• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୃହ ମନ୍ତ୍ରାଳୟ ଗୁରୁବାର ଦେଶରେ ପୂର୍ବରୁ ଜାରିଥିବା କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଫେବ୍ରୁଆରି ୨ ୮ପର୍ଯ୍ୟନ୍ତ ବୃଦ୍ଧି କରିଛି।  ଏହାର କଡ଼ାକଡ଼ି ପାଳନ ପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। 
  2. ଏୟାର ଇଣ୍ଡିଆର ଅଫିସିଆଲ୍ ହସ୍ତାନ୍ତର ପରେ ଭାରତ ସରକାରଙ୍କ ପ୍ରଥମ ପ୍ରମୁଖ ସଫଳ ଘରୋଇକରଣ ହେବ। ଏହା ସହିତ ୬୯ ବର୍ଷର ଦୀର୍ଘ ଯାତ୍ରା ପରେ ଟାଟା ଗ୍ରୁପ୍‌କୁ ଫେରିବ। ପୂର୍ବତନ ଚେୟାରମ୍ୟାନ୍ ଜେଆରଡି ଟାଟାଙ୍କ ଦ୍ୱାରା ଏୟାର ଇଣ୍ଡିଆର ଆରମ୍ଭ କରାଯାଇଥିଲା।
  3. ଓମିକ୍ରନର ନୂଆ ଭାରିଆଣ୍ଟ । ଡେନମାର୍କରେ ଓମିକ୍ରନର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଯାହାର ନାମ ରହିଛି ବିଏ୨ ବୋଲି ରଖାଯାଇଛି । ଡେନମାର୍କରେ ଦେଖା ଦେଇଥିବା କୋଭିଡ ସଂକ୍ରମଣର ପ୍ରାୟ ୯୮ ପ୍ରତିଶତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ଓମିକ୍ରନ ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ଜଣାପଡିଛି ।
  4. ୨୦୦୦ ଟଙ୍କା ନକଲି ନୋଟ ସହିତ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ମୂଲ୍ୟ ୭ କୋଟି ଟଙ୍କା ଉଦ୍ଧାର କରିଛନ୍ତି । ଡିସିପି ସାଙ୍ଗରାମ ନିଶନ୍ଦର କହିଛନ୍ତି ଯେ ଜାନୁଆରୀ ୩୧ ପର୍ଯ୍ୟନ୍ତ କୋର୍ଟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଇଛନ୍ତି। 
  5. ବିହାରରେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଏନଟିପିସି ଓ ଗ୍ରୁପ୍ ଡି ସିବିଟି ୧ ପରୀକ୍ଷାରେ ଘୋଟାଲା ଅଭିଯୋଗ କରି ପରୀକ୍ଷାର୍ଥୀଙ୍କ ବିରୋଧ ଜାରି ରହିଛି । ତୃତୀୟ ଦିନରରେ ବିରୋଧ ପୁଣି ଉଗ୍ର ରୂପ ନେଇଛି । ରେଲୱେ ଷ୍ଟେସନରେ ପରୀକ୍ଷାର୍ଥୀ ଚଳନ୍ତା ଟ୍ରେନକୁ ଢେଙ୍କା ଫିଙ୍ଗିବା ସହ ଆଉ କିଛି ଛାତ୍ର ଟ୍ରେନରେ ନିଆଣ ଲଗାଇ ଦେଇଥିଲେ । 
  6. ପରିବେଶ ପ୍ରଭାବ ଆକଳନ ଓ ‘ଜଳ ବିଜ୍ଞାନ ରିପୋର୍ଟ’ ବିନା କୌଣସି ପ୍ରକଳ୍ପକୁ ଭୂତଳ ଜଳ ଉପଯୋଗ ପାଇଁ ଏନ୍‌ଓସି ପ୍ରଦାନ କରାଯିବ ନାହିଁ। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲରେ ସିପିସିବି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ବାରା ଏ ନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି।
  7. ସେୟାର ବଜାରରେ ଅଲନାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜମାଟୋକୁ ଜୋରଧାର ଝଟକା ଲାଗିଛି । ୭ ଦିନ ହେଲା ଲଗାତାର ଖସି ଚାଲିଥିବା ଜମାଟୋର ସେୟାର ଗୁରୁବାର ସର୍ବୋଚ୍ଚ ସ୍ତରରୁ ପ୍ରାୟ ୫୦ ପ୍ରତିଶତ ଖସିଛି । ଗୁରୁବାର କାରବାର ବନ୍ଦ ହେବା ବେଳକୁ ଜମାଟୋର ସେୟାର ୧୦ ପ୍ରତିଶତ ଖସିଥିଲା ।
  8. ଆମେରିକା ବିପକ୍ଷରେ ଚୀନର ବଡ଼ ବିଜୟ । ଅନ୍ତର୍ଜାତୀୟ ସ୍ତରରେ ଦୁନିଆର ସୁପର ପାୱାର ଆମେରିକା ବିପକ୍ଷରେ ଚୀନକୁ ମିଳିଛି ସଫଳତା । ବିଶ୍ୱ ବାଣିଜ୍ୟ ସଂଗଠନ (WTO)ର ଏକ ୧୦ ବର୍ଷ ପୁରୁଣା ମାମଲାରେ ଚୀନ ସପକ୍ଷରେ ରାୟ ଆସିଛି । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ବାଣିଜ୍ୟ ସଂଘ ମଧ୍ୟ ଚୀନକୁ ଆମେରିକା ବିରୋଧରେ ୬୪୫ ମିଲିଅନ ଡଲାରର ଟାରିଫ୍ ଲଗାଇବାକୁ ଅନୁମତି ଦେଇଛି ।
