• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଆ ଏବଂ କୋଶଳୀ ଭାଷାର ବିଶିଷ୍ଟ ସାହିତ୍ୟିକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ମଙ୍ଗଳୁ ଚରଣଙ୍କ ଦେହାନ୍ତ ହୋଇଛି । ନାଟକ, ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ପାରଦର୍ଶିତା ଥିଲା । ମଙ୍ଗଳୁ ଚରଣଙ୍କ ରଚିତ ନାଟକ ’ଭୂଖା’ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା।
  2. ଆରପାରିରେ ବରିଷ୍ଠ ଅଭିନେତା ମିହିର ଦାସ । ୬୩ ବର୍ଷରେ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।
  3. ପାଞ୍ଚୋଟି ପର୍ଯ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ।  ସକାଳ ୭ରୁ ଅପରାହ୍ନ ୧ ଯାଏଁ ପଡିବ ଭୋଟ  । ଫେବୃଆରୀ ୧୬,୧୮,୨୦, ୨୨, ୨୪ରେ ତାରିଖରେ ଭୋଟ ଗ୍ରହଣ କରାଯିବ  ।  ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି କରାଯିବ ।  ଜାନୁଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ  । ୨୨ ଜାନୁଆରୀରେ ପ୍ରାର୍ଥୀପତ୍ର ହେବ ଯାଞ୍ଚ   । ୨୫ ଜାନୁଆରୀରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ  ।
  4.  ଓଡିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅବଦାନକୁ ସମ୍ମାନ ଜଣାଇ ‘ଗାର୍ଡ ଅଫ୍ ଅନର୍’ ସହ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବ ।
  5. ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂକ୍ରାନ୍ତି ଓ ପୋଙ୍ଗଲରେ ଜଳାଶୟରେ ଏକାଠି ହେବେନି ଶ୍ରଦ୍ଧାଳୁ । ନଦୀ କୂଳ, ପୋଖରୀ ଘାଟରେ ଏକାଠି ହେବାକୁ ବାରଣ କରାଯାଇଛି । ଜଳାଶୟରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି ।
  6. ସୋମବାର ରାଜ୍ୟରେ ୫୦ ହଜାର ୫୭୫ ଜଣ ପ୍ରିକସନ ଡୋଜ ନେଇଥିଲେ। ତା ଭିତରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ ଜଣ ରହିଛନ୍ତି । ସମ୍ମୁଖ ଯୋଦ୍ଧା ୬ ହଜାର ୮୮୩ ଜଣ ରହିଥିବା ବେଳେ ୬୦ ବର୍ଷରୁ ଅଧିକ ଅଛନ୍ତି ୨୦ ହଜାର ୨୦୦ ଜଣ।
  7. ଚିକିତ୍ସା ବିଜ୍ଞାନରେ ଏକ ବିରଳ ସଫଳତା ଆମେରିକାର ଡାକ୍ତରମାନଙ୍କୁ ମିଳିଛି। ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ ମେରିଲାଣ୍ଡର ଏକ ହସ୍ପିଟାଲରେ ସୋମବାର ଡାକ୍ତରମାନେ ଜଣେ ମଣିଷ ଶରୀରରେ ଘୁଷୁରି ହୃତପିଣ୍ଡ ପ୍ରତିରୋପଣ କରି ଏହି ସଫଳତା ପାଇଛନ୍ତି।
  8. ସମଲିଙ୍ଗୀ ସମ୍ପର୍କ ହେତୁ ଚର୍ଚ୍ଚାରେ ଥିବା ଦୁଇଜଣ ମହିଳା ଡାକ୍ତର ସୁରଭି ମିତ୍ର ଏବଂ ପାରୋମିତା ମୁଖାର୍ଜୀଙ୍କର ମହାରାଷ୍ଟ୍ରର ନାଗପୁରରେ ଏକ ଘରୋଇ ସମାରୋହରେ ନିର୍ବନ୍ଧ ହୋଇଛି।
  9. ଯୋଗୀ ସରକାରରେ ଜଣେ ଶୀର୍ଷ ମନ୍ତ୍ରୀ ସ୍ବାମୀ ପ୍ରସାଦ ମ‌ୌର୍ଯ୍ୟ ଆଜି ଟ୍ବିଟର୍‌ରେ ତାଙ୍କ ଇସ୍ତଫାପତ୍ର ପୋଷ୍ଟ୍‌ କରିଛନ୍ତି। ମୌର୍ଯ୍ୟ ଇସ୍ତଫା ଦେବାପରେ ତାଙ୍କର ସମର୍ଥକ ଅନ୍ୟ ୪ ବିଧାୟକ ରୋଶନ ଲାଲ୍‌ ବର୍ମା, ବ୍ରିଜେଶ ପ୍ରଜାପତି, ଭଗବତୀ ସାଗର ଏବଂ ବିନୟ ଶାକ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। 
  10. ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାମ ନେଉନାହିଁ | କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ଯୋଗ ଶ୍ରେଣୀ ବାବଦରେ ଘୋଷଣା କରିଛନ୍ତି ।
