• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ୨ଲକ୍ଷ ଟପିଲା ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ଲକ୍ଷ ୪୭ ହଜାର ୪୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିିପରି ଗୋଟିଏ ଦିନରେ ୩୮୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭୂତାଣୁ ।
  2. ପଂଚାୟତ ନିର୍ବାଚନ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇସାରିଥିବାବେଳେ ସମସ୍ତ ସରକାରୀ ହୋର୍ଡିଂ ଓ ଗାଡ଼ିଗୁଡ଼ିକରୁ ଯୋଜନାର ପ୍ରଚାର ପାଇଁ ଉଦ୍ଦିଷ୍ଟ ଲୋଗୋର ଷ୍ଟିକର ତୁରନ୍ତ ହଟାଇବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  3. ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବକ୍ସର୍ ଲଭଲିନ୍ ବୋର୍ଗୋହେନ୍ ଆସାମର ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି।
  4. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ୧୫ରେ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନର ।
  5. କେ. ଶିବନଙ୍କ ସ୍ଥାନରେ ଏସ. ସୋମନାତ ହୋଇଛନ୍ତି ନୂଆ ISRO ମୁଖ୍ୟ । ଜାନୁଆରୀ ୧୪ରେ କେ. ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ । ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର (VSSC) ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍‌. ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନୂଆ ମୁଖ୍ୟ ହୋଇଛନ୍ତି ।
  6.  ଆସନ୍ତା ଜାନୁଆରୀ ୨୧ରୁ ହେବାକୁ ଥିବା ମହିଳା ଏସିଆ କପ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ଓମାନରେ ହେବାକୁ ଥିବା ମହିଳା ଏସିଆ କପ୍ ହକିରେ ଭାରତୀୟ ଦଳର ନେତୃତ୍ୱ ନେବେ ସବିତା ପୁନିଆ । ସେହିପରି ଭାରତୀୟ ମହିଳା ଦଳର ଉପ ଅଧିନାୟକ ଭାବରେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ଏହି ପ୍ରତିଯୋଗିତା ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । 
  7.  ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଘଟଣା । ଏହି ମାମଲାର ଯାଞ୍ଚ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରା କମିଟିର ଅଧ୍ୟକ୍ଷତା କରିବେ। ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ବ୍ୟତୀତ ଏହି କମିଟିରେ NIA DG, ଚଣ୍ଡିଗଡ଼ ପୋଲିସ DG, ପଞ୍ଜାବ ADGPଙ୍କୁ କମିଟିରେ ସାମିଲ କରାଯାଇଛି ।
  8. ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ହାଇକୋର୍ଟକୁ ବନ୍ଦ ରଖାଯାଇଛି । କରୋନା ସ୍ଥିତିକୁ ନଜରରେ ରଖି ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଆଜିଠାରୁ ଅର୍ଥାତ ୧୩ ଜାନୁଆରୀରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
  9. ୪୬ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ମିଶାଇ ମୋଟ ୪୭୫ଜଣଙ୍କ ବିରୋଧରେ ୨୬୭ ଅପରାଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ । ସେମାନଙ୍କ ମଧ୍ୟରେ ୪୦ ଜଣ ଦ୍ୱିତୀୟ ଶ୍ରେଣୀ, ୨୩୧ ଜଣ ତୃତୀୟ ଶ୍ରେଣୀ ଏବଂ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ୨୦୨୦ ଅପେକ୍ଷା ଅଧିକ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ବିଭାଗ ।
