସହଯୋଗରେ ତାଙ୍କ ସମ୍ମିଳନୀ କକ୍ଷରେ ଗତ ୯ ତାରିଖ ରବିବାର ଆୟୋଜିତ ହୋଇଥିଲା
  16. ଉଚ୍ଚଶିକ୍ଷା ବିଭାଗ ଅଧୀନ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଲାଗି ଖୁସି ଖବର। ମାତୃତ୍ବକାଳୀନ ଛୁଟି ୧୮୦ ଦିନ ତଥା ୬ ମାସ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ କୁହାଯାଇଛି।
  17.  ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ନିର୍ମାଣ ହେବ ପ୍ରାଚୀ ସରୋଭର ପ୍ରିମିୟର ୪ ତାରକା ହୋଟେଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ହୋଟେଲର ଶିଳାନ୍ୟାସ କରିଛନ୍ତି। ୪ ଏକର ଜମିରେ ୬୩କୋଟି ଟଙ୍କା ବ୍ୟୟରେ ଏହି ତାରକା ହୋଟେଲ ନିର୍ମାଣ ହେବ।
  18. ବହୁଚର୍ଚ୍ଚିତ ପଡିଆବେଡ଼ା ହାଟ ସେକ୍ ରହେମାନ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡାଦେଶକୁ ଚାଲେଞ୍ଜ କରି ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ ଦାୟର କରିଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।
  19. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ୧୨ରେ ଭିଡିଓ କନଫରେନସିଂ ଜରିଆରେ ତାମିଲନାଡ଼ୁରେ ୧୧ଟି ନୂଆ ଚିକିତ୍ସା ମହାବିଦ୍ୟାଳୟ  ଓ ଚେନ୍ନାଇରେ ଥିବା କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ଉଦଘାଟନ କରିବେ।
  20. ୧୨ ତାରିଖରେ ୨୫ତମ ଜାତୀୟ ଯୁବ ଉତ୍ସବ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତିବର୍ଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.