• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶାରେ ପହଞ୍ଚିଲା ଓମିସିୟର କିଟ୍‌ । ଏହି କିଟ୍‌ ପହଞ୍ଚିବା ପରେ ଡ୍ରାଏ ରନ୍‌ ଆରମ୍ଭ ଚାଲିଛି । ଟିକା ଠିକ୍‌ ଅଛି ନା ନାହିଁ ଟେଷ୍ଟ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
  2. ଭାରତ ଭଳି ପାକିସ୍ତାନରେ ମଧ୍ୟ ଗଠିତ ହୋଇଛି ଆମ ଆଦମୀ ପାର୍ଟି। ତେବେ ଏଠାରେ ପାର୍ଟିର ନାମକରଣ ପାକିସ୍ତାନ ଆମଆଦମୀ ମୁଭମେଣ୍ଟ (ପିଏଏମ) ରଖା ଯାଇଛି।
  3. କର୍କଟ ରୋଗ ଅପେକ୍ଷା ୨୦୨୦ରେ ଅଧିକ ଘାତକ ହୋଇଛି କରୋନା। ରାଇଟ ଟୁ ଇନଫର୍ମେସନ (ଆରଟିଆଇ)ରେ ମଗା ଯାଇଥିବା ସୂଚନାରେ ଏହି ବର୍ଷ ମୁମ୍ବାଇରେ କର୍କଟ ଅପେକ୍ଷା ଅଧିକ ଲୋକେ କରୋନାରେ ପ୍ରାଣ ହରାଇଥିବାର ଜଣାପଡିଛି।
  4. ସୁପ୍ରିମକୋର୍ଟ ବୁଧବାର ଜନପ୍ରତିନିଧି ଆଇନର ଧାରା ୬୧-ଏ ର ସାମ୍ବିଧାନିକ ବୈଦ୍ଧତାକୁ ଚାଲେଞ୍ଜ କରି ଆଗତ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ସୂଚୀବଦ୍ଧ କରିବା ଲାଗି ବିଚାର ନିମନ୍ତେ ସହମତ ହୋଇଛନ୍ତି। ଆଇନର ଏହି ଧାରାରେ ବାଲଟ ବଦଳେ ଦେଶରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)ର ପ୍ରଚଳନ ହୋଇଥିଲା।   ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଓକିଲ ଏମ.ଏଲ. ଶର୍ମାଙ୍କ ତର୍କ ଶୁଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।
  5. ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ତ୍ରିବେନ୍ଦ୍ର ସିଂହ ରାୱତ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେନି। ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଲେଖିଥିବା ଏକ ଚିଠିରେ ସେ ଏହା ଜଣାଇ ଦେଇଛନ୍ତି। 
  6. ଅମିତ ପାଲେକର ଗୋଆ ବିଧାନସଭା ନିର୍ବାଚନରେ ​​AAP ଦଳର ସିଏମ ପ୍ରାର୍ଥୀ ହେବେ । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଅମିତ ପାଲେକର ବୃତ୍ତି ଅନୁଯାୟୀ ଜଣେ ଓକିଲ ଏବଂ ଭଣ୍ଡାରୀ ସମ୍ପ୍ରଦାୟର ।
  7. ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପଣା ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଅପର୍ଣ୍ଣା ଯାଦବଙ୍କ ସାମିଲ କେବଳ ବିଜେପି ନୁହେଁ ସପାରେ ହଇଚଇ ସୃଷ୍ଟି କରିଛି 
  8. ଋଣ ଭାରରେ ବୁଡିଥିବା ବିଜୟ ମାଲ୍ୟାଙ୍କର ପୁଣି ବଢିବ ଅଡଉା । ହାତରୁ ଖପିସାରେ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା । ଘରୁ ବେଦଖଲ ନେଇ ଆଦେଶ ଉପରେ ରୋକ ଲଗାଇବା ନେଇ ଆବେଦନକୁ ଖାରଜ କରିଛନ୍ତି ବ୍ରିଟିଶ କୋର୍ଟ । 
  9. ବ୍ରିଟେନରେ ଖାଉଟି ସାମଗ୍ରୀ ଦର ୩୦ ବର୍ଷର ସର୍ବୋଚ୍ଚସ୍ଥିତିକୁ ପହଞ୍ଚିଛି। ଶକ୍ତି, ପରିବହନ, ଖାଦ୍ୟ ଓ ପାନୀୟ ସାମଗ୍ରୀ ତଥା ଫର୍ଣ୍ଣିଚର ମୂଲ୍ୟ ବୃଦ୍ଧି ଲୋକଙ୍କ ପରିବାରିକ ଆୟ ହ୍ରାସର କାରଣ ପାଲଟିଛି। 
  10. ଟିକା ନେବାର ୬ ମାସ ପରେ ୩୦% ଲୋକଙ୍କର ଆଣ୍ଟିବଡି ସ୍ତର ଓ ପ୍ରତିରୋଧକତା କମିଯାଉଛି। ଏହି ୩୦% ହେ‌ଉଛନ୍ତି ଉଚ୍ଚ ରକ୍ତଚାପ, ଡାଇବେଟିସ୍ ପରି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ଲୋକ। ବାକି ୭୦% ଯୁବବର୍ଗଙ୍କ ପ୍ରତିରୋଧକତା ୬ ମାସ ପରେ ବି ଅକ୍ଷୁଣ୍ଣ ରହୁଛି।
  11. କୋଭିଡ-୧୯ ମୃତ୍ୟୁ ମାମଲାରେ ୮ ହଜାର ୮୭୨ ଜଣଙ୍କ ନିକଟ ସଂପର୍କୀୟମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଂଜୁରି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ତଥ୍ୟରୁ ଏହି ସୂଚନା ମିଳିଛି।
  12. ନିକଟରେ କୋଭିଡ୍‌ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶ ପାଇଛି।