  10. ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ରଖାଯାଇଛି। ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି।
  11. କରୋନା ଭାଇରସ୍ ମଣିଷର ଫୁସ୍‌ଫୁସ୍‌ର ବାହାରି ବାୟୁମଣ୍ଡଳକୁ ଆସିବାର ୨୦ ମିନିଟ୍ ଭିତରେ ତା’ର ସଂକ୍ରମଣ କ୍ଷମତା ହରାଇଥାଏ ବୋଲି ଏକ ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି। ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ଆପାରେଟସର ବିକାଶ କରିଛନ୍ତି, ଯାହା କ୍ଷୁଦ୍ର ଭୂତାଣୁ-ଯୁକ୍ତ କଣିକା ସୃଷ୍ଟି କରେ ଏବଂ ଏହି କଣିକାଗୁଡ଼ିକୁ ଦୁଇଟି ବୈଦ୍ୟୁତିକ ବଳୟ ଭିତରେ ୫ ସେକେଣ୍ଡରୁ ୨୦ ମିନିଟ ଯାଏ ଧୀରେ ଧୀରେ ବାୟୁରେ ଭାସମାନ ଅବସ୍ଥାକୁ ଛାଡ଼ିଥାଏ।
  12. ରାଜସ୍ଥାନ ଜାଲୋରରେ ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କ ସଫଳତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ୭୭ ବର୍ଷୀୟ ବୃଦ୍ଧ ୫୬ ଥର ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍‌ ହେବା ପରେ ୫୭ତମ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିସହିତ ସେ ଦ୍ୱାଦଶ ଶ୍ରେଣୀର ଫର୍ମ ମଧ୍ୟ ପୂରଣ କରିଥିବା ଜଣାପଡ଼ିଛି।
  13. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍‍ କହିଛନ୍ତି ଯେ ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ପାଇଁ ଓମିକ୍ରନ ପ୍ରକରଣ ଅଧିକ ବିପଜ୍ଜନକ ସାବ୍ୟସ୍ତ ହେଉଛି । ତେବେ ଟିକାକରଣ ବ୍ୟାପକ କରାଯିବା ସହିତ କୋଭିଡ କଟକଣାକୁ ପାଳନ କଲେ ଏହି ପ୍ରକରଣର ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି।
  14.  କରୋନାକୁ ନେଇ ମହାରାଷ୍ଟ୍ରରୁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ୨୬୫ ଜଣ ପୋଲିସ କର୍ମଚାରୀ କରୋନା ଯୋଗୁ ପ୍ରାଣ ହରାଇଛନ୍ତି ।
  15. ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୧୮୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। 
  16.  କୋଭାକ୍ସିନର ବୁଷ୍ଟର ବା ୩ୟ ପାନ ଉଭୟ ଡେଲଟା ଓ ଓମିକ୍ରମ ପ୍ରଜାତି ଭୂତାଣ ବିରୋଧରେ ପ୍ରଭାବୀ ରହୁଛି ବୋଲି ଏହି ଟିକା ଉତ୍ପାଦନ କରିଥିବା କମ୍ପାନୀ ଭାରତ ବାୟୋଟେକ୍ ଦାବି କରିଛି। 
  17. ଭାରତୀୟ ପାସପୋର୍ଟର ମାନ୍ୟତା ୨୦୨୧ ତୁଳନାରେ ସାତଟି ସ୍ଥାନ ଉପରକୁ ଉଠିଛି । ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ପାସପୋର୍ଟ ୮୩ତମ ସ୍ଥାନରେ ରହିଛି । ହେନଲି ପାସପୋର୍ଟ ସୂଚୀରେ ଭାରତୀୟ ପାସପୋର୍ଟ ଗତବର୍ଷ ୯୦ତମ ସ୍ଥାନରେ ରହିଥିଲା ।
  18. ୧୫ରୁ ୧୮ ବର୍ଷ ବୟସ ବର୍ଗର କିଶୋରଙ୍କର ୧୦୦% ଟିକାକରଣ କରିବାରେ ସଫଳତା ହାସଲ କରିଛି ଲାକ୍ଷାଦ୍ୱୀପ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଲାକ୍ଷାଦ୍ୱୀପ ପ୍ରଥମ କରି ଏହି ସଫଳତା ଲାଭ କରିଛି।
  19. ଉତ୍ତର କୋରିଆ  ପ୍ରଥମେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ବର୍ତ୍ତମାନ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏ ନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
  20.  ଚୀନ ସହିତ ଯୁଦ୍ଧ ହେଲେ ଭାରତ ବିଜୟୀ ହେବ ବୋଲି ସେନାମୁଖ୍ୟ ଜେନେରାଲ ଏମଏମ ନରବଣେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜେନେରାଲ ନରବଣେ କହିଛନ୍ତି ଯେ ସୀମା ବିବାଦକୁ ନେଇ ଚୀନ ପଟୁ ଭାରତ ପାଇଁ ସର୍ବଦା ବିପଦ ରହିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.