• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର ।  କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ ।  ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।
  2. ୧୦୦ କୋଟି ଟଙ୍କାରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାକୁ କଣ୍ଟ୍ରାକ୍ଟ ମିଳିଛି । ଯେଉଁଥିରେ ଡିଫେନ୍ସ ଟାର୍ଗେଟିଂ ସିଷ୍ଟମ ତିଆରି ହେବ । ଅଢେଇ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ପ୍ରସ୍ତୁତ ହେବ ଏହି ସବୁ ଯୁଦ୍ଧାସ୍ତ୍ର । ଆଣ୍ଡ୍ରୋନ୍ ସିଷ୍ଟମ ସଂସ୍ଥା ଏହି ସବୁ ଅସ୍ତ୍ର ନିର୍ମାଣ କରିବ ।
  3. ଫିଲିପାଇନସକୁ ମହାଶକ୍ତିଶାଳୀ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକ୍ରି କରିବ ଭାରତ। ପ୍ରଥମ ଥର ଲାଗି ଏହି ବ୍ରହ୍ମାସ୍ତ୍ରର ହେବ ରପ୍ତାନି।
  4. କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦ୍ୟୁରପ୍ପାଙ୍କ ନାତୁଣୀ ଡାକ୍ତର ସୌନ୍ଦର୍ଯ୍ୟା ନୀରଜଙ୍କ ସନ୍ଦେହଜନକ ମୃତ୍ୟୁ। 
  5. ଆତଙ୍କୀଙ୍କ ଆକ୍କା ପାକିସ୍ତାନୀ ଆର୍ମୀ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ୧୦ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ
  6.  କେନ୍ଦ୍ର ସରକାର ଶୁକ୍ରବାରଦିନ ଭି. ଅନନ୍ତ ନାଗେଶ୍ବରନଙ୍କୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । 
  7.  ଦିଲ୍ଲୀରେ ଜାନୁଆରି ୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଯେଉଁ ସବୁ କୋଭିଡ୍‌ ନମୁନାଗୁଡ଼ିକର ଜିନୋମ ସିକ୍ବେନ୍ସିଂ ହୋଇଥିଲା ସେଥିରୁ ୭୯ ପ୍ରତିଶତ ମାମଲା ଓମିକ୍ରନ୍‌ଜନିତ ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି। ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ମାମଲା ଡିସେମ୍ବର ୫ ତାରିଖରେ ଚିହ୍ନଟ ହୋଇଥିଲା।
  8. ୨୦୧୯-୨୦ ବର୍ଷ ପାଇଁ ଦଳମାନଙ୍କ ସମ୍ପତ୍ତି ସଂକ୍ରାନ୍ତ ରିପୋର୍ଟକୁ ଆଜି ଏଡିଆର୍‌ (ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍) ସାର୍ବଜନୀନ କରିଛି। ଏଥିରେ ବିଜେପି ପାଖରେ ୪,୮୪୭.୭୮ କୋଟି ଟଙ୍କାର ସମ୍ପତ୍ତି ଥିବା ଦଳ ଘୋଷଣା କରିଥିବା କୁହାଯାଇଛି। ଏହି ସମ୍ପତ୍ତି ଅନ୍ୟ ସମସ୍ତ ରାଜନୈତିକ ଦଳ ସମ୍ପତ୍ତିର ୬୯.୩୭ ପ୍ରତିଶତ ଅଟେ।
  9. ବିନା ଦୋଷରେ ୧୯ ବର୍ଷ ଜେଲରେ ରହି ଖଲାସ ହୋଇଥିବା ଗରିବ ଆଦିବାସୀ ହାବଲି ସିନ୍ଧୁଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  10. ମହାରାଷ୍ଟ୍ର ସରକାର ବିଧାନସଭା ଦ୍ବାରା ନିଲମ୍ବିତ ହୋଇଥିବା ୧୨ ଜଣ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି।ବିଧାୟକଙ୍କୁ ନିଲମ୍ବନ କେବଳ ସେହି ସମୟରେ ଚାଲିଥିବା ମୌସୁମି ଅଧିବେଶନ ପାଇଁ ହିଁ ହୋଇପାରିଥାନ୍ତା।
  11. ଗୁରୁଗ୍ରାମର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ନିକଟରେ ଶୁକ୍ରବାର ଭାରତର ସବୁଠାରୁ ବଡ ଇଲେକ୍ଟ୍ରିକ୍ ଭେଇକିଲ୍ ଚାର୍ଜିଂ ଷ୍ଟେସନ ଖୋଲିଛି।  ଏହା ଗୁରୁଗ୍ରାମର ସେକ୍ଟର ୫୨ରେ ଖୋଲାଯାଇଛି ।ଏହି ଚାର୍ଜିଂ ଷ୍ଟେସନରେ ୧୦୦ରୁ ଅଧିକ ଚାର୍ଜିଂ ପଏଣ୍ଟ୍ ଅଛି, ଯାହା ଦ୍ଵାରା ଚାରିଚକିଆ ଇଲେକ୍ଟ୍ରିକ୍ ଗାଡିଗୁଡିକୁ ସହଜରେ ଚାର୍ଜ୍ କରାଯାଇ ପାରିବ। ଇଲେକ୍ଟ୍ରିକ୍ ଯାନଗୁଡିକ ପାଇଁ ଏହା ଭାରତର ସବୁଠାରୁ ବଡ ଚାର୍ଜିଂ ଷ୍ଟେସନ ବୋଲି ସୂଚନା ରହିଛି।