  13. ଓଡ଼ିଶାର ଗୋପାଳପୁରସ୍ଥିତ ଟାଟା ଷ୍ଟିଲ ଏସଇଜେଡଠାରେ ଥିବା ଆନାଡ୍ରୋନ ସିଷ୍ଟମ୍ସକୁ ଏକ ବଡ଼ ସଫଳତା ମିଳିଛି । ଏହି କମ୍ପାନି ଦ୍ବାରା ନିର୍ମିତ ଏରିଆଲ ଟାର୍ଗେଟ ସିଷ୍ଟମକୁ ଭାରତୀୟ ସେନା ଓ ବାୟୁସେନା ବ୍ୟବହାର କରିବ । 
  14. ମାର୍ଚ୍ଚ ୧୧ ବେଳକୁ କମିବ କରୋନାର ପ୍ରକୋପ। କିଛି ଅଞ୍ଚଳରେ ସୀମିତ ରହିଯିବ କରୋନା ମହାମାରୀ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏପିଡେମିଓଲୋଜିକାଲ୍ ବିଭାଗର ମୁଖ୍ୟ ସମୀରାନ୍ ପଣ୍ଡା ଆଜି ଏଭଳି କହିଛନ୍ତି। ତେବେ ଓମିକ୍ରନ ଡେଲଟାର ସ୍ଥାନ ନେଲେ ଓ ନୂଆ ଭାରିଆଣ୍ଟ ନଆସିଲେ ଏହା ସମ୍ଭବ ବୋଲି ସେ କହିଛନ୍ତି।
  15. ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣି ଥରେ ଏକ ରେକର୍ଡ କରିଛନ୍ତି। ସେ ବିଶ୍ବର ଜଣାଶୁଣା ଖେଳାଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି।
  16. ବିଶ୍ବର ୯ଟି ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୯ଟି ଦେଶ ଗୁଡ଼ିକ ହେଉଛି- ଆମେରିକା, ଭାରତ, ବ୍ରାଜିଲ, ବ୍ରିଟେନ, ଫ୍ରାନ୍ସ,, ଇଟାଲି, ସ୍ପେନ, ଜର୍ମାନୀ ଓ ଆର୍ଜେଣ୍ଟିନା। 
  17. ରାଜ୍ୟରେ ବିଭିନ୍ନ ଘରୋଇ ସ୍କୁଲ୍ ଗୁଡିକ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷାରେ ମାର୍କ ବଢାଇବା ପାଇଁ ଅଧିକ ଫି ଦାବି କରୁଥିବା ଅଭିଯୋଗ ହେବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଥିଲା । ଏବେ ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ସ୍କୁଲ୍ ଗୁଡିକୁ ଜବାବ ତଲବ କରିଛନ୍ତି । ଖବର ମୁତାବକ ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ବିଦ୍ୟାଳୟର ୨୪ ଜଣ ଛାତ୍ର ସେମାନଙ୍କ ଶ୍ରେଣୀରେ ଦଶମ ଶ୍ରେଣୀରେ ଭଲ ମାର୍କ ପାଇବାକୁ ଉକ୍ତ ବିଦ୍ୟାଳୟରେ ୧୧ ଶ୍ରେଣୀରେ ଆଡମିଶନ ନେବାକୁ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି।
  18. ପଞ୍ଚାୟତ ନିର୍ବାଚନ ପାଇଁ ବିଧବଦ୍ଧ ଭାବରେ ବିଜ୍ଞପ୍ତି ପାଇ ସାରିଛି । ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅବାଧ କରିବା ପାଇଁ ନିର୍ବାଚନ କମିଶନ ମତଦାନ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରୟ ତଥା ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନର ଦୁଇ ଦିନ ପୂର୍ବରୁ ଏହି ପ୍ରତିବନ୍ଧକ ଲାଗୁ ହେବ ଏବଂ ପ୍ରତ୍ୟେକ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନରେ ପରଦିନ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ରହିବ।
  19. ରାଜ୍ୟର ସମସ୍ତ କୋଭିଡ ହସ୍‌ପିଟାଲ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଇଛି। ସରକାର ସମସ୍ତ ମେଡିକାଲରେ ଅକ୍ସିଜେନ, ମେଡିସିନ୍‌, ବେଡ୍ ମହଜୁଦ ଅଛି, ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ୍ ନିୟୋଜିତ ଅଛନ୍ତି। ରାଜ୍ୟରେ ଏବେ ପ୍ରାୟ ୨ ପ୍ରତିଶତ ସଂକ୍ରମିତ ମେଡିକାଲରେ ଭର୍ତ୍ତ କରିବାକୁ ପଡୁଛି। ଯାହା ଗତ ଲହର ସମୟରେ ୧୦ ରୁ ୧୨ ପ୍ରତିଶତ ଥିଲା ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି।
  20. ବିମାନ ଚଳାଚଳ ନିୟାମକ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ଫେବୃଆରୀ ୨୮, ୨୦୨୨ ଯାଏ ଭାରତରୁ ନିର୍ଦ୍ଧାରିତ ଇଣ୍ଟରନ୍ୟାସନାଲ କମର୍‌ସିଆଲ ଫ୍ଲାଇଟ୍ସ ସେବା ସ୍ଥଗିତ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଏୟାର ବବଲ୍ସ ଚୁକ୍ତି ହୋଇଥିବା ଦେଶଗୁଡ଼ିକୁ ଭାରତରୁ ବିମାନ ଉଡ଼ି ପାରିବ। ଭାରତ ସରକାର ଏଯାଏ ୩୦ଟି ଦେଶ ସହ ଏହି ଚୁକ୍ତି କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.