• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି ।  ପଣ୍ଡିତ ବିରଜୁ ମହାରାଜ ୧୬ ତାରିଖ ରାତିରେ ନିଜର ନାତି ସହିତ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
  2. ପଦ୍ମଶ୍ରୀ ଶାନ୍ତିଦେବୀ , ରବିବାର ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିସ୍ବାସ ତ୍ୟାଗ କରିଛନ୍ତି ।
  3.  ସୁବର୍ଣ୍ଣପୁରରେ ବିଦେଶାଗତ ପକ୍ଷୀ ପାଇଁ ସୌନ୍ଦର୍ଯ୍ୟମୟ ମହାନଦୀ ପଠା ପ୍ରାୟ ୨୨୦ ପ୍ରଜାତିର ହଜାର ହଜାର ପକ୍ଷୀଙ୍କୁ ଗଣନା କରାଯାଇଛି । ସେପଟେ ଏହି ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ପକ୍ଷୀପ୍ରେମୀ ଓ ପରିବେଶବିତ୍ ବାଦି କରିଥିବା ବେଳେ ବନ ବିଭାଗ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛି । ବିଦେଶାଗତ ପକ୍ଷୀ ପାଇଁ ସୌନ୍ଦର୍ଯ୍ୟମୟ ମହାନଦୀ ପଠା ।
  4. ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ୧ କେଜି ୬୧୦ଗ୍ରାମ ସୁନା ଚୋରି ମାମଲା। ଚୋରି ସୁନା ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଏସବିଆଇ ଶାଖାରେ ୨୦୧୪ରୁ ୨୦୨୧ ଯାଏଁ ଅସ୍ଥାୟୀ ପିଅନ ଭାବେ କାମ କରୁଥିଲେ ଶେଖର।
  5.  ଓଡ଼ିଶା ଆସିବ ଓମିକ୍ରନ୍ କିଟ୍‌ ଓମିସିୟୋର । ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ସହାୟତାରେ ଏହି କିଟ୍‌କୁ ବିକଶିତ କରାଯାଇଛି । ରାଜ୍ୟ ସରକାର ୫ ଲକ୍ଷ କିଟ୍‌ ପାଇଁ ବରାଦ ଦେଇଛନ୍ତି ।
  6. ଗାୟିକା ଲତା ମଙ୍ଗେଶକର ଏବେ ବି ଗୁରୁତର ଅବସ୍ଥାରେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଲାତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଥିବା ନେଇ ଡାକ୍ତର ପ୍ରତାପ ସମଦାନୀ ସୂଚନା ଦେଇଛନ୍ତି । 
  7. ୧୯ ବର୍ଷ ପରେ ନର୍ବାଚନ ଲଢ଼ିବେ ଜଣେ ମୁଖ୍ୟମନ୍ତ୍ରୀ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢ଼ିବେ । 
  8. ମଦୁରାଇରେ ସର୍ବାଧିକ ଲୋକପ୍ରିୟ ଏହି ପାରମ୍ପରିକ ବିପଜ୍ଜନକ ଖେଳରେ ଚଳିତ ବର୍ଷ ୭୦୦ ଷଣ୍ଢ ଓ ୩୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସରକାର ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। କ୍ରୀଡ଼ାଙ୍ଗନକୁ ପ୍ରବେଶ ପାଇଁ ସର୍ବାଧିକ ୧୫୦ ଦର୍ଶକଙ୍କୁ ଅନୁମତି ମିଳିଛି।
  9. ବ୍ୟାପକ ଅଗ୍ନିକାଣ୍ଡ ଘଟି ହାଇଦ୍ରାବାଦରେ ଅବସ୍ଥିତ ଭାରତର ଅନ୍ୟତମ ପୁରାତନ କ୍ଲବ୍‌ ‘ସିକନ୍ଦରାବାଦ କ୍ଲବ୍‌’ ନଷ୍ଟ ହୋଇଯାଇଛି। ୧୮୭୮ ମସିହା ଏପ୍ରିଲ୍‌ ୨୬ ରେ ବ୍ରିଟିସ୍‌ମାନଙ୍କଦ୍ବାରା ୨୨ ଏକର ଜମିରେ ସ୍ଥାପିତ ‘ସିକନ୍ଦରାବାଦ କ୍ଲବ୍’ ହେଉଛି  ଭାରତର ସର୍ବପୁରାତନ ୫ଟି କ୍ଲବ୍‌ ମଧ୍ୟରେ ଅନ୍ୟତମ। ‘ସିକନ୍ଦରାବାଦ କ୍ଲବ୍’ ଭାବେ ନାମିତ ହେବା ପୂର୍ବରୁ ଏହାର ନାମ ଥିଲା ‘ସିକନ୍ଦରାବାଦ ଜିମ୍‌ଖାନା କ୍ଲବ୍’ ଏବଂ ‘ୟୁନାଇଟେଡ୍‌ ସର୍ଭିସେସ୍‌ କ୍ଲବ୍’। ଅଗ୍ନିକାଣ୍ଡ ଯୋଗୁଁ ୩୫ ରୁ ୪୦ କୋଟି ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି।