  12. ଦୀର୍ଘ ୩୨ ବର୍ଷ କାଳ ଧରି ସେବା ପ୍ରଦାନ କରିବା ପରେ ଶୁକ୍ରବାର ଦିନ ଭାରତୀୟ ନୌସେନାରେ ନିୟୋଜିତ ଜାହାଜ ଖୁକ୍ରିକୁ ଆନୁଷ୍ଠାନିକ ଭାବେ ସେବାରୁ ଅବ୍ୟାହତି ଦିଆଯାଇଛି। 
  13. ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଉପଜାତିଙ୍କ ପଦୋନ୍ନତିରେ ସଂରକ୍ଷଣ ନିମନ୍ତେ କୌଣସି ମାପକାଠି ଧାର୍ଯ୍ୟ କରିପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି।
  14. ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନଙ୍କର ଜମା ଓ ସଂପତ୍ତିର ତାଲିକା ‘ଆସୋସିଏନସ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ’ (ଏଡିଆର୍‌) ପକ୍ଷରୁ ପ୍ରକାଶ କରାଯାଇଛି। ଏହି ତାଲିକାରେ ଆଞ୍ଚଳିକ ଦଳମାନଙ୍କ ଭିତ‌ରେ ପ୍ରଥମ ସ୍ଥାନରେ ସମାଜବାଦୀ ପାର୍ଟି ଥିବା ବେଳେ ଅଷ୍ଟମ ସ୍ଥାନରେ ରହିଛି ବିଜୁ ଜନତା ଦଳ। ବିଜେଡି’ର ବ୍ୟାଙ୍କ୍‌ ଫିକ୍ସଡ୍‌ ଡିପୋଜିଟ୍‌ ପରିମାଣ ୧୧୮.୪୨ କୋଟି ଟଙ୍କା ଥିବା ବେଳେ ସମୁଦାୟ ସମ୍ପତ୍ତିର ମୂଲ୍ୟ  ୧୨୮,୭୫୨ କୋଟି ଟଙ୍କା ରହିଛି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।
  15. ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଲାଗି ଛତିଶଗଡ ଦାନ୍ତେବାଡାରେ ନୂଆ ଆବସିକ କଲୋନୀର ନିର୍ମାଣ ହେଉଛି। ଏକଦା ବସ୍ତର ଓ ଦାନ୍ତେବାଡାର ବଣ ଜଙ୍ଗଲରେ ବନ୍ଧୁକ ଧରି ଆତଙ୍କ ଚଳାଇଥିବା ଏହି ନକ୍ସଲମାନେ ଏବେ ସ୍ୱଭାବିକ ଜୀବନଯାପନ କରିବେ। 
  16. ଓଡ଼ିଶା ବ୍ୟାଡମିଣ୍ଟନରେ ନୂଆ ଇତିହାସ ରଚିଛନ୍ତି ଶ୍ବେତପର୍ଣ୍ଣା ପଣ୍ଡା। ପ୍ରଥମ ଓଡ଼ିଆ ମହିଳା ବ୍ୟାଡମିଣ୍ଟନ ଖେଳାଳିଭାବେ ଶ୍ବେତପର୍ଣ୍ଣା ବିଡବ୍ଳୁଏଫ୍‌ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିଛନ୍ତି। ବଡ ଭଉଣୀ ଋତୁପର୍ଣ୍ଣା ପଣ୍ଡା ଯାହା କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନଥିଲେ ସାନ ଭଉଣୀ ଶ୍ବେତପର୍ଣ୍ଣା ତାହା କରି ଇତିହାସ ରଚିଛନ୍ତି।
  17. ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଘରୋଇ ହାଇଟେକ ଭେଷଜ ମହାବିଦ୍ୟାଳୟର ଏମବିବିଏସ ଓ ବିଡିଏସ ଆସନ(ସିଟ୍‌)ରେ ନାମଲେଖା ହେବ। ରାଜ୍ୟ ଭାଗ (କୋଟା)ରେ ୮୫ ପ୍ରତିଶତ ହାରରେ ୧୪୬୬ ସିଟ୍‌ରେ ନିଟ ରାଙ୍କପ୍ରାପ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ଜାତୀୟ ସ୍ତରୀୟ ୧୫ ପ୍ରତିଶତ କୋଟାକୁ ମିଶାଇଲେ ମୋଟ ୧୬୬୩ ସିଟରେ ନାମ ଲେଖାଇବେ ବିଦ୍ୟାର୍ଥୀ। 
  18. ନାକ ଦ୍ୱାରା ମିଳିପାରେ ବୁଷ୍ଟର ଡୋଜ୍‍। ଭାରତର ଡିସିଜିଆଇ ଭାରତ ବାୟୋଟେକକୁ ତା’ର ନାକରେ ଦେବାକୁ ଥିବା କରୋନା ଟିକାର ବୁଷ୍ଟର ଡୋଜ୍‍ ର ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି।
  19. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଆୟୋଜିତ ଏନସିସି ରାଲି -୨୦୨୨ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇ ଦେଶର ଯୁବକମାନଙ୍କ ଉପରେ ଗୁରୁ ଦାୟିତ୍ଵ ରହିଛି ବୋଲି କହିଛନ୍ତି । ଯୁବ ଶକ୍ତି ହେଉଛି, ଭାରତର ଶକ୍ତି।
  20. ରାଜ୍ୟରେ ଟିକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫,୬୬,୪୬,୬୧୭ ଟିକାକରଣ କରାଯାଇଥିବାବେଳେ ଆଜି ଗୋଟିଏ ଦିନରେ ମୋଟ ୩,୧୮୪ କେନ୍ଦ୍ରରେ ୧,୯୪,୫୧୭ ଟିକାକରଣ କରାଯାଇଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.