• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ ସର୍ବଶ୍ରେଷ୍ଠ ହୋଇଥିବାରୁ କେନ୍ଦ୍ର ସରକାର ୨୦ ଲକ୍ଷ ଟଙ୍କା ପୁରସ୍କାର ଅର୍ଥରାଶି ପ୍ରଦାନ କରିଥିବା ନିର୍ଦେଶକ ଅରୁଣ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି। ୨୦୦୫ରେ ପ୍ରତିଷ୍ଠା ହୋଇଥିବା ବିଜୁ ପଟ୍ଟନାୟକ ଏବେ ଦେଶରେ ଏକ ଅଗ୍ରଣୀ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ କୀର୍ତ୍ତି ଅର୍ଜନ କରିଛି।
  2. ଗତ ୭ ତାରିଖରୁ ବିମାନ ବନ୍ଦରକୁ ଆସୁଥିବା‌ ସମସ୍ତ ଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ ହୋଇଥିଲା। ଯାତ୍ରୀଙ୍କୁ ଅଟକାଇ ନମୁନା ସଂଗ୍ରହ କରାଯାଉଥିଲା। ପରୀକ୍ଷା ପାଇଁ ଆଇଏଲ୍‌ଏସ୍‌ ଏବଂ ଆର୍‌ଏମ୍‌ଆର୍‌ସିକୁ ପଠାଯାଉଥିଲା। କିନ୍ତୁ ଏସବୁ ନିୟମକୁ ଏବେ ପ୍ରତ୍ୟାହାର କରି ନିଆଯାଇଛି।
  3. ୧୯୦୧ ପରଠାରୁ ୨୦୨୧ ବର୍ଷ ଦେଶର ପଞ୍ଚମ ଉତ୍ତପ୍ତ ବର୍ଷ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି କରାଯାଇଥିବା ‘୨୦୨୧ରେ ଭାରତର ଜଳବାୟୁ’ ସମ୍ପର୍କିତ ରିପୋର୍ଟରେ କୁହାଯାଇଛି।
  4. ଦେଶର ୭୪ତମ ସେନା ଦିବସ ପାଳନ ଅବସରରେ ଶନିବାର ଭାରତୀୟ ସେନା ପକ୍ଷରୁ ରାଜସ୍ଥାନର ଜୟସାଲମେରଠାରେ ବିଶ୍ବର ସର୍ବବୃହତ୍‌ ଖଦି ପତାକା ଉତ୍ତୋଳନ କରାଯାଇଛି। ସେନାର ଦକ୍ଷିଣ କମାଣ୍ଡ ପକ୍ଷରୁ ଜୟସଲମେର ସେନା ଘାଟିଠାରେ ଏହି ୨୨୫ ଫୁଟ ଦୀର୍ଘ ଓ ୧୫୦ ଫୁଟ ପ୍ରସ୍ତ ପତାକା ଉତ୍ତୋଳନ କରାଯାଇଛି।
  5. ପ୍ରତିବର୍ଷ ଜାନୁୟାରୀ ୧୬ ତାରିଖ ଦିନଟିକୁ ଜାତୀୟ ଷ୍ଟାର୍ଟ-ଅପ୍‍ ଦିବସ ଭାବେ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
  6. ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆସନ୍ତା ୨୨ ପର୍ଯ୍ୟନ୍ତ କଟକଣା ବୃ ଦ୍ଧିହୋଇଛି। ଶୋଭାଯାତ୍ରା ଏବଂ ରୋଡ୍ ଶୋ’ ଉପରେ କଟକଣା ଜାରି ହୋଇଛି। ଏହି କଟକଣାରେ ମୁଖ୍ୟତଃ ରାଜନୈତିକ ଦଳଗୁଡ଼ିକର ଶାରୀରିକ ଶୋଭାଯାତ୍ରା ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।
  7. ଭାରତୀୟ ରେଳବାଇ ‘ଗାର୍ଡ’ ପଦବୀକୁ ‘ଟ୍ରେନ ମ୍ୟାନେଜର’ ଭାବରେ ପରିବର୍ତ୍ତନକୁ ନିଷ୍ପତ୍ତି ନେବା ସହିତ ତାହାକୁ ତୁରନ୍ତ କାର୍ଯ୍ୟକାରୀକରିଛି । ଏଣିକି ସେମାନେ ଟ୍ରେନ ମ୍ୟାନେଜର ଭାବରେ ପରିଚିତ ହେବେ ।
  8. ଭାରତର ଇତିହାସ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକୁ ପାଳନ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାବେଳେ ଜାନୁଆରୀ ୨୩ରୁ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଆରମ୍ଭ ହେବ ।
  9. ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ମେଧାବୃତ୍ତି ଓ ବ୍ୟାସକବି ଫକିର ମୋହନ ଭାଷାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କ ଆବେଦନ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୫ରେ ଶେଷ ହେବ। ଅନ୍‌ଲାଇନ୍‌(ସଞ୍ଚାର ଜରିଆରେ) ଆବେଦନ କରିବେ ଛାତ୍ରଛାତ୍ରୀ।