  10.  ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଐତିହ୍ୟ କରିଡର ପ୍ରକଳ୍ପକୁ ପ୍ରଶଂସା କରିବା ସହ ଏହାକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
  11. ନିଜ ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ଭିତରୁ ଦୁଇଜଣ ବକ୍ସିଂ ଚାମ୍ପିଅନଙ୍କୁ ଉଦ୍ଧାର କଲେ ନୟାଗଡ ପଥରପୁଞ୍ଜି ଗାଁର ଚିତ୍ତରଞ୍ଜନ ପ୍ରଧାନ । ତାଙ୍କର ଏହି ସାହସିକତା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ପୁଡୁଚେରୀର ବାଚସ୍ପତି ପ୍ରଶଂସା କରିଛନ୍ତି । ସାହାସୀ ଚିତ୍ତରଞ୍ଜନ । ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତର ପଥରପୁଞ୍ଜି ।
  12. ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୧୫ଟି ଆସନରେ ପ୍ରାର୍ଥୀ ଦେବ ବିଜେପିର ସହଯୋଗୀ ନିଶାଦ ପାର୍ଟି ।
  13. ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ।
  14. ଦେଶରେ କରୋନା ଟୀକାକରଣର ଏକ ବର୍ଷ ପୁର୍ତ୍ତି, ସମୟପୋଯୋଗୀ ଓ ଦୃଢ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।
  15. ହ୍ବିଲ୍‌-ଚେୟାର୍‌ରେ ୨୪ଘଣ୍ଟାରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଲେ ପୁରୀ ପୁଅ କମଳାକାନ୍ତ।
  16. ପ୍ରଦର୍ଶିତ କରୁଥିବା ଫିଲ୍ମ-ଓଟିଟି ପ୍ଲାଟଫର୍ମ ଉପରେ ଲାଗୁ ହେଉ ଅଧିକ ଟ୍ୟାକ୍ସ, ଶିଶୁ ସୁରକ୍ଷା ଆୟୋଗଙ୍କ ଦାବି ।
  17.  ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା। ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡକୁ ଅର୍ଡର ଦେଇଥିଲା ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ ।
  18. ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଆଲୋକିତ କରିବା ପାଇଁ ପଶ୍ଚିମବଙ୍ଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। 
  19. ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ସୁପର-୫୦୦ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍‌ ଓ ପୁରୁଷ ଯୁଗଳ ବର୍ଗରେ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି – ଚିରାଗ ସେଟ୍ଟି ଯୋଡ଼ି ଚମ୍ପିଆନ ହୋଇଛନ୍ତି। 
  20. ରାଜ୍ୟରେ ଟିକାକରଣକୁ ଏକ ବର୍ଷ ପୂରିଛି। ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ରବିବାର ସୁଦ୍ଧା ସଂଖ୍ୟା ୫କୋଟି ୪୩ଲକ୍ଷ ୮ହଜାର ୩୩୪ରେ ପହଞ୍ଚିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.