  11. ମୟୂରଭଞ୍ଜ ଜିଲ୍ଲାର ଏହି କୋଟିପତି କନେଷ୍ଟବଳ ହେଉଛନ୍ତି ନିହାର ରଞ୍ଜନ ଦଣ୍ଡପାଟ। ସୂଚନା ଅନୁସାରେ; ବାରିପଦା ସହରରେ ତାଙ୍କର ୩ ତାଲା ସୁରମ୍ୟ ଅଟ୍ଟାଳିକା, ଗ୍ୟାସ୍‌ ଏଜେନ୍ସି, କମ୍ପ୍ୟୁଟର ସୋରୁମ୍‌, ଟ୍ରାନ୍‌ସପୋର୍ଟ ବ୍ୟବସାୟ, ୩ଟି ଟ୍ରକ ସହିତ ମୋଟ ୧୯ଟି ଗାଡ଼ିକୁ ଠାବ କରିଛି ଭିଜିଲାନ୍‌ସ।
  12. ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ବାଟ ଫିଟିଲା। ନ୍ୟାସନାଲ ଏଜିଲିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ସ୍ନାତକ(ୟୁଜି) ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ପରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
  13. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା ମଧ୍ୟରେ ଧାର୍ଯ୍ୟ ସମୟରେ ହେବ। ଫେବ୍ରୁଆରି ୧୬ରୁ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ଆଜି ମତଦାନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ। ଏହାସହିତ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।
  14.  ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ବିବାଦକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାର ଜାନୁଆରି ୧୭ରେ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଆଜି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ‘ଛବିରାଣୀ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ଆବେଦନର ଶୁଣାଣି ହୋଇଥିଲା।
  15. ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ହାଇଟେକ ଭୁବନେଶ୍ବର ଓ ରାଉରକେଲା ଭେଷଜ ମହାବିଦ୍ୟାଳୟରେ ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତାକାଲିଠାରୁ ସଞ୍ଚାର (ଅନଲାଇନ) ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ ।
  16. ଭୋଡାଫୋନ-ଆଇଡିଆ ରାସ୍ତାରେ ଟାଟା ଟେଲିସର୍ଭିସେସ୍। ଭୋଡାଫୋନ-ଆଇଡିଆ ପରି ଏଡଜଷ୍ଟ ଗ୍ରସ ରେଭେନ୍ୟୁ(AGR) ବୋଝରେ ଥିବା ଟାଟା ଟେଲିସର୍ଭିସେସ୍ ମଧ୍ୟ ସରକାରକୁ ନିଜ ଅଂଶ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। 
  17. କଟକଣାରେ ପାଳନ ହେବ ସାଧାରଣତନ୍ତ୍ର ଦିବସ: ବିଦ୍ୟାର୍ଥୀ କିମ୍ବା ସମର ଶିକ୍ଷାର୍ଥୀ ବାହିନୀଙ୍କୁ ସାମିଲ କରାଯିବ ନାହିଁ। ଏସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ସବୁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶନାମା ଜାରି ହୋଇଛି।
  18. କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର୍‌) ଅବଧିକୁ ବଢ଼ାଇ ଦେଇଛନ୍ତି। ଏବେ ଆଇଟିଆର୍‌ ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି।
  19. ଚିକିତ୍ସା ଓ ଚିକିତ୍ସା ବିଦ୍ୟା ନେଇ ତାମିଲନାଡୁ ତଥା ଦେଶବାସୀଙ୍କୁ ଆଜି ବଡ଼ ଉପହାର ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ୧୧ଟି ମେଡିକାଲ କଲେଜକୁ ଉଦ୍‌ଘାଟନ କରିବେ। ମେଡିକାଲ କଲେଜ ଗୁଡ଼ିକ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ ହେବ। 
  20. କେବଳ ଆମେରିକା ଓ ଫ୍ରାନ୍ସରେ ପାଖାପାଖି ୧୦ ଲକ୍ଷ ଲୋକ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆମେରିକାରେ ୬ ଲକ୍ଷ ୨୮ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ସେହିପରି ଫ୍ରାନ୍ସରେ ଗୋଟିଏ ଦିନରେ ୩ ଲକ୍ଷ ୬୮ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.