  9.  ରୋଚ୍‌ ଇଣ୍ଡିଆ ଗୁରୁବାର ଏକ କୋଭିଡ ଟେଷ୍ଟିଂ କିଟ୍ ଲଞ୍ଚ କରିବାକୁ ଘୋଷଣା କରିଛି। ଯେଉଁଥିରେ କରୋନା ଲକ୍ଷଣ ଅନୁଭବ କରୁଥିବା ବ୍ୟକ୍ତି ନିଜେ ନିଜର କରୋନା ପରୀକ୍ଷା କରିପାରିବେ ଏବଂ ମାତ୍ର ୧୫ ମିନିଟ୍‌ରେ କରୋନା ସଂକ୍ରମିତ କି ନାହିଁ ତାହା ଜାଣିପାରିବେ। ତେବେ ଏହା ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ଦ୍ୱାରା ଅନୁମୋଦିତ ବୋଲି କମ୍ପାନୀ କହିଛି।  
  10. ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  11.  ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ ସିଂ ଙ୍କ ଆଜି ନିଧନ ହୋଇଛି । । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।
  12.  ଦଳୱାରୀ ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ହେଉଥିବା ମୋଟ ୮୫୨ରୁ ବିଜେଡି ୮୫୧ରେ ପ୍ରାର୍ଥୀ ଦେଇଛି । ବିଜେପି ୮୪୮, କଂଗ୍ରେସ ୮୩୬ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେଇଛି । ବିଏସପି ୧୫୯, ସିପିଆଇ ୩୮, ସିପିଆଇଏସ ୭୨, ଆପ ୩୨ରେ ପ୍ରାର୍ଥୀ ଦେଇଛି । ୮୫୨ ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ ବି ଲଢୁଛନ୍ତି ।
  13.  ଟେଲିକମ ଅପରେଟରମାନେ ଅତି କମରେ ଗୋଟିଏ ୩୦ ଦିନିଆ ପ୍ଲାନ ରଖନ୍ତୁ : ଟ୍ରାଇ ନିର୍ଦ୍ଦେଶ ।
  14.  ରେଳବାଇ ନିଯୁକ୍ତି ପରୀକ୍ଷା ପ୍ରତିବାଦ ଜାରି, ସିସିଟିଭିରେ ପୋଲିସର ବର୍ବରତା ଧରାପଡିଲା ପରେ ୟୁପିରେ ୬ ପୋଲିସ କର୍ମଚାରୀ ସସପେଣ୍ଡ ।
  15.  ୟୁକ୍ରେନ୍ ପ୍ରସଙ୍ଗରେ ଋଷ ସପକ୍ଷରେ ଚୀନ, ଆମେରିକାକୁ କହିଲା ‘ଋଷର ସୁରକ୍ଷା ଚିନ୍ତାକୁ ଗୁରୁତର ସହ ନେବା ଜରୁରୀ’
  16. ଏଫଆଇଏଚ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା, ଓଡିଶାରୁ ୨ ଖେଳାଳି ସାମିଲ୍ ।
  17. କୋଭାକ୍ସିନ-କୋଭିସିଲ୍‌ଡ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ, କେବଳ ହସ୍ପିଟାଲ ଓ କ୍ଲିନିକ୍‌ରେ ବିକ୍ରି ହେବ ।
  18. ଆଇଏଏସ୍‌ ଅଧିକାରୀ ମୁକ୍ତା ଆର୍ଯ୍ୟଙ୍କୁ ନିର୍ବାଚନ ଆୟୋଗ ସମ୍ମାନିତ କରିଛନ୍ତି। ସେ ନିଜର ପିତାଙ୍କ ପରଲୋକ ହେବାର ପରବର୍ତ୍ତୀ ଦିନରେ ନିର୍ବାଚନ ଡ୍ୟୁଟିରେ ଯୋଗ ଦେଇଥିଲେ। ଶାନ୍ତିପୂର୍ଣ୍ଣ ଓ ବ୍ୟବସ୍ଥିତ ଭାବେ ମତଦାନ ହେବ ବୋଲି ଆଇଏଏସ୍‌ ଅଧିକାରୀ ପରିବାରର ଅସୁବିଧା ସମୟରେ ଛୁଟିରେ ରହି ନଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ମଧ୍ୟ ମୁକ୍ତାଙ୍କର ଏହି ସାହସିକ ପଦକ୍ଷେପକୁ ପ୍ରଶଂସା କରିଥିଲେ।
  19. ଦିଲ୍ଲୀରେ କରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ହୋଇଥିବାରୁ କଟକଣା ମଧ୍ୟ କୋହଳ ହୋଇଛି। ରାଜଧାନୀ ଦିଲ୍ଲୀରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି। ତେବେ ନାଇଟ୍‌ କର୍ଫ୍ୟୁ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି।
  20. କରୋନାର ଉଭୟ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଦର ନିର୍ଦ୍ଧାରିତ ହୋଇଛି । ଡୋଜ ପିଛା ଦର ୨୭୫ ଟଙ୍କା ହୋଇଥିବାବେଳେ ଶୁଳ୍କ ବାବଦରେ ଅଧିକ ଦେବାକୁ ପଡିବ ଆଉ ୧୫୦ ଟଙ୍କା । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.