  10. ଭାରତରେ ଘୃଣ୍ୟ ବକ୍ତବ୍ୟ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ଏହି ସମ୍ପ୍ରଦାୟର ମହିଳାଙ୍କ ବିରୋଧରେ ଏହା ବୃଦ୍ଧିପାଇବା ନେଇ ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି।
  11.  ୟୁଟୁବ୍‌ ଷ୍ଟାର୍‌ ଅଦାଲିଆ ରୋଜ (YouTube star Adalia Rose)ଙ୍କ ୧୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ପ୍ରୋଜେରିଆ ନାମକ ଏକ ବିରଳ ରୋଗରେ ପୀଡିତ ଥିଲେ, ଏହି ରୋଗରେ ପୀଡିତ ରୋଗୀ ପିଲାଦିନରେ ବୟସ୍କ ଭଳି ଜଣାପଡ଼ନ୍ତି। ଅଦାଲିଆ ରୋଜ ଏହି ରୋଗରେ ପୀଡିତ ଥାଇ ମଧ୍ୟ ବିଶ୍ବର ଲୋକଙ୍କୁ ପ୍ରଭାବିତ କରୁଥିଲେ।
  12. ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି । ସାତ ବର୍ଷ ଧରି ଦଳର ସଫଳତା ପାଇଁ କାର୍ଯ୍ୟ କରିଥିବା ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ପଥ ଯାତ୍ରାରେ ଉତ୍‌ଥାନ, ପତନ ଦେଇ ଗତି କରିଛି । କେବେ ବି ଉଦ୍ୟମ ଓ ବିଶ୍ୱାସରେ ଅବହେଳା କରିନାହିଁ ।  ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ କୋହଲି ଇସ୍ତଫା ଦେଇଛନ୍ତି ।
  13. ଜିତେନ୍ଦ୍ର ତ୍ୟାଗୀ ଓରଫ ଓ୍ଵାସିମ ରିଜଭିଙ୍କ ଗିରଫଦାରୀ ପରେ ଶନିବାର ସନ୍ଧ୍ୟାରେ ଧର୍ମ ସଂସଦର କୋର କମିଟିର ସଦସ୍ୟ ମହାମଣ୍ଡଳେଶ୍ଵର ୟତି ନରସିଂହାନନ୍ଦଙ୍କୁ ମଧ୍ୟ ଗିରଫ କରିଛି। 
  14. ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ୧୯୯୧ ବ୍ୟାଚର ଏହି ଆଇଏଏସଙ୍କୁ ମିଳିଛି ପ୍ରମୋସନ । ସେମାନେ ହେଲେ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ ଏବଂ ବିଜୟ ଆରୋରା ।
  15.  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତାକାଲିଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ
  16. ଓମିକ୍ରନର ସଂକ୍ରମଣ କ୍ଷଣତା ଅଧିକ ରହିଥିଲେ ମଧ୍ୟ ରୋଗୀ ଗୁରୁତର ହେଉନାହାନ୍ତି । ଭୂତାଣୁ ଗଳାରେ ରହୁଛି । ଛାତି ମଧ୍ୟକୁ ପ୍ରବେଶ କରି ଶରୀରର କ୍ଷତି କରିପାରୁନି । ଆଲୋଚନା ଚକ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । 
  17. ପ୍ରକାଶ ପାଇଲା ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା । ୧୦୭ ମ୍ୟୁନିସିପାଲିଟି ଓ ଏନଏସିର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୫ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ । ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ଟି ଆସନ ଅଣସଂରକ୍ଷିତ, ଏସସିଙ୍କ ପାଇଁ ୮ଟି ଓ ଏସଟି ପାଇଁ ୩ଟି ଆସନ ସଂରକ୍ଷିତ ରହିଛି। 
  18. ପଶ୍ଚିମବଙ୍ଗରେ ଘୁଞ୍ଚିଲା ପୌର ନିର୍ବାଚନ । ଜାନୁଆରୀ ୨୨ ପରିବର୍ତ୍ତେ ଫେବ୍ରୁଆରୀ ୧୨ରେ କରିବାକୁ ନିଷ୍ପତ୍ତି ।
  19. ଗୋରଖପୁରରୁ ନିର୍ବାଚନ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପି ପାଇଁ ଘୋଷଣା ହେଲା ବିଜେପିର ପ୍ରଥମ ଓ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।
  20. ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । କୋଭିଡ୍କୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.